ଜାନୁଆରୀ ୧୫ ତାରିଖରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ ରଖିଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)। ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀ ଥିବା ଯୋଗୁ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ତେବେ ଜାନୁଆରୀ ୧୬ ତାରିଖରେ ହେବାକୁ ଥିବା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ।ପ୍ରାର୍ଥୀମାନଙ୍କୁ ଅଫିସିଆଲ ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ଯାହା ଦ୍ୱାରା ସେମାନେ ପରୀକ୍ଷା ସମ୍ବନ୍ଧୀୟ କୌଣସି ନୂତନ ସୂଚନା ବିଷୟରେ ଅବଗତ […]
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶିଷ୍ଟ ବୈଜ୍ଞାନିକ ଭି.ନାରାୟଣନ୍ । ଗତକାଲି ଅପରାହ୍ନରେ ସେ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେଇଛନ୍ତି । ନାରାୟଣନ୍ ଦୁଇ ବର୍ଷ ପାଇଁ ଏହି ପଦରେ ରହିବେ |ଇସ୍ରୋ ଅଧ୍ୟକ୍ଷ ହେବା ପୂର୍ବରୁ ସେ ଭଲିଆମାଲାରେ ଅବସ୍ଥିତ ଲିକ୍ୱିଡ୍ ପ୍ରପଲ୍ୟୁସନ୍ ସିଷ୍ଟମ୍ ସେଣ୍ଟର (LPSC) ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରି ସାରିଛନ୍ତି। ଜିଏସଏଲଭି ଏମ୍ କେ-୩ ପାଇଁ […]
ବିଶ୍ବର ଅନ୍ୟତମ ବୃହତ ଧାର୍ମିକ ସମାବେଶ ମହାକୁମ୍ଭ ମେଳା। ଏହାକୁ ମାନବ ଜାତିର ସବୁଠୁ ବଡ଼ ସାଂସ୍କୃତିକ ସମାଗମ ବୋଲି ମଧ୍ୟ ବିଶ୍ବାସ କରାଯାଏ। ଆଜି ପୌଷ ପୂର୍ଣ୍ଣିମା ଉପଲକ୍ଷେ ଥିଲା ପ୍ରଥମ ସ୍ନାନ । ପ୍ରଥମ ଦିନରେ ହିଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ପ୍ରଥମ ଦିନରେ ପ୍ରାୟ ୧ କୋଟି ଲୋକ ସ୍ନାନ କରିଛନ୍ତି । ତେବେ ପ୍ରଥମ ସାହୀ ସ୍ନାନ ଆସନ୍ତା କାଲି ଅର୍ଥାତ ମକର ସଂକ୍ରାନ୍ତି ଉପଲକ୍ଷେ ଅନୁଷ୍ଠିତ […]
ତ୍ରିବେଣୀ ସଙ୍ଗମରେ ମହାକୁମ୍ଭ ସୋମବାରଠୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦିବ୍ୟ ଆସ୍ଥା ସ୍ଥଳିରେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳ । ଏହି ମେଳା ଆସନ୍ତା ଦେଢ଼ ମାସ ଅର୍ଥାତ୍ ଫେବ୍ରୁଆରୀ ୨୬ ତାରିଖ ଯାଏଁ ଚାଲିବ । ଗତକାଲି ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଗଙ୍ଗାସାଗରରେ ପହଞ୍ଚିଥିଲେ । ୧୫ ତାରିଖ ସକାଳ ପର୍ଯ୍ୟନ୍ତ ମହେନ୍ଦ୍ର ବେଳାରେ ମକରବୁଡ଼ ଦେବାଲାଗି ଲକ୍ଷାଧିକ ଲୋକ ଗଙ୍ଗାସାଗରରେ ପହଞ୍ଚିଲେଣି। ମେଳାରେ ତୀର୍ଥଯାତ୍ରୀଙ୍କ ସୁବିଧା […]
ଜୟ ଯବାନ ଜୟ କିଶାନ। ଆଜି ହେଉଛି ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି। ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଉତ୍ତର ପ୍ରଦେଶର ମୁଗଲସରାଇରେ ଲାଲ ବାହାଦୂରଙ୍କର ଜନ୍ମ। ମାତ୍ର ଦେଢ ବର୍ଷ ବୟସରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନିଧନ ପରେ ସେ ୧୯୬୪ ମସିହାରେ ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ମାତ୍ର ୧୮ ମାସ ସେ ଥିଲେ […]
ଅଯୋଧ୍ୟା ରାମ ମନ୍ଦିରକୁ ପୁରିଲା ବର୍ଷେ । ଅଯୋଧ୍ୟା ସହ ସାରା ଭାରତରେ ଆଜି ରାମଲାଲା ପ୍ରାଣ ପ୍ରତିଷ୍ଠା ବାର୍ଷିକ ଉତ୍ସବ ପାଳନ କରାଯାଉଛି । ଗତ ବର୍ଷ ଜାନୁଆରୀ ୨୨ ତାରିଖରେ ଭବ୍ୟ ଆୟୋଜନରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ତିଥି ଅନୁଯାୟୀ ପ୍ରାଣ ପ୍ରତିଷ୍ଠାକୁ ଆଜି ଗୋଟିଏ ବର୍ଷ ପୂରଣ ହେଉଛି। ଏହି ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ ରାମଲାଲାଙ୍କ ସ୍ବତନ୍ତ୍ର ପୂଜାବିଧି ପାଇଁ ଭବ୍ୟ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ […]
ପୋଡକାଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜେରୋଧା ସହ ପ୍ରତିଷ୍ଠାତା ନିଖିଲ କମାତଙ୍କ People by WTF seriesରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବାକୁ ମିଳିଛି। ୨ ଘଣ୍ଟାରୁ ଅଧିକ ସମୟ ଧରି ମୋଦି ପୋଡକାଷ୍ଟରେ ବସି ଅନେକ କଥା କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଜୀବନ ଏପରି ବିତିଛି ଯେ ପିଲା ଦିନର ବନ୍ଧୁଙ୍କ ସହ ସମ୍ପର୍କ ରହିପାରି ନାହିଁ । ନିଖିଲ କାମାଥଙ୍କ ସହ ପଡ୍କାଷ୍ଟରେ ପିଏମ୍ ମୋଦୀ କହିଛନ୍ତି, […]
୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କୁ କ୍ଷମତାରୁ ହଟାଇବା ଉଦ୍ଦେଶ୍ୟରେ ଗଠିତ ଅଖିଳ ଭାରତୀୟ ମେଣ୍ଟ କ’ଣ ଶେଷ ହୋଇଗଲା? ଏହି ପ୍ରଶ୍ନ ବର୍ତ୍ତମାନ ଲୋକଙ୍କ ମନରେ ଉଙ୍କି ମାରୁଛି। କଂଗ୍ରେସ ନେତା ପଓ୍ବନ ଖେରା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏହି ମେଣ୍ଟ କେବଳ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ଥିଲା। ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟର ଅନ୍ୟତମ ସହଯୋଗୀ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା […]
ବିବାହ କରିଥିବା ଦିନକୁ ଜୀବନ ସମାପ୍ତ କରିଦେବା ଦିନ ଭାବେ ବାଛିନେଲେ । ବିବାହର ୨୬ ବର୍ଷ ପୂର୍ତ୍ତିକୁ ବେଶ ଧୂମଧାମରେ ପାଳିଲେ । ବର-କନ୍ୟା ପୋଷାକ ପିନ୍ଧି ମଧ୍ୟ ରାତ୍ର ପର ଯାଏ ବନ୍ଧୁ ଓ ପରିବାର ଲୋକଙ୍କ ସହ ଉତ୍ସବ ମନାଇଲେ । ଆଉ ସେହିଦିନକୁ ଜୀବନର ଶେଷ ଦିନ କରିଦେଲେ । କରଜରେ ବୁଡିଥିବା ଦମ୍ପତି ଶେଷର ନେଲେ ଏମିତି ନିଷ୍ପତ୍ତି । ମହାରାଷ୍ଟ୍ର ନାଗପୁରରେ ଘଟିଛି ହୃଦୟ ବିଦାରକ ଘଟଣା ।୫୭ […]
ଚାଇନା ପରେ ହ୍ୟୁମାନ ମେଟାନ୍ୟୁମୋଭାଇରସ (HMPV) ବର୍ତ୍ତମାନ ଭାରତରେ ପଶିଛି। ଯାହାକୁ ନେଇ ସାରା ଦେଶରେ ଏବେ ଆତଙ୍କ ଖେଳିଯାଇଛି। କର୍ନାଟକ, ତାମିଲନାଡୁ ପରେ ଏବେ ମୁମ୍ବାଇରେ ଏକ ନୂଆ ମାମଲା ଦେଖିବାକୁ ମିଳିଛି। HMPVର ଏହି ଭାଇରସ ଦଶନ୍ଧି ପୁରୁଣା । ୨୦୦୧ ମସିହାରେ ଏହା ମଣିଷମାନଙ୍କଠାରେ ଚିହ୍ନଟ ହୋଇଥିଲା । ସେବେଠାରୁ ଭାରତ ସମେତ ବିଶ୍ୱର କେତେକ ଦେଶରେ ଏହାର ମାମଲା ଆସୁଛି । ୨୦୦୩ରେ ପ୍ରଥମ ମାମଲା ଭାରତରେ ଆସିଥିଲା । ଗତ […]
କେନ୍ଦ୍ର ସରକାର ଭି ନାରାୟଣନଙ୍କୁ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନୂତନ ଚେୟାରମ୍ୟାନ ତଥା ମହାକାଶ ବିଭାଗର ସଚିବ ଭାବରେ ନିଯୁକ୍ତ କରିଛନ୍ତି। ସେ ଜାନୁଆରୀ ୧୪ରେ ବର୍ତ୍ତମାନର ଇସ୍ରୋ ମୁଖ୍ୟ ଏସ୍.ସୋମନାଥଙ୍କ ଦାୟିତ୍ୱ ଗ୍ରହଣ କରିବେ। ପ୍ରାୟ ୪୦ ବର୍ଷ ଧରି ସେ ଭାରତୀୟ ମହାକାଶ ଗବେଷଣା ସହ ଜଡିତ । ରକେଟ ଓ ମହାକାଶଯାନ ପ୍ରପୁଲସନ କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି । ଜିଏସ୍ଏଲ୍ଭି ଏମ୍କେ-୩ ଯାନର ସି-୨୫ କ୍ରାୟୋଜେନିକ ପ୍ରୋକ୍ଟେର […]
ସାମ୍ନାକୁ ଆସିଛି ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ୩୬ ବର୍ଷୀୟ ମହିଳା ତାଙ୍କ ସ୍ୱାମୀ ଓ ୬ ପିଲାଙ୍କୁ ଛାଡ଼ି ଭିକ ମାଗିବାକୁ ଆସୁଥିବା ଜଣେ ବ୍ୟକ୍ତିଙ୍କ ସହ ଫେରାର ହୋଇଯାଇଛନ୍ତି। ହରପଲପୁରର ଥାନା ଅଞ୍ଚଳର ଏକ ଗାଁରେ ସାଣ୍ଡି ଥାନା ଅନ୍ତର୍ଗତ ଖୀରକିଆଁ ମୋହଲ୍ଲାରେ ରହୁଥିବା ଯୁବ ପଣ୍ଡିତଙ୍କ ପୁଅ ପ୍ୟାରେଲାଲ ହରପାଳପୁର ଥାନା ଅଞ୍ଚଳର ଏକ ଗାଁକୁ ଭିକ ମାଗିବାକୁ ଆସୁଥିଲେ।ଏହି ସମୟରେ ସେ ମହିଳାଙ୍କ ସହ ପରିଚିତ ହେବା ପରେ […]
