ଆସାମ ବିଧାନସଭା ଗୁରୁବାର ବହୁବିବାହକୁ ନିଷିଦ୍ଧ କରିବା ପାଇଁ ଏକ ଐତିହାସିକ ବିଲ୍ ପାସ୍ କରିଛି । ବହୁବିବାହ ନିଷେଧ କରିବା ପାଇଁ ଏକ ବିଲ୍ ପାସ୍ ହୋଇଛି। ଏହି ଆଇନ ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହୋଇଥିବା ଯେକୌଣସି ବ୍ୟକ୍ତିଙ୍କୁ ଏକ ଫୌଜଦାରୀ ଅପରାଧ ବୋଲି ବିବେଚନା କରାଯିବ ଏବଂ କିଛି ବ୍ୟତିକ୍ରମ ସହିତ, ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇପାରେ। ପୀଡିତାଙ୍କୁ ୧.୪୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାର ବ୍ୟବସ୍ଥା ମଧ୍ୟ ଅଛି।ଗୁରୁବାର ଗୃହୀତ […]
ସାଉଦି ଆରବରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ବସରେ ନିଆଁ ଲାଗିଯିବାରୁ ୪୦ରୁ ଅଧିକ ଭାରତୀୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ତୀର୍ଥସ୍ଥାନ ବୁଲିଯାଇଥିବା ଭାରତୀୟଙ୍କ ଏକ ବସକୁ ଡିଜେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ।ଘଟଣାଟି ସମୟ ପ୍ରାୟ ୧:୩୦ ସମୟରେ ମୁଫ୍ରିହାଟରେ ଘଟିଥିଲା । ବସ୍ରେ ଥିବା ସମସ୍ତ ଯାତ୍ରୀ ହାଇଦ୍ରାବାଦର ବାସିନ୍ଦା ବୋଲି କୁହାଯାଉଛି, ଯେଉଁଥିରେ ମହିଳା, ଶିଶୁ ଏବଂ ପୁରୁଷ ସାମିଲ […]
ନୀତୀଶ କୁମାର ସୋମବାର ସକାଳେ କ୍ୟାବିନେଟ ବୈଠକ ଡାକିଛନ୍ତି। ସୂଚନା ଅନୁଯାୟୀ ଏହି ବୈଠକରେ କ୍ୟାବିନେଟ ଭାଙ୍ଗିବାକୁ ଅନୁମୋଦନ ମିଳିପାରେ। ଏହା ପରେ ତୁରନ୍ତ ନୀତୀଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବେ ଏବଂ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ।ସୂଚନା ମିଳୁଛି ଯେ, ଆସନ୍ତା ୧୯ କିମ୍ବା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ତେବେ ଏହା ପୂର୍ବରୁ ସରକାରରେ କାହାର କେତେ ଭାଗିଦାରୀ ରହିବ, କାହାକୁ କେତେ ମନ୍ତ୍ରୀ ପଦ […]
ବିହାର ନିର୍ବାଚନରେ ମହାଗଠବନ୍ଧନର ପରାଜୟର ପ୍ରଭାବ ପଡ଼ିଛି ଲାଲୁଙ୍କ ପରିବାର ଉପରେ । RJD ହାରିବା ସହ ଲାଲୁ ଯାଦବଙ୍କ ପରିବାର ଭିତରେ କଳହ ବଢ଼ିଛି । ପରିବାର ଭିତରେ କୁହୁଳୁଥିବା କଳହର ନିଆଁ ବାହାରକୁ ଆସିଛି । ଲାଲୁଙ୍କ ବଡ଼ ଝିଅ ରୋହିଣୀ ଆଚାର୍ଯ୍ୟ ଶନିବାର ସୋସିଆଲ୍ ମିଡିଆରେ ପୋଷ୍ଟ କରି ସବୁ ଦୋଷ ନିଜ ଉପରକୁ ନେଇଛନ୍ତି ।ରୋହିଣୀ ତାଙ୍କ ପୋଷ୍ଟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ତାଙ୍କର ଏକ୍ସ ପୋଷ୍ଟ ଅନୁଯାୟୀ, ସଞ୍ଜୟ […]
କିଛିଦିନ ତଳେ ଲେହ-ଲଦାଖରେ ହୋଇଥିବା ହିଂସା ଘଟଣାରେ ସୋନମ୍ ବାଙ୍ଗଚୁକଙ୍କୁ ଗିରଫ କରାଯାଇଛି । ଏହି ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।ଲଦାଖ ଡିଜିପି ଏସ.ଡି. ସିଂହ ଜାମଓ୍ବାଲଙ୍କ ନେତୃତ୍ଵରେ ଲଦାଖ ପୁଲିସର ଏକ ଟିମ ସୋନମଙ୍କୁ ଗିରଫ କରିଛି। ଏହା ପରେ ଜରୁରିକାଳୀନ ଭିତ୍ତିରେ ଲେହରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି। ଏହା ସହିତ ବ୍ରଡବ୍ୟାଣ୍ଡ ସ୍ପିଡ୍ ହ୍ରାସ କରିଦିଆଯାଇଛି।ଏହାସହ ସୋନମଙ୍କ ବେସରକାରୀ ସଂଗଠନକୁ […]
ଦେଶରେ ଥିବା ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ । ତାଙ୍କ ପାଖରେ ଏବେ ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଥିବାବେଳେ, ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସେ ସବୁଠୁ ଗରିବ|ଏଡିଆର୍(ଆସୋସିଏସନ ଫର ଡମେକ୍ରାଟିକ ରିଫର୍ମ)ର ସଦ୍ୟତମ ରିପୋର୍ଟରୁ ଏହା ଜଣାପଡ଼ିଛି। ତେବେ ତାଙ୍କ ପଛକୁ ରହିଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଏଡିଆର୍ ରିପୋର୍ଟ ଅନୁସାରେ ଓମାରଙ୍କ ପାଖରେ ୫୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବା ସେ ଘୋଷଣା କରିଛନ୍ତି। […]
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବି.ଆର. ଗଭାଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅବସର ପରେ ମୁଁ କୌଣସି ଲାଭଜନକ ସରକାରୀ ପଦବୀ ଗ୍ରହଣ କରିବି ନାହିଁ। ଅବସର ପରେ, ମୁଁ ମୋର ଅଧିକାଂଶ ସମୟ ଦାରାପୁର, ଅମରାବତୀ ଏବଂ ନାଗପୁରରେ ବିତାଇବାକୁ ଚାହେଁ।ସୂଚନାଥାଉକି, ପୂର୍ବରୁ ଜଷ୍ଟିସ ଗଭାଇ ମଧ୍ୟ ଅବସର ପରେ ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ। ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ସେ କହିଥିଲେ,”ସିଜେଆଇ ପଦବୀରେ ରହିବା ପରେ ଜଣେ […]
କ୍ରିକେଟ ଫ୍ୟାନ୍ସଙ୍କ ନଜର ଏବେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଉପରେ ରହିଛି । ଏହାରି ମଧ୍ୟରେ ଆଇସିସି କ୍ରିକେଟର ସମସ୍ତ ଫର୍ମାଟରେ ୮ଟି ନିୟମରେ ପରିବର୍ତ୍ତନ କରିଛି । ଜୁଲାଇ ୨ ରୁ ଅନ୍ତର୍ଜାତୀୟ କ୍ରିକେଟରେ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି । ବାଉଣ୍ଡରି ନିକଟରେ ବନି ହପ୍ କ୍ୟାଚ୍ ଉପରେ ବି କଟକଣା ଲାଗୁ କରାଯାଇଛି । ଏହା ସହିତ ପୁରୁଷ ଅନ୍ତର୍ଜାତୀୟ ଦିକିକିଆ କ୍ରିକେଟ୍ ମ୍ୟାଚ୍ ପାଇଁ ପ୍ରତି ପାଳି ଲାଗି ଗୋଟିଏ […]
ଏଚଆଇଭି ଏକ ବିପଦପୂର୍ଣ୍ଣ ଭାଇରସ। ଆଜି ପର୍ଯ୍ୟନ୍ତ ଏଚଆଇଭି ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ କରିବା ପାଇଁ କୌଣସି ଔଷଧ କିମ୍ବା ଟୀକା ତିଆରି ହୋଇନାହିଁ। ତେବେ ଆଶ୍ବସ୍ତିର କଥା ହେଉଛି ଚିକିତ୍ସା ବିଜ୍ଞାନ ଏହି ଭାଇରସକୁ ରୋକିବାରେ ଏକ ବଡ଼ ସଫଳତା ହାସଲ କରିଛି। ତେବେ ବିଶ୍ବର ପ୍ରଥମ HIV ପ୍ରତିରୋଧକ ଇଞ୍ଜେକ୍ସନକୁ ଆମେରିକା FDIର ମଞ୍ଜୁରୀ ଦେଇଛି । ବର୍ଷକୁ ଏହି ପ୍ରତିଷେଧକ ଇଂଜେକ୍ସନର ଦୁଇଟି ଡୋଜ ନେବାକୁ ପଡ଼ିବ । HIV ପ୍ରତିରୋଧକ […]
ବିଶ୍ବର ୯ଟି ଦେଶ ନିକଟରେ ୧୨ ହଜାରରୁ ଅଧିକ ପରମାଣୁ ଅସ୍ତ୍ର ରହିଥିବା ଦି ଷ୍ଟକ୍ହୋମ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ଏସ୍ଆଇପିଆରଆଇ) ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି। ତେହରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ସମୟରେ ଏସ୍ଆଇପିଆରଆଇ ତରଫରୁ ଏହି ରିପୋର୍ଟ ଜାରି କରାଯାଇଛି। ଭାରତ ପାଖରେ ୧୮୦, ପାକିସ୍ତାନ ପାଖରେ ୧୭୦ ଏବଂ ଚୀନ୍ ପାଖରେ ୬୦୦ ପରମାଣୁ ଅସ୍ତ୍ର ଅଛି। ଚୀନ୍ […]
ରାଜା ରଘୁବଂଶୀ ହତ୍ୟା ମାମଲାରେ ପତ୍ନୀ ସୋନମଙ୍କ ଗିରଫଦାରୀ ପରେ ଅନେକ ଖୁଲାସା ହେଉଛି। ବିବାହ ପୂର୍ବରୁ ମଧ୍ୟ ସୋନମ ‘ବିଧବା’ ହେବାକୁ ଯୋଜନା କରିଥିଲେ।ଇନ୍ଦୋରର ପରିବହନ ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ତାଙ୍କ ନିଜ ପତ୍ନୀ ସୋନମ ରଘୁବଂଶୀ ତାଙ୍କ ପ୍ରେମିକଙ୍କ ସହ ମିଶି ହତ୍ୟା କରିଥିଲେ। ସୋନମ ବିବାହର ମାତ୍ର 5 ଦିନ ପରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ପ୍ରେମିକଙ୍କ ସହ ମିଶି ସୁପାରି କିଲରର ସାହାଯ୍ୟ ନେଇ ସ୍ବାମୀଙ୍କୁ ହତ୍ୟା […]
ମହାକାଶରେ ଉଡ଼ିବ ତ୍ରିରଙ୍ଗା । ଶୁଭାଂଶୁ ଶୁକ୍ଲାଙ୍କ ଅନ୍ତରୀକ୍ଷ ମିଶନ । ଆସନ୍ତାକାଲି ଆମେରିକାର ଫ୍ଲୋରିଡ଼ାସ୍ଥିତ କେନେଡି ସ୍ପେଶ୍ ସେଣ୍ଟରରୁ ଡ୍ରାଗନ ମହାକାଶ ଯାନରେ ଲଞ୍ଚ କରାଯିବ ବହୁ ପ୍ରତୀକ୍ଷିତ ଆକ୍ସିଓମ୍-୪ ମିଶନ । ଭାରତୀୟ ସମୟ ସନ୍ଧ୍ୟା ୫ଟା ୫୨ ମିନିଟରେ ଉତକ୍ଷେପଣ କରାଯିବ ।ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଆଇଏସ୍ଏସ୍ ଅଭିମୁଖେ ଐତିହାସିକ ଅକ୍ସିୟମ-୪ ମିସନ୍ରେ ଯିବା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ସାରିଛନ୍ତି । କାଲି ନାସାର କେନେଡି ସ୍ପେସ୍ […]
