ଅନନ୍ତଙ୍କ ପ୍ରିଓ୍ୱେଡିଂରେ ପପ୍‌ ସିଙ୍ଗର ରିହାନା, ଗୀତ ଗାଇବାକୁ କେତେ ଟଙ୍କା ନେବେ ଜାଣନ୍ତୁ

ବିଜନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ବିବାହ କରିବେ। ଏହାକୁ ନେଇ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଗ୍ଲୋବାଲ ପପ୍‌ ଷ୍ଟାର ରିହାନା ଏଥିରେ ଗୀତ ଗାଇବେ। ଏଥିଲାଗି ସେ ଗୁରୁବାର ଜାମନଗରରେ ପହଞ୍ଚି ସାରିଲେଣି। କୁହାଯାଉଛି ଯେ ଅମ୍ବାନୀଙ୍କ ପକ୍ଷରୁ ତାଙ୍କୁ ମୋଟା ପାଉଣା ମଧ୍ୟ ମିଳିଛି।ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆମେରିକାର ପ୍ରସିଦ୍ଧ ପପ୍ ଗାୟକ ରିହାନାଙ୍କୁ 8/9 ମିଲିୟନ୍ ଡଲାର୍ ପ୍ରଦାନ କରାଯାଇଛି। ଯଦି ଆମେ ଏହି ପରିମାଣକୁ […]

ଦୀପିକା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି।

ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ଦୀପିକା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ଗର୍ଭବତୀ ଥିବା ଘୋଷଣା କରିଛନ୍ତି। ସେପ୍ଟେମ୍ବରରେ ସେ ଏକ ସନ୍ତାନ ପ୍ରସବ କରିବେ ବୋଲି ଦୀପିକା ଏହି ପୋଷ୍ଟରେ କହିଛନ୍ତି।କିଛି ଦିନ ତଳେ ଅଭିନେତ୍ରୀ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କୁହାଯାଉଥିଲା ଯେ, ଦୀପିକା ୩ମାସର ଗର୍ଭବତୀ ଅଛନ୍ତି। […]

ପୂର୍ବତନ ଏମ୍‌ପି ଜୟପ୍ରଦାଙ୍କୁ ସ୍ବତନ୍ତ୍ର ଅଦାଲତ ଫେରାର ଘୋଷଣା କରିଛି

ଅଭିନେତ୍ରୀ ତଥା ପୂର୍ବତନ ଏମ୍‌ପି ଜୟପ୍ରଦା ଦୁଇଟି ମାମଲାରେ ଶୁଣାଣି ପାଇଁ ହାଜର ନ ହେବାରୁ ଏକ ସ୍ବତନ୍ତ୍ର ଅଦାଲତ ତାଙ୍କୁ ଫେରାର ଘୋଷଣା କରିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ବେଳେ ଆଚରଣ ବିଧିର ଉଲ୍ଲଂଘନ କରିଥିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେତେବେଳେ ସେ ଭାଜପାରୁ ପ୍ରାର୍ଥୀ ହୋଇଥିଲେ। ଏହି ମାମଲାରେ ଜୟ ପ୍ରଦାଙ୍କ ବିରୋଧରେ ୭ ଥର ଜାମିନି ବିହୀନ ପରୱାନା ଜାରି ହୋଇଥିବା ବେଳେ ସେ କୋର୍ଟରେ ହାଜର […]

୫୮ବର୍ଷରେ ଗର୍ଭବତୀ ହେଲେ ଗାୟକଙ୍କ ମାଆ

ସ୍ୱର୍ଗତଃ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା। ବର୍ତ୍ତମାନ ତାଙ୍କ ଘରେ ଖୁସି ଖବର ଆସିବାକୁ ଯାଉଛି। ସିଦ୍ଧୁଙ୍କ ମାଆ ଚରଣ କୌର ସିଂ ଖୁବ୍‌ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଆସନ୍ତା ମାସରେ ସେ ଏକ ଶିଶୁକୁ ଜନ୍ମ ଦେବେ। , ସିଦ୍ଧୁ ମୁସେୱାଲାଙ୍କ ମା’ ଏକ ସ୍ବତନ୍ତ୍ର କୌଶଳ ମାଧ୍ୟମରେ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି । ସିଦ୍ଧୁ ମୁସେୱାଲାଙ୍କ ମାମୁଁ ଚାମକୌର ସିଂ ନିଜେ ଏହା ନିଶ୍ଚିତ କରିଛନ୍ତି। ସିଦ୍ଧୁ ମୁସେୱାଲାଙ୍କ […]

ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି

ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ମୁମ୍ବାଇଠାରେ ପରଲୋକ ହୋଇଛି। କିଛିଦିନ ହେବା ଅସୁସ୍ଥ ଥିବା ଏହି ଗଜଲ ଗାୟକଙ୍କର ୭୨ ବର୍ଷ ବୟସରେ ପରଲୋକ ହୋଇଥିବା ସୂଚନା ମିଳିଛି। ପଙ୍କଜ ଉଧାସଙ୍କ ପରଲୋକ ନେଇ ତାଙ୍କ ଝିଅ ନାୟାବ ଉଧାସ ସୂଚନା ଦେଇଛନ୍ତି । ପଙ୍କଜଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅନେକ ଶ୍ରୋତା ସୋସିଆଲ୍ ମିଡିଆ ଜରିଆରେ ଶୋକ ପ୍ରକାଶ କରିଛନ୍ତି ।ଗଜଲ ଜଗତରେ ପଙ୍କଜ ଉଧାସ […]

ରେଷ୍ଟୁରାଣ୍ଟରେ ସୋନୁ ସୁଦ୍‌ଙ୍କ ବିଲ୍‌ ପୈଠ କଲେ ଅଜଣା ବ୍ୟକ୍ତି

ନିକଟରେ ସୋନୁ ରାତ୍ରୀ ଭୋଜନ ପାଇଁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ଯେତେବେଳେ ସେ ବିଲ୍‌ ପେ କରିବାକୁ ଗଲେ ଜାଣିବାକୁ ପାଇଲେ ଯେ, ଜଣେ ଅପରିଚିତ ବ୍ୟକ୍ତି ତାଙ୍କର ପୁରା ବିଲ ପୈଠ କରିଛନ୍ତି। ଏଥିସହ ବ୍ୟକ୍ତି ଜଣକ ଅଭିନେତାଙ୍କ ପାଇଁ ଏକ ସୁନ୍ଦର ନୋଟ ମଧ୍ୟ ଶେୟାର କରିଛନ୍ତି।ସୋନୁ ସୁଦ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ଯେତେବେଳେ ସେ ଦୁବାଇର ଏକ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲେ, କେହି ଜଣେ ତାଙ୍କର […]

ରାକୁଲ-ଜ୍ୟାକିଙ୍କୁ ବିବାହର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ରକୁଲ୍ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀ ପରସ୍ପରଙ୍କୁ ଜୀବନସାଥି କରିଛନ୍ତି । ଦୁହେଁ ବୁଧବାର ପରିବାର ଏବଂ ନିଜ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁଇ ସେଲିବ୍ରେଟିଙ୍କ ବିବାହ ଫଟୋ ସାମନାକୁ ଆସିବା ପରେ ଏବେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି ।ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କୁ ସେମାନଙ୍କ ବିବାହ ଅଭିନନ୍ଦନ ଜଣାଇଛନ୍ତି। ସେହି ପୋଷ୍ଟଟି […]

ଅଭିନେତା ରିତୁରାଜ ସିଂଙ୍କ ପରଲୋକ

ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହ(୫୯)ଙ୍କ ପରଲୋକ ଘଟିଛି। ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବର୍ତ୍ତମାନର ଲୋକପ୍ରିୟ ଟେଲିଭିଜନ ଶୋ ଅନୁପମାରେ ରିତୁରାଜ ସିଂଙ୍କୁ ଦେଖିବାକୁ ମିଳିଥିଲା। ଅଭିନେତାଙ୍କର ହଠାତ୍‌ ପରଲୋକ ହେବାର ଖବର ଶୁଣିବା ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ସେ ୧୯୯୩ରେ ଟିଭିରେ ଡେବ୍ୟୁ କରିଥିବା ବେଳେ ‘ହୋଗି ଅପନି ବାତ୍’, ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ଆହଟ୍, ଅଦାଲତ’, ‘ଦିଆ ଔର ବାତି ହମ୍’ […]

 ବରୁଣ ଧାୱନ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। 

ବରୁଣ ଧାୱନ ଏବଂ ନତାଶା ଦଲାଲ୍‌ ଖୁବ୍‌ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଦମ୍ପତିଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛି। ଏକ ପଟୋ ସେୟାର କରି ବରୁଣ ଏହା ପ୍ରକାଶ କରିଛନ୍ତି। ଅଭିନେତା ନିଜେ ତାଙ୍କ ପ୍ରଶଂସକଙ୍କୁ ତାଙ୍କ ପତ୍ନୀଙ୍କ ଗର୍ଭଧାରଣ ବିଷୟରେ ସୂଚନା ଦେଇଛନ୍ତି। ବରୁଣ ଏବଂ ନତାଶା ୨୦୨୧ରେ ବିବାହ କରିଥିଲେ, ଯଦିଓ ସେମାନେ ବର୍ଷ ବର୍ଷ ଧରି ପରସ୍ପରକୁ ଜାଣିଥିଲେ।ବରୁଣଙ୍କ ପୋଷ୍ଟ ବାହାରକୁ ଆସିବା ମାତ୍ରେ ଖୁବ୍‌ ଭାଇରାଲ ହୋଇଛି। ପ୍ରଶଂସକଙ୍କ […]

ମୃତ୍ୟୁମୁଖରୁ ବଞ୍ଚିଗଲେ ଏହି ଦୁଇ ଅଭିନେତ୍ରୀ

ନ୍ୟାଶନାଲ କ୍ରସ୍‌ ନାମରେ ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଛନ୍ତି। ସେ ଯେଉଁ ବିମାନରେ ଯାତ୍ରା କରୁଥିଲେ ଉକ୍ତ ବିମାନଟିକୁ ତାଙ୍କୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ରଶ୍ମିକା ମନ୍ଦନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ରଶ୍ମିକା ଅଭିନେତ୍ରୀ ଶ୍ରଦ୍ଧା ଦାସଙ୍କ ସହ ନଜର ଆସିଛନ୍ତି। ଏଥିସହ, ସେ ତାଙ୍କ କ୍ୟାପସନରେ ଲେଖିଛନ୍ତି ଯେ ଏହା କେବଳ ଏକ ସୂଚନା ଯେ ଆମେ ମୃତ୍ୟୁରୁ ଉଦ୍ଧାର ପାଇଛୁ। […]

ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଦୁଇ ବର୍ଷ ଜେଲ

ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କ ପାଇଁ ଅଡ଼ୁଆ ବଢିଛି । ତାଙ୍କର ଏକ ଚେକ୍ ବାଉଁସ୍ ମାମଲାରେ ଜାମନଗର କୋର୍ଟ ବଡ଼ ରାୟ ଦେଇଛନ୍ତି । ରାଜକୁମାର ସନ୍ତୋଷୀଙ୍କୁ କୋର୍ଟ ଦୁଇ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି ଏବଂ ଚେକ୍ ଆମାଉଣ୍ଟର ଦ୍ୱିଗୁଣା ରାଶି ଅର୍ଥାତ୍ ଦୁଇ କୋଟି ଟଙ୍କା ଜମା କରିବାକୁ ଆଦେଶ ଦେଇଛନ୍ତି ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିର୍ମାତା ରାଜକୁମାର ଜାମନଗର ବ୍ୟବସାୟୀ ଅଶୋକ ଲାଲଙ୍କଠାରୁ ୧ କୋଟି ଟଙ୍କା ଋଣ […]

ପରଲୋକରେ ଓଲିଉଡ୍‌ର ଅଭିନେତା ଚକ୍ରଧର ଜେନା

ଓଲିଉଡର ଭେଟେରାନ ଅଭିନେତା ଚକ୍ରଧର ଜେନା ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଦୀର୍ଘ ୨୩ ଦିନ ହେବ ଏମ୍ସ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲେ ,ସୋମବାର ରାତିରେ ହୃଦଘାତ ହେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।ଏନେଇ ଖବର ପ୍ରସାରିତ ହେବା ପରେ ସିନେମାଜଗତ ସହ ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି। ୧୯୮୩ରେ ଏନ୍ଏସ୍ଡି ବା ଜାତୀୟ ନାଟ୍ୟ ବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଚକ୍ରଧର ଜେନା ହଲିଉଡ ସିନେମା […]

Odisha Darpan Digital