କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ ବା ଜିଡିପି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ରହିବା ନେଇ ରିପୋର୍ଟରେ ଆକଳନ କରାଯାଇଛି। ଆର୍ଥିକ ସର୍ଭେ ହେଉଛି କେନ୍ଦ୍ର ବଜେଟ ପୂର୍ବରୁ ଅର୍ଥନୀତିର ସ୍ଥିତି ସମୀକ୍ଷା କରିବା ପାଇଁ ସରକାରଙ୍କ ଦ୍ୱାରା ଉପସ୍ଥାପିତ ଏକ ବାର୍ଷିକ ଦସ୍ତାବିଜ। ଏହି ଡକ୍ୟୁମେଣ୍ଟ ଅର୍ଥନୀତିର କ୍ଷୁଦ୍ରରୁ ମଧ୍ୟମକାଳୀନ ସମ୍ଭାବନାକୁ ଦର୍ଶାଏ। ଅର୍ଥନୈତିକ ସର୍ଭେ […]
ଭାରତରେ ଅନେକ ଲୋକ Paytm, PhonePe ଏବଂ Google Pay ସାହାଯ୍ୟରେ UPI ବ୍ୟବହାର କରିଥାନ୍ତି। ଫେବୃଆରୀ ୧ ରୁ UPI(ୟୂନିଫଏଡ ପେମେଣ୍ଟ ସିଷ୍ଟମ) ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ବା ଏନପିସିଆଇ ଫେବ୍ରୁଆରୀ ଆରମ୍ଭରୁ କିଛି ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ରୋକ୍ ଲଗାଇବାକୁ ଯାଉଛି । ଏନେଇ ଜାତୀୟ ଗଣମାଧ୍ୟମରେ କିଛି ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ଆପଣ ଜାଣିବା ନିହାତି ଦରକାର ।NPCI କହିଛି ଯେ, […]
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଅସୌଜନ୍ୟମୂଳକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ‘ବୋରିଂ’ କହିବା ସହ ‘ବିଚାରୀ’ ବୋଲି ମନ୍ତବ୍ୟ ଦେବାପରେ ବିବାଦ ଆରମ୍ଭ ହୋଇଛି। ଭାଜପା କହିଛି ଯେ, ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି।ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଏସପି ସିଂହ ବାଘେଲ। ସେ କହିଛନ୍ତି, ସୋନିଆ […]
ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଦିଆଯାଇଛି।ତାଙ୍କ ସହିତ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଦିଆଯାଇଛି। ଉଭୟଙ୍କୁ ଆଖଡାରୁ ବହିଷ୍କାର କରାଯାଇଛି। କିନ୍ନର ଆଖଡ଼ାର ପ୍ରତିଷ୍ଠାତା ରିଷି ଅଜୟ ଦାସ ଏହି ପଦକ୍ଷେପ ନେଇଛନ୍ତି।ସୂଚନା ଅନୁଯାୟୀ, ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ନିକଟରେ ସନ୍ନ୍ୟାସ ଦୀକ୍ଷା ନେଇଥିଲେ। ଯାହାପରେ ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା। ତାଙ୍କୁ ହଠାତ୍ ଏଭଳି ପଦବୀ ମିଳିବାରୁ ଖୁବ୍ ବିରୋଧ କରାଯାଇଥିଲା।ମମତା କିଛି […]
ଏଲୋନ ମସ୍କଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆନୁଷ୍ଠାନିକ ଭାବରେ ମନୋନୀତ । ୟୁରୋପୀୟ ସଂସଦର ସ୍ଲୋଭେନିଆନ୍ ସଦସ୍ୟ (MEP) ବ୍ରାଙ୍କୋ ଗ୍ରିମ୍ସ ମସ୍କଙ୍କ ନାକୁ ମନୋନୀତ କରିଛନ୍ତି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଟେସଲା, ସ୍ପେସଏକ୍ସଏକ୍ସ ଭଳି କମ୍ପାନୀର ମାଲିକ ନାଁକୁ ଚାନ୍ସ ଦିଆଯାଇଛି । ଗ୍ରାଇମ୍ସଙ୍କ ମତରେ, ଏହି ନାମାଙ୍କନ ମସ୍କଙ୍କ ଅଭିବ୍ୟକ୍ତି ସ୍ୱାଧୀନତାକୁ ସମର୍ଥନ କରିବା ଏବଂ ବିଶ୍ୱ ଶାନ୍ତି ପ୍ରତି ତାଙ୍କର ଅବଦାନକୁ ସ୍ୱୀକୃତି ଦେବା ପାଇଁ କରାଯାଇଛି […]
ଶରେ GBS ସିଣ୍ଡ୍ରୋମ ରୋଗର ଆତଙ୍କ ନିରନ୍ତର ବୃଦ୍ଧି ପାଉଛି । ଏହି ରୋଗ ଏବେ ରାଜ୍ୟ ପରେ ରାଜ୍ୟ ବ୍ୟାପିବା ଆରମ୍ଭ କରିଛି । ବଙ୍ଗଳାରେ, ଗତ ଚାରି ଦିନ ମଧ୍ୟରେ ଜଣେ ଶିଶୁ ସମେତ ତିନି ଜଣଙ୍କର ସନ୍ଦେହଜନକ GBS କାରଣରୁ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିନାହିଁ । ଜାନୁଆରୀ ୨୬ ରେ କୋଲକାତାର ବିସି ରୟ ହସ୍ପିଟାଲରେ ଦେବକୁମାରଙ୍କ […]
କାଲିଠୁ ପାର୍ଲ୍ୟାମେଣ୍ଟ ବଜେଟ ଅଧିବେଶନ । ରାଷ୍ଟ୍ରପତିଙ୍କ ସମ୍ବୋଧନରୁ ଆରମ୍ଭ ହେବ ବଜେଟ ଅଧିବେଶନ । କାଲି ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୫-୨୬ ଆର୍ଥିକ୍ ବର୍ଷ ପାଇଁ ଆସିବ ବ୍ୟୟବରାଦ । ଫେବ୍ରୁଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଆଗତ କରିବେ । ଲଗାତାର ଭାବେ ଏହା ତାଙ୍କର ଅଷ୍ଟମ ବଜେଟ୍ ଅପସ୍ଥାପନ ହେବ । ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ […]
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଘଟିଥିବା ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣା ପରେ କଠୋର ନିୟମ ଆପଣେଇଛି ପ୍ରଶାସନ। ଏବେ ଭିଭିଆଇପି ପାସଗୁଡ଼ିକୁ ବାତିଲ କରାଯାଇଛି ଏବଂ ମେଳାକୁ ଯାଉଥିବା ରାସ୍ତାଗୁଡ଼ିକୁ ଭକ୍ତମାନଙ୍କ ସୁଗମ ଗତି ପାଇଁ ଏକମୁଖୀ କରାଯାଇଛି।ସେହିପରି ମେଳା ପରିସରକୁ ନୋ-ଭେହିକିଲ ଜୋନ ଘୋଷଣା କରାଯାଇଛି । କୌଣସି ପ୍ରକାର ଗାଡି ମେଳା କ୍ଷେତ୍ର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । […]
ଗଦା ଗଦା କପଡ଼ା, ଚପଲ, ବ୍ୟାଗ ଓ ଅନ୍ୟାନ୍ୟ ଜିନିଷ ସବୁ ଛିନଛତ୍ର ହୋଇପଡ଼ି ରହିଛି। ନିଜର ପ୍ରିୟଜନଙ୍କୁ କିଛି ଶ୍ରଦ୍ଧାଳୁ ଖୋଜିବାରେ ଲାଗିଛନ୍ତି। ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳାରେ ଏପରି ସ୍ଥିତି ଦେଖିବାକୁ ମିଳିଛି।ଏଥିରେ ଅନେକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସଂଖ୍ୟା ୩୦ ବୋଲି କୁହାଯାଉଥିଲେ ହେଁ ପ୍ରକୃତ ସଂଖ୍ୟା ଅଧିକ ହୋଇଥିବା ଆଶଙ୍କା କରାଯାଉଛି। ତେବେ ବର୍ତ୍ତମାନ ସଙ୍ଗମ ଅଞ୍ଚଳର ପରିସ୍ଥିତି ସ୍ୱାଭାବିକ ହୋଇଛି, କିନ୍ତୁ […]
ପ୍ରୟାଗରାଜର ମହାକୁମ୍ଭରେ ମୌନୀ ଅମାବାସ୍ୟା ଅବସରରେ କୋଟି କୋଟି ଶ୍ରଦ୍ଧାଳୁ ସ୍ନାନ କରିବାକୁ ପହଞ୍ଚିଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ଦଳାଚକଟା ହେବା ପରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦଳାଚକଟା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଘଟଣାରେ ଭକ୍ତମାନେ ନିଜ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି। ତାଙ୍କ ପ୍ରତି ମୋର ଗଭୀର ସମବେଦନା। ଏହା ସହିତ ମୁଁ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ […]
ନୂଆ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣ ସହ ଶତକ ହାସଲ କରିଛି ଇସ୍ରୋ। ଅପଗ୍ରେଡ୍ ହେବ ଭାରତର ନାବିକ ସାଟେଲାଇଟ୍ । ଆଜି ସକାଳ ୬ଟା ୨୩ରେ ନାବିକ୍-ଟୁ ମିଶନ ଲଞ୍ଚ ହୋଇଛି। ଶ୍ରୀହରିକୋଟାରୁ ଜିଏସଏଲଭି ରକେଟ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯାଇଛି। ନାଭିକ ହେଉଛି ଭାରତର ରିଜିଓନାଲ ନାଭିଗେସନ ସାଟେଲାଟ୍ ସିଷ୍ଟମ । ଏହା ଆମେରିକାର ଜିପିଏସ୍ ଭଳି କାର୍ଯ୍ୟ କରେ। କାରଗିଲ ଯୁଦ୍ଧ ବେଳେ କାଶ୍ମୀରର […]
ମହାକୁମ୍ଭମେଳାରେ ବଡ଼ ଅଘଟଣ। ସାହିସ୍ନାନ ବେଳେ ଦଳାଚକଟା। ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା। ମୃତଦେହକୁ ପ୍ରୟାଗରାଜ ମେଡିକାଲ କଲେଜକୁ ନିଆଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି। ସଙ୍ଗମ ସ୍ଥଳରେ ହୋଇଥିବା ଦଳାଚକଟାରେ ଶତାଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଉଛି। ଉତ୍ତର ପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ବୟାନ ଆସିଛି। ସେ ଗୁଜବରେ ଧ୍ୟାନ ନଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। […]
