ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ତାଙ୍କ ପରିବାର ସହିତ ପବିତ୍ର ପ୍ରୟାଗରାଜ ମହା କୁମ୍ବ ମେଲାରେ ପହଞ୍ଚିଥିଲେ । ଏହି ସମୟରେ ସେ ଆଧ୍ୟାତ୍ମିକ ବାତାବରଣରେ ନିଜକୁ ବାନ୍ଧି ତ୍ରିବେଣୀ ସଙ୍ଗମ ପରିଦର୍ଶନ କରିଥିଲେ। ସଙ୍ଗମରେ ପହଞ୍ଚିବା ପରେ ସେ ରୀତିନୀତି ହିସାବରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ପବିତ୍ର ମିଳନ ସ୍ଥଳରେ ଆରତୀ କରିଥିଲେ ଏବଂ ମାତା ଗଙ୍ଗାଙ୍କ ଆଶୀର୍ବାଦ ନେଇଥିଲେ।ଆଜି ଆଦାନୀ ପ୍ରଥମେ ମହାକୁମ୍ଭ ମେଳା ଅଞ୍ଚଳରେ ଇସ୍କନ ର ସେବା ଶିବୀର […]
ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ମୋଦି। ଆସନ୍ତା ଫେବୃୟାରୀ ୫ରେ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ। ମହାକୁମ୍ଭ ମହା ଅବସରରେ ସାମିଲ ହେବେ।ଦୂରଦୂରାନ୍ତରୁ ଅନେକ ଭକ୍ତ କୁମ୍ଭମେଳାରେ ସାମିଲ ହୋଇଛନ୍ତି । ଲୋକଙ୍କ ବିଶ୍ୱାସ କୁମ୍ଭମେଳାରେ ଶାହି ସ୍ନାନ କରିବା ଦ୍ୱାରା ପାପ କ୍ଷୟ ହେବ ଏବଂ ପୁଣ୍ୟ ମିଳିବ ।ତେବେ ଏହା ପୂର୍ବରୁ ୨୭ ଜାନୁଆରୀ ରେ ମହାକୁଂଭ ଯିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ। ଏହାବ୍ୟତୀତ ଉପରାଷ୍ଟ୍ରପତି ଜଗଦିପ ଧନଖଡ୍ ୧ […]
ପ୍ରୟାଗରାଜ ମହାକୁମ୍ଭ ମେଳାର ଭାଇରାଲ ଆଇଆଇଟି ବାବା ଏବେ ବାସନ୍ଦ ହୋଇଛନ୍ତି । ସେ ରହୁଥିବା ଜୁନା ଆଖଡ଼ାରୁ ବାବା ଅଭୟ ସିଂହଙ୍କୁ ବହୃଷ୍କୃତ କରାଯାଇଛି । ତାଙ୍କ ଗୁରୁ ମହନ୍ତ ସୋମେଶ୍ୱରୀ ପୁରୀ ଗାଳିଗୁଲଜ କରିଥିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜୁନା ଆଖଡାର ମୁଖ୍ୟ ମହନ୍ତ ହରି ଗିରି କହିଛନ୍ତି, ଏହି ଆଖଡା ସନ୍ନ୍ୟାସ ନିୟମ କାନୁନ ଅନୁସାରେ ଚାଲେ, ଏଥିରେ ଯେଉଁମାନେ ଅବହେଳା କରନ୍ତି ସେମାନଙ୍କୁ ସନ୍ନ୍ୟାସୀ ଭାବେ ଗଣାଯାଏନାହିଁ । […]
ଗତ ଜୁଲାଇରେ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି ପରେ, ଅନେକ ଲୋକ ସେମାନଙ୍କର ଦ୍ୱିତୀୟ ସିମ ରଖିବା ପାଇଁ କଷ୍ଟକର ଅନୁଭବ କରୁଛନ୍ତି। ତେବେ ଟିଆର୍ଏଆଇ(TRAI) ନିୟମାବଳୀ ଏହି ଦ୍ୱିତୀୟ ସିମ୍ଗୁଡ଼ିକୁ ସକ୍ରିୟ ରଖିବାର ପ୍ରକ୍ରିୟାକୁ ସରଳ କରିଛି।ଯଦି ଏକ ସିମ କାର୍ଡ ୯୦ ଦିନରୁ ଅଧିକ ସମୟ ପାଇଁ ବ୍ୟବହାର କରାଯାଏ ନାହିଁ, ତେବେ ଏହାକୁ ନିଷ୍କ୍ରିୟ ବୋଲି ବିବେଚନା କରାଯାଏ। ଏହାର ଅର୍ଥ ପ୍ରାୟ ତିନି ମାସ ଯଦି ସିମ ୯୦ ଦିନ ପାଇଁ […]
ମୋଦି ସରକାରଙ୍କ ବଡ ଭେଟି । ସ୍ବାମୀତ୍ବ ଯୋଜନାରେ ସଂପତ୍ତି କାର୍ଡର ଇ-ବିତରଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ସ୍ବାମୀତ୍ବ ଯୋଜନାରେ ଦେଶର ୫୦ ହଜାରରୁ ଅଧିକ ଗାଁରେ ୬୫ ଲକ୍ଷର ସଂପତ୍ତି କାର୍ଡ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।ଏହି କାର୍ଯ୍ୟକ୍ରମରେ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଏବଂ କାଶ୍ମୀର ଏବଂ ଲଦାଖର ସମ୍ପତ୍ତି […]
ଆରଜି କର ମେଡିକାଲ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କଲେ ପଶ୍ଚିମବଙ୍ଗ ସିଆଲଦା କୋର୍ଟ । ନ୍ୟାୟାଳୟ ୨୦ ତାରିଖରେ ମାମଲାର ଦଣ୍ଡାଦେଶ ଶୁଣାଇବେ ।ଘଟଣା ଦିନ ରାତିରେ ସେମିନାର୍ ହଲରେ ଅଭୟା ଶୋଇଥିବାବେଳେ ସଞ୍ଜୟ ସେ ରୁମକୁ ଯାଇଥିଲା । ସିସିଟିଭି ଫୁଟେଜ ଆଧାରରେ ସଞ୍ଜୟକୁ ଛାଡ଼ିଦେଲେ କୌଣସି ଷ୍ଟାଫ୍ ସେଠାକୁ ଯାଇ ନ ଥିଲେ ।ସଞ୍ଜୟର ବ୍ଲଟୁଥ୍ ଅଭୟାଙ୍କ ମୃତଦେହ ନିକଟରେ ପଡ଼ିଥିଲା । ଯାହା […]
ନୂଆ ସିମ୍ କାର୍ଡ କିଣିବାକୁ ବିଚାର କରୁଥିଲେ କିମ୍ବା ମୋବାଇଲ ନମ୍ବରକୁ ପୋର୍ଟ କରିବାକୁ ଚାହୁଁଥିଲେ, ତେବେ କିଛି ନୂଆ ନିୟମ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ । ନୂଆ ସିମ୍ କାର୍ଡ ପାଇଁ ନୂତନ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଟେଲିକମ୍ ବିଭାଗକୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଅନୁଯାୟୀ, ସମସ୍ତ ନୂତନ ସିମ୍ କାର୍ଡ ସଂଯୋଗ ପାଇଁ ଆଧାର ଆଧାରିତ ବାୟୋମେଟ୍ରିକ୍ ଯାଞ୍ଚକୁ ବାଧ୍ୟତାମୂଳକ […]
କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ଗୁରୁବାର ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ କରିଛି। ଏହା ଫଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢିବାର ରାସ୍ତା ପରିଷ୍କାର ହୋଇଛି ।କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଷ୍ପତ୍ତି ବାବଦରେ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ସଂଶୋଧନ ପାଇଁ ସରକାର ୮ମ ବେତନ ଆୟୋଗକୁ ମଞ୍ଜୁରି ଦେଇଛନ୍ତି ।କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗକୁ […]
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ) ମିଶନ ସଫଳ ହୋଇଛି। ମହାକାଶରେ ଭାରତ ପ୍ରଥମ ଥର ଲାଗି ଦୁଇଟି ସାଟେଲାଇଟ ବା ଉପଗ୍ରହକୁ ଡକିଂ କରାଇବାରେ ସଫଳତା ହାସଲ କରିଛି। ଏହି ସଫଳତା ସହ ସ୍ପେସ୍ ଡକିଂ କ୍ଷେତ୍ରରେ ବିଶ୍ବର ଚତୁର୍ଥ ଦେଶ ହୋଇଛି ଭାରତ । ପୂର୍ବରୁ ଚୀନ, ରୁଷ ଓ ଆମେରିକା ଏହି ସଫଳତା ହାସଲ କରି ସାରିଛନ୍ତି । ଇସ୍ରୋ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛି କି, […]
କରୋନା ଭାଇରସ୍ ଆସିଥିଲା ଯେ, ଏବେ ଯାଏଁ ଏହାର ନାଁ ଶୁଣିଲେ ଡର ଲାଗୁଛି। ଏବେ ଆଉ ଏକ ଭୟଙ୍କର ଭାଇରସ ଡରାଇବାକୁ ଆରମ୍ଭ କଲାଣି। ତାଞ୍ଜାନିଆରେ ୮ ଜଣଙ୍କ ମୃତ୍ୟୁ ପରେ ସତର୍କ ହୋଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) । ଉତ୍ତର ତାଞ୍ଜାନିଆର ଏକ ଦୁର୍ଗମ ଅଞ୍ଚଳରେ ମାରବର୍ଗ ଭାଇରସରେ ଆକ୍ରାନ୍ତ ହୋଇ ୮ ଜଣଙ୍କ ମୃତ୍ୟୁ ଘଟିଥିବା WHO କହିଛି ।ତେବେ ମାରବର୍ଗ ରୋଗରେ ପୀଡ଼ିତ ୮୮ ପ୍ରତିଶତ ଲୋକଙ୍କ ପାଇଁ ଏହା […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମୁମ୍ବାଇର ଭାରତୀୟ ନୌସେନା ଡକୟାର୍ଡରେ ପହଞ୍ଚି ତିନୋଟି ନୌସେନା ଯୁଦ୍ଧଜାହାଜ-INS ସୁରତ, INS ନୀଳଗିରି ଏବଂ INS ବାଘଶୀରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।ନୌସେନା ପାଇଁ ଆଜି ଐତିହାସିକ ଦିନ । ୩ଟି ଯାକ ଯୁଦ୍ଧ ଜାହାଜ ମେଡ୍ ଇନ୍ ଇଣ୍ଡିଆ । ବିସ୍ତାରବାଦ ନୁହେଁ ବିକାଶ ଭାବନାରେ କାମ କରୁଛୁ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି ।ପ୍ରଧାନମନ୍ତ୍ରୀ କହିଛନ୍ତି, ନୌସେନାକୁ ନୂତନ ଶକ୍ତି ମିଳିଛି। ଆମେ ନୌସେନାକୁ ସୁଦୃଢ଼ କରିବା […]
ଆଜି ହେଉଛି ‘ଆର୍ମି ଡେ’ (Army Day 2025) ବା ସ୍ଥଳସେନା ଦିବସ । ଦେଶ ପାଳୁଛି ଗୌରବମୟ 77 ତମ ଆର୍ମି ଡେ । ପ୍ରତିବର୍ଷ ଜାନୁୟାରୀ 15 ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ ।ଏହି ଦିନ ସେନା ଦିବସ ପାଳନ କରିବାର କିଛି ଖାସ କାରଣ ବି ରହିଛି । କାରଣ ଏହି ଦିନ ଅର୍ଥାତ ୧୯୪୯ ମସିହା ଜାନୁଆରୀ ୧୫ ତାରିଖରେ ଦେଶ ସ୍ୱାଧୀନ ହେବା ପରେ କୌଣସି ଭାରତୀୟ ପ୍ରଥମଥର […]
