୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ। ସାରା ଦେଶ ‘ଭାଲେଣ୍ଟାଇନ୍ସ ଡେ’ ପାଳନରେ ମସଗୁଲ୍ ଥିବାବେଳେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଆସିଥିଲା ଏକ ହୃଦୟ ବିଦାରକ ଖବର। ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଥିଲେ ଆମ ଦେଶର ୪୪ ଜଣ ସିଆରପିଏଫ୍ ଯବାନ୍ । ମାତ୍ର ୧୨ଦିନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଷଧ ନେଇଥିଲା ଭାରତୀୟ ସେନା । ଘଟଣାଟି ଥିଲା କିଛି ଏହିପରି… ପୁଲୱାମାର ନ୍ୟାସନାଲ ହାଇୱେ ଉପରେ ଆଗକୁ ବଢୁଥିଲା ସିଆରପିଏଫ୍ ଯବାନଙ୍କ […]
ମୋଦୀଙ୍କୁ ଟ୍ରମ୍ପଙ୍କ ବହି ଉପହାର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭେଟଘାଟ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ପୁସ୍ତକ ଉପହାର ଦେଇଛନ୍ତି ଟ୍ରମ୍ପ । ଏହି ବହିଟିର ନାଁ ରହିଛି ‘ଆୱାର ଜର୍ଣ୍ଣି ଟୁଗେଦର’। ୱାସିଂଟନ ଡିସିରେ ମୋଦିଙ୍କୁ ଏହି ପୁସ୍ତକ ପ୍ରଦାନ କରିଛନ୍ତି ଟ୍ରମ୍ପ। ଏଥିରେ ଦୁଇ ବନ୍ଧୁଙ୍କ ବିଭିନ୍ନ ସମୟର ଫଟୋ ରହିଛି। ହାୱଡି ମୋଦି ଓ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ସମୟରେ ଦୁଇ ନେତାଙ୍କର ସ୍ମରଣୀୟ ଫଟୋ ସ୍ଥାନ ପାଇଛି। […]
ହ୍ବାଇଟ୍ ହାଉସରେ ବିଶ୍ବର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ସାକ୍ଷାତ। ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ । ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ, ବେଆଇନ ଅନୁପ୍ରବେଶକାରୀଙ୍କ ସମସ୍ୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।ଦୁଇ ନେତା ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଥିଲେ – ଯେଉଁଥିରେ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ବାଂଲାଦେଶର ସଙ୍କଟ ଏବଂ ଏଥିରେ ଆମେରିକାର ଗଭୀର ରାଷ୍ଟ୍ର ଜଡିତ ଥିବା ଅଭିଯୋଗ ରହିଛି। ଉତ୍ତରରେ “ଆମେରିକା ବାଂଲାଦେଶରେ ଜଡିତ […]
ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂଙ୍କ ଇସ୍ତଫା ପରେ ନିଆଯାଇଛି ଏହି ବଡ଼ ନିଷ୍ପତ୍ତି ।୨୦୨୩ ମେ ୩ରୁ ମଣିପୁରରେ ଆରମ୍ଭ ହୋଇଥିଲା ଜାତିଗତ ହିଂସା । କୁକି ଏବଂ ମୈତେଇ ମଧ୍ୟରେ ଦେଢ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ହିଂସାରେ ୨୩୭ ଜଣଙ୍କ ମୃତ୍ୟୁ ହୋଇଛି । ୧୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନ୍ୟପଟେ ୬୦ ହଜାରରୁ ଅଧିକ ଲୋକ ନିଜ ଘର ଛାଡ଼ି […]
ଭାରତ ଦୀର୍ଘ ଦିନରୁ ଦୁର୍ନୀତି ବିରୋଧରେ ଲଢ଼େଇ କରୁଛି। ଦୁନିଆର ଦୁର୍ନୀତିଗ୍ରସ୍ତ ଦେଶ ମଧ୍ୟରେ ଭାରତର ସ୍ଥାନ କେଉଁଠି ଅଛି। ଏ ସମ୍ପର୍କିତ ଏକ ରିପୋର୍ଟ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲରେ ପ୍ରକାଶ ପାଇଛି। ଏହି ସୂଚକାଙ୍କରେ ବିଶ୍ୱର ସବୁଠୁ ଭ୍ରଷ୍ଟ ଓ ସବୁଠୁ ସଚ୍ଚୋଟ ଦେଶଙ୍କ ରାଙ୍କିଙ୍ଗ କରାଯାଏ। ସିପିଆଇ ୧୮୦ ଦେଶ ଓ କ୍ଷେତ୍ରଙ୍କ ସାର୍ବଜନିକ ଅନୁଷ୍ଠାନରେ ଭ୍ରଷ୍ଟାଚାରର କଥିତ ସ୍ତରର ଆଧାରରେ ରାଙ୍କିଙ୍ଗ କରିଥାଏ। ଦେଶମାନଙ୍କୁ ଶୁନରୁ ୧୦୦ ପର୍ଯ୍ୟନ୍ତ ନମ୍ବର ଦିଆଯାଏ। ଏଣୁ ସବୁଠୁ […]
ବାହାଘର ଚାଲିଥିବା ବେଳେ ପଶିଆସିଲା ବାଘ । ବାହାଘର ଛାଡି ଦୌଡିଲେ ଲୋକ । ଉତ୍ତରପ୍ରଦେଶ ଲକ୍ଷ୍ନୌର ବୁଦ୍ଧେଶ୍ବର ଏମଏମ ଲନରେ ବିବାହ ଚାଲିଥିବା ବେଳେ ବାହାଘରକୁ ପଶିଆସିଥିଲା ବାଘ । ବନ କର୍ମଚାରୀ ବାଘକୁ ଧରିବା ପାଇଁ ଆସି ନାକେଦମ୍ ହୋଇଛନ୍ତି ବୁଦ୍ଧେଶ୍ୱର ଅଞ୍ଚଳରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଏକ ଚିତାବାଘ ସେଠାରେ ପଶିଯିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଜୀବନ ବଞ୍ଚାଇବା ପାଇଁ ବିବାହ ବନ୍ଦ କରିବାକୁ ପଡ଼ିଥିଲା ଏବଂ ବର-କନ୍ୟା ଘଣ୍ଟା […]
ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଖୁବ୍ ଶୀଘ୍ର ପୃଥିବୀ ପୃଷ୍ଠକୁ ଫେରିବେ । ଆମେରିକୀୟ ସ୍ପେସ୍ ଏଜେନ୍ସି ‘ନାସା’ ଏହି ସୂଚନା ଦେଇଛି ।ମଙ୍ଗଳବାର ଦିନ ନାସା ପକ୍ଷରୁ କୁହାଯାଇଛି ଯେ ସ୍ପେସଏକ୍ସ ଆଗାମୀ ମହାକାଶ ଉଡାଣ ପାଇଁ କ୍ୟାପସୁଲ ପରିବର୍ତ୍ତନ କରିବ ତେଣୁ ବୁଚ୍ ୱିଲମୋର ଏବଂ ସୁନିତା ୱିଲିୟମ୍ସଙ୍କୁ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ବଦଳରେ ମମାର୍ଚ୍ର ମଧ୍ୟଭାଗରେ ହିଁ ଫେରାଇ ଅଣାଯିବ।ସୁନିତା ୱିଲିୟମ୍ସ ଗତ ବର୍ଷ ଜୁନ୍ ୫ରେ ବୁଚ୍ […]
ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ମାଗଣା ସୁବିଧା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। କୋର୍ଟ ମାଗଣା ଘୋଷଣା କରିବାର ପ୍ରଥାକୁ ନିନ୍ଦା କରିଛନ୍ତି। କୋର୍ଟ କହିଛନ୍ତି ଯେ, ଲୋକମାନେ ମାଗଣା ରାଶନ ଏବଂ ଟଙ୍କା ପାଉଥିବାରୁ କାମ କରିବାକୁ ଇଚ୍ଛୁକ ନୁହନ୍ତି।ଜଷ୍ଟିସ୍ ବି.ଆର. ଗବାଇ ଏବଂ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମସିହଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏପରି ମନ୍ତବ୍ୟ ଦେଇଛନ୍ତି। ଖଣ୍ଡପୀଠ ସହରରେ ରହୁଥିବା ବାସହୀନ ବ୍ୟକ୍ତିଙ୍କ ଆଶ୍ରୟ ଅଧିକାର ସହିତ ଜଡିତ ମାମଲାର […]
ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ବୁଧବାର ଦେହାନ୍ତ ହୋଇଯାଇଛି। ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମସ୍ତିଷ୍କ ରକ୍ତସ୍ରାବ ପରେ, ସେ ଲକ୍ଷ୍ନୌର ପିଜିଆଇରେ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ଉତରପ୍ରଦେଶ ସରକାର ଶୋକ ବ୍ୟକ୍ତ କରିଛନ୍ତି। ୧୯୪୫ରେ ସନ୍ତକବୀରନଗର ଜିଲ୍ଲାରେ ସତ୍ୟେନ୍ଦ୍ର ଦାସଙ୍କ ଜନ୍ମ |ବାପା ଅଭିରାମଦାସଙ୍କୁଠୁ ପ୍ରଭାବିତ ହୋଇ ପ୍ରଭୁ ରାମଙ୍କ ଭକ୍ତ ହୋଇଥିଲେ ସତ୍ୟେନ୍ଦ୍ର ପ୍ରଭୁଙ୍କ ସେବା ପାଇଁ ଘରଦ୍ବାରା ଛାଡି ଆଶ୍ରମରେ […]
ବହୁ ବିବାଦ ପରେ ଶେଷରେ ମମତା କୁଲକର୍ଣ୍ଣୀ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଇଛନ୍ତି। ସେ ସୋମବାର ସାମାଜିକ ଗଣମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ମମତା କୁଲକର୍ଣ୍ଣୀ କହିଛନ୍ତି, ମୁଁ ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଉଛି। ଦୁଇ ଆଖଡ଼ା ମଧ୍ୟରେ ମୋତେ ନେଇ ଯେଉଁ ବିବାଦ ଚାଲିଛି ସେଥିରେ ନେଇ ମୁଁ ମର୍ମାହତ। ମୁଁ ଜଣେ ସାଧ୍ଵୀ ଥିଲି ଏବଂ ଆଗକୁ ରହିବି ମଧ୍ୟ।ମୋତେ ମହାମଣ୍ଡଳେଶ୍ୱରର ସମ୍ମାନ ଦିଆଯାଇଥିଲା। ହେଲେ କିଛି ଲୋକଙ୍କ ପାଇଁ ଏହା […]
ପାରିବାରିକ ସମ୍ପତ୍ତି ବିବାଦକୁ ନେଇ ଆନ୍ଧ୍ରପ୍ରଦେଶର ୮୬ ବର୍ଷୀୟ ଶିଳ୍ପପତି ଭେଲମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓଙ୍କୁ ତାଙ୍କ ନାତି କୀର୍ତ୍ତି ତେଜା ୭୦ ଥର ଛୁରି ଭୁସି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ଅଭିଯୁକ୍ତଙ୍କ ନାଁ କେ. କୀର୍ତ୍ତି ତେଜା (୨୮) ।ମୃତକ ‘ଭେଲଜାନ୍’ ନାମକ ଗ୍ରୁପର ସିଏମଡି ଥିଲେ । ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଘଟଣା ସାମ୍ନାକୁ ଆସିଛି । ସମ୍ପତ୍ତିକୁ ନେଇ ଝଗଡ଼ା ପରେ ଆମେରିକା ଫେରନ୍ତା […]
ତିରୁପତି ମନ୍ଦିରର ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶୁଛି ପଶୁ ଚର୍ବି ଓ ମାଛ ତେଲ ମାମଲାରେ ୪ ଜଣ ଗିରଫ ହୋଇଛନ୍ତି । ଏମାନେ ହେଲେ ଭୋଳା ବାବା ଡାଏରୀର ପୂର୍ବ ନିର୍ଦ୍ଦେଶକ ବିପିନ ଜୈନ ଏବଂ ପୋମିଲ ଜୈନ, ବୈଷ୍ଣବ ଡାଏରୀର ଅପୂର୍ବ ଚାୱଡା ଏବଂ ଏଆର ଡେରୀର ରାଜୁ ରାଜଶେଖରନଙ୍କ ବୋଲି ଜଣାପଡିଛି । ଏସଆଇଟି ଏମାନଙ୍କୁ ଗିରଫ କରିଛି ।ତେବେ ତିରୁପତି ମନ୍ଦିରର ପ୍ରସାଦ ଲଡୁ ପାଇଁ ବ୍ୟବହାର […]
