ନୟାଗଡ଼,୨୨/୧: ୨୩ ତାରିଖରେ ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ସେମିଫାଇନାଲ ପର୍ଯ୍ୟାୟ ନୟାଗଡ଼ ସାଗର ପୋଖରୀ କୂଳ ବୁଦ୍ଧ ମଣ୍ଡପରେ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ମୋଟ ୩୩ ପ୍ରତିଯୋଗୀ ସେମିଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟର ଅନ୍ତିମ ପ୍ରତିଯୋଗିତା ରଣପୁର ବ୍ଲକରେ ଅନୁଷ୍ଠିତ ହୋଇଥିଲା। ରଣପୁର ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ପ୍ରତିଯୋଗିତାରେ ମୋଟ ୭ ଜଣ ପ୍ରତିଯୋଗୀ ସେମିଫାଇନାଲ […]
ନୟାଗଡ଼: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମ ପଞ୍ଚାୟତର ବିରୋଧୀ ଦଳର ଆଗଧାଡ଼ିର ନେତାମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି। ଆଜି ଏହି ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟରେ ସାମିଲ ହେବା ଏବଂ ନୟାଗଡ଼ ବିଧାୟକ […]
ଓଡ଼ଗାଁ କଲେଜ ରୋଡରେ ଥିବା ଗାଇଡ଼ାନ୍ସ ପବ୍ଲିକ ସ୍କୁଲ ରେ ୨୦୨୩-୨୪ ପାଇଁ ଏକ ବିଜ୍ଞାନ,ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପଞ୍ଚାନନ ପଣ୍ଡା ଉଦଘାଟନ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀ ପାଇଁ ବିଚାରକ ଭାବେ ଓଡ଼ଗାଁ କ୍ଲଷ୍ଟର ର ସି ଆର ସି ସି ନରେଶ ପାଣିଗ୍ରାହୀ , ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ମୋହନ ସାହୁ ଏବଂ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବୁଦ୍ଧିଆ ପାତ୍ର ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିବା […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ) : ନୟାଗଡ଼ବାସୀଙ୍କ ଭାବାବେଗ ସହିତ ଯୋଡ଼ି ହୋଇ ରହିଥିବା ପଠାଣି ସାମନ୍ତ ସଂସ୍କୃତି ଭବନ (ଅଡିଟୋରିଅମ) ଏବେ ନୂତନ ରୂପରେଖ ପାଇବାକୁ ଯାଉଛି। ନୟାଗଡ଼ ବିକାଶର ଅନ୍ୟତମ ସ୍ମାରକୀ ଭାବେ ଠିଆ ହେବାକୁ ଯାଉଛି ଏହି ଅତ୍ୟାଧୁନିକ ଅଡିଟୋରିଆମ। ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିଜସ୍ଵ ଉଦ୍ୟମ, ଆନ୍ତରିକ ପ୍ରଚେଷ୍ଟା ଏବଂ ନିଷ୍ଠା ବଳରେ ଏହା ଅତ୍ୟାଧୁନିକ ଶୈଳୀରେ ନିର୍ମିତ ହେଉଥିବା ବେଳେ ମଞ୍ଚ ନାଟକ ପାଇଁ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଅବସରରେ ନୟାଗଡ଼ ବୋଇତ ବନ୍ଦାଣ ମଞ୍ଚରେ ଆଜି ସନ୍ଧ୍ୟାରେ ମଞ୍ଚସ୍ଥ ହେବ ନାଟକ ‘ପତିତପାବନ ବନା ଆଉ କେତେ ବେଳକୁ’ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଦ୍ବାରା ଆୟୋଜିତ ଏହି ନାଟକକୁ ପରିବେଷଣ କରିବେ ନୟାଗଡ଼ର ଅଗ୍ରଣୀ ନାଟ୍ୟନୁଷ୍ଠାନ ‘ଚମତ୍କାର’ର କଳାକାର ମାନେ । ନାଟ୍ୟକାର ଗଦାଧର […]
ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ୍ , ସିଙ୍ଗାରପଲ୍ଲୀ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଓଡ଼କପା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଆଶୁତୋଷ ଖିଲାର ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନ ଶିକ୍ଷକ ସୀମାଞ୍ଚଳସେନାପତି। ବିଦ୍ୟାଳୟରେ ଆୟୋଜିତ ପି.ଟି.ଏମ ବୈଠକରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୀମାଞ୍ଚଳ ସେନାପତି ତାଙ୍କୁ ପଦକ, ଉପଢୌକନ ଏବଂ ଉପହାର ପ୍ରଦାନ ସ୍ଵରୂପ ସମ୍ବର୍ଦ୍ଧିତ କରିଥିଲେ। ସୂଚନା ଥାଉକି ଆଶୁତୋଷ ଖିଲାର ବିଦ୍ୟାଳୟର ଟପ୍ପର ଛାତ୍ର ଥିଲେ। ତାଙ୍କର ପିତା ପ୍ରତାପ ଚନ୍ଦ୍ର ଖିଲାର ଜଣେ […]
ନୟାଗଡ଼,୧୫/୧ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ନୟାଗଡ଼ରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ବୁଲୁଥିବା ଜୟ ଜଗନ୍ନାଥ ଅର୍ପଣ ରଥର ଉଦଯାପନ ଉତ୍ସବ ପୁରୁଣା ସହର ସ୍ଥିତ ମା’ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ,ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବିଡିଓ ପଦ୍ମଚରଣ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ନୟାଗଡ଼ ବ୍ଲକର […]
ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ଉନବିଂଶ ବାର୍ଷିକ ଉତ୍ସବ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଦିବସରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଶୋଭାଯାତ୍ରା, ରକ୍ତଦାନ ଶିବିର,ସ୍ବାସ୍ଥ୍ଯ ପରାମର୍ଶ ଶିବିର ଓ ଧର୍ମ ଆଲୋଚନା ସଭା ହୋଇଥିବା ବେଳେ ଦ୍ବିତୀୟ ଦିବସରେ ବିଦ୍ଯାଳୟର ଉନବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ର ମାନ୍ୟବର ବିଧାୟକ […]
ନୟାଗଡ଼,୧୩ା୧: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷର ପ୍ରଥମ ତଥା ଶିକ୍ଷାବର୍ଷର ଚତୁର୍ଥ ଶିକ୍ଷକ-ଅଭିଭାବକ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ୍ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ମୋ’ ବିଦ୍ୟାଳୟ କମିଟି ସଭାପତି ଲକ୍ଷ୍ମୀଧର ମହାପାତ୍ର ଅତିଥିଭାବେ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଆଲୋଚନାରେ ଛାତ୍ରଛାତ୍ରୀ ମାନଙ୍କ ଶୈକ୍ଷିକ ଅଭିବୃଦ୍ଧି, ଆସନ୍ତା ବାର୍ଷିକ ପରୀକ୍ଷା ପାଇଁ […]
ନୟାଗଡ଼ :- ଜାତୀୟ ଯୁବ ଦିବସ ଅବସରରେ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଜିଲ୍ଲା ସ୍ଥରୀୟ ଯୁବ ଉତ୍ସବ ଓ ମିନି ମାରାଥନ – 2024 ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ “ଦେଶ ପାଇଁ ଯୁବକ” ର ବାର୍ତା ଦେଇ ଦୁର୍ଗାପ୍ରସାଦ ଠାରୁ ନୟାଗଡ଼ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା l ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ସବୁଜ ପତାକା ଦେଖାଇ ମିନି ମାରାଥନର ଶୁଭ ଉଦଘାଟନ […]
ଭିଜିଲାନ୍ସ ପଞ୍ଝା ରେ ନୟାଗଡ଼ ଏମଭି ଆଇ, ପଞ୍ଚାନନ ବେହେରାଙ୍କ କାର୍ଯ୍ୟାଳୟ ସମେତ 7ଟି ସ୍ଥାନ ରେ ଭିଜିଲାନ୍ସ ରେଡ, ଏହି ଚଢ଼ାଉ ରେ ଭିଜିଲାନ୍ସ ପକ୍ଷରୁ 6ଜଣ ଡ଼ିଏସପି,3ଜଣ ଇନିସପେକ୍ଟର 8ଜଣ ଏସ ଆଇ ଓ ଅନ୍ୟ୍ୟାନ୍ୟ ଷ୍ଟାଫ ମାନେ ସାମିଲ ହୋଇଛନ୍ତି,ନୟାଗଡ଼ ଅଫିସ ଓ ଭଡା ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ହୋଇଛି । ଭୁବନେଶ୍ବର ଶୈଳଶ୍ରୀବିହାରରେ ଦୁଇ ମହଲା କୋଠା, ପାଣ୍ଡରାରେ ଏକ ମହଲା କୋଠା ଠାବ ହୋଇଛି । […]
ନୟାଗଡ଼,୭/୧: ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଆଜି ଦଶପଲ୍ଲାସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକ୍ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ୧୪ରୁ ୨୪ବର୍ଷ ବୟସର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସଙ୍ଗୀତଜ୍ଞ ଶରତ କୁମାର ସାହୁ, ଡ.ଆଶୁତୋଷ ମିଶ୍ର ଏବଂ ଶୁଭଶ୍ରୀ ସନମ ଦାସ ଯୋଗଦାନ କରି ଶ୍ରେଷ୍ଠ କଣ୍ଠଶିଳ୍ପୀ ମାନଙ୍କୁ ଚୟନ […]
