ଭୁବନେଶ୍ବରରେ ଦ୍ରୌପଦୀ ମୁର୍ମୁ, ନବୀନ ନିବାସରେ କରିବେ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର,(ଓଡିଶା ଦର୍ପଣ): ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।  ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ବିମାନବନ୍ଦରରୁ ସେ ରାଜ୍ୟ ଅତିଥୀ ଭବନକୁ ଯାଇଥିଲେ। ସେଠାରୁ ସେ ବିଧାନସଭା ଯାଇ ବିଧାୟକ ସାଂସଦଙ୍କୁ ସେ ଭୋଟ ପାଇଁ ଅନୁରୋଧ କରିବେ। ବିମାନ ବନ୍ଦରରେ ତାଙ୍କୁ ଉଭୟ ବିଜେଡି ଓ ବିଜେପି ତରଫରୁ ସ୍ବାଗତ କରାଯାଇଛି। ସେଠାରେ ଆଦିବାସୀ ନୃତ୍ୟରେ ତାଙ୍କୁ ସ୍ବାଗତ କରାଯାଇଛି। ଉଭୟ ବିଜେଡି ଓ ବିଜେପିର […]

ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ବିଜେତାମାନଙ୍କ ନାମ ଘୋଷଣା: ଓଡ଼ିଶାରୁ ଜିତିଲେ ଦୁଇ ଛାତ୍ର

ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ରାଉଣ୍ଡର ୩୬ ଜଣ ବିଜେତାମାନଙ୍କୁ ଚୟନ କରାଯାଇଛି। ଏହି ବିଜେତାମାନେ ପରବର୍ତ୍ତୀ ଜାତୀୟ ରାଉଣ୍ଡରେ ନିଜ ନିଜ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇବେ। ରାଜ୍ୟ ରାଉଣ୍ଡରେ ଓଡ଼ିଶାରୁ କଣିହାଁ ଏନଟିପିସି ଡିଏଭି ପବ୍ଲିକ୍‌ ସ୍କୁଲ ଦୀପଶିଖାର କନିଷ୍କ ଓ ହ୍ଵିପ୍‌ କୁମାର ବେହେରା ବିଜୟୀ ହୋଇଛନ୍ତି। ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ରାଉଣ୍ଡର ଫାଇନାଲ ପ୍ରତିଯୋଗିତା […]

ପ୍ରସାରଣ ସେବା ପୋର୍ଟାଲ ଉନ୍ମୋଚନ କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ

ନୂଆଦିଲ୍ଲୀ:(ଓଡିଶା ଦର୍ପଣ) କେନ୍ଦ୍ର ସୂଚନା ଏବଂ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ନୂଆଦିଲ୍ଲୀରେ ପ୍ରସାରଣ ସେବା ପୋର୍ଟାଲର ଉନ୍ମୋଚନ କରିଛନ୍ତି। ଏଥିସହିତ ପ୍ରସାରଣ କ୍ଷେତ୍ରରେ ‘ବ୍ୟବସାୟିକ ସୁଗମତା’ ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ପ୍ରସାରଣ ସେବା ପୋର୍ଟାଲ ଏକ ଅନଲାଇନ ପୋର୍ଟାଲ, ଯାହା ଅଧୀନରେ ପ୍ରସାରକମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ଲାଇସେନ୍ସ, ଅନୁମତି, ପଞ୍ଜୀକରଣ ଆଦି ପାଇଁ ଆବେଦନକୁ ଯଥାଶୀଘ୍ର ଦାଖଲ କରାଯାଇ ପାରିବ। ଏସବୁ ଆବେଦନର […]

ଷ୍ଟାଣ୍ଡ-ଅପ୍‌ ଇଣ୍ଡିଆ ଯୋଜନା ଅଧୀନରେ ୬ ବର୍ଷରେ ୩୦,୧୬୦ କୋଟି ଟଙ୍କାରୁ ଅଧିକ ଋଣ ଅର୍ଥରାଶି ମଞ୍ଜୁର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ(ଓଡିଶା ଦର୍ପଣ): ଆମେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର ଷଷ୍ଠ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛୁ। ଏ ପରିପ୍ରେକ୍ଷୀରେ ଏହି ଯୋଜନା ଉଦ୍ୟୋଗୀ, ବିଶେଷ କରି ମହିଳା ଏବଂ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ସମ୍ପ୍ରଦାୟ ସହ ଜଡ଼ିତ ଲୋକମାନଙ୍କର ଆକାଂକ୍ଷାକୁ କିଭଳି ପୂରଣ କରିପାରିଛି ତାହା ଆକଳନ କରିବା ପ୍ରାସଙ୍ଗିକ ହୋଇପଡ଼ିଛି । ଏହି ଯୋଜନାର ଉପଲବ୍ଧି, ବିଶେଷତ୍ୱ ଏବଂ ଏହାର ବିସ୍ତାର ଉପରେ ମଧ୍ୟ ଆଲୋକପାତ କରିବାର ଆବଶ୍ୟକତା ରହିଛି। […]

ଆସନ୍ତାକାଲି ଠାରୁ ଦିଆଯିବ ୧୨-୧୪ ବର୍ଷ ବୟସ ପିଲାଙ୍କୁ କୋଭିଡ ଟିକା

ନୂଆଦିଲ୍ଲୀ(ଓଡିଶା ଦର୍ପଣ): ଆସନ୍ତାକାଲି ଅର୍ଥାତ୍ ୧୬ ମାର୍ଚ୍ଚ, ୨୦୨୨ ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କୁ କୋଭିଡ ୧୯ ପ୍ରତିଷେଧକ ଟିକା ମାଗଣାରେ ଦିଆଯିବ। ଏଥିସହିତ ସମସ୍ତ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରରେ ଜାତୀୟ ଟିକାକରଣ ଦିବସ ପାଳନ କରାଯିବ। ପିଲାମାନଙ୍କୁ ହାଇଦ୍ରାବାଦସ୍ଥିତ ବାୟୋଲୋଜିକ ଇ ଲିମିଟେଡ ଦ୍ବାରା ବିକଶିତ କୋର୍ବେଭାକ୍ସ ଟିକା ଦିଆଯିବ। ମାର୍ଚ୍ଚ ୧୬ ତାରିଖ ପୂର୍ବାହ୍ନ ୯ଟାରୁ ଅନଲାଇନ ପଞ୍ଜୀକରଣ ମାଧ୍ୟମରେ କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ହିତାଧିକାରୀମାନେ ଟିକା ନେଇପାରିବେ। […]

ହୋଲିରେ ମଦୁଆଙ୍କୁ ଉପହାର, ଶସ୍ତା ହେବ ମଦ

ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ହୋଲି ପୂର୍ବରୁ ମଦୁଆ ମାନଙ୍କୁ ଉପହାର । ଶସ୍ତା ହୋଇଯିବ ମଦ । କେବଳ ବିଦେଶୀ ମଦ ନୁହେଁ ବରଂ ଦେଶୀ, ୱାଇନ୍ ଓ ବିୟର ମଧ୍ୟ ଶସ୍ତା ହୋଇଯିବ । ତେବେ ଭାରତ ବର୍ଷରେ କେବଳ ଦୁଇଟି ରାଜ୍ୟରେ ଏହି ଅଫରର ସୁବିଧା ମିଳିପାରିବ । ମଧ୍ୟପ୍ରଦେଶ ଓ ନୂଆଦିଲ୍ଳୀରେ ସରକାର ଏକ୍ସାଇଜ ଡ୍ୟୁଟି ହ୍ରାସ କରିଥିବା ବେଳେ ଏହାର ସିଧାସଳଖ ଫାଇଦା ଗ୍ରାହକଙ୍କୁ ମିଳିବ । ପ୍ରଥମ ରାଜ୍ୟ ଭାବରେ ଦିଲ୍ଳୀ ଏହା […]

ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ରାଷ୍ଟ୍ରପତି

ପୁରୀ,(ଓଡ଼ିଶା ଦର୍ପଣ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରାଷ୍ଟ୍ରପତିଙ୍କ ସହ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଅଛନ୍ତି। ଶ୍ରୀମନ୍ଦିରରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସ୍ଥିତି

ୟୁକ୍ରେନ୍ ରୁ ଭାରତୀୟଙ୍କୁ ସ୍ୱଦେଶ ଫେରିଆସିବାକୁ ନିର୍ଦ୍ଦେଶ ଦେଲା ଭାରତୀୟ ଦୂତାବାସ ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ଏବେ ଋଷ ଆଉ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସ୍ଥିତି ଘନେଇବାରେ ଲାଗିଛି । ଏବେ ଏବେ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହା ମଧ୍ୟ ପ୍ରକାଶ ପାଉଛି ଯେ ହୁଏତ ଆସନ୍ତାକାଲି ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ। ଏଭଳି ସ୍ଥିତିରେ ୟୁକ୍ରେନ୍‌ରେ ରହୁଥିବା ଭାରତୀୟଙ୍କୁ ଯଥାଶୀଘ୍ର ଭାରତ ଫେରିଆସିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ଦୂତାବାସ । ଅତି ଜରୁରୀ ନଥିଲେ ୟୁକ୍ରେନ୍‌ରେ ରୁହନ୍ତୁ […]

ଏହି ଲୋକମାନେ ଖାଆନ୍ତି ଭାରତରେ, ଶୋଇଥାନ୍ତି ବିଦେଶରେ

ଓଡିଶା ଦର୍ପଣ,(୧୫/୦୨): ଆଜିକା ଦିନରେ ଦେଶରେ ଲକ୍ଷ ଲକ୍ଷ ଗାଁ ରହିଛି । ପାଖାପାଖି ୭୦ ପ୍ରତିଶତ ଲୋକ ଗାଁରେ ବସବାସ କରିଥାନ୍ତି । କିନ୍ତୁ ନାଗାଲାଣ୍ଡର ଏଭଳି ଗାଁ ଅଛି, ଯେଉଁମାନେ କି ଭାରତରେ ଖାଆନ୍ତି ଓ ବିଦେଶରେ ଶୋଇଥାନ୍ତି । ଏହି ଗାଁରେ ରହୁଥିବା ଲୋକଙ୍କର ଜମିବାଡ଼ି ଭାରତରେ ଓ ବିଦେଶ ତଥା ପଡୋଶୀ ଦେଶରେ ଅଛି । ଆଶ୍ଚର୍ଯ୍ୟର କଥା ହେଲା ଯେ, ଏହି ଗାଁର ଲୋକଙ୍କ ଘର ଶୋଇବା ଘର ଗୋଟିଏ […]

ଶିଳ୍ପପତି ରାହୁଲ ବଜାଜଙ୍କ ୮୩ବର୍ଷରେ ପରଲୋକ

ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ତଥା ଶିଳ୍ପପତି ରାହୁଲ ବଜାଜଙ୍କ ୮୩ ବର୍ଷ ବୟସରେ ପୁଣେଠାରେ ଦେହାନ୍ତ ହୋଇଛି । ବଜାଜ ଗ୍ରୁପର ଅଂଶୀଦାର ଥିବାବେଳେ ରାହୁଲ ବଜାଜଙ୍କୁ ମିଳିଥିଲା ପଦ୍ମଭୂଷଣ ସମ୍ମାନ । ବାଜଜ ଗ୍ରୁପ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଶନିବାର ଦିନ ୨.୩୦ ମିନିଟରେ ପରିବାର ବର୍ଗଙ୍କ ଉପସ୍ଥିତିରେ ତାଙ୍କର ଦେହାନ୍ତ ହୋଇଛି । ସେ ବହୁତ ଦିନ ହେଲା ଅସୁସ୍ଥ ହୋଇପଡିଥିଲେ । ରାହୁଲ ବଜାଜ ଜଣେ ସଫଳ […]

ଏଣିକି ସବୁ ଟ୍ରେନରେ ପୁନର୍ବାର ଉପଲବ୍ଧ ହେବ ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଟ୍ରେନରେ ରନ୍ଧା ଖାଦ୍ୟ ପରିବେଷଣର ସୁବିଧାକୁ ପୁନଃ ସ୍ଥାପିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୮୦ପ୍ରତିଶତ ଟ୍ରେନରେ ରନ୍ଧା ଖାଦ୍ୟ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ଫେବୃଆରୀ ୧୪ ସୁଦ୍ଧା ଶତପ୍ରତିଶତ ଟ୍ରେନରେ ରନ୍ଧା ଖାଦ୍ୟ ଉପଲବ୍ଧ ହେବ। ଉଲ୍ଲେଖ ଯୋଗ୍ୟ ଯେ, କୋଭିଡ-୧୯ ହେତୁ ଟ୍ରେନରେ ରନ୍ଧା ଖାଦ୍ୟ ଯୋଗାଇବା ସୁବିଧା ବନ୍ଦ ହୋଇଯାଇଥିଲା। ମାର୍ଚ୍ଚ ୨୩ ତାରିଖ ୨୦୨୦ରେ ମହାମାରୀ […]

ସମୀର ୱାନଖଡେଙ୍କୁ ଆଶ୍ଵସ୍ତି, ସେ ଅନୁସୂଚିତ ଜାତିର ବୋଲି ସ୍ଵୀକାର କଲେ ଏସସି କମିଶନ

ନୂଆଦିଲ୍ଲୀ(ଓଡିଶା ଦର୍ପଣ): ଏନସିବି ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେଙ୍କୁ ଅନୁସୂଚିତ ଜାତି ପାଇଁ ଜାତୀୟ ଆୟୋଗରୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ବେଳେ ଏସସି କମିଶନ ମାନିଛନ୍ତି ଯେ, ସମୀର ୱାନଖଡେ ଅନୁସୂଚିତ ଜାତିର ଅଟନ୍ତି। ଏହା ଦ୍ଵାରା ଦୀର୍ଘ ମାସ ଧରି ଚାଲିଆସୁଥିବା ଏହି ଘଟଣାରୁ ସମୀର ୱାନଖେଡେଙ୍କୁ ବଡ ଆଶ୍ଵସ୍ତି ମିଳିଛି। ଉଲ୍ଲେଖ ଯୋଗ୍ୟ ଯେ, ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନବାବ ମଲିକ ପୂର୍ବତନ ନାର୍କୋଟିକ୍ କଣ୍ଟ୍ରୋଲ୍ […]

Odisha Darpan Digital