୧୯୦୫ ମସିହା ଅଗଷ୍ଟ ୨୯ ତାରିଖ ଆହ୍ଲାବାଦ ପ୍ରୟୋଗ ଠାରେ ଜନ୍ମଗ୍ରହଣ କରିଥିଲେ ମେଜର ଧ୍ୟାନଚାନ୍ଦ ବା ହକିର ପୁରୁଷ । ସେ ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥଲେ । ତାଙ୍କ ଜନ୍ମଦିବସକୁ ହକିଦିବସ ବା କ୍ରୀଡଦିବସ ଭାବେ ପାଳନ କରାଯାଏ । ଧ୍ୟାନଚାନ୍ଦ ୧୬ ବର୍ଷ ବୟସରେ ଜଣେ ସୈନିକ ଭାବରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ଏହା ସହିତ ସେ ହକି ଖେଳିବା ଆରମ୍ଭ କଲେ। ସେ ରାତିରେ ହକି ଅଭ୍ୟାସ କରୁଥିଲେ। […]
ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଘରୋଇ ତଥା ଅନ୍ତର୍ଜାତୀୟ କ୍ରିକେଟ ପାଇଁ ସେ ବିଦାୟ ନେଇଛନ୍ତି। ୩୮ବର୍ଷୀୟ ଶିଖର ଧାୱନଙ୍କ ଅବସରକୁ ନେଇ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିଲା। ଶେଷରେ ଅଗଷ୍ଟ ୨୪ ତାରିଖ ସକାଳେ ଏକ ଭିଡ଼ିଓ ଜରିଆରେ ପୋଷ୍ଟ କରି ନିଜେ ଏହି ସୂଚନା ଦେଇଛନ୍ତି। ଭିଡ଼ିଓରେ ଶିଖର କହିଛନ୍ତି ‘ଆଜି ମୁଁ ଏମିତି ଏକ ମୁହୂର୍ତ୍ତରେ ଛିଡା ହୋଇଛି ଯେଉଁଠାରେ […]
ଓଡିଶାରେ ପହଞ୍ଚିଲେ ହକି ହିରୋ । ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତିଥିବା ପୁରା ହକି ଟିମ୍କୁ ଭୁବନେଶ୍ୱରରେ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ବିମାନବନ୍ଦରରେ ହକି ଟିମକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ବିମାନବନ୍ଦରରୁ ରୋଡ୍ ଶୋ’ରେ ହକି ହିରୋ ଯାଇଛନ୍ତି। ଅପରାହ୍ଣରେ ରାଜ୍ୟ ସରକାରଙ୍କ ପକ୍ଷରୁ ହକି ଟିମଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରୋଡ଼ ଶୋରେ ଶହ ଶହ ଲୋକ ସାମିଲ ହୋଇଛନ୍ତି। ଏହି ସମୟରେ ଓଡିଶାର […]
ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍ ବୁଧବାର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ହକି ଦଳ ଆସିବା ନେଇ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା ଦେଇଛନ୍ତି। ଆସନ୍ତାକାଲି ୧୨ଟା ୩୦ ମିନିଟ୍ ସମୟରେ ଭୁବନେଶ୍ୱରରେ ପହଞ୍ଚିବେ । ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ପରବର୍ତ୍ତୀ ସମୟରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ସେମାନଙ୍କୁ ସମ୍ବର୍ଦ୍ଧନା ସହ ରାଜ୍ୟ ସରକାର ଘୋଷଣା କରିଥିବା […]
ଫ୍ୟାରିସ୍ ଅଲିମ୍ପିକ୍ସ ହକି ସେମି-ଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଦଳରୁ ବାଦ୍ ପଡ଼ିଲେ ଷ୍ଟାର୍ ଡିଫେଣ୍ଡର ଅମିତ୍ ରୋହିଦାସ ସସ୍ପେଣ୍ଡ ହୋଇଛନ୍ତି । ଗୋଟିଏ ମ୍ୟାଚ୍ ପାଇଁ ସସ୍ପେଣ୍ଡ ହୋଇଛନ୍ତି ଅର୍ଥାତ୍ ଅଲିମ୍ପିସ୍ ସେମି-ଫାଇନାଲ ମ୍ୟାଚ୍ ଖେଳିବେ ନାହିଁ।ସସ୍ପେଣ୍ଡ ବିରୋଧରେ ହକି ଇଣ୍ଡିଆ ପକ୍ଷରୁ ଆବେଦନ କରାଯାଇଥିଲେ ହେଁ ତାହା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍)ର ଜୁରି ବେଞ୍ଚ୍ ଖାରଜ କରି ଦେଇଛି। ତେଣୁ ୮ ଥର ଅଲିମ୍ପିକ୍ ଚାମ୍ପିୟନ ଭାରତ ପାଇଁ ସେମିଫାଇନାଲ […]
ଭାରତର ଫୁଟବଲ ଆଇକନ୍ ସୁନୀଲ ଛେତ୍ରି ଖୁବଶୀଘ୍ର ଅବସର ଗ୍ରହଣ କରିବେ। ଏ ନେଇ ସେ ଗୁରୁବାର ଘୋଷଣା କରିଛନ୍ତି। କୁଏତ ବିରୋଧରେ ଜୁନ ୬ରେ ହେବାକୁ ଥିବା ଭାରତର ଫିଫା ବିଶ୍ଵକପ୍ ଯୋଗ୍ୟତା ମ୍ୟାଚ ପରେ ସୁନୀଲ ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି। ଏହା ତାଙ୍କର ଶେଷ ମ୍ୟାଚ ହେବ।୩୯ ବର୍ଷିୟ ଛେତ୍ରୀ ୨୦୦୫ରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ମାର୍ଚ୍ଚରେ ଗୌହାଟୀରେ ଆଫଗାନିସ୍ତାନ ବିପକ୍ଷରେ ଛେତ୍ରୀ ତାଙ୍କ ୧୫୦ତମ ମ୍ୟାଚ୍ ଖେଳିଥିଲେ। […]
ଆମେରିକା ଓ ଓ୍ଵେଷ୍ଟଇଣ୍ଡିଜରେ ଆୟୋଜନ ହେବାକୁ ଥିବା ଟି-୨୦ ବିଶ୍ଵକପ୍ ପାଇଁ ମନୋନୟନକାରୀ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି। ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଚୟନ କମିଟି ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଦାୟିତ୍ଵ ଦେଇଥିବା ବେଳେ ଓ୍ଵିକେଟ୍ କିପର ବ୍ୟାଟର ଭାବେ ଋଷଭ ପନ୍ତ ଓ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରିଛନ୍ତି। ଟି -୨୦ ବିଶ୍ୱକପ୍ ୨୦୨୪ ପାଇଁ ଭାରତୀୟ କ୍ରିକେଟ ଦଳ – ରୋହିତ […]
୫୧ ବର୍ଷରେ ପାଦ ଦେଇଛନ୍ତି ଭାରତର ବ୍ୟାଟିଂ କିମ୍ବନ୍ଦନ୍ତୀ ତଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର।ଏପ୍ରିଲ ୨୪, ୧୯୭୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ | ଆଜି ଏପ୍ରିଲ ୨୪ ବୁଧବାର ତାଙ୍କ ଜନ୍ମଦିନ। ଏଥିପାଇଁ ସଚିନଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି। ସଚିନଙ୍କୁ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାମରେ ଏପରି ଅନେକ ରେକର୍ଡ ଅଛି, ଯାହା କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ଭାଙ୍ଗିବା ବହୁତ କଷ୍ଟକର।୧୬ ବର୍ଷ ବୟସରେ […]
ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସକୁ ତାଙ୍କ ଅଧିନାୟକତ୍ୱରେ ଆଇପିଏଲ ୨୦୨୩ ଟାଇଟଲ ଜିତିଥିଲେ। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ମୋଟ ୫ଟି ଆଇପିଏଲ ଟାଇଟଲ ଜିତିଛି। ଏବେ ପୁଣି ଥରେ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଧୋନୀ ଅଧିନାୟକ ଭାବେ ଚେନ୍ନାଇ ପାଇଁ କିଛି କରିବେ। ଧୋନୀ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ ନୂଆ ସଂସ୍କରଣ ଓ ନୂଆ ଭୂମିକା ପାଇଁ ଆଉ ଅପେକ୍ଷା କରି ହେଉନି । ଆପଣ ମାନେ ମୋ ଯୋଡ଼ି […]
ଓମେନ୍ସ ପ୍ରିମିୟର ଲିଗ୍ର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ପରାସ୍ତ କରିଛି। ଆରସିବି ୨୦ ଓଭରରେ ୬ ଉଇକେଟ ହରାଇ ୧୩୧ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୫.୧ ଓଭରରେ ୩ ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରି ନେଇଥିଲା। ଏହି ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଛି ।
କଟକ ବାରବାଟୀ ଷ୍ଟାଡିୟମ୍ର ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା ୪୧ଟି କ୍ରିକେଟ୍ ଏକାଡେମୀର ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଭର୍ଚ୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚ୍ଚୁଆଲ ମାଧ୍ୟମରେ ବୁଧବାର ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାରବାଟୀ ଷ୍ଟାଡିୟମକୁ ୱାଲର୍ଡ କ୍ଲାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ନବୀକରଣ କାର୍ଯ୍ୟ ବେଳେ ବାରବାଟୀ […]
କଟକ ବାଟବାଟୀ ଷ୍ଟାଡିମୟକୁ ମିଳିପାରେ ଚଳିତ ବର୍ଷ ଆଇପିଏଲ ମ୍ୟାଚ୍ । ବାରବାଟୀ ଷ୍ଟାଡିୟମରେ ଆପିଏଏଲ୍ ମ୍ୟାଚ୍ ଆୟୋଜନ ନେଇ ଖବର ସରବହାର ସଂସ୍ଥା ଏଏନଆଇ ସୂତ୍ରରୁ ଜଣାପଡ଼ିଛି । ବିଗତ ଦିନରେ ମଧ୍ୟ ଏଠାରେ ଆଇପିଏଲ ମ୍ୟାଚ ଆୟୋଜିତ ହୋଇଛି । ବାରବାଟୀ ଷ୍ଟାଡିୟମରେ ମୋଟ ୭ଟି ଆଇପିଏଲ ମ୍ୟାଚ ଖେଳାଯାଇଛି। ତେବେ ୨୦୧୪ରେ ଶେଷଥର ପାଇଁ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ଖେଳାଯାଇଥିଲା । ଇଣ୍ଡିଆନ ପ୍ରିମିୟର ଲିଗ୍ର ପୂର୍ବତନ ଫ୍ରାଞ୍ଚାଇଜ ଡେକାନ ଚାର୍ଜର୍ସ, […]
