ଆନ୍ଧ୍ର ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟକୁ ଜଳୀୟ ବାଷ୍ପ ଆସୁଥିବାରୁ ପାଗ ମେଘୁଆ ରହିବା ସହ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ତଳେ ରହୁଛି। ତେବେ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ବାୟୁ ପ୍ରବାହର ଦିଗ ପରିବର୍ତ୍ତନ ହେବା ସହ ତାତି ବଢ଼ିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରକୁ ଉଠିଯିବ। ମାର୍ଚ୍ଚ ୩ ତାରିଖରେ ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ପାର୍ କରିବ । ୪ […]
ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ହାଜର ହୋଇଛନ୍ତି । ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କୁ ହାଜର ହେବାକୁ ନୋଟିସ କରିଥିଲା ଇଡି । ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ହାଜର ହେବାକୁ ଇଡି ଫେବୃୟାରୀ ୧୭ ତାରିଖରେ ନୋଟିସ କରିଥିଲା। ସ୍ବାସ୍ଥ୍ୟଗତ ସମସ୍ୟା ଜଣାଇ ଇଡିରେ ହାଜର ହେବାକୁ ଓକିଲ ଜରିଆରେ ସମୟ ମାଗିଥିଲେ ପ୍ରଫୁଲ୍ଲ । ପରବର୍ତ୍ତୀ […]
ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲା ସିଏଚଏସଇ । ପରୀକ୍ଷା ନିୟନ୍ତ୍ରକ କହିଲେ, ପ୍ରଶ୍ନପତ୍ରରେ ଆଉଟ୍ ଅଫ୍ ସିଲାବସ୍ ନୁହେଁ ବରଂ ଚଏସ୍ ଡେଫିସିଟ୍ ସମସ୍ୟା ଥିଲା । ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କୁ ନେଇ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏହି ତ୍ରୁଟି ରେଗୁଲାର ପିଲାଙ୍କ କ୍ଷେତ୍ରରେ ହୋଇଛି କିନ୍ତୁ ଏକ୍ସରେଗୁଲାର ପିଲାଙ୍କ କ୍ଷେତ୍ରରେ ନୁହେଁ ।ପ୍ରଶ୍ନପତ୍ରରେ ୧୯ ମାର୍କର ଚଏସ ଡେଫିସିଟ ସମସ୍ୟା ରହିଛି । ପିଲାଙ୍କୁ […]
ମିଶନ ଶକ୍ତି ମା’ଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ବଡ଼ ଉପହାର । ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏ ଋଣ। ବିନା ସୁଧରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ମିଳିବ ମା’ମାନଙ୍କୁ । ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ଟଙ୍କା ଫେରସ୍ତ ହେବ । ଏ ବାବଦରେ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ହେବ । ମହିଳାଙ୍କ […]
ରାଜ୍ୟର ବାଘ ଗଣନା ରିପୋର୍ଟ ସାମ୍ନାକୁ ଆସିଛି ।ଏମାନଙ୍କ ମଧ୍ୟରେ ଏକବର୍ଷରୁ କମ୍ ବୟସର ୮ଟି ଶାବକ ରହିଛନ୍ତି। ତେବେ ୨୭ଟି ବାଘକୁ କ୍ୟାମେରା ଟ୍ରାପ୍ରେ ଠାବ କରାଯାଇଥିବାବେଳେ ଶିମିଳିପାଳରେ ଆଉ ୩ଟି ବାଘର ଉପସ୍ଥିତି ଥିବା ପ୍ରମାଣ ମିଳିଛି। ଏହି ୩ଟି ବାଘକୁ ମିଶାଇ କେବଳ ଶିମିଳିପାଳରେ ୨୭ଟି ବାଘ ରହିଛନ୍ତି। ଏଥିମଧ୍ୟରୁ ୧୪ଟି ମାଈ ଓ ୧୦ଟି ଅଣ୍ଡିରା ହୋଇଥିବାବେଳେ ବାକି ୩ଟି ସମ୍ପର୍କରେ ତଥ୍ୟ ମିଳିପାରିନାହିଁ। ସେହିଭଳି କେନ୍ଦୁଝର ଟେରିଟୋରିଆଲ ଓ କେନ୍ଦୁଝର […]
ଦୁବାଇରେ ରହୁଥିବା ବାପଝିଅ ସ୍କୁବା ଡାଇଭିଂ କରି ଆଉ ଏକ ଅନନ୍ୟ ସଫଳତା ହାସଲ କରିଛନ୍ତି। ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କର ୧୩ ବର୍ଷର ଝିଅ ତିସ୍ୟା ସ୍କୁବା ଡାଇଭିଂ କରି ଜୋର୍ଡାନ ନିକଟବର୍ତ୍ତୀ ଲୋହିତ ସାଗରର ୫୫ ଫୁଟ ତଳେ ଥିବା ହର୍କୁଲସ୍ ସି-୧୩୦ ବିମାନ ନିକଟରେ ପହଞ୍ଚତ୍ଥିଲେ। କୁନି ସମୁଦ୍ର ବୁଡ଼ାଳି ତିସ୍ୟା କକପିଟରେ ପଶି ଏହାର ନିୟନ୍ତ୍ରଣ କକ୍ଷରେ ବିଭିନ୍ନ ଉପକରଣ ସହ ଖେଳୁଥିବା ଦେଖିବାକୁ ମିଳିଛି ।ପ୍ରିୟଦର୍ଶୀ ଓ ତିସ୍ୟା ଦୁବାଇର […]
ଆଗକୁ ଉଦ୍ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଡକର ବସ୍ ଟର୍ମିନାଲରେ ଏକ ପୋଲିସ୍ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୮୯ ଜଣ ପୋଲିସ୍ କର୍ମଚାରୀ ନିଯୁକ୍ତି ପାଇବେ। ଦୈନିକ ୩୫ ରୁ ୪୫ ହଜାର ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । 5T ଅଧ୍ୟକ୍ଷଙ୍କ କ୍ଷେତ୍ର ସମୀକ୍ଷା ବେଳେ ଏ ସମ୍ପର୍କରେ ହୋଇଥିଲା ଆଲୋଚନା । ଅବଗତ ହେବା ପରେ […]
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସର କଡା ସୁରକ୍ଷା । ରାଜଧାନୀରେ ସୁରକ୍ଷା ଦାୟିତ୍ୱରେ ରହିବେ ୩୦ ପ୍ଲାଟୁନ ଫୋର୍ସ । ନିରୀକ୍ଷଣ ଦାୟିତ୍ୱରେ ରହିବେ ୮୫ ଜଣ ଅଫିସର । ୩ ଟି କ୍ୱିକ ରେସ୍ପନ୍ସ ଟିମ, ୨ ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ ସୁରକ୍ଷା ଦାୟିତ୍ୱରେ ରହିବେ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସଭାସ୍ଥଳରେ ପ୍ରୋଟକଲ ମୁତାବକ […]
୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଶନିବାର ଭଦ୍ରକ ଜିଲା ଗସ୍ତରେ ଆସି ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ପରିଦର୍ଶନ କରିଛନ୍ତି। ନିଜେ ବାଇକ୍ ଚଳାଇ ସେ ବିଭିନ୍ନ ନଦୀବନ୍ଧ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ବୁଝିଛନ୍ତି। 5-T ଅଧ୍ୟକ୍ଷ ନିଜେ ଗାଡି ଅଟକାଇ ନଦୀ କୂଳରେ ରହୁଥିବା ବାସିନ୍ଦାଙ୍କ ସହ କଥା ହୋଇଛନ୍ତି ଆଉ କହିଛନ୍ତି ଯେ, କିଛି ଅଭାବ କିମ୍ବା ଦାବି ଥିଲେ ମୋତେ ନିଜେ ଲିଖିତ ଭାବେ ଜଣାନ୍ତୁ । ଅନେକ ଲୋକେ […]
ପରୀକ୍ଷା ପରିଚାଳନାରେ ଅନିୟମିତତା ଧରାଇଦେଲା ଏଆଇ କ୍ୟାମେରା । ସୁପରିଟେଣ୍ଡେଣ୍ଟ ଦାଇତ୍ୱରୁ ହଟିଲେ ସାହାରପଡା ନୋଡ଼ାଲ ସେଣ୍ଟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ । ତେବେ ଏଆଇ ଓ ସିସି ଟିଭି ସର୍ଭେଲାନ୍ସରେ ମାଟ୍ରିକ୍ ପରୀକ୍ଷା ତ୍ରୁଟି ଧରାପଡିଛି। ଏ ନେଇ ବିଏସଇ କମାଣ୍ଡ କଣ୍ଟେ୍ରାଲ୍ ରୁମ୍ ସୂଚନା ଜାରି କରିଛି। ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ଦୁଇଟି ଲେଖାଏଁ ସ୍କୁଲରେ ତ୍ରୁଟି ଧରାପଡିଛି। କେନ୍ଦୁଝର, ନବରଙ୍ଗପୁର ଓ ଗଜପତିର ଗୋଟିଏ ଲେଖାଏଁ ସ୍କୁଲରେ ତ୍ରୁଟି ପରିଲକ୍ଷିତ ହୋଇଛି। […]
ପାରାଦ୍ୱୀପ ବନ୍ଦରରେ ଅଟକିଥିବା ଏମ.ଭି ଦେବୀ ଯାହଜ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ବର୍ଥ ଦେୟ ଏବଂ ଅନ୍ୟାନ୍ୟ ଶୁଳ୍କ ବାବଦୀୟ ମାମଲା ପ୍ରସଙ୍ଗରେ ହାଇକୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି । ଗତ ବର୍ଷ ନଭେମ୍ବର ମାସ ୩୦ ତାରିଖ ରାତିରେ ଏହି ଜାହଜରୁ ୨୨ ଟି ପ୍ୟାକେଟ କୋକେନ ଜବତ ହୋଇଥିଲା ।ଗତ ନଭେମ୍ବର ୩୦ରୁ ଏଯାଏଁ ଜାହାଜଟିକୁ ଜବତ କରି କଷ୍ଟୋମ୍ ବିଭାଗ ପାରାଦୀପ ପୋର୍ଟ ଆଙ୍କରେଜରେ […]
ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିଶନର। ରାଜେଶ୍ ପ୍ରଭାକର ପାଟିଲ୍ ନୂଆ ବିଏମସି କମିଶନର ହୋଇଛନ୍ତି। ଜିଏ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏକ ମାସ ପାଇଁ ଛୁଟିରେ ଯାଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ ଅମୃତ କୁଲାଙ୍ଗେ।ଖବର ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଲାଙ୍ଗେ ଏକ ମାସର ଛୁଟିରେ ଯିବା ପାଇଁ ଆବେଦନ କରିଥିଲେ। ଯାହାକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ତାଙ୍କ ବଦଳରେ ଆଉ ଜଣେ […]
