ନୟାଗଡ଼,(ଓଡ଼ିଶା ଦର୍ପଣ): ଡ୍ରଗସ୍ର ଅପବ୍ୟବହାରଆମ ଦେଶରେ ପ୍ରାୟତଃ ଯୁବବର୍ଗରେ ବୃଦ୍ଧିପାଉଛି । ଏହା ନିଶ୍ଚିତ ଭାବରେ ଏକ ଚିନ୍ତାର ବିଷୟ । ଜୁନ ୨୬ତାରିଖ ଆନ୍ତର୍ଜାତିକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ଅବସରରେ ନୟାଗଡ଼ ଏନଏସି ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ଡ୍ରଗସ୍ର ଅପବ୍ୟବହାର ରୋକିବା ପାଇଁ ପୂର୍ଣରୂପେ ସହଯୋଗ କରିବା ଏବଂ କୌଣସି ବି କ୍ଷତିକାରକ ଡ୍ରଗସ୍ କଦାପି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନବକଳେବର ରଥ ଚକ ସ୍ଥାପନ କମିଟି ଏବଂ ସଙ୍ଗୀତଧାରା ମିଳିତ ଆନୁକୂଲ୍ୟରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର,ଗୁରୁ ପ୍ରଭାତ କୁମାର ଦାଶ,ବିଜୟାନନ୍ଦ ମହାପାତ୍ର, ଗୁରୁ ରଜନୀକାନ୍ତ ମହାପାତ୍ର,ଡ.ଆଶୁତୋଷ ମିଶ୍ର,ପ୍ରଦୀପ୍ତ କୁମାର ରଥ, ସରୋଜ […]
ନୟାଗଡ଼, (ଓଡ଼ିଶା ଦର୍ପଣ): ନୟାଗଡ଼ ପୁରୁଣା ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଚତୁର୍ଦ୍ଧାମୂର୍ତ୍ତୀଙ୍କ ସୁନାବେଶ ଲାଗି ଉଦ୍ୟମ ସଫଳ ହୋଇଛି । ଦୀର୍ଘ ଚାରିବର୍ଷ ଧରି ଠାକୁର ସୁନାବେଶ ହୋଇପାରୁନଥିଲେ । ଅଳଙ୍କାର ଉପରୁ ସୁନା ଲେପ ଛାଡିଯିବାରୁ ଉକ୍ତ ଅଳଙ୍କାର ଠାକୁର ଲାଗି ହେଉନଥିଲେ । ବାରମ୍ବାର ଦାବି ସତ୍ୱେ ଖର୍ଚ୍ଚ ଅଟକଳ ସାତଲକ୍ଷ ଟଙ୍କା ଦେବୋତ୍ତର ବିଭାଗ ଦେବାକୁ ଅକ୍ଷମ ଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଘୋର ଆଘାତ ଲାଗିଥିଲା । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନବକଳେବର ରଥ ଚକ ସ୍ଥାପନ କମିଟି,ସଙ୍ଗୀତଧାରା ଏବଂ ଶ୍ରୀସୃଜନର ମିଳିତ ଆନୁକୂଲ୍ୟରେ ଚଳିତ ଜୁନ ୨୨ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀଙ୍କ ପୌରୋହିତ୍ୟରେ ସ୍ଥାନୀୟ ମହର୍ଷି ବିଦ୍ୟାମନ୍ଦିର ଖେଳ ପଡ଼ିଆ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ):’ଶ୍ରୀସୃଜନ’,ନୟାଗଡ଼ ଦ୍ବାରା ପ୍ରସ୍ତୁତ ଏକ ଭଜନ,”ରଜ ପାନଭାଙ୍ଗିଲି” ,ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ,ନୟାଗଡ଼ ପୁରୁଣା ସହରସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଲୋକାର୍ପିତ ହୋଇ ଯାଇଛି। ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର ଚୌଧୁରୀ,ସୁରଗନ୍ଧର୍ବ ନବକିଶୋର ମିଶ୍ର, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଲକ୍ଷ୍ମୀଧର ସାହୁ,ପ୍ରଶାନ୍ତ ପଟ୍ଟନାୟକ, ଅଶୋକ ମଲ୍ଲ, କଣ୍ଠ ଶିଳ୍ପୀ ପ୍ରଶାନ୍ତ ଦାସ, କାଦମ୍ବିନୀ ମହାପାତ୍ର, ମଧୁସ୍ମିତା ବେହେରା, ଅନନ୍ୟା, ବିଜୟାନନ୍ଦ ମହାପାତ୍ର, ଦିଲ୍ଲୀପ ସାହୁ, ଆନନ୍ଦ ଦାସ, ପ୍ରଦୀପ୍ତ ଡାକୁଆ, ଲକ୍ଷ୍ମୀଧର […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଏକ ବାଇକ ଦୁର୍ଘଟଣାରେ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲର କାର୍ଯ୍ୟରତ କିରାଣୀ ଦିବାକର ତ୍ରିପାଠୀ(୪୬)ଙ୍କ ମୃତ୍ୟୁ ଘଟିଛି। ଆଜି ପୂର୍ବାହ୍ନରେ ଭୁବନେଶ୍ୱର ବୋର୍ଡ଼ ଅଫିସକୁ ଅନ୍ୟ ଜଣେ କର୍ମଚାରୀଙ୍କ ସହିତ ବିଦ୍ୟାଳୟ କାର୍ଯ୍ୟରେ ନିଜ ବାଇକରେ ଯାଉଥିବା ବେଳେ ଖୋର୍ଦ୍ଧା ନିକଟ ପିତାପଲ୍ଲୀ ଛକ ନିକଟରେ ସାମନା ପଟୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ପଛରେ ବସିଥିବା ଅନ୍ୟ ଜଣେ ଗୁରୁତର […]
ନୟାଗଡ଼, (ଓଡ଼ିଶା ଦର୍ପଣ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା ବରିଷ୍ଠ ଅଧ୍ୟାପକ ଡ. ବିପିନ କୁମାର ପଟ୍ଟନାୟକ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଅଶ୍ବିନୀ କୁମାର ନାୟକ ଗତକାଲି ଅବସର ଗ୍ରହଣ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ଡ. ପଟ୍ଟନାୟକ ଜଣେ ଛାତ୍ର ବତ୍ସଳ ଏବଂ ସୁ ଅଧ୍ୟାପକ ଭାବେ ବେଶ ଜଣାଶୁଣା ଥିବା […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏନଏସି ସରକାରୀ ହାଇସ୍କୁଲର ଛାତ୍ର ମିଲନ ପ୍ରସାଦ ସାହୁ ଚଳିତ ମାଟ୍ରିକ ପରୀକ୍ଷାରେ ୫୪୪ ନମ୍ବର ରଖି ଏ-୧ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି ବିରଳ କୃତିତ୍ୱ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହିତ ଆଜି ପୂର୍ବାହ୍ନରେ ବିଦ୍ୟାଳୟରେ ପହଞ୍ଚି ସମ୍ପୃକ୍ତ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ,ବରିଷ୍ଠ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରିଛନ୍ତି। ଯାହା ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବର ବିଷୟ ।ଏହି ଉପଲକ୍ଷେ ଆଜି ଅପରାହ୍ନ ୦୨ଟା ସମୟରେ ବିଦ୍ଯାଳୟ ପରିସରରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଅଭିନନ୍ଦନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ […]
ଜାତୀୟ ଫେଡେରେସନ ଆଥଲେଟିକ୍ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ସ୍ବର୍ଣ୍ଣ ଜିତିଲେ ନୀରଜ । ତେବେ ପ୍ରଥମରେ ନୀରଜ ଭଲ ପ୍ରଦର୍ଶନ କରିବାକୁ ସଂଘର୍ଷ କରୁଥିବା ବେଳେ ତୃତୀୟ ରାଉଣ୍ଡ ସୁଦ୍ଧା ଦ୍ୱିତୀୟରେ ରହିଥିଲେ। ଚତୁର୍ଥ ରାଉଣ୍ଡରେ ୮୨.୨୭ ମିଟର ଫିଙ୍ଗି ପ୍ରଥମ ସ୍ଥାନକୁ ଆସିଥିଲେ ଏବଂ ଫାଇନାଲ ରାଉଣ୍ଡରେ ମଧ୍ୟ ସେ ଅଂଶଗ୍ରହଣ କରି ନ ଥିଲେ। ଡିପି ମନୁ ୮୨.୦୬ ମିଟର ଫିଙ୍ଗି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୬ ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୬୦ ଟି ଦେୱାନି […]
ନୟାଗଡ଼, (ଓଡ଼ିଶା ଦର୍ପଣ): ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କ ସଭାପତିତ୍ବରେ ଜିଲ୍ଲାର ସମସ୍ତ ଆର.ଓ, ଏ.ଆର.ଓ, ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାର ନିର୍ବାଚନ ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି । ଏହି ବୈଠକରେ ଜିଲ୍ଲାପାଳ ନୟାଗଡ଼ ଜିଲ୍ଲାରେ ମେ ୨୦ ଓ ମେ ୨୫ରେ ହେବାକୁ ଥିବା ସାଧାରଣ ନିର୍ବାଚନ କିପରି ସମସ୍ତଙ୍କ ସହଯୋଗରେ ସ୍ଵଚ୍ଛ, ନିରପେକ୍ଷ ଭାବରେ ସମ୍ପନ୍ନ ହୋଇପାରିବ, […]
