ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଘଟଣା

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିଥିବା ନେଇ ସୂଚନା ମିଳିବ ପରେ ସିଂହଦ୍ବାର ପୁଲିସ ସେମାନେ ରହୁଥିବା ହୋଟେଲ ଯାଞ୍ଚ କରୁଛି। ତେବେ ୪ଜଣ ମନ୍ଦିରକୁ ପ୍ରବେଶ କରିଥିବାବେଳେ ଆଉ ୫ଜଣ ବାହାରେ ଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ପ୍ରବେଶ କରିଥିବା ୪ଜଣ ଅଣହିନ୍ଦୁଙ୍କୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀ ସେମାନଙ୍କୁ ଧରି ସିଂହଦ୍ବାର ପୁଲିସ ଜିମାରେ ଦେଇଛନ୍ତି। ପୁଲିସ ସମସ୍ତ ୯ଜଣ ଅଣହିନ୍ଦୁଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ୯ଜଣଙ୍କ ମଧ୍ୟରୁ ବାଂଲାଦେଶ ପାସପୋର୍ଟ […]

ଆଠ ବର୍ଷର ଶୁଭୋଜିତର ଅଙ୍ଗଦାନ କଲେ ପରିବାର ଲୋକେ।

ଭୁବନେଶ୍ଵର କଳ୍ପନା ଅଞ୍ଚଳର ଡାକ୍ତର ବିଶ୍ୱଜିତ ସାହୁଙ୍କ ପୁଅ ଦ୍ଵିତୀୟ ଶ୍ରେଣୀର ପାଠ ପଢୁଥିଲେ। ଏବେ ତାଙ୍କର ବାର୍ଷିକ ପରୀକ୍ଷା ହେଉଥିଲା। ଗତ ବୁଧବାର ଦିନ ପରୀକ୍ଷା ଦେବା ପାଇଁ ଶ୍ରେଣୀ ଗୃହରେ ଥିଲେ। ହେଲେ ହଠାତ୍‌ ସେ ଅସୁସ୍ଥ ହୋଇଗଲେ। ସୁବୋଜିତ ମସ୍ତିଷ୍କ ରୋଗରେ ପୀଡିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପରୀକ୍ଷା ହଲ୍‌ରେ ଥିବା ମାଡ଼ାମ ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ଶିଶୁ ଭବନରେ ଭର୍ତ୍ତି କରିଥିଲେ। ଏଥିସହ […]

କଟକ ତାରକସୀ କାମକୁ ମିଳିଲା ଜିଆଇ ମାନ୍ୟତା ।

ବାରବାଟି ଷ୍ଟାଡିୟମ, ଓଡ଼ିଶା ହାଇକୋର୍ଟ, କଟକ ତାରକସି କାମ, ରାଜ୍ୟ ବାହାରେ କଟକ ସହର ବିଷୟରେ ଅଧିକାଂଶ ଲୋକ ଏହି ତିନିଟି ବିଷୟରେ ବେଶୀ ଚର୍ଚ୍ଚା କରିଥାନ୍ତି । ବଂଶାନୁକ୍ରମିକ ଭାବେ ତାରକସି କାମକୁ ଆଦରି ନେଇଥିବା ଶହ ଶହ କାରିଗର ଏବଂ ବହୁ ଲୋକଙ୍କର ଦାବି ଥିଲା ରୁପା ତାରକସି ବା ଫିଲିଗ୍ରିକୁ ଜିଆଇ ଟ୍ୟାଗ ମିଳୁ । ଯାହା ଓଡ଼ିଶା ସମବାୟ ହସ୍ତକଳା ନିଗମ ପକ୍ଷରୁ ଏହି ଜିଆଇ ଟ୍ୟାଗ ପାଇଁ ୨୦୨୧ ଜୁଲାଇ […]

ଏବେ କଳା ଓ କ୍ରୀଡା ପ୍ରଶିକ୍ଷକ ମାନେ ଆବଶ୍ୟକସ୍ଥଳେ ମାତୃତ୍ବ ଛୁଟି ମଧ୍ୟ ପାଇପାରିବେ

ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ କଳା ଓ କ୍ରୀଡ଼ା ଶିକ୍ଷୟିତ୍ରୀଙ୍କୁ ଏଣିକି ମାତୃତ୍ୱ ଛୁଟି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଘୋଷଣା କରିଛନ୍ତି। ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୁରା ୧୨ ମାସ ପାଇଁ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଏବଂ ମାସିକ ୨୪ଟି […]

ଆକାଶରୁ ବର୍ଷିବ ନିଆଁ, ଜାଳିବ ଏପ୍ରିଲ, ମେ’

ଭୁବନେଶ୍ୱର,(ଓଡ଼ିଶା ଦର୍ପଣ) : ଜାଳିବ ଏପ୍ରିଲ, ମେ’ । ଆକାଶରୁ ନିଆଁ ବର୍ଷିବ । ଏ ବର୍ଷ ଗ୍ରୀଷ୍ମର ଲହରୀର ଅବଧି ଏତେ ଲମ୍ବିବ ଯେ ଛଟପଟ ହେବ ଜନଜୀବନ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଚଳିତବର୍ଷ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ (ତିନି ମାସିଆ) ପାଣିପାଗ ପୂର୍ବାନୁମାନ ଦେଖିଲେ ଡର ଲାଗୁଛି । ପୂର୍ବାନୁମାନ ଚିତ୍ରରେ ଜଳଜଳ ଦିଶୁଛି, ଏଥର ଡହଡହ ଖରାରେ ଟକଟକ ହୋଇ ଫୁଟିବ ଓଡ଼ିଶା । ଆଭ୍ୟନ୍ତରୀଣ କି ଉପକୂଳ, ସବୁଠି […]

ବାବାସାହେବ ଭୀମରାଓ ଆମ୍ବେଡକର ବସ୍‌‌ ଟର୍ମିନାଲ ଲୋକାର୍ପଣ

ବରମୁଣ୍ଡା ବାବାସାହେବ ଭୀମରାଓ ଆମ୍ବେଦକର ବସ୍‌ଷ୍ଟାଣ୍ଡ (ବିଏସ୍‌ଏବିଟି) ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏୟାରପୋର୍ଟ ଟର୍ମିନାଲ ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ପାଇବେ ଯାତ୍ରୀ ।ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସ୍‌ ଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସ୍‌ ଷ୍ଟାଣ୍ଡ। ଦୈନିକ ଶହ ଶହ ବସ୍‌ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ […]

ନନ୍ଦନକାନନର ବାଘ ସଫାରୀରେ ରହୁଥିବା ବାଘୁଣୀ ସାରା ଅସୁସ୍ଥ

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବାଘ ସଫାରି ଖୁଆଡରେ ରହୁଥିବା ମହାବଳ ବାଘୁଣୀ ସାରା ଅସୁସ୍ଥ । ଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିବାବେଳେ ଗୁରୁବାର ତଳେ ପଡ଼ିଯାଇଛି। ଦାୟିତ୍ୱରେ ଥିବା କର୍ମଚାରୀ ତାକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡ଼ିଛି। ଏହି ଖବରପାଇ ଡାକ୍ତର ସାରାର ଚିକିତ୍ସା ଆରମ୍ଭ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ଜଣାପଡ଼ିଛି। ସାରା ଗୋଟିଏ ସ୍ଥାନରେ ପଡ଼ି ରହିଛି। ଗତ କିଛିଦିନ ହେବ ବାଘ ନନ୍ଦନ […]

ମାର୍ଚ୍ଚ ୧ ହେଉଛି ବିଶ୍ୱ ଦହିବରା ଦିବସ। 

ମାର୍ଚ୍ଚ ୧ ତାରିଖରେ କଟକବାସୀ ପାଳୁଛନ୍ତି ଦହିବରା ଦିବସ । ଭାରି ସୁଆଦିଆ ପାଟିକୁ । ଏହା କେବଳ କଟକ ନୁହେଁ ଏବେ ବିଶ୍ୱ ଦରବାରରେ ହାସଲ କରିଛି ତାର ସ୍ୱତନ୍ତ୍ର ସ୍ଥାନ । ସବୁଠୁ ସୁଆଦିଆ ଷ୍ଟିଟ୍‌ ଫୁଡ୍‌ ଭାବେ ପାଇଛି ନୂଆ ପରିଚୟ ।ଦହିବରା ପାଇଁ ଅନ୍ୟ ସ୍ଥାନ ତୁଳନାରେ କଟକ ପ୍ରସିଦ୍ଧ। କଟକର ପ୍ରସିଦ୍ଧ ଦହିବରା ଖାଇବା ପାଇଁ ଖାଲି କଟକ ନୁହେଁ ବରଂ ଜିଲା ଓ ରାଜ୍ୟ ବାହାରୁ ମଧ୍ୟ ଲୋକେ […]

ଓଡ଼ିଶାରେ କମୁଛନ୍ତି କଲରାପତରିଆ ବାଘ

ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ୫୬୮କୁ ହ୍ରାସ ପାଇଛି । ଚାରି ବର୍ଷ ତଳେ ଥିଲା ୭୬୦ । ଏହାର ଅର୍ଥ ହେଉଛି, ୧୯୨ କଲରାପତରିଆ ଏ ଭିତରେ ଉଭାନ ହୋଇ ଯାଇଛନ୍ତି ।ଯଦିଓ ରାଜ୍ୟରେ କଲରାପତରିଆଙ୍କ ସଂଖ୍ୟା ହ୍ରାସ ପାଉଛି, ମାତ୍ର ଶିମିଳିପାଳ, ସାତକୋଶିଆରେ ସଂଖ୍ୟା ବୃଦ୍ଧି ହୋଇଛି। ସାତକୋଶିଆ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟରେ ଯଥାକ୍ରମେ ୮୦ ଓ ୯୧ ବାଘ କ୍ୟାମେରା ଟ୍ରାପରେ ଠାବ ହୋଇଛନ୍ତି। ଅନ୍ୟପଟେ ନୟାଗଡ଼ ଓ ଘୁମୁସର […]

ରାଜ୍ୟର ଅଙ୍ଗନୱାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଅଙ୍ଗନୱାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନବାଡି କର୍ମିଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଭାବରେ ସେମାନଙ୍କୁ ଅନୁକମ୍ପା ସହାୟତା ମିଳବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ଉପକୃତ ହେବେ । […]

 ବିଜେଡି ବିଧାୟକ ଥିବା ପ୍ରଶାନ୍ତ ଜଗଦ୍ଦେବ ଭାଜପାରେ ଯୋଗ ଦେଇଛନ୍ତି।

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଖୋର୍ଦ୍ଧା ଜିଲାର ଚିଲିକା ବିଜେଡି ବିଧାୟକ ଥିବା ପ୍ରଶାନ୍ତ ଜଗଦ୍ଦେବ ଭାଜପାରେ ଯୋଗ ଦେଇଛନ୍ତି। ଗୁରୁବାର ଅପରାହ୍ନରେ ସେ ତାଙ୍କ ସମର୍ଥକଙ୍କ ସହ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ଭାଜପାରେ ଯୋଗଦେଇଛନ୍ତି। ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେଡ଼ି।ତେବେ ପ୍ରଶାନ୍ତ ବିଜେପିରୁ କେଉଁ ଆସନରୁ ଲଢ଼ିବେ, ତାହା ସ୍ପଷ୍ଟ ହୋଇନାହିଁ । ଉଭୟ ଖୋର୍ଦ୍ଧା ଓ ବେଗୁନିଆକୁ ନେଇ ବିଜେପିର ବରିଷ୍ଠ ନେତାଙ୍କ ସହ ଆଲୋଚନା ହୋଇଥିବା ତାଙ୍କ ନିକଟତମ […]

ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାର୍ଚ୍ଚ ୫ ତାରିଖରେ ଓଡିଶା ଆସିବେ ବୋଲି ଜଣାପଡିଛି । ଓଡ଼ିଶା ଆସି ଚଣ୍ଡିଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଗୁରୁବାର ଓଡିଶା ଭାଜପା ସଭାପତି ମନମୋହନ ସାମଲ ଏହି ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ମୋଦିଙ୍କ ଓଡ଼ିଶା ଗସ୍ତ ବିଷୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ରୁ ଆମେ ସୂଚନା ପାଇଛୁ, ତଥାପି ତାଙ୍କ ଗସ୍ତର ପ୍ରକୃତ ତାରିଖ ଏବଂ ବିବରଣୀ ପରେ ସରକାରୀ ଭାବେ ପ୍ରକାଶ […]