ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍ ରାହୁଲ ଗାନ୍ଧିଙ୍କୁ ଲେଖିଲା ପତ୍ର, ନେହେରୁଙ୍କ ଚିଠି ଯଥାଶୀଘ୍ର ଫେରସ୍ତ କର

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଏବେ କଂଗ୍ରେସ ପାଖରେ ଅଛି। ଉକ୍ତ ଚିଠିଗୁଡ଼ିକ ଖୁବ୍‌ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି କଂଗ୍ରେସ ତାହାକୁ ଫେରାଇବା ନାଁ ଧରୁନି। । ତେଣୁ ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି (PMML) ।୧୯୭୧ ମସିହାରେ ଚିଠିକୁ ନେହରୁ ମେମୋରିଆଲ୍ ମ୍ୟୁଜିୟମ ଏବଂ ଲାଇବ୍ରେରୀରେ ଜମା କରାଯାଇଥିଲା […]

ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ

ନିଜ ତବଲାର ଧ୍ୱନୀରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିବା ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ ଘଟିଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଉସ୍ତାଦ ଜାକିର ହୁସେନ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ତାଙ୍କୁ ବିବେଚନା କରାଯାଏ ।ନିଜର […]

ବଢ଼ିଲା ମାଗଣାରେ ଅଧାର ଅପଡେଟ୍ କରିବା ତାରିଖ

ମାଗଣାରେ ଅଧାର ଅପଡେଟ୍ କରିବା ତାରିଖକୁ ବାରମ୍ବାର ବାରମ୍ବାର ବୃଦ୍ଧି କରାଯାଉଛି। ଏହା ପୂର୍ବରୁ ୧୪ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। ତା’ପରେ ଏହା ଡିସେମ୍ବର ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପରେ ଆଜି ଏହି ତାରିଖକୁ ପୁଣି ୧୪ ଜୁନ୍ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେମିତି କରିବେ ଅନ୍‌ଲାଇନ ଆଧାର ଅପଡେଟ୍?

ବିଗିଡିଲା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା

ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହି କାରଣରୁ ତାଙ୍କୁ ଆଜି ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଆଡଭାନୀଙ୍କ ଚିକିତ୍ସା କରୁଛନ୍ତି । ସୂଚନା ଅନୁଯାୟୀ, ଗତ ଦୁଇ ସପ୍ତାହ ହେଲା ତାଙ୍କ ଦେହ ସେତେଟା ଠିକ୍ ନଥିଲା । ଆଜି ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ପରିବାର ଲୋକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି […]

‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ଗୁରୁବାର ଏହାକୁ ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ଏହା ସଂସଦରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି।କ୍ୟାବିନେଟ୍‌ ମଞ୍ଜୁରୀ ନେଇ ଜାତୀୟ ଗଣମାଧ୍ୟମରେ ହେଉଛି ଚର୍ଚ୍ଚା । ସୂଚନାମୁତାକ, ୱାନ ନେସନ, ୱାନ ଇଲେକ୍ସନ ବିଲ୍‌ କୁ ଆସନ୍ତା ସପ୍ତାହ ଏହି ଶୀତ ଅଧିବେଶନରେ ଆଗତ କରାଯିବାର ସମ୍ଭବନା ରହିଛି । ସର୍ବ ପ୍ରଥମେ ଜେପିସି କମିଟିର ଗଠନ କରାଯିବ ଏବଂ ଏଥିରେ ସମସ୍ତ ଦଳର ମତ ଲୋଡା ଯିବ। […]

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା । ଆସନ୍ତା ୩ ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ପଦରେ ସେ କାର୍ଯ୍ୟ କରିବେ । ଗତ ଡିସେମ୍ବର ୯ ତାରିଖରେ କେନ୍ଦ୍ର ସରକାର ଆରବିଆଇ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କ ନାଁ ଘୋଷଣା କରିଥିଲେ। ବର୍ତ୍ତମାନ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ମଧ୍ୟରେ ସନ୍ତୁଳନା ନାହିଁ। ସେପ୍ଟେମ୍ବର ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୫.୪ ପ୍ରତିଶତକୁ ହ୍ରାସ ପାଇଥିଲା। […]

କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା ;ହଠାତ୍‌ ମୃତ୍ୟୁ ପାଇଁ ଦାୟୀ ନୁହେଁ କରୋନା ଟିକା

କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ବଡ଼ ବୟାନ । କହିଲେ, ଯୁବପୀ ଢିଙ୍କ ହଠାତ୍ ମୃତ୍ୟୁ ପଛରେ ନାହିଁ କରୋନା ଟିକାର ଭୂମିକା । ଆଇସିଏମଆର ଷ୍ଟଡିର ରିପୋର୍ଟକୁ ନେଇ ଏବେ ଚର୍ଚ୍ଚା। ରାଜ୍ୟସଭାରେ ଏ ସମ୍ପକରେ ଉତ୍ତର ରଖିଛନ୍ତି ଜେ.ପି ନଡ୍ଡା । ଦେଶରେ କରୋନା ମହାମାରୀ ଆସିବା ପରେ ଏଥରୁ ବର୍ତ୍ତିବା ପାଇଁ ଲୋକେ ଟିକା ନେଇଥିଲେ । ଏହାପରେ ଦେଶରେ ଆକସ୍ମିକ ମୃତ୍ୟୁ ହାର ବୃଦ୍ଧି ପାଇଥିଲା । କୋଭିଡ ଟିକା […]

ମୃତ୍ୟୁ ପୂର୍ବରୁ ୨୪ପୃଷ୍ଠାର ସୁଇସାଇଡ ନୋଟ୍‌ ଲେଖିଲେ ଆଇଟି କର୍ମଚାରୀ

ସ୍ତ୍ରୀ ବାରମ୍ବାର ହଇରାଣ କରୁଥିଲେ। ସ୍ତ୍ରୀଙ୍କ ସହ ପରିବାର ଲୋକ ମଧ୍ୟ ହାତ ମିଳାଇଥିଲେ। ଦିନକୁ ଦିନ ସ୍ତ୍ରୀଙ୍କ ନିର୍ଯ୍ୟାତନା ବଢିବାରେ ଲାଗିଥିଲା। ଜଣେ ମହିଳା ବିଚାରପତି ମଧ୍ୟ ସ୍ତ୍ରୀଙ୍କୁ ଘରୋଇ ହିଂସା ମାମଲାରେ ସହାୟତା କରୁଥିଲେ। ଏପରିକି ସ୍ତ୍ରୀ ମାମଲା ରୁଜୁ କରି ଟଙ୍କା ମାଗି ଚାଲିଥିଲେ। ସହିବାର ସୀମା ଏତେ ବଢି ଯାଇଥିଲା ଯେ ବେଙ୍ଗାଲୁରୁରେ ରହୁଥିବା ଜଣେ ୩୪ ବର୍ଷୀୟ ବ୍ୟକ୍ତି ନିଜ ଫ୍ଲାଟରେ ନିଜ ଜୀବନ ହାରି ଦେଇଛନ୍ତି।୨୪ ପୃଷ୍ଠାର ସୁଇସାଇଡ […]

ଆଜି ସରୁଛି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ।

ଆଜି ସରୁଛି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। କୋଭିଡ୍ ମହାମାରୀ ସହ ଦୀର୍ଘ ୬ ବର୍ଷ କାଳ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ୨୦୧୮ ଡିସେମ୍ବର ୧୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ।ଆରବିଆଇରେ ଶକ୍ତିକାନ୍ତ ଦାସଙ୍କ ନିଯୁକ୍ତି ବି ବିବାଦରୁ ଅଛୁଆଁ ନଥିଲା । ତାଙ୍କ ପୂର୍ବରୁ ଉର୍ଜିତ୍ ପଟେଲ, ଆରବିଆଇ ଏବଂ ସରକାରଙ୍କ ମଧ୍ୟରେ ବଢୁଥିବା ବ୍ୟକ୍ତିଗତ କାରଣକୁ ଦର୍ଶାଇ ଇସ୍ତଫା ଦେଇଥିଲେ । ଦାସଙ୍କ […]

ସଞ୍ଜୟ ମାଲହୋତ୍ରା RBIର ପରବର୍ତ୍ତୀ ଗଭର୍ଣ୍ଣର

ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରା ଭାରତର ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ନୂତନ ଗଭର୍ନର ହେବାକୁ ଯାଉଛନ୍ତି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୧୦ ଡିସେମ୍ବରରେ ଶେଷ ହେଉଛି। ତାଙ୍କ ସ୍ଥାନରେ ସଞ୍ଜୟଙ୍କୁ ନିଯୁକ୍ତି ଦିଆଯାଇଛି। ସଞ୍ଜୟ ମାଲହୋତ୍ରା ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟରେ ସଚିବ (ରାଜସ୍ୱ) ଭାବେ କାମ କାର୍ଯ୍ୟରତ ଅଛନ୍ତି । ସଞ୍ଜୟ ମାଲହୋତ୍ରା ୧୯୯୦ ବ୍ୟାଚ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ରାଜସ୍ଥାନ କ୍ୟାଡରର ଅଧିକାରୀ। ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, କାନପୁରରୁ କମ୍ପ୍ୟୁଟର […]

ମ୍ୟାପକୁ ଫଲୋ କରି ଘନ ଜଙ୍ଗଲ ଭିତରେ ପଶିଗଲେ ପୁରା ପରିବାର ।

ବିହାରରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ଏକ ପରିବାର ଗୁଗଲ୍‌ ମ୍ୟାପ୍‌ ଉପରେ ନିର୍ଭର କରି ଏକ ଘଞ୍ଚ ଜଙ୍ଗଲ ଭିତରକୁ ପଶି ଯାଇଥିବା ମାମଲା ସାମ୍ନାକୁ ଆସିଛି । ସୂଚନା ମୁତାବକ, ବିହାରର ଏକ ପରିବାର ବିହାରରୁ ଗୋଆ ଯାଉଥିଲେ । ହେଲେ ଗୁଗଲ ମ୍ୟାପର ଭୁଲ୍‌ ନେଭିଗେସନ୍‌ ହେତୁ କର୍ଣ୍ଣାଟକ ର ବେଲାଗାଭି ଜିଲ୍ଲାର ଖାନପୁର ଅଞ୍ଚଳର ଜଙ୍ଗଲରେ ସେମାନଙ୍କୁ ରାତି କଟାଇବାକୁ ପଡ଼ିଥିଲା ।ଯେତେବେଳେ ସେମାନେ ମ୍ୟାପର ବ୍ୟବହାର କରିଥିଲେ ସେମାନଙ୍କୁ ଶିରୋଲି […]

ଯୋଗ୍ୟତା ଅଷ୍ଟମ ଥାଇ ମିଳୁଛି ଡାକ୍ତରୀ ଡିଗ୍ରୀ, ପୋଲିସ ହାତରେ ଗୁୁଜରାଟର ଫେକ୍ ଡାକ୍ତରୀ ଗ୍ୟାଙ୍ଗ

୭୦ ହଜାର ଟଙ୍କା ନେଉଥିଲେ, ଡାକ୍ତରୀ ଡିଗ୍ରୀ ଦେଉଥିଲେ। ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଲୋକେ ମଧ୍ୟ ଏହି ସାର୍ଟିଫିକେଟ କିଣି ପାଲଟି ଥିଲେ ଡାକ୍ତର । । ଏଭଳି ଏକ ରାକେଟକୁ ଧରିବାରେ ସଫଳ ହୋଇଛି ଗୁଜରାଟର ସୁରଟ ପୁଲିସ। ଏହି ଗ୍ୟାଙ୍ଗର ମୁଖ୍ୟଙ୍କ ସହିତ ଟଙ୍କା ଦେଇ ଡାକ୍ତରୀ ଡିଗ୍ରୀ କିଣିଥିବା ୧୪ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୁଲିସ। ଏହି ଗ୍ୟାଙ୍ଗର ଡାଟାବେସ୍‌ରେ ୧୨୦୦ଟି ନକଲି ଡାକ୍ତରୀ ଡିଗ୍ରୀ ଥିବା ଜଣାପଡ଼ିଛି।ବୋର୍ଡ ଅଫ […]

Odisha Darpan Digital