ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲାରୁ ଉତ୍ପତ୍ତି ଲାଭ କରିଥିବା ଛେନାପୋଡ଼ ଆଜି ସମଗ୍ର ବିଶ୍ୱ ଦରବାରରେ ପ୍ରସିଦ୍ଧି ଲାଭ କରିଛି। ମିଠା ଜଗତର ବାଦଶାହ ଭାବେ ପରିଚିତ ଏହି ଛେନାପୋଡ଼ ନୟାଗଡ଼ ଜିଲ୍ଲାର ଗର୍ଵ ଏବଂ ଗୌରବର ପ୍ରତୀକ ଅଟେ। ପ୍ରତିବର୍ଷ ଅପ୍ରେଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଜିଲ୍ଲାର ଅଗ୍ରଣୀ ପବ୍ଲିକେଶନ ହାଉସ ଦର୍ପଣ ପବ୍ଲିକେଶନ ତଥା ନୟାଗଡ଼ ଦର୍ପଣ ପରିବାର ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ଖୁବ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରବେଶ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଅଧ୍ୟକ୍ଷତା କରି ଷଷ୍ଠ ଏବଂ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହିତ ଉତ୍ତମ ତଥା ଶୃଙ୍ଖଳିତ ବିଦ୍ୟାର୍ଥୀ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ବାଜିଛି ନିର୍ବାଚନ ବିଗୁଲ । ଏହା ମଧ୍ୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବହୁ ଦିନ ଧରି ଆରମ୍ଭ କରିଛନ୍ତି ନୂଆ ପ୍ରୟାସ । ବିଭିନ୍ନ ସମୟରେ ଛାତ୍ର ଓ ଯୁବକ ମାନଙ୍କୁ ନେଇ ସୁସ୍ଥ ସମାଜ ଗଠନ ସହିତ ଯୁବକ ମାନେ କିପରି ଶାରିରୀକ ମାନସିକ ସ୍ତରରେ ସୁସୁ ରହିବେ ସେଥି ନିମନ୍ତେ ଆରମ୍ଭ କରିଛନ୍ତି ପ୍ରୟାସ । ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଥିବା ଅରୁଣ ଏହା ମଧ୍ୟରେ ଯୁବ ଛାତ୍ରଙ୍କୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ଦୁଇଜଣ ଛାତ୍ରଛାତ୍ରୀ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏନଏସି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ଦାସ ‘ମୋ ସ୍ୱାସ୍ଥ୍ୟ ମୋ ଅଧିକାର’ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସେହି ଶ୍ରେଣୀର ଛାତ୍ର ଆୟୁଷ୍ମନ […]
ନୟାଗଡ଼,(ଓଡ଼ିଶା ଦର୍ପଣ) :ଓଡ଼ିଶାର ସ୍ଵନାମଧନ୍ୟା କଣ୍ଠଶିଳ୍ପୀ ତଥା ଭଜନ ସାମ୍ରାଜ୍ଞି ସ୍ବର୍ଗତ ଶାନ୍ତିଲତା ବାରିକଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ମହର୍ଷି ବିଦ୍ୟାମନ୍ଦିର ସମ୍ମୁଖ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା।ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଥିଲେ।ଭାବପୂର୍ଣ୍ଣ କଣ୍ଠରେ ତାଙ୍କ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଅଦ୍ୟ ପୂର୍ବାହ୍ନ ୧୧ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୁଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ବିଜେଙ୍କ ମହାବାରୁଣୀ ସ୍ନାନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୬ ତାରିଖ ଦିନ ୧୨ଘଟିକା ସମୟରେ କଣ୍ଟିଲୋର ମହାନଦୀ ଘାଟରେ ପ୍ରଭୁ ଶ୍ରୀ ନୀଳମାଧବଙ୍କ ବାରୁଣୀ ସ୍ନାନ ଦେବ ନୀତି ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଅଶ୍ୱସ୍ଥପଡ଼ା ଦୁର୍ଗା ଚରଣ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଅଲେଖ ଖଟେଇଙ୍କ ହୃଦଘାତରେ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଆଜି ଶନିବାର ଥିବାରୁ ସେ ସକାଳୁ ବିଦ୍ୟାଳୟକୁ ଆସିଥିଲେ। ତେବେ ବିଦ୍ୟାଳୟ ଛୁଟି ସମୟରେ ନିଜକୁ ଅସ୍ଵାଭାବିକ ଅନୁଭବ କରିବାରୁ ବିଦ୍ୟାଳୟର ୨ ଜଣ ଶିକ୍ଷକ ତାଙ୍କୁ ତାଙ୍କ ନିଜ ଗ୍ରାମ ସୋଲାପଟାରେ ନେଇ ଛାଡି ଦେଇ ଆସିଥିଲେ। ଘରେ ପହଞ୍ଚିବାର କିଛି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଆଜି ଏକ ବିଶାଳ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ପୁରୀ ସାଂସଦ ପାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପ୍ରାର୍ଥ ଡ. ଅରୁଣ କୁମାର ସାହୁ ଯୋଗଦେଇ ଡବଲ ଶଙ୍ଖ ପାଇଁ ଆହ୍ୱାନ ଦେଇଥିଲେ।ରାଜନୀତି ସହ ସେବା ମୋ ଜୀବନର ଲକ୍ଷ୍ୟ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ। କରେନା ମହାମାରୀ ସମୟରୁ ଓଡ଼ିଶା ମୋ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଛାତ୍ରଛାତ୍ରୀଙ୍କୁ ସନ୍ତୁଳିତ ପରିବେଶ ତଥା ସବୁଜ ପୃଥିବୀ ଗଠନ ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ମାନଙ୍କରେ “ଜାତୀୟ ଯୁବ ବାହିନୀ ତଥା ଇକୋ କ୍ଲବ୍” କାର୍ଯ୍ୟ କରୁଛି l ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ପ୍ରତିଷ୍ଠିତ ଇକୋ କ୍ଲବ୍ ଅଧୀନରେ ଗତକାଲି ଇକୋ କ୍ଳବ୍ର ବାର୍ଷିକୋତ୍ସବ ପାଳିତ ହୋଇଥିବା ବେଳେ ବ୍ଲକ୍ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ କର୍ମଶାଳାରେ ଅତିଥି ଭାବରେ ଯୋଗଦେଇଥିଲେ l ମୋ ସ୍କୁଲ କମିଟିର ସଭାପତି ଭଗବାନ୍ ଜେନା , […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସମଗ୍ର ବିଶ୍ୱରେ ନାଟକର ମହତ୍ତ୍ଵକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଏଥିପ୍ରତି ଆଗ୍ରହ ସୃଷ୍ଟିକରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ପାଳିତ ହେଉଛି ବିଶ୍ୱ ନାଟ୍ୟ ଦିବସ। ଏହି ଉପଲକ୍ଷେ ନୟାଗଡର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଂଚାୟନ ତରଫରୁ ନ୍ୟୁ ଜନତା କଂପ୍ଳେକ୍ସ ପରିସରରେ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ. ଅରୁଣ କୁମାର ସାହୁ ଯୋଗଦେଇ ନାଟକ କେବଳ ମନୋରଂଜନ ପାଇଁ ନୁହେଁ ବରଂ ସୁସ୍ଥ ତଥା ସକାରାତ୍ମକ ସମାଜ ଗଠନରେ […]
ଜାତୀୟ ଏବଂ ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ନୟାଗଡ଼ ସହରର ସମସ୍ତ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଗୁଡ଼ିକ ରୂପାନ୍ତରିତ ହୋଇ ନୂତନ ରୂପରେଖ ପାଇ ଉଦଘାଟିତ ସାରିଥିବା ବେଳେ ଏନଏସି ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକ କାର୍ଯ୍ୟ ଦୀର୍ଘ ୩ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି । ଫଳରେ ଫାଟକ ନଥିବାରୁ ସନ୍ଧ୍ୟା ସମୟରେ ବିଦ୍ୟାଳୟ ପରିସରରେ ନିଶାଡ଼ି ତଥା ଅସାମାଜିକ ଲୋକମାନଙ୍କ ପାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ମାର୍ଚ୍ଚ ୨୭ ତାରିଖ ବିଶ୍ବ ନାଟ୍ୟ ଦିବସ । ଏହି ଅବସରରେ ନୟାଗଡ଼ କେ.ସି. କ୍ଳବ ଠାରେ ‘ନାଟ୍ୟଧାରା’ ଆନୁକୁଲ୍ୟରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ବ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ବିଶ୍ଵ ନାଟ୍ୟ ଦିବସର ତାତ୍ପର୍ଯ୍ୟ, ଆହ୍ବାନ ଆଉ ଲକ୍ଷ୍ୟ ଉପରେ ଆଲୋଚନା ରଖି ପୃଥିବୀରେ ନାଟ୍ୟ ଆନ୍ଦୋଳନର ଏକ ଚିତ୍ର ଉପସ୍ଥାପନ କରିଥିଲେ ନାଟ୍ୟକାର କମ୍ରେଡ ବିଶ୍ବନାଥ ମହାପାତ୍ର । ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା […]
