ଚିନ୍ମୟ ମିଶନ ପକ୍ଷରୁ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼,(ଓଡ଼ିଶା ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଶାଖା ପକ୍ଷରୁ ଆଜି ପୂର୍ବାହ୍ନରେ ଗୀତା ଆବୃତ୍ତି ପ୍ରତିଯୋଗିତା ପିଟିଏସ ରୋଡ଼ରେ ଥିବା ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ରେ ଥିବା ବିଭିନ୍ନ ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ତିରୁପତି ବିଶ୍ୱ ବିଦ୍ୟାଳୟ କୁଳପତି ସତ୍ୟନାରାୟଣ ଆଚାର୍ଯ୍ୟ, ଚିନ୍ମୟ ମିଶନ […]

ମଡେଲ ଡିଗ୍ରୀ କଲେଜରେ ଜାତୀୟ ଯୁବ ଦିବସ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ସ୍ବାମୀ ବିବେକାନନ୍ଦଙ୍କର ଜନ୍ମ ବାର୍ଷିକୀ ପାଳନ ଅବସରରେ ଜାତୀୟ ଯୁବ ଦିବସ ମଡେଲ ଡିଗ୍ରୀ କଲେଜଠାରେ ଯୁବ ରେଡକ୍ରସ୍ ତରଫରୁ ଅନୁଷ୍ଠିତ ହୋଇଯାଇଅଛି।ଏହି ଉତ୍ସବରେ ସ୍ବାଗତ ଭାଷଣ ଦେଇ ଯୁବ ରେଡକ୍ରସ୍ ଅଧିକାରୀ ଡକ୍ଟର ଜୟରାମ ସିଂ ସାମଲ ମଞ୍ଚାସୀନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିବେକାନନ୍ଦଙ୍କର କାର୍ଯ୍ୟାବଳୀ ଓ ନେତୃତ୍ବ ବିଷୟରେ ସୂଚନା ଦେଇଥିଲେ। ସଭାରେ ସଭାପତିତ୍ବ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଯୁବପୀଢ଼ିଙ୍କୁ ଦେଶର ପ୍ରଗତି ନିମନ୍ତେ […]

ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା: ଶ୍ରେଷ୍ଠ ୫ରେ ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା-୨୦୨୫ରେ ଶ୍ରେଷ୍ଠ ୫ରେ ନୟାଗଡ଼ ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ ମିଶ୍ର କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ ୩୦ଟି ଜିଲାରୁ ୩୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସଂସଦୀୟ ବ୍ୟାପାର ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଥିବା ରାଜ୍ୟ କୃଷି ଭବନ ପରିସରରେ ଅନୁଷ୍ଠିତ ଏକ ଛାୟା ପାର୍ଲିଆମେଣ୍ଟ […]

ସଂଯୁକ୍ତ କିଷାନ ମୋର୍ଚ୍ଚାର ବିକ୍ଷୋଭ

ନୟାଗଡ଼,(ଓଡିଶା ଦର୍ପଣ):ସଂଯୁକ୍ତ କିଷାନ ମୋର୍ଚ୍ଚା, ଓଡ଼ିଶା ରାଜ୍ୟ କମିଟିର ଆହ୍ଵାନ କ୍ରମେ ନୟାଗଡ଼ରେ କୃଷକ ଚେତାବନୀ ଦିବସ  ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ସହିତ ପାଳନ କରାଯାଇଛି ! କୃଷକ ପ୍ରତିନିଧି ମାନଙ୍କର ପଟୁଆର ପୂର୍ତ୍ତ ଡ଼ାକବଙ୍ଗଳାଠାରୁ ବାହାରି ନଷ୍ଟ ଧାନବିଡା ପ୍ରଦର୍ଶନ ସହିତ କ୍ଷତିପୂରଣ ପାଇଁ ନାରାବାଜି ପୂର୍ବକ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ! ନଷ୍ଟ ଫସଲର ଉପଯୁକ୍ତ କ୍ଷତିପୂରଣ, ତୁରନ୍ତ ପର୍ଯ୍ୟାପ୍ତ ମଣ୍ଡିଖୋଲି ଟ୩୧୦୦ ରେ […]

ଭକ୍ତି ସଙ୍ଗୀତ ସେମି ଫାଇନାଲ , ୧୩ଜଣ ଫାଇନାଲକୁ ଉତ୍ତୀର୍ଣ୍ଣ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସଙ୍ଗୀତଧାରା ନୟାଗଡ଼ ପକ୍ଷରୁ  ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ସେମି ଫାଇନାଲରେ ୧୩ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି ।  ସେମି ଫାଇନାଲ ପ୍ରତିଯୋଗିତାରେ ଜିଲ୍ଲାର ମୋଟ ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରୁ  ୫୭ ଜଣ ପ୍ରତିଯୋଗୀ ମନୋନୀତ ହୋଇ ସେମି ଫାଇନାଲରେ ଭାଗ ନେଇଥିଲେ । ନୟାଗଡ଼ ପୁରୁଣା ସହରସ୍ଥିତ ବୁଦ୍ଧ ମଣ୍ଡପରେ ଆୟୋଜିତ ସେମି ଫାଇନାଲରେ ବିଚାରକ ଭାବେ ସୂରଗନ୍ଧର୍ବ ନବକିଶୋର […]

ଜିଲ୍ଲାପାଳଙ୍କ ସାଧୁ ଉଦ୍ୟମ ପ୍ରଶଂସନୀୟ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିଆରା ଚିନ୍ତାଧାରା ଯୋଗୁଁ ସମଗ୍ର ଜିଲ୍ଲାରେ ପ୍ରଶଂସାର ପାତ୍ର ସାଜିଛନ୍ତି। ନୂଆବର୍ଷ ଉପଲକ୍ଷେ ବିଭିନ୍ନ ପଦାଧିକାରୀ, ରାଜନେତା, ସାମାଜିକ ସଂଗଠନ ତଥା ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଫୁଲତୋଡ଼ା,ଡ଼ାଇରୀ, କ୍ୟାଲେଣ୍ଡର ଆଦି ଉପହାର ସ୍ୱରୂପ ପ୍ରଦାନ କରାଯାଇଥାଏ। ମାତ୍ର ଏଭଳି ଉପହାର କୌଣସି କାମରେ ଆସି ନଥାଏ ବରଂ ଏହା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଅଯଥାରେ ପାଣିରେ ପଡ଼ିଥାଏ। ତେବେ ଜିଲ୍ଲାରେ […]

ଚିନ୍ମୟ ମିଶନ ପକ୍ଷରୁ ୧୧ ରେ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼,(ଓଡ଼ିଶା ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀମଦଭାଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ୧୧ ତାରିଖରେ ପିଟିଏସ ରୋଡ଼ରେ ଅବସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହେବ। ଜୁନିୟର ଏବଂ ସିନିୟର ଦୁଇଟି ବିଭାଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ। ଏ ନେଇ ଏକ ପ୍ରସ୍ତୁତି […]

ସରକାରୀ ମେଧାବୃତ୍ତି ଫଳ ପ୍ରକାଶିତ ୩ୟରେ ସନ୍ତୋଷିନୀ ଓ ୫ମରେ ରୁଦ୍ରନାରାୟଣ ବ୍ଲକରେ ପ୍ରଥମ

ଶରଣକୁଳ,(ଓଡ଼ିଶା ଦର୍ପଣ): ଓଡଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୦୨୪ ଶିକ୍ଷା ବର୍ଷର ବ୍ଲକ ସ୍ତରୀୟ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ଫଳ ପ୍ରକାଶ ପାଇଥିବା ବେଳ ତୃତୀୟ ଶ୍ରେଣୀରେ କେ. ଏସ. ବି ପବ୍ଲିକ ସ୍କୁଲ ଶରଣକୁଳର ସନ୍ତୋଷିନୀ ପ୍ରଧାନ ଓ ପଞ୍ଚମ ଶ୍ରେଣୀରେ ଗୋତିସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ରୁଦ୍ର ନାରାୟଣ ବିଶ୍ୱାଳ ଓଡଗାଁ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l ପ୍ରକାଶିତ […]

ପାଚିକା, ସହାୟିକା ପ୍ରଶିକ୍ଷଣ ଶିବିର ଏବଂ ରନ୍ଧନ ପ୍ରତିଯୋଗିତା

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ଏବଂ ସହାୟିକା ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଏନଏସି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠି ଏବଂ ଏନଏସି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଏବଂ […]

ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜନ୍ମ ଜୟନ୍ତୀ ଅବସରରେ ପୁଷ୍ପମାଲ୍ଯାର୍ପଣ

ନୟାଗଡ଼,(ଓଡ଼ିଶା ଦର୍ପଣ):ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ  ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କର ୧୩୫ ତମ ଜୟନ୍ତୀ ଅବସରରେ ଆଜି ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ଥାପିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯାର୍ପଣ କରାଯାଇଛି। ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର […]

କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୦୬ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଶରଣକୁଳ,(ଓଡ଼ିଶା ଦର୍ପଣ):ସଦାନନ୍ଦ ସାହିତ୍ୟ ପରିଷଦ ଓ ପୂଜ୍ୟପୂଜା କମିଟି ଶରଣକୁଳ ପକ୍ଷରୁ ରୀତି ଯୁଗୀୟ କାବ୍ୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା ତଥା ଉତ୍କଳ ସାହିତ୍ୟ ଆକାଶର ପ୍ରଥମ କବିସୂର୍ଯ୍ୟ, ବୈଷ୍ଣବ କବି ” କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା “ଙ୍କ ୨୦୬ ତମ ଶ୍ରାଦ୍ଧ ବାର୍ଷିକୀ ଶରଣକୁଳ ଭିକାରିପଡା ସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ସୋମବାର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ସଂସ୍କୃତପଣ୍ଡିତ କିଶୋର ଚନ୍ଦ୍ର କର, ସଙ୍ଗୀତ ନିର୍ଦ୍ଦେଶକ ଓ […]

ପୂର୍ବତନ ପ୍ରଧାନ ମନ୍ତ୍ରୀ ଡ଼. ମନମୋହନ ସିଂହ ଙ୍କ ବିୟୋଗରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼,(ଓଡ଼ିଶା ଦର୍ପଣ):ବିଶ୍ୱବିଖ୍ୟାତ, ଅର୍ଥନୀତି ବିଶାରଦ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼.ମନମୋହନ ସିଂହଙ୍କ ବିୟୋଗରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍ମୁତି ଚାରଣ […]