ପୂର୍ବତନ ସିଡିଏସ୍‌ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ଖୁଲାସା

ହେଲିକପ୍ଟର ଦୁର୍ଘଟଣାରେ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ତିନିବର୍ଷ ପରେ ଆସିଛି ତାଙ୍କ ମୃତ୍ୟୁ ପଛର କାରଣ। ଏହି ଦୁର୍ଘଟଣାରେ ଜେନେରାଲ ରବତଙ୍କ ସ୍ତ୍ରୀ ମଧୁଲିକା ରାୱତ ସମେତ 13 ଜଣଙ୍କର ମୃତ୍ୟୁ ଘଟିଥିଲା। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ କୁନୁର ନିକଟରେ ହେଲିକପ୍ଟରଟି ପାହାଡ଼ରେ ପିଟି ହୋଇଯାଇଥିଲା।ତେବେ ବଡ କଥା ହେଉଛି ଏହି ଦୁର୍ଘଟଣା ମାନବିକ ତ୍ରୁଟି ବୋଲି ଜଣାପଡିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦୀୟ କମିଟିକୁ […]

କ୍ୟାନସର୍‌ ରୋଗୀଙ୍କ ପାଇଁ ଖୁସି ଖବର: ପ୍ରସ୍ତୁତ ହେଲା କ୍ୟାନ୍‌ସର୍‌ ଟିକା

ସାରା ବିଶ୍ୱକୁ କଲବଲ କରୁଛି କର୍କଟ ଭଳି ଗମ୍ଭୀର ରୋଗ । ଅଧିକାଂଶ ଲୋକ ଏହି ରୋଗରେ ପୀଡିତ । ଏଭଳି ପରିସ୍ଥିତିରେ ଋଷ ଦାବି କରିଛି ଯାହା ସମଗ୍ର ବିଶ୍ୱ ପାଇଁ ଆରାମର ଖବର ଅଟେ । ରୁଷିଆ କହିଛି ଯେ, ଆମେ ଏକ କ୍ୟାନ୍‌ସର୍‌ ଟିକା ପ୍ରସ୍ତୁତ କରିଛୁ, ଯାହା ୨୦୨୫ରୁ ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ରୁଷିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ ରିସର୍ଚ୍ଚ ସେଣ୍ଟରର ଜେନେରାଲ ଡାଇରେକ୍ଟର ଆଣ୍ଡ୍ରେ […]

ଏଣିକି ବିନା ଭିସାରେ ଯାଇ ହେବ ରୁଷିଆ

ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପୂର୍ବ ଅପେକ୍ଷା ଭଲ ଏବଂ ମଜଭୁତ କରିବା ପାଇଁ ଅନେକ ସମୟରେ ଆଲୋଚନା ହୋଇଥାଏ। ବର୍ତ୍ତମାନ ରୁଷିଆ ପୁଣି ଥରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଏକ ଉଦାହରଣ ସୃଷ୍ଟି କରୁଛି ଏବଂ ଭାରତୀୟମାନଙ୍କୁ ଏକ ବଡ଼ ଉପହାର ଦେଉଛି।ଖୁବଶୀଘ୍ର ବିନା ଭିସାରେ ଯାଇ […]

ୱାନ୍‌ ନେସନ୍‌ ୱାନ୍‌ ଇଲେକ୍‌ସନ୍‌ ବିଲ୍‌ ଲୋକସଭାରେ ଆଗତ

ବହୁ ଚର୍ଚ୍ଚା ଏବଂ ଆଲୋଚନା ପରେ ଆଜି ପରିଶେଷରେ ଲୋକସଭାରେ ଆଗତ ହୋଇଛି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘଓ୍ବାଲା ଆଗଜି ଲୋକସଭାରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି । ତେବେ ଏହି ବିଧେୟକକୁ ସମ୍ବିଧାନର ୧୨୯ ତମ ସଂଶୋଧନ ବିଧେୟକ ବୋଲି ନାମ ଦିଆଯାଇଛି । ଖାଲି ସେତିକି ନୁହେଁ, ଏହି ବିଲକୁ ଲୋକସଭାରେ ପାସ୍ କରିବାକୁ […]

ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍ ରାହୁଲ ଗାନ୍ଧିଙ୍କୁ ଲେଖିଲା ପତ୍ର, ନେହେରୁଙ୍କ ଚିଠି ଯଥାଶୀଘ୍ର ଫେରସ୍ତ କର

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଏବେ କଂଗ୍ରେସ ପାଖରେ ଅଛି। ଉକ୍ତ ଚିଠିଗୁଡ଼ିକ ଖୁବ୍‌ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି କଂଗ୍ରେସ ତାହାକୁ ଫେରାଇବା ନାଁ ଧରୁନି। । ତେଣୁ ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି (PMML) ।୧୯୭୧ ମସିହାରେ ଚିଠିକୁ ନେହରୁ ମେମୋରିଆଲ୍ ମ୍ୟୁଜିୟମ ଏବଂ ଲାଇବ୍ରେରୀରେ ଜମା କରାଯାଇଥିଲା […]

ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ

ନିଜ ତବଲାର ଧ୍ୱନୀରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିବା ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ ଘଟିଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଉସ୍ତାଦ ଜାକିର ହୁସେନ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ତାଙ୍କୁ ବିବେଚନା କରାଯାଏ ।ନିଜର […]

ବଢ଼ିଲା ମାଗଣାରେ ଅଧାର ଅପଡେଟ୍ କରିବା ତାରିଖ

ମାଗଣାରେ ଅଧାର ଅପଡେଟ୍ କରିବା ତାରିଖକୁ ବାରମ୍ବାର ବାରମ୍ବାର ବୃଦ୍ଧି କରାଯାଉଛି। ଏହା ପୂର୍ବରୁ ୧୪ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। ତା’ପରେ ଏହା ଡିସେମ୍ବର ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପରେ ଆଜି ଏହି ତାରିଖକୁ ପୁଣି ୧୪ ଜୁନ୍ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେମିତି କରିବେ ଅନ୍‌ଲାଇନ ଆଧାର ଅପଡେଟ୍?

ବିଗିଡିଲା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା

ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହି କାରଣରୁ ତାଙ୍କୁ ଆଜି ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଆଡଭାନୀଙ୍କ ଚିକିତ୍ସା କରୁଛନ୍ତି । ସୂଚନା ଅନୁଯାୟୀ, ଗତ ଦୁଇ ସପ୍ତାହ ହେଲା ତାଙ୍କ ଦେହ ସେତେଟା ଠିକ୍ ନଥିଲା । ଆଜି ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ପରିବାର ଲୋକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି […]

‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ଗୁରୁବାର ଏହାକୁ ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ଏହା ସଂସଦରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି।କ୍ୟାବିନେଟ୍‌ ମଞ୍ଜୁରୀ ନେଇ ଜାତୀୟ ଗଣମାଧ୍ୟମରେ ହେଉଛି ଚର୍ଚ୍ଚା । ସୂଚନାମୁତାକ, ୱାନ ନେସନ, ୱାନ ଇଲେକ୍ସନ ବିଲ୍‌ କୁ ଆସନ୍ତା ସପ୍ତାହ ଏହି ଶୀତ ଅଧିବେଶନରେ ଆଗତ କରାଯିବାର ସମ୍ଭବନା ରହିଛି । ସର୍ବ ପ୍ରଥମେ ଜେପିସି କମିଟିର ଗଠନ କରାଯିବ ଏବଂ ଏଥିରେ ସମସ୍ତ ଦଳର ମତ ଲୋଡା ଯିବ। […]

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା । ଆସନ୍ତା ୩ ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ପଦରେ ସେ କାର୍ଯ୍ୟ କରିବେ । ଗତ ଡିସେମ୍ବର ୯ ତାରିଖରେ କେନ୍ଦ୍ର ସରକାର ଆରବିଆଇ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କ ନାଁ ଘୋଷଣା କରିଥିଲେ। ବର୍ତ୍ତମାନ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ମଧ୍ୟରେ ସନ୍ତୁଳନା ନାହିଁ। ସେପ୍ଟେମ୍ବର ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୫.୪ ପ୍ରତିଶତକୁ ହ୍ରାସ ପାଇଥିଲା। […]

କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା ;ହଠାତ୍‌ ମୃତ୍ୟୁ ପାଇଁ ଦାୟୀ ନୁହେଁ କରୋନା ଟିକା

କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ବଡ଼ ବୟାନ । କହିଲେ, ଯୁବପୀ ଢିଙ୍କ ହଠାତ୍ ମୃତ୍ୟୁ ପଛରେ ନାହିଁ କରୋନା ଟିକାର ଭୂମିକା । ଆଇସିଏମଆର ଷ୍ଟଡିର ରିପୋର୍ଟକୁ ନେଇ ଏବେ ଚର୍ଚ୍ଚା। ରାଜ୍ୟସଭାରେ ଏ ସମ୍ପକରେ ଉତ୍ତର ରଖିଛନ୍ତି ଜେ.ପି ନଡ୍ଡା । ଦେଶରେ କରୋନା ମହାମାରୀ ଆସିବା ପରେ ଏଥରୁ ବର୍ତ୍ତିବା ପାଇଁ ଲୋକେ ଟିକା ନେଇଥିଲେ । ଏହାପରେ ଦେଶରେ ଆକସ୍ମିକ ମୃତ୍ୟୁ ହାର ବୃଦ୍ଧି ପାଇଥିଲା । କୋଭିଡ ଟିକା […]

ମୃତ୍ୟୁ ପୂର୍ବରୁ ୨୪ପୃଷ୍ଠାର ସୁଇସାଇଡ ନୋଟ୍‌ ଲେଖିଲେ ଆଇଟି କର୍ମଚାରୀ

ସ୍ତ୍ରୀ ବାରମ୍ବାର ହଇରାଣ କରୁଥିଲେ। ସ୍ତ୍ରୀଙ୍କ ସହ ପରିବାର ଲୋକ ମଧ୍ୟ ହାତ ମିଳାଇଥିଲେ। ଦିନକୁ ଦିନ ସ୍ତ୍ରୀଙ୍କ ନିର୍ଯ୍ୟାତନା ବଢିବାରେ ଲାଗିଥିଲା। ଜଣେ ମହିଳା ବିଚାରପତି ମଧ୍ୟ ସ୍ତ୍ରୀଙ୍କୁ ଘରୋଇ ହିଂସା ମାମଲାରେ ସହାୟତା କରୁଥିଲେ। ଏପରିକି ସ୍ତ୍ରୀ ମାମଲା ରୁଜୁ କରି ଟଙ୍କା ମାଗି ଚାଲିଥିଲେ। ସହିବାର ସୀମା ଏତେ ବଢି ଯାଇଥିଲା ଯେ ବେଙ୍ଗାଲୁରୁରେ ରହୁଥିବା ଜଣେ ୩୪ ବର୍ଷୀୟ ବ୍ୟକ୍ତି ନିଜ ଫ୍ଲାଟରେ ନିଜ ଜୀବନ ହାରି ଦେଇଛନ୍ତି।୨୪ ପୃଷ୍ଠାର ସୁଇସାଇଡ […]