ନୟାଗଡ,(ଓଡ଼ିଶା ଦର୍ପଣ):ନୟାଗଡରୁ ପ୍ରକାଶିତ ସାପ୍ତାହିକ ସମ୍ବାଦ ପତ୍ର ‘ ସମ୍ବାଦ ପରମ୍ପରା ‘ ଓ ଇଂରାଜୀ ପାକ୍ଷିକ ‘ ନୟାଗଡ ଲାଇଟ୍ ‘ ର ଯଥାକ୍ରମେ ୨୪ ତମ ଏବଂ ୯ମ ଜନ୍ମୋତ୍ସବ ସ୍ଥାନୀୟ କେ.ସି. କ୍ଲବ୍ ଠାରେ ପାଳିତ ହୋଇ ଯାଇଛି ।ଏହି ଉତ୍ସବ ରେ ନୟାଗଡ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏବଂ ନୟାଗଡ ପୌରପରିଷଦ ର ଅଧ୍ୟକ୍ଷା ନିରୁପମା ଖଟେଇ, ପ୍ରାକ୍ତନ ଅଧ୍ୟକ୍ଷ ଜନାବ୍ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ଗତ ୨୪ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହୋଇଛି। ଏଥିରେ ନୟାଗଡ଼ ଜିଲ୍ଲା ସମଗ୍ର ଶିକ୍ଷା ଷ୍ଟଲ ସ୍ଥାନ ପାଇଥିଲା। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଗୁଡ଼ିକ ସମ୍ପର୍କରେ ଦର୍ଶକ ମାନଙ୍କୁ ବୁଝା ଯାଇଥିଲା। ବିଶେଷ କରି ୨୦୧୬ ମସିହାରୁ ମାଧ୍ୟମିକ ସ୍ତରରେ ତୃତୀୟ ଭାଷା ଭାବେ ଧନ୍ଦାମୂଳକ ଶିକ୍ଷା ପ୍ରଚଳିତ ହୋଇଥିବା ବେଳେ ଚଳିତ ବର୍ଷ […]
ନୟାଗଡ଼, (ଓଡ଼ିଶା ଦର୍ପଣ): ନୟାଗଡ଼ ସଙ୍ଗୀତଧାରା ପକ୍ଷରୁ ଚାଲିଥିବା ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ବ୍ଲକ ପର୍ଯ୍ୟାୟ ଅଡିସନ ଆଜି ଗଣିଆ ବ୍ଲକ ଅଡିସନ ସହିତ ଶେଷ ହୋଇଛି।ଆସନ୍ତା ୫ ତାରିଖରେ ଏହାର ସେମିଫାଇନାଲ ପ୍ରତିଯୋଗିତା ନୟାଗଡ଼ରେ ଅନୁଷ୍ଠିତ ହେବ। ଗଣିଆ ବ୍ଲକରେ ଅନୁଷ୍ଠିତ ପ୍ରତିଯୋଗିତାରେ ୪ ଜଣ ପ୍ରତିଯୋଗୀ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନେ ହେଲେ ଓମକାର ମହାପାତ୍ର, ଅଭିମନ୍ୟୁ ପଣ୍ଡା, ଲୀନା ସାହୁ ଏବଂ କଲ୍ୟାଣୀ କରଣ। ।ସଙ୍ଗୀତଧାରା ସମ୍ପାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ […]
ନୟାଗଡ଼, (ଓଡ଼ିଶା ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ବିଶ୍ଵନାଥ ମହାପାତ୍ରଙ୍କ ସଦ୍ୟ ପ୍ରକାଶିତ ଉପନ୍ୟାସ ‘ଏଥୁ ଅନନ୍ତରେ’ ର ପାଠକୀୟ ଚର୍ଚ୍ଚା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ! ପୁସ୍ତକର ସମୀକ୍ଷକ ଭାବରେ ଯୋଗଦେଇ ସାହିତ୍ୟିକ ତଥା ବିଧାୟକ ଡ.ଅରୁଣକୁମାର ସାହୁ ଉପନ୍ୟାସର ବିବିଧ ଦିଗ ଉପରେ ଆଲୋକପାତ କରି ଏହାକୁ ଏକ ସଫଳ ଯୁଗାନ୍ତକାରୀ ସୃଷ୍ଟି ବୋଲି କହିଥିଲେ ! ସ୍ଥାନ,କାଳ ଓ ପାତ୍ରର ଚୟନ, ଉପସ୍ଥାପନ ଓ ଗତିଶୀଳତାକୁ ଶ୍ରୀ […]
ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲାର କଳା, ସାହିତ୍ୟ,ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ କରିବା ପାଇଁ ଜନ୍ମ ନିଏ ନୟାଗଡ଼ ଜିଲ୍ଲା ମହୋତ୍ସବ । ଆମ ନୟାଗଡ଼ ଜିଲ୍ଲା ହେଉଛି ଅନେକ ଯୋଗଜନ୍ମାଙ୍କ ଏନ୍ତୁଡ଼ିଶାଳ । ଉତ୍କଳଘଣ୍ଟ କବି ଯଦୁମଣି ମହାପାତ୍ର, ଜୋତିର୍ବିଦ ସାମନ୍ତ ଚନ୍ଦ୍ର ଶେଖର (ପଠାଣି ସାମନ୍ତ) , କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା, ସ୍ୱାଧୀନତା ସଂଗ୍ରାମୀ ସହିଦ ରଘୁ – ଦିବାକର, କଷ୍ଟି ଡାକୁଆ, କଣ୍ଡୁରୀ ପରିଡା, ବୁଦ୍ଧି ପରିଡ଼ା, ବିଶିଷ୍ଟ ସଂଗ୍ରାହକ ଦାଶରଥି ପଟ୍ଟନାୟକ, […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଚିନିକଳ କାର୍ଯ୍ୟକ୍ଷମ ହେବା ସମ୍ଭବ ନଥିବାରୁ ନୂଆ ଚିନିକଳ ନିର୍ମାଣ ପାଇଁ ପୁରୀ ସାଂସଦ ସମ୍ବିତ ପାତ୍ର ପ୍ରସ୍ତାବ ଦେଇଥିଲେ । ଏନେଇପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ଗତ ସେପ୍ଟେମ୍ବର ୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେଚିନିଶିଳ୍ପ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ପୁରୀ ସାଂସଦ ଉପସ୍ଥିତିରେ ବୈଠକ ହୋଇଥିଲା । ଯେହେତୁ ପୁରୁଣା ଚିନିକଳକୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ଅପରାହ୍ନରେ ଖବର କାଗଜ ବିତରକ ମାନଙ୍କୁ ପୁରୁଣା ସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଜିଲ୍ଲା ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବଣ୍ଟନ କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ନୟାଗଡ଼ ସହର ମଧ୍ୟରେ ଦୈନିକ ଖବର ବାଣ୍ଟୁଥିବା ସମସ୍ତ ବିତରକ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ସମାରୋହ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ବିଭାଗ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସମଗ୍ର ଶିକ୍ଷା ବାଳିକା ସଂଯୋଜିକା ଶ୍ରାବଣୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଆସନ୍ତା ୨୨ ତାରିଖ ରବିବାର ଦିନ ଦଶପଲ୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ତ୍ରିନାଥ ଛକସ୍ଥିତ ସୀତାରାମ ୟୁଥ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ମା’ ଦକ୍ଷିଣକାଳୀ ଭଲି କ୍ଳବ ପୁରୁଣା ସହରଆନୁକୂଲ୍ୟରେ ମା’ ଦକ୍ଷିଣକାଳୀଙ୍କ ବିଜେ ମଣ୍ଡା ବାଗନ ପଡିଆ ରେ ୫ମ ଶୁଭମ ମେମୋରିଆଲ ଭଲି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଏହି ଅବସରରେ ଅପରାହ୍ନ ୪ଘଟିକା ସମୟରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗ ଦେଇ ଭଲି ଟୁର୍ଣ୍ଣାମେଣ୍ଟକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଉଦଘାଟନ ସନ୍ଧ୍ୟାରେ ଭଲି ଟୁର୍ନାମେଣ୍ଟରେ କୋମଣ୍ଡ ଭଲି କ୍ଳବ ବନାମ ଦୁର୍ଗା ପ୍ରସାଦ ଭଲି […]
ନୟାଗଡ଼,(ଓଡିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ବିଜ୍ଞାନ ମେଳାରେ ରାଜ୍ୟସ୍ତରକୁ ସାତୋଟି ପ୍ରକଳ୍ପ ବିଚାରକଙ୍କ ଦ୍ୱାରା ମନୋନୀତ ହୋଇଥିବା ବେଳେ ସେଥିମଧ୍ୟରେ ରହିଛି ବାମନ ଅବକାଶ ସରକାରୀ ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଆଶୁତୋଷ ମହାରଣାଙ୍କ ଗବେଷଣାଧର୍ମୀ ପ୍ରକଳ୍ପ ” ହାଇଡ୍ରୋପୋନିକ୍ କୃଷି”।ଏହି ପଦ୍ଧତି ଦ୍ୱାରା ବିନା ମାଟିରେ କୃଷି କାର୍ଯ୍ୟ ହୋଇପାରିବ।ଏହା ମୁଖ୍ୟତଃ ଏକ ପୋଷଣୀୟ ଦ୍ରବଣର ସହାୟତାରେ ସମ୍ପାଦିତ ହୋଇଥାଏ। ବର୍ତ୍ତମାନ ସମୟରେ ଆଶାତୀତ […]
ନୟାଗଡ଼, (ଲକ୍ଷ୍ମୀଧର ସାହୁ):ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୩୯,୪୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ […]
