ମେଷ – ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। […]
ଭୋପାଳରେ ଏଣିକି ଭିକ ମାଗିଲେ ଏବଂ ଦେଲେ ଉଭୟ ହିଁ ଅପରାଧ ହେବ । ଭିକ ନେଉଥିବା ଏବଂ ଦେଉଥିବା ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ କରାଯିବ । ଏହାକୁ ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରାର ସହାୟତା ନେବ ।ବର୍ତ୍ତମାନ ନଗର ନିଗମକୁ ସହରର ଗୋଟିଏ ଆଶ୍ରୟସ୍ଥଳ ଚିହ୍ନଟ କରିବାକୁ କୁହାଯାଇଛି । ଏହାକୁ ଭିକ୍ଷୁ ଗୃହରେ ପରିଣତ କରାଯିବ । ସ୍ଥାନ ଚିହ୍ନଟ ହେବା ମାତ୍ରେ ଆଦେଶ ଜାରି […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୩ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ପାରନ୍ତି। ଘଟଣାକ୍ରମ ସହ ଜଡ଼ିତ ଜନୈକ ଅଧିକାରୀଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଯାତ୍ରା ସମୟରେ ଟ୍ରମ୍ପ ଖୋଦ୍ ମୋଦୀଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରି ପାରନ୍ତି। ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଉଭୟ ନେତାଙ୍କ ସାକ୍ଷାତ ଉପରେ ସାରା ବିଶ୍ବର ନଜର ରହିଥିଲା । ଏବେ ଏହି ସାକ୍ଷାତ ୱାସିଂଟନରେ […]
ସେୟାର ମାର୍କେଟରେ ଲାଗିଛି ନିଆଁ । ମାତ୍ର କିଛି ସମୟ ମଧ୍ୟରେ ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ସୂଚନା ଅନୁସାରେ ଆଜି ସେୟାର ବଜାରରେ ବଡ଼ ଧରଣ ହ୍ରାସ ଘଟିଛି । ଉଭୟ ନିଫ୍ଟି ଏବଂ ସେନ୍ସେକ୍ସରେ ହ୍ରାସ ଘଟିଛି ।ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କା ହ୍ରାସ ପାଇଛି। ପ୍ରଥମ ଥର ପାଇଁ, ଡଲାର ତୁଳନାରେ ଟଙ୍କା ୮୭ ଅତିକ୍ରମ କରିଛି। ମୁଦ୍ରା ବଜାର ଖୋଲିବା ମାତ୍ରେ ଟଙ୍କା ୪୨ […]
ଅଭିଯୋଗର ସତ୍ୟତା ଜାଣିବା ପାଇଁ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ ଜିଲ୍ଲାପାଳ । ଘଟଣାର ସତ୍ୟତା ଜାଣିବା ପରେ ସୋସାଇଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତେବେ ଜିଲ୍ଲାପାଳ ନିଜେ ଦୋକାନୀ ଓ ଚାଷୀଙ୍କୁ ଧାନ ବିଷୟରେ ପଚାରିଥିଲେ । ଶେଷରେ ମଣ୍ଡିରେ ପହଞ୍ଚି ଅନ୍ୟ ଜଣେ ଚାଷୀଙ୍କ ନାମରେ ଟୋକନ ଧରି ଧାନ ବିକ୍ରି ପାଇଁ କହିଥିଲେ । ହେଲେ ସମବାୟ ଦାୟିତ୍ଵରେ ଥିବା ଅଧିକାରୀ ଚିହ୍ନିପାରି ନଥିଲେ । […]
ମହାକୁମ୍ଭରେ ବସନ୍ତ ପଞ୍ଚିମୀ ଅମୃତସ୍ନାନ ଆରମ୍ଭ ହୋଇଯାଇଛି । ହଜାର ହଜାର ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ପ୍ରୟାଗରାଜର ସଙ୍ଗମସ୍ଥଳରେ ଆସ୍ଥା ଓ ବିଶ୍ୱାସର ପବିତ୍ର ବୁଡ ପକାଉଛନ୍ତି । ପ୍ରୟାଗରାଜ ପାଲଟିଯାଇଛି ଜନ ସମୁଦ୍ର । ମୌନି ଅମାବାସ୍ୟାର ହୋଇଥିବା ଅଘଟଣ ଯେପରି ଆଉ ରିପିଟ୍ ନହେବ, ସେନେଇ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରୟାଗରାଜକୁ ନୋ-ଭେହିକିଲ୍ ଜୋନ୍ ଘୋଷଣା କରାଯାଇଛି । ଭିଭିଆଇପି ପାସ୍କୁ ହଟାଇ ଦିଆଯାଇଛି । […]
ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଭଳି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ମୋଦୀ ସରକାର ଖୁବଶୀଘ୍ର ଏହି ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ ଏବଂ ସେମାନଙ୍କୁ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିବେ। କେନ୍ଦ୍ରୀୟ ବଜେଟ ୨୦୨୫-୨୬ ଉପସ୍ଥାପନ କରି ସୀତାରାମନ କହିଛନ୍ତି ଯେ ସହରାଞ୍ଚଳ ଶ୍ରମିକଙ୍କ ସାମାଜିକ-ଆର୍ଥିକ ଉନ୍ନତି ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଯାହାର ଫାଇଦା ଫ୍ଲିପକାର୍ଟ, ଆମାଜନ୍, ଜୋମାଟୋ ଆଉ ସ୍ୱିଗି ଭଳି […]
ସାଧାରଣ ବଜେଟ ଉପରେ ସମସ୍ତଙ୍କ ନଜର। ବିଶେଷ କରି ଏଥିରେ କେଉଁ ଜିନିଷ ଶସ୍ତା ହେବ ତାହା ଜାଣିବାକୁ ସମସ୍ତେ ଆଗ୍ରହୀ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ବୁଣାକାରମାନଙ୍କ ଦ୍ୱାରା ବୁଣାଯାଇଥିବା ପୋଷାକ ଶସ୍ତା ହେବ। ଏହା ସହିତ, ଚମଡ଼ା ସାମଗ୍ରୀ ଶସ୍ତା ହେବ। ସାମୁଦ୍ରିକ ଉତ୍ପାଦ ଉପରେ କଷ୍ଟମ ଡ୍ୟୁଟି ୩୦ରୁ ୫ ପ୍ରତିଶତକୁ ହ୍ରାସ କରାଯିବ। ଏହା ସହିତ, ଫ୍ରୋଜେନ ମାଛ ପେଷ୍ଟ ଉପରେ କଷ୍ଟମ ଡ୍ୟୁଟି ୧୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବ।ଜୀବନ […]
ବଜେଟ୍ରେ ଚାଷୀଙ୍କ ପାଇଁ ବଡ ଘୋଷଣା । ବଢିଲା କିଷାନ କ୍ରେଡିଟ କାର୍ଡ ଲିମିଟ୍ । ଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା । ପ୍ରଥମ ପର୍ଯ୍ୟାୟରେ ଶହେଟି ବିକାଶଶୀଳ ଜିଲ୍ଲା ସାମିଲ । ଯୁବ ଚାଷୀ,ଗ୍ରାମୀଣ ମହିଳା ଓ ଛୋଟ ଛୋଟ ଚାଷୀଙ୍କୁ ଫୋକସ୍ ।। ପୂର୍ବରୁ ଏହା ୩ ଲକ୍ଷ ଟଙ୍କା ରହିଥିବାବେଳେ, ଏବେ ଏହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି […]
ଶନିବାର ସଂସଦରେ ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ ଯେ ମଧ୍ୟବିତ୍ତ ବର୍ଗଙ୍କୁ ଆଶ୍ୱସ୍ତି ଦେଇ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରାଯାଉଛି। ଏହାସହ ୧୨ରୁ ୧୬ ଲକ୍ଷ ଆୟ ପର୍ୟ୍ୟନ୍ତ ୧୫ ପ୍ରତିଶତ ଟ୍ୟାକ୍ସ, ୨୦ରୁ ୨୪ ଲକ୍ଷ ଆୟ ପର୍ୟ୍ୟନ୍ତ ୨୫ ପ୍ରତିଶତ ଟ୍ୟାକ୍ସ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଯେତେବେଳେ ୨୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟରେ ୩୦% ଟିକସ ଘୋଷଣା କରାଯାଇଛି।ଏହା ସହିତ, ବରିଷ୍ଠ […]
୨୦୨୫ ବଜେଟ୍ ଉପସ୍ଥାପନ ହେବାର କିଛି ଘଣ୍ଟା ପୂର୍ବରୁ ଦେଶର କୋଟି କୋଟି ଲୋକଙ୍କୁ ମିଳିଛି ଆଶ୍ୱସ୍ତି ମିଳିଛି । ସାଧାରଣ ଲୋକଙ୍କୁ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଦିଆଯାଇଛି ଆଶ୍ୱସ୍ତି । ଆଇଓସିଏଲ ତଥ୍ୟ ଅନୁଯାୟୀ, ଲଗାତାର ଦ୍ୱିତୀୟ ମାସ ପାଇଁ ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ କରାଯାଇଛି । ୧୯ କେଜି ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ଦର ୭ ଟଙ୍କା କମିଛି। ଫଳରେ ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର ୧୭୯୭ ଟଙ୍କାରେ ପହଞ୍ଚିଛି। […]
ଗୁରୁବାର ମହାକୁମ୍ଭରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଏକ ଚିଠି ଲେଖାଯାଇଥିଲା। ଏହି ଚିଠିଟି ରକ୍ତରେ ଲେଖାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଂଲାଦେଶ ଏବଂ ପାକିସ୍ତାନରେ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ଏହି ଚିଠି ଜୁନା ଆଖଡ଼ାର ମହାମଣ୍ଡଳେଶ୍ବର ୟତି ନରସିଂହାନନ୍ଦ ଲେଖିଛନ୍ତି। ରକ୍ତରେ ଲେଖାଥିବା ଏହି ଚିଠିରେ ନରସିଂହାନନ୍ଦ ଅନ୍ୟ ସନାତନ ଧର୍ମଗୁରୁଙ୍କ ଦସ୍ତଖତ ନେଇଛନ୍ତି। ଶ୍ରୀ ଦୁଧେଶ୍ବରନାଥ ମଠ ଶିବିରରେ ଗଣମାଧ୍ୟମ ସହ ଆଲୋଚନା କରି ନରସିଂହାନନ୍ଦ କହିଛନ୍ତି, […]
