ଓଡ଼ଗାଁ,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଅନ୍ତିମ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଯୁକ୍ତ ୩ ପ୍ରଥମ ଓ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ସଭାରେ ଶିକ୍ଷା ବିଭାଗ ବିଭାଗୀୟ ମୁଖ୍ୟ ପ୍ରଦୀପ୍ତ କୁମାର ବିଶ୍ବାଳ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ କଣ୍ଟିଲୋ କଲେଜ ଉଦ୍ଭିଦ ବିଭାଗ ବିଭାଗୀୟ ମୁଖ୍ୟ ସୁଜଳ କୁମାର ମହାରଣା ମୁଖ୍ୟ ଅତିଥିଭାବେ ଯୋଗ ଦେଇ […]
ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବଠାରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦାନ କରି ପଦୀପ ପ୍ରଜ୍ବଳନ କରି ବିଧିବଦ୍ଧ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚେସ ଆସୋସିଏସନ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ, କେସି […]
ଭୁବନେଶ୍ବର,(ଓଡ଼ିଶା ଦର୍ପଣ): ଏଇ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଜଣ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ବାହାର କରିଦେଇଛନ୍ତି। ସେମାନେ ହେଲେ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ସେହିପରି ବାଚସ୍ପତି ବିକ୍ରମ ଆରୁଖ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହାପେର ମନ୍ତ୍ରୀ ମଣ୍ଡଳର ଅଦଳ ବଦଳ ହେବ ବୋଲି ବେଶ ଚର୍ଚ୍ଚା ଚାଲିଛି। ଏହି ସମୟରେ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି ତାହା […]
ନୟାଗଡ଼,(ଓଡିଶା ଦର୍ପଣ) ବିଜୟ ଲକ୍ଷ୍ମୀ ରାଉତ: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଓସ୍ତିଆ ସମବାୟ ସମିତିରେ ମିଲର ଧାନ ନ ନେବାରୁ ଉତ୍ତେଜନା ଦେଖାଦେଇଛି । ଚାଷୀ ମାନେ ଉତ୍ୟକ୍ତ ହୋଇ ସମିତିର ସଭାପତି ଭାବଗ୍ରାହୀ ସ୍ବାଇଁ ଏବଂ ଜଳଧର ରାଉଳଙ୍କୁ ସମିତି କାର୍ଯ୍ୟାଳୟ ପରିସରରେ ବନ୍ଦ କରି ରଖିବା ସହିତ ଧାନ ନ ଉଠିବା ପର୍ଯ୍ୟନ୍ତ ସେଠାରେ ବସି ରହିବେ ବୋଲି ଦାବି କରିଛନ୍ତି । ଘଟଣାରୁ ଜଣାପଡିଛି ଯେ ଯୋଗାଣ ବିଭାଗ […]
“ ମୁଁ ଚକରା କହୁଛି” ନାଟକ ମଞ୍ଚସ୍ଥ ଭୁବନେଶ୍ୱର,(ଓଡିଶା ଦର୍ପଣ): ଚକରା ବିଷୋୟୀଙ୍କ ଦେଶ ମାତୃକା ପାଇଁ ସଂଗ୍ରାମ ଓ ତ୍ୟାଗ ଆଜି ଦିନରେ ବିରଳ ବୋଲି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଭଞ୍ଜନଗରର ତରୁଣ କଳାକାର ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ […]
ବାଲେଶ୍ୱର,(ଓଡିଶା ଦର୍ପଣ): ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଶ୍ରୀ ଷଡ଼ଙ୍ଗୀ ଗତ ସପ୍ତାହେ ହେଲା ଜ୍ବରରେ ପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଓ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଆଜି ଅପରାହ୍ଣରେ ବାଲେଶ୍ବର ଜିଲ୍ଲା ବଡ଼ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ନିମୋନିଆ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।
ନୟାଗଡ଼,(ଓଡିଶା ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ସେହି ଓଡିଶାର ମହାନାୟକ ଗାନ୍ଧୀ ଙ୍କ ପ୍ରିୟ ଓଡିଆ ଶ୍ରୀ ମିଶ୍ର ଙ୍କର ୧୩୩ ତମ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ଆଜି ନୟାଗଡ଼ ବ୍ଳକ ସଭାଗୃହରେ ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟପୂଜା କମିଟି ନୟାଗଡ଼ ର […]
ବୋଲଗଡ଼,(ଓଡ଼ିଶା ଦର୍ପଣ) : ବୋଲଗଡ଼ ବ୍ଲକ ଦେଉଳିସ୍ଥିତ ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଯୁଗ୍ମ ବିଭାଗର ୭ ଦିନିଆ ସ୍ବତନ୍ତ୍ର ଶୀତକାଳୀନ ଶିବିର ଉଦଯାପିତ ହୋଇଯାଇଛି l କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ପ୍ରମୋଦିନି ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ 25 ତାରିଖରୁ ଆରମ୍ଭ ହୋଇ ଆଜି ଏହା ଉଦଯାପିତ ହୋଇଯାଇଛି l ଉକ୍ତ ଶିବିରକୁ କଲେଜ ଅଧକ୍ଷ ଶେଖ ଅବଦୁଲ ରହିମ ଉଦଘାଟନ କରିବା ସହ ଶିବିର ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବ ବିକାଶରେ […]
ନୟାଗଡ଼,(ଓଡିଶା ଦର୍ପଣ): ଉତ୍କଳ ସମ୍ମିଳନୀର ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ୧୯୩୬ ଏପ୍ରିଲ୍ ୧ ତାରିଖ ଦିନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇପାରିଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରଚେଷ୍ଟାକ୍ରମେ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ହୋଇଥିଲା ଏବଂ ଏହାର ବୈଠକ ଡିସେମ୍ବର ୩୦ ତଥା ୩୧ ତାରିଖରେ କଟକର ଇଦଘା ପଡିଆ ଠାରେ ଅନୁଷ୍ଠିତ ହୋଇ ସେତେବେଳେ ଖଣ୍ଡ ବିଖଣ୍ଡିତ ଥିବା ଓଡ଼ିଶାକୁ ଏକାଠି କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ପ୍ରୟାସ […]
ଭୁବନେଶ୍ୱର,(ଓଡିଶା ଦର୍ପଣ): ନୂଆବର୍ଷ ପୂର୍ବରୁ ଆଇପିଏଓସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ଓଡ଼ିଶା ସରକାର। ଯାହାଫଳରେ ବଦଳିଛନ୍ତି ୧୧ ଜିଲ୍ଲାର ଏସପି। ପଦୋନ୍ନତି ପରେ ଅଖିଳେଶ୍ୱର ସିଂହ ହେଲେ ଏସ୍ଏପି ଡିଆଜି। ସେହିପରି ବ୍ରିଜେଶ କୁମାର ରାୟ ହେଲେ ଅନୁଗୁଳ ରେଞ୍ଜ ଡିଆଜି । ଚରଣ ସିଂ ମିନା ଅଗ୍ନିଶମ ଓ ହୋମଗାର୍ଡ ଡିଆଜି ହୋଇଥିବା ବେଳେ ସୁଧାଂଶୁ ଶେଖର ମିଶ୍ର ହେଲେ ଅନୁଗୁଳ ଏସପି। ରାହୁଲ ପି.ଆର୍ ହେଲେ ଜଗତସିଂହପୁର ଏସପି । ସେହିପରି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଖମାରସାହି ପଞ୍ଚାୟତର କଉଡା ଗ୍ରାମରେ ଶନିବାର ଭୋର୍ ସମୟରେ ଘର ଭିତରୁ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଦ୍ଧାର ମୃତଦେହଟି ସେହି ଗ୍ରାମର ସୁରେଶ ପ୍ରଧାନଙ୍କ ପତ୍ନୀ ସୀତା ପ୍ରଧାନଙ୍କର ବୋଲି ଜଣାପଡିଛି। ମୃତା ସୀତାଙ୍କ ବାପଘର ବାରିହାପିଟା ହୋଇଥିବା ବେଳେ ୭ବର୍ଷ ପୂର୍ବେ ସେ କଉଡା ଗ୍ରାମର ଯଦୁ ପ୍ରଧାନଙ୍କ ପୁଅ ସୁରେଶଙ୍କୁ […]
କଟକ,(ଓଡିଶା ଦର୍ପଣ): ସିମ୍ ଆକ୍ଟିଭ ନାଁରେ ଠକୁଥିବା ଗ୍ୟାଙ୍ଗର ପର୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ସାଇବର ସେଲ୍ । ତେବେ ଏହି ରାକେଟ୍ ରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ କ୍ରାଇମବ୍ରାଞ୍ଚ ସବିଶେଷ ତଦନ୍ତ ଜାରି ରଖିଛି । ଲୋକଙ୍କ ମୋବାଇଲକୁ ପ୍ରଥମେ ଏକ ଲିଙ୍କ୍ ମାଧ୍ୟମରେ ମେସେଜ୍ ପଠାଉଥିଲେ ଏହି ଠକମାନେ । ସିମ୍ ବ୍ଲକ୍ ହେଇଯିବ ବୋଲି କହୁଥିଲେ । ଏହାପରେ ଲୋକଙ୍କ ଠାରୁ […]
