ଖରାପ ନଜରରୁ ରକ୍ଷା ପାଇବା ପାଇଁ  ବ୍ୟବହାର ହେଉଛି  ଏହି ମହିଳାଙ୍କ ଚିତ୍ର

ଅନେକ ଲୋକ X କୁ ନେଇ ଜଣେ କ୍ରୋଧିତ, ବଡ଼ ଆଖି ଥିବା ମହିଳାଙ୍କ ପୋଷ୍ଟରର ଫଟୋ ସେୟାର କରୁଛନ୍ତି। ଇଣ୍ଟରନେଟରେ କିଛି ଲୋକ ଜାଣିବା ପର୍ଯ୍ୟନ୍ତ ଏହି ମହିଳା କିଏ ତାହା ଏକ ରହସ୍ୟ ହୋଇ ରହିଥିଲା।ଜଣେ X ବ୍ୟବହାରକାରୀ ଏକ AI ପ୍ଲାଟଫର୍ମରେ କରାଯାଇଥିବା ଏକ ପ୍ରଶ୍ନର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି। ଉତ୍ତର ଅନୁସାରେ, ଚିତ୍ରରେ ଥିବା ମହିଳା ଜଣକ କର୍ଣ୍ଣାଟକର ଜଣେ YouTuber ନିହାରିକା ରାଓ ଭାବରେ ଚିହ୍ନଟ ହୋଇଛନ୍ତି। […]

ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୋଦି

ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ । ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବୟସ ଜନିତ ରୋଗରେ ପୀଡ଼ିତ ଥିଲେ । ସେ ଦୀର୍ଘ ଦିନ ଧରି ଲିଭର ସିରୋସିସ୍, ହୃଦରୋଗ, କିଡନୀ ସମସ୍ୟା ଏବଂ ମଧୁମେହ ଭଳି ଅନେକ ଜଟିଳ ରୋଗରେ ପୀଡ଼ିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ […]

ଭାରତର ଦୁଇ ପଳାତକ, ଭାଇରାଲ ଭିଡିଓ ପାଇଁ ପୂର୍ବତନ IPL ଅଧ୍ୟକ୍ଷ ସରକାରଙ୍କୁ ମାଗିଲେ କ୍ଷମା

ଆଇପିଏଲ ସଂସ୍ଥାପକ ଓ ଦୁର୍ନୀତି ଅଭିଯୁକ୍ତ ଲଳିତ ମୋଦି ଭାରତ ସରକାରଙ୍କୁ କ୍ଷମା ମାଗିଛନ୍ତି। ନିକଟରେ ସେ ଲଣ୍ଡନର ଏକ ପାର୍ଟିର ଭିଡିଓ ସେୟାର କରିଥିଲେ। ଏଥିରେ ସେ କିଙ୍ଗଫିସର ଏୟାରଲାଇନ୍ସ ଋଣ ଠକେଇ ଓ ମନିଲଣ୍ଡରିଂ ମାମଲାରେ ପଳାତକ ବିଜୟ ମାଲ୍ୟାଙ୍କ ସହ ଦେଖିବାକୁ ମିଳିଥିଲେ। ଭିଡିଓରେ ସେ ନିଜେ ଦୁହିଁଙ୍କ ଯୋଡିକୁ ‘ସବୁଠାରୁ ବଡ଼ ପଳାତକ’ ବୋଲି କହିଥିଲେ। ଏହି ଭାଇରାଲ ଭିଡିଓ ପାଇଁ ସେ ଏବେ ଭାରତ ସରକାରଙ୍କୁ କ୍ଷମା ମାଗିଛନ୍ତି। ବିଜୟ […]

ବଡ଼ଦିନ ପରେ ନୂଆ ବର୍ଷରେ ପୁଣି ହରତାଳକୁ ଓହ୍ଲାଇବେ ଗିଗ୍ ୱାର୍କର୍ସ

ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶବ୍ୟାପୀ ଖାଦ୍ୟ ବିତରଣ କରୁଥିବା କର୍ମଚାରୀମାନେ ଏକ ବଡ ପ୍ରତିବାଦ ପ୍ରସ୍ତୁତି କରିଛନ୍ତି । ସ୍ୱିଗି, ଜୋମାଟୋ, ବ୍ଲିଙ୍କିଟ, ଆମାଜନ ଭଳି ଜଡିତ ଡେଲିଭରି ପାର୍ଟନର , କ୍ୟାବ ଡ୍ରାଇଭର ଏବଂ ହୋମ ସର୍ଭିସ କର୍ମଚାରୀମାନେ ଧର୍ମଘଟରେ ଯିବେ । ଯାହା ଫଳରେ ଖାଦ୍ୟ ବିତରଣ , ଦ୍ରୁତ ବାଣିଜ୍ୟ ସେବା ଗୁରୁତର ଭାବେ ପ୍ରଭାବିତ ହେବ ।ରିପୋର୍ଟ ଅନୁସାରେ- ସ୍ଵିଗୀ, ଜୋମାଟୋ, ଜେପ୍ଟୋ, ବ୍ଲିଙ୍କଇଟ୍, ଆମାଜନ ଓ ଫ୍ଲିପକାର୍ଟ ଭଳି […]

ସୁନା ଶସ୍ତା ଭିତରେ ରେକର୍ଡ କଲା ରୂପା ମୂଲ୍ୟ

ସୁନା ପରି ରୂପା ମୂଲ୍ୟ ରେକର୍ଡ କରୁଛି। ଆଜି ରୂପା ପୁଣି ଥରେ ଏକ ନୂତନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସୋମବାର ରୁପା ଦର ପ୍ରାୟ ୬ ପ୍ରତିଶତ ବଢ଼ିଛି । ଫଳରେ କେଜି ପିଛା ରୁପା ଦର ୨ ଲକ୍ଷ ୫୪ ହଜାର ୧୭୪ ଟଙ୍କାରେ ପହଞ୍ଚିଛି ।ବିଗତ ସପ୍ତାହକରେ ରୁପା ଦରମ ପ୍ରାୟ ୧୫ ପ୍ରତିଶତ ବଢ଼ିଛି । ଏହା ପୂର୍ବରୁ ଶୁକ୍ରବାର କେଜି ପିଛା ରୁପା ଦର ୨ ଲକ୍ଷ ୪୨ ହଜାର […]

ଫାଷ୍ଟଫୁଡ୍‌ ଅଧିକ ଖାଇ ଯୋଡ଼ି ହୋଇଗଲା ଛାତ୍ରୀଙ୍କ ଅନ୍ତଃନଳୀ, ଚାଲିଗଲା ଜୀବନ

ଫାଷ୍ଟଫୁଡ୍ ନେଲା ଜୀବନ। ଉତ୍ତରପ୍ରଦେଶର ଅମରୋହରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀ ଅହାନା (୧୬ ବର୍ଷ) ଫାଷ୍ଟଫୁଡ୍ ଖାଇ ପ୍ରାଣ ହରାଇଛନ୍ତି ।ଚାଉମିନ୍, ମ୍ୟାଗି, ପିଜା ଏବଂ ବର୍ଗର ଭଳି ଖାଦ୍ୟର ଅତ୍ୟଧିକ ସେବନ ଯୋଗୁଁ ଏକାଦଶ ଶ୍ରେଣୀର ଛାତ୍ରୀ ଅହାନାଙ୍କର ଅନ୍ତନଳୀ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା। ଦୀର୍ଘ ଦିନର ଚିକିତ୍ସା ପରେ ରବିବାର ରାତିରେ ଦିଲ୍ଲୀ ଏମ୍ସରେ ହାର୍ଟ ଫେଲ୍ ହେବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ସୂଚନାମୁତାବକ ଅମରୋହା ନଗରର ମୋହଲ୍ଲା ଅଫଗାନାନରେ ରହୁଥିବା […]

ଦିଲ୍ଲୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଚୀନର ମାଷ୍ଟରପ୍ଲାନ୍

ଦିଲ୍ଲୀରେ ପ୍ରତିବର୍ଷ ଶୀତଦିନେ ବାୟୁ ପ୍ରଦୂଷଣ ଏକ ସାଧାରଣ ସମସ୍ୟା ପାଲଟିଛି। ବିଷାକ୍ତ ବାୟୁ, ଘନ କୁହୁଡ଼ି ଏବଂ ଶ୍ୱାସକ୍ରିୟା ଜନିତ ରୋଗରେ ଦିଲ୍ଲୀବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଦିଲ୍ଲୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଚୀନର ମାଷ୍ଟରପ୍ଲାନ୍। ୬ ଫର୍ମୁଲା ଦେଲା ବେଜିଂ। ଚୀନର ରାଜଧାନୀ ବେଜିଂ ଏକଦା ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଥିଲା। ସେଠାକାର ବାୟୁ ଦିଲ୍ଲୀ ପରି ବିଷାକ୍ତ ଥିଲା। ପୂରା ସହର ସବୁବେଳେ ଧୂଆଁର ଚାଦରରେ ଘୋଡ଼ାଇ ରହୁଥିଲା। ଚୀନ୍ […]

‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ନିର୍ମାତା ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ

ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିର ନିର୍ମାତା ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ। ବୁଧବାର ମଧ୍ୟରାତ୍ରରେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ସେ ନୋଏଡାସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶତାୟୁ ରାମ ସୁତାର ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ୧୯୨୫ ଫେବୃଆରୀ ୧୯ରେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଗୋନ୍ଦୁର ଗ୍ରାମରେ ଏକ ସାଧାରଣ ପରିବାରରେ ରାମ ସୁତାରଙ୍କ ଜନ୍ମ। ପିଲାଦିନରୁ ମୂର୍ତ୍ତି […]

ଦିଲ୍ଲୀ ପ୍ରଦୂଷଣ: ଏବେ ଘରେ କାମ କରିବେ ୫୦% ସରକାରୀ କର୍ମଚାରୀ

ଦିଲ୍ଲୀ ସରକାର ରାଜଧାନୀରେ ନିରନ୍ତର ଭାବରେ ଉଚ୍ଚ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ସମସ୍ତ କାର୍ଯ୍ୟାଳୟରେ 50% ଘରୁ କାମ କରିବା ବ୍ୟବସ୍ଥା ଲାଗୁ କରିଛନ୍ତି। ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । କିଛି ଦିନ ହେଲା ଦିଲ୍ଲୀ-ଏନସିଆରରେ ବାୟୂ ପ୍ରଦ୍ୟୁଷଣ ବଢ଼ିଚାଲିଛି । ପୂର୍ବରୁ ଅନଲାଇନରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଦିଲ୍ଲୀର ବାୟୁ ଗୁଣବତ୍ତା […]

ପଶ୍ଚିମବଙ୍ଗରେ SIR ପ୍ରକ୍ରିୟା ପରେ ବାଦ୍ ପଡିଲେ ୫୮ ଲକ୍ଷ ଭୋଟର

ନିର୍ବାଚନ କମିଶନ ପଶ୍ଚିମବଙ୍ଗ, ଗୋଆ, ରାଜସ୍ଥାନ, ପୁଡୁଚେରୀ ଏବଂ ଲକ୍ଷାଦ୍ୱୀପରେ ସ୍ପେଶାଲ ଇଣ୍ଟେସିଭ୍ ରିବିଜନ (SIR) ପ୍ରକ୍ରିୟା ପରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗରେ ଡ୍ରାଫ୍ଟ ତାଲିକାରୁ ସର୍ବାଧିକ ସଂଖ୍ୟକ ଭୋଟରଙ୍କୁ ବାଦ ଦିଆଯାଇଛି । ଏମାନଙ୍କ ସଂଖ୍ୟା ୫୮ ଲକ୍ଷ ରହିଛି । ଦେଢ଼ଲକ୍ଷ ନକଲି ନିର୍ବାଚନ କ୍ଷେତ୍ର , ତେବେ ଯେଉଁମାନଙ୍କ ନାଁ ବୈଧ୍ୟ ତଥାପି ଡ୍ରାପ୍ଟରେ ବାଦ ପଡିଛନ୍ତି ସେମାନେ ପୁଣି ଆବେଦନ କରିପାରିବେ । ଆବଶକୀୟ ଦସ୍ତାବିଜ ଦେଇ […]

ଆଜି ବିଜୟ ଦିବସ ; ଏହା ଭାରତୀୟ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ

ଡିସେମ୍ବର ୧୬ ତାରିଖ କେବଳ ଏକ ତାରିଖ ନୁହେଁ, ଏହା ଭାରତୀୟ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଆଜି ହେଉଛି ‘ବିଜୟ ଦିବସ’ । ବିଜୟ ଦିବସ ଭାରତର ବୀରତ୍ୱ, ସମର୍ପଣ ଏବଂ ସାମରିକ ଦକ୍ଷତାର ପ୍ରତୀକ। ଡିସେମ୍ବର ୧୬, ୧୯୭୧ ରେ, ପାକିସ୍ତାନୀ ସେନା ଭାରତୀୟ ସେନା ଏବଂ ମୁକ୍ତି ବାହିନୀ (ବାଂଲାଦେଶୀ ସ୍ୱାଧୀନତା ସଂଗ୍ରାମୀ) ନିକଟରେ ଆତ୍ମସମର୍ପଣ କରିଥିଲେ । ବିଶ୍ୱ ଏକ ନୂତନ ରାଷ୍ଟ୍ର, ବାଂଲାଦେଶର ଜନ୍ମ ଦେଖିଥିଲା । ଏହି […]

ଭାରତରେ ଲଞ୍ଚ୍ ହେଲା ଓଜନ କମାଉଥିବା ଔଷଧ Ozempic, ଡାଇବେଟିସ୍‌କୁ କରିବ ନିୟନ୍ତ୍ରଣ

ଔଷଧ କମ୍ପାନୀ ନୋଭୋ ନରଡିସ୍କ ଭାରତରେ ମଧୁମେହ ଔଷଧ ଓଜେମ୍ପିକ୍ ଲଞ୍ଚ କରିଛି। ଯାହା ଟାଇପ୍ ୨ ମଧୁମେହ ଚିକିତ୍ସାରେ ଏକ ପ୍ରମୁଖ ପଦକ୍ଷେପ। କମ୍ପାନି ଏହାର ୦.୨୫ ଏମଜିର ସାପ୍ତାହିକ ଡୋଜର ମୂଲ୍ୟ ୨୨୦୦ ଟଙ୍କା ଧାର୍ଯ୍ୟ କରିଛି ।Ozempic ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଏକ ସାପ୍ତାହିକ ଇଞ୍ଜେକ୍ସନ ଅଟେ, ଯାହା ୨୦୧୭ରୁ ଆମେରିକା ସମେତ ଦୁନିଆର ଅନେକ ଦେଶରେ ଉପଲବ୍ଧ ହେବ ।ଭାରତୀୟ ବଜାରରେ ଏହି ଔଷଧ ୦.୨୫ ଏମଜି, ୦.୫ ଏମଜି […]