ଦିନ ୧୧ଟାରୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସମ୍ୱୋଧନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’ କାର୍ଯ୍ୟକ୍ରମ ସକାଳ ୧୧ଟାରେ ଆରମ୍ଭ ହୋଇଛି। ଏହା ପରୀକ୍ଷା ପେ ଚର୍ଚ୍ଚାର ଅଷ୍ଟମ ସଂସ୍କରଣ। ପ୍ରଧାନମନ୍ତ୍ରୀଙ୍କ ଏହି ଆଲୋଚନା କାର୍ଯ୍ୟକ୍ରମ ଶିକ୍ଷା ବିଭାଗ ଦ୍ୱାରା ସ୍କୁଲଗୁଡ଼ିକରେ ସିଧା ପ୍ରସାରଣ କରାଯାଇଛି। କେବେ କେବେ ନିଜ ସହ ମଧ୍ୟ କଥା ହେବା ଉଚିତ୍ । ଯେଉଁଠି କେହି ପହଞ୍ଚିନଥିବେ ସେଠି ପିଲାମାନଙ୍କୁ ପହଞ୍ଚି, ନେତୃତ୍ବ ନେବାକୁ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ଉତ୍ତମ ସ୍ବାସ୍ଥ୍ୟ ପାଇଁ […]

ମହାକୁମ୍ଭ ମେଳାରେ ବୁଡ଼ ପକାଇଲେ ରାଷ୍ଟ୍ରପତି ।

ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ମହାମହିମ। ପ୍ରୟାଗରାଜର ମହାକୁମ୍ଭରେ ସକାଳୁ ସକାଳୁ ବୁଡ଼ ପକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ଦେଇଛନ୍ତି।ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉତ୍ତରପ୍ରଦେଶ ମୁ୍ଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହିଛନ୍ତି । ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ପରେପ୍ରଥମ ଥର ପାଇଁ ଦ୍ରୌପଦୀ ମୁର୍ମୁ କୁମ୍ଭମେଳାରେ […]

ନିର୍ବାଚନରେ ହାରିଲେ କେଜରିୱାଲ, ସିଲ୍ ହେଲା ଦିଲ୍ଲୀ ସଚିବାଳୟ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି, ଦିଲ୍ଲୀରେ ଏକଜିଟ୍ ପୋଲ୍ ଏକଜାଟ୍ ପୋଲରେ ପରିଣତ ହୋଇଛି । ନୂଆଦିଲ୍ଲୀ ଆସନରୁ ହାରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ, ଆଉ ଜିତିଛନ୍ତି ବିଜେପି ପ୍ରାର୍ଥୀ ପରଭେଶ ବର୍ମା । ଚଳିତ ବିଧାନସଭା ନିର୍ବାଚନରେ ଗେରୁଆ ଦଳକୁ ସ୍ପଷ୍ଟ ବହୁମତ ମିଳିବା ନିଶ୍ଚିତ ହୋଇଛି। ତେବେ ଦିଲ୍ଲୀ ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀ ସଚିବାଳୟରେ ଦୌଡଧାପଡ଼ ସ୍ଥିତି ଦେଖାଦେଇଛି । ଆମ୍ ଆଦମୀ ପାର୍ଟିର ନେତା ସଚିବାଳୟରେ ନଜର ଆସିଛନ୍ତି । […]

ଦିଲ୍ଲୀ ନିର୍ବାଚନରେ ହାରିଲେ ଅରବିନ୍ଦ କେଜ୍ରିୱାଲ ।

ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ୍)କୁ ଶକ୍ତ ଝଟକା ଲାଗିଛି। ଗୋଟିଏ ପଟେ ବିଜେପି ବିପୁଳ ବିଜୟ ହାସଲ କରିବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ ଅନ୍ୟପଟେ ଆପ୍‌ର ଟାଣୁଆ ନେତାମାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ତେବେ ଦିଲ୍ଳୀ ସିଟ୍‌ ରୁ ପରାଜୟ ବରଣ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହି ସିଟ୍‌ ରୁ ବିଜେପି ପ୍ରାର୍ଥି ପରବେଶ ବର୍ମା ବିଜୟ ଲାଭ କରିଛନ୍ତି । ଶେଷରେ ବାଜି ମାରିଲା ବିଜେପି । ସେହିପରି କାଲକାଜୀ ସିଟ୍‌ […]

ଜଣେ ସରକାରୀ କର୍ମଚାରୀଙ୍କୁ ଛୁଟି ନମିଳିବାରୁ ଘଟାଇଲେ ଅଭାବନୀୟ କାଣ୍ଡ ।

ଜଣେ ସରକାରୀ କର୍ମଚାରୀଙ୍କୁ ଛୁଟି ନମିଳିବାରୁ ଘଟାଇଲେ ଅଭାବନୀୟ କାଣ୍ଡ । ରାଗିଯାଇ ୪ ଜଣ ସହକର୍ମୀଙ୍କୁ କଲେ ଛୁରୀରେ ଆକ୍ରମଣ । ଖାଲି ସେତିକି ନୁହେଁ,ଆକ୍ରମଣ ପରେ ରକ୍ତ ଜୁଡୁବୁଡୁ ଛୁରି ଧରି ଏଣେ ତେଣେ ବୁଲିବାକୁ ଲାଗିଲା ଉତ୍ୟକ୍ତ ଯୁବକ ଜଣଙ୍କ । ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ତାଙ୍କ ପାଖକୁ ନଆସିବାକୁ ସେ ଧମକାଉଥିଲେ । ତେବେ ପୋଲିସ କୌଶଳ କରି ତାଙ୍କୁ ଗିରଫ କରିଛି । କାହିଁକି ଛୁଟିକୁ ନେଇ ଏଭଳି […]

୫ ବର୍ଷ ପରେ ରେପୋ ରେଟ୍‌ ହ୍ରାସ

ଆୟ କର କୋହଳ ପରେ ମଧ୍ୟବିତ୍ତଙ୍କୁ ଆଉ ଏକ ବଡ ଉପହାର ମିଳିଛି। ୫ ବର୍ଷ ପରେ ରେପୋ ରେଟ୍‌ ହ୍ରାସ ପାଇଛି। ପୂର୍ବରୁ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମେ ‘ ୨୦୨୦ରେ ରେପୋ ହାର ହ୍ରାସ କରିଥିଲା । କିନ୍ତୁ ଏହାପରେ ଏହାକୁ ଧୀରେଧୀରେ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଶେଷ ଥର ପାଇଁ ଫେବୃଆରୀ ୨୦୨୩ରେ ରେପୋ ହାର ବୃଦ୍ଧି କରାଯାଇଥିଲା। ଏମପିସି(ମନିଟାରୀ ପଲିସି କମିଟି) ବୈଠକ ପରେ ଭାରତୀୟ ରିଜର୍ଭ […]

ପ୍ରତ୍ୟକ ଦିବ୍ୟାଙ୍ଗ ଝିଅଙ୍କ ବିବାହରେ ୧୦ ଲକ୍ଷ ଟଙ୍କା ଦେବ ଅଦାନୀ ଗ୍ରୁପ

ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଆସନ୍ତାକାଲି ବିବାହ ବନ୍ଧନରେ ଆବଦ୍ଧ ହେବେ। ସେ ତାଙ୍କ ବିବାହ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜିତ ଆଦାନୀ ବିବାହ ପୂର୍ବରୁ ପ୍ରତିବର୍ଷ ୫୦୦ ଲୋକଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଗୌତମ ଅଦାନୀ କହିଛନ୍ତି ଯେ, ତାଙ୍କ ପୁଅ ଜୀତ ଏବଂ ବୋହୂ ଦିଭା ଏକ ପୁଣ୍ୟ ସଂକଳ୍ପ ସହ ନିଜର ବୈବାହିକ ଜୀବନ ଆରମ୍ଭ କରିବାକୁ […]

ହାତରେ ହାତକଡ଼ି ଏବଂ ଗୋଡ଼ରେ ଚେନ୍ ବନ୍ଧା ହୋଇ ସ୍ୱଦେଶ ଫେରିଲେ ଭାରତୀୟ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଦେଶ ପରେ ଆମେରିକାରେ ଅବୈଧ ଅନୁପ୍ରବେଶକାରୀଙ୍କୁ ହଟାଇବା ପ୍ରକ୍ରିୟା ଜାରି ରହିଛି । ଏହିକ୍ରମରେ ବୁଧବାର ପଞ୍ଜାବ ଅମୃତସରରେ ୧୦୦ରୁ ଅଧିକ ଲୋକ ଆମେରିକାର ଏକ ବିମାନ ଯୋଗେ ଫେରିଥିଲେ । ଏଥିରେ ଲୋକଙ୍କ ହାତକୁ ହାତକଡ଼ି ଓ ଗୋଡକୁ ଚେନ୍‌ରେ ବନ୍ଧାଯାଇଥିଲା ବୋଲି ଖବର ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା ।ଆମେରିକାରୁ ଫେରିଥିବା ପଞ୍ଜାବର ହରବିନ୍ଦର ସିଂ କହିଛନ୍ତି, ୪୦ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କ ହାତରେ ହାତକଡ଼ି ଓ ପାଦରେ ବେଡି […]

ଏକଜିଟ୍ ପୋଲରେ ସତ୍ତା ପରିବର୍ତ୍ତନର ସୁରାକ୍

ବଦଳିଲା ଦିଲ୍ଲୀର ସମୀକରଣ। ଚମକାଇ ଦେଇଛି ଦିଲ୍ଲୀ ନିର୍ବାଚନକୁ ନେଇ ଏକଜିଟ୍ ପୋଲ ସର୍ଭେ। ୨୭ ବର୍ଷର ବନବାସ ସାରି ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିବା ନେଇ ଅଧିକାଂଶ ବୁଥ ବାହୁଡା ସର୍ଭେ ସଙ୍କେତ ଦେଇଛନ୍ତି।ଦିଲ୍ଲୀ ବିଧାନସଭାରେ ମୋଟ ୭୦ଟି ଆସନ ଥିବାବେଳେ, ଅଧିକାଂଶ ଏକଜିଟ୍ ପୋଲରେ ବିଜେପିକୁ ୩୫ରୁ ୪୦ ଆସନ ମିଳିପାରେ ବୋଲି ଅନୁମାନ କରାଯାଉଛି । ଯାହାକି ସରକାର ଗଠନ କରିବାକୁ ଯଥେଷ୍ଟ ହେବ । ଅନ୍ୟପଟେ ଆପ୍ କିନ୍ତୁ ଏଥର […]

ଥରେ ଟଙ୍କା ଦେଲେ ବର୍ଷସାରା ମାଗଣାରେ କରିବେ ଯାତ୍ରା

ଜାତୀୟ ରାଜପଥରେ ଯିବା ବେଳେ ପ୍ରାୟ ୬୦ କିଲୋମିଟରରେ ଗୋଟାଏ ଲେଖାଏଁ ଟୋଲ ଗେଟ୍‌ ପଡ଼େ । ଏହି ଟୋଲ ଗେଟ୍‌ରେ ନିର୍ଦ୍ଧାରିତ ଟଙ୍କା ଦେବା ପରେ ହିଁ ଆପଣ ଆଗକୁ ବଢନ୍ତି । ବେଳେ ବେଳେ ଟୋଲ ପ୍ଲାଜାରେ ଏମିତି ଭିଡ଼ ହୁଏ ଯେ ଘଂଟା ଘଂଟା ପର୍ଯ୍ୟନ୍ତ ଆପଣ ରାସ୍ତାରେ ହିଁ ଅପେକ୍ଷା କରନ୍ତି । ସୂଚନା ଥାଉକି, ପରିବହନ ବ୍ୟବସ୍ଥା ସୁଦୃଢ କରିବା ଲାଗି ଲଗାତର ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । […]

ChatGPT, DeepSeek ଉପରେ ରୋକ ଲଗାଇଲେ ଭାରତ ସରକାର!

ଭାରତ ସରକାର ଏହାର କର୍ମଚାରୀମାନଙ୍କୁ ChatGPT, DeepSeek ଏବଂ ଅନ୍ୟାନ୍ୟ ସମାନ AI ଆଧାରିତ ଉପକରଣ ବ୍ୟବହାର ନ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସରକାର ବିଶ୍ୱାସ କରନ୍ତି ଯେ, ଏହି ଉପକରଣଗୁଡ଼ିକ ସମ୍ବେଦନଶୀଳ ତଥ୍ୟ ଲିକ୍‌ ହେବାର ବିପଦ ବଢ଼ାଇପାରେ, ଯାହା ଜାତୀୟ ସୁରକ୍ଷା ଏବଂ ଗୋପନୀୟତାକୁ କ୍ଷତି ପହଞ୍ଚାଇପାରେ।କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଯେଉଁମାନେ ଏହି ଟୁଲ ବ୍ୟବହାର କରୁଛନ୍ତି ସେମାନେ ଅଫିସର ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଆପ୍‌ରେ ଦାଖଲ […]

ଆଜି ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ପହଞ୍ଚତ୍ ମହାକୁମ୍ଭ ମେଳା ପରିଦର୍ଶନ କରିବା ସହ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାକୁମ୍ଭରେ ଦଳାଚକଟା ଅଘଟଣକୁ ନେଇ ବିବାଦ ଲାଗି ରହିଥିବା ବେଳେ ମୋଦି ବୁଡ଼ ପକାଇବାକୁ ଯାଉଥିବା ବେଶ ଗୁରୁତ୍ବପୂର୍ଣ୍ଣ । ସେହିପରି ମହାକୁମ୍ଭ ମେଳାରେ ସକାଳ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ସମୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି । ସଙ୍ଗମରେ ବୁଡ଼ […]