ବ୍ୟଙ୍ଗକବି ଶ୍ରୀ ଚିତାକଟାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶା ହାସ୍ୟ ବ୍ୟଙ୍ଗ ସାହିତ୍ୟର ଧୂରୀଣ ବ୍ୟଙ୍ଗକାର ସ୍ବର୍ଗତ ସରୋଜ କୁମାର ମିଶ୍ର (ଶ୍ରୀ ଚିତାକଟା )ଙ୍କ ବିୟୋଗରେ ଗତକାଲି ନୟାଗଡ଼ ନୀଳମାଧବ କଲ୍ୟାଣ ମଣ୍ଡପର ଯଦୁମଣି ସଭାଗୃହରେ ବ୍ୟଙ୍ଗ କଲମର ସମ୍ପାଦକ ରବୀନ୍ଦ୍ର ରାଉତଙ୍କ ଆବାହକତ୍ୱରେ ନୟାଗଡ଼ର ଏଗାର ଗୋଟି ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଯଥା ବ୍ୟଙ୍ଗ କଲମ,ଜିଲ୍ଲା ଲେଖକ ପରିଷଦ, ପରମ୍ପରା, ତଥାସ୍ତୁ, ସେତୁବନ୍ଧ, ଆର୍ଟ ପଏଣ୍ଟ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ମା’ ଫାଉଣ୍ଡେସନ, ନାଟ୍ୟଧାରା, […]

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବର କାଗଜ ‘ପ୍ରଗତିବାଦୀ’ର ଜିଲ୍ଲା ପ୍ରତିନିଧି ସୁବାସ ଚନ୍ଦ୍ର ମହାପାତ୍ରଙ୍କ ମାତା ହାର ଦେବୀଙ୍କ ବିୟୋଗ ଘଟିଛି। ଗତକାଲି ରାତ୍ର ୧୨ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଉଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୫ ପୁଅ, ବୋହୁ ଏବଂ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ। […]

ନଭେମ୍ବର ୩୦ ରୁ ଓପନ ଚେସ ଟୁର୍ଣ୍ଣାମେଣ୍ଟ

ନୟାଗଡ଼,(ଓଡ଼ିଶା ଦର୍ପଣ): ଚଳିତ ମାସ ୩୦ ତାରିଖରୁ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଓଡ଼ିଶା ଚେସ ଆସୋସିଏସନର ଅନୁମୋଦନ କ୍ରମେ ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଳବ, ନୟାଗଡ଼ ମିଳିତ ଆନୁକୂଲ୍ୟରେ ନଭେମ୍ବର ୩୦ ଏବଂ ଡିସେମ୍ବର ୧, ଦୁଇଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ କେସି କ୍ଳବ ପରିସରରେ ଅନୁଷ୍ଠିତ ହେବ। ଜିଲ୍ଲା ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉଭୟ ଜୁନିଅର […]

ସମ୍ବିଧାନ ଦିବସ ଆଲୋଚନା ଚକ୍ର ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ଆୟୋଜିତ ହୋଇଯାଇଅଛି।ଉକ୍ତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ସଭାପତିତ୍ବ କରିଥିବାବେଳେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଭାରତୀୟ ସମ୍ବିଧାନ ଓ ଏହାର ସାଧାରଣ ଜୀବନରେ ଉପାଦେୟତା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ଦ୍ବାରା ସମବେତ ଭାବରେ ସମ୍ବିଧାନର ପ୍ରିଆମ୍ବଲ୍ ପାଠ କରାଯାଇଥିଲା। ଏହି ଅବସରରେ “ଏକ ରାଷ୍ଟ୍ର-ଏକ ନିର୍ବାଚନ” ବିଷୟ ସମ୍ପର୍କରେ ଏକ ଆଲୋଚନା ଚକ୍ର […]

ପଠାଣି ସାମନ୍ତ ଉପାୟନ ପ୍ରଦାନ ଉତ୍ସବ

ନୟାଗଡ଼, (ଓଡ଼ିଶା ଦର୍ପଣ): ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’’ ସମ୍ମାନ ପାଇବା ପାଇଁ ଯଶସ୍ବୀ ସାରସ୍ଵତ ସାଧକ ତଥା ସ୍ୱନାମଧନ୍ୟ ନାଟ୍ୟକାର ଏବଂ ନାଟ୍ୟ ନିର୍ଦ୍ଦେଶକ ପ୍ରଫେସର ରାମଚନ୍ଦ୍ର ମିଶ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିଭଳି ନୟାଗଡ଼ର ପ୍ରାକ୍ତନ ଡି.ଏଫ୍.ଓ  ଏଚ୍.ଡି. ଧନରାଜଙ୍କୁ ‘ନୟାଗଡ଼ ବନ୍ଧୁ’’ ସମ୍ମାନ, କବି ତିଳକ ଡ. ସୁରେଶ ଚନ୍ଦ୍ର ବରାଡଙ୍କୁ ‘ଦାସିଆ ଅଜା ସାହିତ୍ୟ ସମ୍ମାନ’’, ବିଜ୍ଞାନସ୍ରଷ୍ଟା ଡ. ଗିରିଜା ଶଙ୍କର ମହାପାତ୍ରଙ୍କୁ ‘ ‘ପଠାଣି ସାମନ୍ତ ପ୍ରତିଭା […]

ଶ୍ରୀ ସୃଜନ ସଙ୍ଗୀତ ପ୍ରତିଯୋଗିତା, ଓମ୍ ପ୍ରସାଦ ପାଇଲେ ‘ସ୍ୱର ଶ୍ରୀ’ ସମ୍ମାନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଶ୍ରୀ ସୃଜନ, ନୟାଗଡ଼ ପକ୍ଷରୁ ସଙ୍ଗୀତ ପ୍ରତିଯୋଗିତା ଏବଂ ଶିଶିର ଉତ୍ସବ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ବର୍ଣ୍ଣ ଜୟନ୍ତୀ ସଭାଗୃହରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ସୁରଗନ୍ଧର୍ବ ନବକିଶୋର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ। ପ୍ରତିଯୋଗିତାରେ ୧୩ ରୁ ୧୭ ବର୍ଷ ବୟସର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି କେବଳ ଶ୍ରୀ ସୃଜନ ୟୁଟ୍ୟୁବ୍ ଚାନେଲରେ […]

ଭଏସ୍ ଅଫ୍ ନୟାଗଡ଼ର ଜିଲ୍ଲାସ୍ତରୀୟ ସଂଗୀତ ପ୍ରତିଯୋଗିତା ଉଦ୍ଘାଟିତ,ସେମି ଫାଇନାଲକୁ ଉନ୍ନୀତ ହେଲେ ୨୪ ଯୁବ କଣ୍ଠଶିଳ୍ପୀ

ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ଚାରିବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦ୍ଘାଟନ କରିଥିବା ବେଳେ ପ୍ରତିଯୋଗୀ ତଥା ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଅବିନାଶ ସାହୁ। ନୟାଗଡ଼ କ୍ଲବର ସାଭାପତି ଅଶୋକ […]

ନୟାଗଡ଼ରୁ ହାୱଡ଼ା ଏବଂ ବାଙ୍ଗାଲୋରକୁ ରେଳ ଚଳାଚଳ ସହିତ ବିଭିନ୍ନ ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚର ଗଣ ବିକ୍ଷୋଭ ଚେତାବନୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ନୟାଗଡ଼କୁ ରେଳ ଚଳାଚଳ ଗତ ୨୦୧୭ରୁ ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି ରେଳସେବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଗତ ୨୦୧୭ ମସିହା ଜୁନ ୧୯ ତାରିଖରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପର ଅଂଶ ସ୍ୱରୂପ ନୟାଗଡ଼ ଟାଉନ ଷ୍ଟେସନ ତତ୍କାଳୀନ ରେଳମନ୍ତ୍ରୀ ସୁରେଶପ୍ରଭୁଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଇତି ମଧ୍ୟରେ ଦୀର୍ଘ ୭ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ନୟାଗଡ଼ ଜିଲ୍ଲାବାସୀ ସର୍ବନିମ୍ନ ରେଳ ସୁବିଧା ପାଇ […]

ମାଟ୍ରିକ ୮୪ ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ଓଡ଼ିଶା ଦର୍ପଣ ) : ମାଟ୍ରିକ ୮୪ ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା ଶ୍ରଦ୍ଧାଞ୍ଜଳି ସଭା ମୈତ୍ରୀ ଯୁବ ସଂସଦ, ନୟାଗଡ଼ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ତଥା ଶିକ୍ଷାବିତ୍ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ନୟାଗଡ଼ରେ ରହୁଥିବା ମାଟ୍ରିକ ୮୪ ବ୍ୟାଚର ସହପାଠୀ […]

ସାବାସ! ସାମ୍ବାଦିକ ପ୍ରଦୀପ୍ତ ରଥ, ଗୋଟେ ଜୀବନକୁ ନୂଆ ଜୀବନ ଦେଇଥିବାରୁ…

ମାଛିପଡା ସୋସାଇଟି ପିଅନ ସନ୍ତୋଷ ପଣ୍ଡା ଗାଁରେ କିଛି ଟଙ୍କାକୁ ନେଇ ଜନୈକା ମହିଳାଙ୍କ ସହ ବଚଷା ହୋଇଥିଲା। ତା ପରଦିନ ସୋସାଇଟି ଭିତରେ ଅଧା ସଟର ଖୋଲି ଭିତରେ ରହି ନେଟ୍ ରୁ ସମ୍ବାଦିକଙ୍କ ନମ୍ବର ସର୍ଚ୍ଚ କରି ପାଇଲେ। ପୁଣି କନକ ନିୟୁଜ ନମ୍ବର ଅର୍ଥାତ ପ୍ରଦୀପ୍ତ ରଥଙ୍କ ଫୋନ ନମ୍ବର । ପ୍ରଦୀପ୍ତ ସେତେବେଳକୁ ତାଙ୍କ ନିଜ ଗ୍ରାମ ପଲ୍ଲୀଶାସନକୁ ଯାଉଥିଲେ। ଫୋନ ଯୋଗେ ଏହି ବିଷୟରେ ସାମ୍ବାଦିକ ରଥଙ୍କୁ ଜଣେଇଲା ପରେ […]

ଭାରୀଯାନ ଚଳାଚଳରେ ପ୍ରତିବନ୍ଧକ,ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ

ନୟାଗଡ଼, (ଓଡ଼ିଶା ଦର୍ପଣ):ମୋଟର ଯାନ ଆକ୍ଟ ୧୯୮୮(୫୯)ର ସେକ୍‌ସନ ୧୧୫ ଏବଂ ଓଡ଼ିଶା ମୋଟରଯାନ ରୁଲ ୧୯୯୩ର ରୁଲ ୧୭୩ ଅନୁସାରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ  ସମଗ୍ର ନୟାଗଡ଼ ଜିଲ୍ଲାରେ ମାଲ ପରିବହନ କରୁଥିବା ଭାରୀଯାନ ଯଥା-ଟିପର, ଟ୍ରକ୍‌, ଇତ୍ୟାଦି ଦ୍ୱାରା ବାଲି, ମୋରମ,ଗୁଣ୍ଡ ପଥର(ଚିପସ୍‌), ଖଣ୍ଡ ପଥର, ଇଟା ଇତ୍ୟାଦିର ପରିବହନ  ସକାଳ ୭ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ-ତଥା-ଜିଲ୍ଲା ମାଜଷ୍ଟ୍ରେଟ୍ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି। […]

ସରକାରୀ ଆଇ.ଟି.ଆଇ ନୟାଗଡ଼ରେ ଆଇନ ସଚେତନତା

ନୟାଗଡ଼,(ଓଡ଼ିଶା ଦର୍ପଣ): ଶିକ୍ଷା ଗ୍ରହଣ ଯେପରି ଗୁରୁତ୍ଵପୂର୍ଣ୍ଣ, ସେହିପରି ସଠିକ ବିଷୟ ଚୟନ, ଅଧିକାର, କର୍ତ୍ତବ୍ୟ ଓ ଆଇନଗତ ଜ୍ଞାନ ମଧ୍ୟ ଦରକାର । ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ  ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ସରକାରୀ ଆଇ.ଟି.ଆଇ ନୟାଗଡ଼ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଜାତୀୟ ଆଇନ ସେବା ପ୍ରାଧିକରଣ ସଙ୍ଗୀତ “ଏକ ମୁଠି ଆସମାନ” ଗାନ […]