ବିଶିଷ୍ଟ ନାଟ୍ୟ ସଂଗଠକ ମି.କାଳିଆଙ୍କୁ ଭଞ୍ଜକଳା ମଣ୍ଡପରେ ସମ୍ବର୍ଦ୍ଧନା

ନୟାଗଡ଼,(ଓଡ଼ିଶା ଦର୍ପଣ): ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ  ‘ଚମତ୍କାର’ର ସଭାପତି ତଥା ‘ନାଟ୍ୟଧାରା’ର ସମ୍ପାଦକ ତଥା ନାଟ୍ୟ ସଂଗଠକ ଲକ୍ଷ୍ମୀଧର ମହାପାତ୍ରଙ୍କୁ ଭଞ୍ଜକଳା ମଣ୍ଡପ, ଭୁବନେଶ୍ୱର ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ପଞ୍ଚଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ନାଟକ ମହୋତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉପସ୍ଥିତ ଅତିଥି ମାନେ ଶ୍ରୀ […]

ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତରଫରୁ ସମ୍ବିଧାନ ଦିବସ ପାଳନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶରେ ସଚିବ, ଅଞ୍ଜଳି ମଚ୍ଛଖଣ୍ଡଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଜିଲ୍ଲା କୋର୍ଟ ପରିସରରେ ଓକିଲ, କୋର୍ଟ କର୍ମଚାରୀ, ଅଧିକାର ମିତ୍ର, ଆଇନ ସେବା ପ୍ରାଧିକରଣ କର୍ମଚାରୀ, ଇନର ହୁଇଲ ସଭ୍ୟା ମାନଙ୍କୁ ନେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l ପ୍ରାରମ୍ଭରେ, ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏହାକୁ […]

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୩୦ରେ  ଭାପୁର ଏବଂ ଖଣ୍ଡପଡ଼ା ବ୍ଲକ ଅଡିସନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଆସନ୍ତା ୩୦ ତାରିଖ ଦିନ ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଭାପୁର ଏବଂ ଖଣ୍ଡପଡ଼ା ବ୍ଲକରେ ସିଜିନ-୩ ଭକ୍ତିସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏ ନେଇ  ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି। ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରା ସଂଯୋଜକ ଲକ୍ଷ୍ମୀଧର […]

ଶ୍ରମ କୋଡ ବାତିଲ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନୟାଗଡ, (ଓଡ଼ିଶା ଦର୍ପଣ):କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ସ୍ଵାର୍ଥ ପାଇଁ ଉଦ୍ଦିଷ୍ଟ ଶ୍ରମ ଆଇନକୁ ବାତିଲ କରି ୨୨ନଭେମ୍ବରଠାରୁ ଶ୍ରମିକ ସ୍ଵାର୍ଥ ବିରୋଧୀ ଶ୍ରମ କୋଡ ଲାଗୁ କରୁଥିବାରୁ ଏହାର ପ୍ରତିବାଦରେ ସିଆଇଟିୟୁ ନେତୃତ୍ବରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଦିବସରେ ନୟାଗଡ଼ ଛକଠାରୁ ଏକ ପଟୁଆରରେ ଯାଇ ଶ୍ରମିକ ନେତା ଆଡଭୋକେଟ ଶରତଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ସଭା ଅନୁଷ୍ଠିତ କରିଥିଲେ ବିଭିନ୍ନ ୟୁନିଅନର ପ୍ରତିନିଧି ବର୍ଗ। ମୋଦି ସରକାର […]

ମଡେଲ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର ଅନୁଷ୍ଠିତ

ନୟାଗଡ,(ଓଡ଼ିଶା ଦର୍ପଣ): ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଉକ୍ତ ଶିବିରକୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଯୁବ ରେଡକ୍ରସ ଅଧିକାରୀ ବିଜୟିନୀ ଶୁଭଦର୍ଶିନୀ ଓ ଡକ୍ଟର ସୁନୀଲ ଚନ୍ଦ୍ର ପ୍ରଧାନ ଶିବିର ପରିଚାଳନା କରିଥିଲେ। ଲାଠିପଡ଼ା ପ୍ରାଥମିକ ଚିକିତ୍ସାକେନ୍ଦ୍ରର ଡାକ୍ତର ଚିନ୍ମୟ ସାହୁ […]

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆଜି ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଦୁଇଟି ବିଭାଗ ଯଥା ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ୪୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଶିଶୁ ସୁରକ୍ଷା ଅଧିକାର,ଶିଶୁ ଶିକ୍ଷା ଅଧିକାର,ଶିଶୁ ଉପରେ ବୈଷୟିକ ଜ୍ଞାନର ପ୍ରଭାବ, ବାଲ୍ୟ ବିବାହ,ଶିଶୁ […]

ନୂଆଗାଁରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଯୁବ ସମିଳନୀ ଅନୁଷ୍ଠିତ

ନୂଆଗାଁ,(ଓଡ଼ିଶା ଦର୍ପଣ):ନୂଆଗାଁ  ଖଣ୍ଡରେ ୫ଟି ମଣ୍ଡଳ ଅନ୍ତର୍ଗତ ୨୨ ପଞ୍ଚାୟତରୁ  ୨୦୦ ରୁ  ଅଧିକ  ଯୁବକ ବିଦ୍ୟାର୍ଥୀ  ବ୍ୟବସାୟୀ  କର୍ମକର୍ତ୍ତାଙ୍କୁ  ନେଇ  ଯୁବ ସମ୍ମିଳନୀ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ  ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉଦ୍ଘାଟନୀ ସମୟରେ ଜିଲ୍ଲା କାର୍ଯ୍ୟବାହ ପ୍ରକାଶ ଚନ୍ଦ୍ର ପ୍ରଧାନ  ,ସହ ବିଭାଗ ପ୍ରମୁଖ  ଭଗବାନ ଦେହୁରୀ  ଓ ପ୍ରାନ୍ତ ପ୍ରଜ୍ଞା ପ୍ରବାହ ପ୍ରମୁଖ   ରବିନାରାୟଣ ପଣ୍ଡା ପ୍ରମୁଖ  ଉପସ୍ଥିତ ଥିଲେ। ଯୁବକମାନଙ୍କ ମଧ୍ୟରେ ଭାରତର ଅତୀତ ବର୍ତ୍ତମାନ ଓ […]

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୬ରେ  ଦଶପଲ୍ଲା ଅଡିସନ

ଦଶପଲ୍ଲା,(ଓଡ଼ିଶା ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୩ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଆସନ୍ତା ୧୬ ତାରିଖ ରବିବାର ଦିନ ଦଶପଲ୍ଲା ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ। ଦଶପଲ୍ଲା ସ୍ବପ୍ନ ମହାବୀର ମନ୍ଦିର ଠାରେ  ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରସ୍ତୁତି ବୈଠକରେ ସଂଗୀତଧାରା ସହ ସମ୍ପାଦକ ପ୍ରଶାନ୍ତ […]

ଚେସ ପ୍ରିମିୟର ଲିଗରେ ନୟାଗଡ଼ର କୁନି ପ୍ରତିଭା ଚିତ୍ତରଞ୍ଜନ

ନୟାଗଡ଼,(ଓଡ଼ିଶା ଦର୍ପଣ): କ୍ରିକେଟ ଖେଳା ଯାଉଥିବା ଆଇପିଏଲ ଢାଞ୍ଚାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ  ଓଡ଼ିଶା ଚେସ ପ୍ରିମିୟର ଲିଗ୍ ଭୁବନେଶ୍ୱର ଠାରେ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି।  ଏହି ଚେସ ପ୍ରିମିୟର ଲିଗ ପାଇଁ ଖେଳାଳି ନିଲାମୀ  ପ୍ରକ୍ରିୟା ଭୁବନେଶ୍ୱର ସ୍ଥିତ ହୋଟେଲ ଲେମନ ଟ୍ରି ଠାରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ତଥା ଜାତୀୟ ସ୍ତରର ମନ୍ୟତା ପ୍ରାପ୍ତ ଖେଳାଳି ମାନେ ସାମିଲ ହୋଇଥିବା ବେଳେ  ୧୨ଟି […]

ଅବସରପ୍ରାପ୍ତ ଶିକ୍ଷକ ସଂଘର ବାର୍ଷିକୋତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ପଞ୍ଚାୟତ ଅଧିନସ୍ଥ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଙ୍ଘର ଷଷ୍ଠ ବାର୍ଷିକୋତ୍ସବ ପ୍ରଫୁଲ୍ଲ ସାହୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଳା ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ଦିପେଶ ପ୍ରସାଦ,ସରପଞ୍ଚ ସ୍ଵପ୍ନେଶ୍ୱରୀ ସେଠୀ, ସମିତି […]

“ଶ୍ରୀ ସୃଜନ “ନୟାଗଡ଼ ସଙ୍ଗୀତ ବିଦ୍ୟାଳୟର ଚତୁର୍ଥ ସାମ୍ବତ୍ସରିକ ଉତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ):ପବିତ୍ର ଅଁଳା ନବମୀ  ଅବସରରେ ‘ଶ୍ରୀସୃଜନ’,ନୟାଗଡ଼ ସଙ୍ଗୀତ ବିଦ୍ୟାଳୟର ଚତୁର୍ଥ ସାମ୍ବତ୍ସରିକ ଉତ୍ସବ  ନୟାଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସ୍ଥାୟୀ ସଭାପତି ଡ.ବିଜୟ କୁମାର ଚୌଧୁରୀ, ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସୁର ଗନ୍ଧର୍ବ ନବକିଶୋର ମିଶ୍ର, ଅନୁଷ୍ଠାନର କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର, ସମ୍ପାଦିକା ଜୟଶ୍ରୀ ଦେବୀ,ସଭ୍ୟ ଲକ୍ଷ୍ମୀଧର ମହାପାତ୍ର ,କମ୍ରେଡ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଉତ୍ସବକୁ ଉଦ୍ଘାଟନ କରାଯାଇଥିଲା।ଏହି ଉତ୍ସବରେ ଓଡ଼ିଶାର ସୁନାମଧନ୍ୟ କଣ୍ଠ […]

ରାଷ୍ଟ୍ରୀୟ ଏକତା ଦିବସ ଏବଂ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଶିବିର  ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶରେ ସଚିବ, ଅଞ୍ଜଳି ମଛଖଣ୍ଡଙ୍କ   ତତ୍ୱାବଧାନରେ ଜିଲ୍ଲା କୋର୍ଟ ପରିସର ରେ ସମସ୍ତ ବିଭାଗର ବିଚାର ପତି, କର୍ମଚାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମସ୍ତ କର୍ମଚାରୀ, ଓକିଲ ସଙ୍ଘ ର ସମସ୍ତ ଆଇନ ଯିବି ମାନଙ୍କୁ ନେଇ ରାଷ୍ଟ୍ରୀୟ ଏକତl ଦିବସ ଏବଂ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ଶିବିର ଅନୁଷ୍ଠିତ ହୋଇ ଯାଇଛି l ଆନୁଷ୍ଠାନିକ ଭାବେ […]