ଭାରତ ଉପରେ ୨୬% ରେସିପ୍ରୋକାଲ ଟାରିଫ ଲଗାଇଲା ଆମେରିକା,ଭାରତ ଉପରେ କ’ଣ ପଡିବ ପ୍ରଭାବ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ରୋଜ ଗାର୍ଡେନଠାରେ ‘ମେକ୍‌ ଆମେରିକା ୱେଲ୍‌ଦି ଏଗେନ୍‌’ କାର୍ଯ୍ୟକ୍ରମରେ ଭାଷଣ ଦେଇ ନୂଆ ଆମଦାନି ଟାରିଫ୍‌ ଘୋଷଣା କରିଛନ୍ତି । ବିଭିନ୍ନ ଦେଶ ଉପରେ ‘ଯେସାକୁ ତେସା’ ନୀତିରେ ଏହି ଟାରିଫ୍‌ ଘୋଷଣା ହୋଇଛି । ତାଙ୍କ ଘୋଷଣା ଅନୁସାରେ ଭାରତୀୟ ସାମଗ୍ରୀ ଉପରେ ଆମେରିକା ୨୬% ଟାରିଫ୍‌ କଷିବ । ଏହାଛଡ଼ା ଦକ୍ଷିଣ କୋରିଆ ଉପରେ ୨୫%, ଜାପାନ ଉପରେ ୨୪%, ତାଇୱାନ ଉପରେ ୩୨% ଶୁଳ୍କ ଲାଗୁ […]

ଉଦ୍‌ଘାଟନ ଅପେକ୍ଷାରେ ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ବ୍ରିଜ୍‌

ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ବ୍ରିଜ୍‌ର ନିର୍ମାଣ ଶେଷ । ସମୁଦ୍ର ଭିତରେ ଏହି ବ୍ରିଜ୍ ତିଆରି ହୋଇଛି । ଆସନ୍ତା ଏପ୍ରିଲ ୬ ତାରିଖ ଅର୍ଥାତ୍ ରାମନବମୀରେ ପମ୍ବନ ବ୍ରିଜ୍‌କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପରୀକ୍ଷଣ ସଫଳ ସମ୍ପର୍କରେ ଘୋଷଣା କରାଯାଇଛି। ପମ୍ବନ ପୋଲରେ ରେଲୱେ, ତଟରଖୀ, ରାଜ୍ୟ ପ୍ରଶାସନିକ ଅଧିକାରୀ ଏବଂ ପୋଲିସର ଉପସ୍ଥିତିରେ ୨୯ ମାର୍ଚ୍ଚରେ ପୋଲ ଖୋଲିବା ପୂର୍ବାଭ୍ୟାସ ପରୀକ୍ଷଣ ସମ୍ପନ୍ନ ହୋଇଥିଲା। ପୁରୁଣା ପମ୍ବନ […]

ଜାମନଗରରୁ ଦ୍ବାରିକା ପର୍ଯ୍ୟନ୍ତ ପଦଯାତ୍ରା କଲେ ଅନନ୍ତ ଅମ୍ବାନୀ

ଦେଶର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ପଦଯାତ୍ରା ପାଇଁ ପୁଣି ଚର୍ଚ୍ଚାରେ ରହିଛନ୍ତି । ଜାମନଗରରୁ ଆରମ୍ଭ କରି ଦ୍ବାରିକା ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି । ଏହି ପଦଯାତ୍ରା ୧୪୦କିଲୋମିଟରର ଥିଲା । ଯାହା ତାଙ୍କୁ ୫ଦିନ ସମୟ ଲାଗିଥିଲା ବୋଲି କହିଛନ୍ତି ଅନନ୍ତ ଅମ୍ବାନୀ । ପଦଯାତ୍ରା ସମୟରେ ପ୍ରତ୍ୟେକ ମନ୍ଦିରରେ ଦର୍ଶନ କରନ୍ତି ବୋଲି ସେ କହିଛନ୍ତି ।ଅନନ୍ତ ଅମ୍ବାନୀ କଡ଼ା ସୁରକ୍ଷା ମଧ୍ୟରେ ରାତିରେ ବୁଲୁଛନ୍ତି। ଅନନ୍ତ […]

ପ୍ରଧାନମନ୍ତ୍ରୀ ହେବେକୁ ନେଇ ପ୍ରଥମଥର ମୁହଁ ଖୋଲି କହିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ଭାବ୍ୟ ଅବସର ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ତାଙ୍କର ରାଜନୈତିକ ମହତ୍ତ୍ୱାକାଂକ୍ଷା ବିଷୟରେ ମୁହଁ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ଜଣେ ଯୋଗୀ। ରାଜନୀତି ମୋ ପାଇଁ ପୂର୍ଣ୍ଣକାଳୀନ ଚାକିରି ନୁହେଁ। ମୁଁ ବର୍ତ୍ତମାନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ।ନିଜର ଭବିଷ୍ୟତର ରାଜନୈତିକ ସମ୍ଭାବନାକୁ ସଂପର୍କରେ ସେ ଆହୁରି କହିଛନ୍ତି ଯେ, “ଯେପର୍ଯ୍ୟନ୍ତ ଆମେ ଏଠାରେ ଅଛୁ, ଆମେ କାମ କରୁଛୁ। ଏଥିପାଇଁ ମଧ୍ୟ […]

ନିଧି ତିୱାରୀ, ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବେ ହେଲେ ନିଯୁକ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବରେ ଆଇଏଫଏସ ନିଧି ତିୱାରୀଙ୍କୁ ମନୋନୀତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ (DoPT) ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ କରାଯାଇଛି।ତେବେ ନିଧି ତିୱାରୀ ନଭେମ୍ବର ୨୦୨୨ ଠାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ ଉପସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ, ସେ ବୈଦେଶିକ ମନ୍ତ୍ରଣାଳୟର ନିରସ୍ତ୍ରୀକରଣ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ବ୍ୟାପାର ବିଭାଗରେ ଉପସଚିବ ଭାବରେ କାର୍ଯ୍ୟ […]

ମୋ ସ୍ତ୍ରୀର ୪ପ୍ରେମିକ କବଳରୁ ମତେ ବଞ୍ଚାଅ,

ମେରଠ ଡ୍ରମ୍ କାଣ୍ଡ ପରେ ଗ୍ୱାଲିୟରର ଏକ ଘଟଣା ନଜରକୁ ଆସିଛି । ଜଣେ ସ୍ୱାମୀ ନିଜ ଜୀବନକୁ ଭୟ କରୁଛନ୍ତି । ତାଙ୍କ ନାମ ହେଉଛି ଅମିତ କୁମାର ସେନ୍ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କର ୪ପ୍ରେମିକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ସହିତ ତାଙ୍କ ସ୍ତ୍ରୀ ଲି ଭ୍-ଇନ୍ ସମ୍ପର୍କରେ ରହୁଛନ୍ତି। ଏହି କଥା ଜାଣିବା ପରେ ଅମିତ ପ୍ରତିବାଦ କରିଥିଲେ । ଏହାପରେ ସ୍ତ୍ରୀଙ୍କ ପ୍ରେମିକ ତାଙ୍କୁ […]

ଇଦ ଉପଲକ୍ଷେ ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ଇଦ୍ ପାଇଁ ସାରାଦେଶ ଉତ୍ସବମୁଖର । ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଘରେ ବି ଚାଲିଛି ନମାଜ ପାଠ । ପରସ୍ପରକୁ ଇଦର ଶୁଭେଛା ଜଣାଉଛନ୍ତି ମୁସଲିମ ଭାଇ ଓ ଭଉଣୀ । ଏହି ବିଶେଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ-ଉଲ-ଫିତର ପୂର୍ବ ସାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହି ପର୍ବ ଭାଇଚାରା, ସହଯୋଗ ଏବଂ […]

ମିଆଁମାର ଭୂକମ୍ପ, ମୃତ୍ୟୁକୁ ପରାସ୍ତ କରି ଜୀବନ ଫେରିପାଇଛନ୍ତି ଦୁଇ ଶିଶୁ

ରଖେ ହରି ତ ମାରେ କିଏ। ଏହି ଉକ୍ତିଟି ପୁଣି ଥରେ ସତ ବୋଲି ପ୍ରମାଣିତ ହୋଇଛି। ଆଉ ଏହାକୁ ସତ ପ୍ରମାଣିତ କରିଛନ୍ତି ମିଆଁମାର ଭୂକମ୍ପରେ ମାଟିତଳେ ଜୀବିତ ଥିବା ୨ ଶିଶୁ।ପ୍ରଥମରେ ଧ୍ବଂସାବଶେଷ ତଳୁ ଜଣେ ନବଜାତକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଭୂକମ୍ପ ଝଟକା ପରେ ଜଣେ ମହିଳା ଜଣକ ଶିଶୁକୁ ଜନ୍ମ ଦେଇଥିଲେ । କିନ୍ତୁ ଘର ଭାଙ୍ଗି ପଡ଼ିବା ଯୋଗୁଁ କାନ୍ଥ ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି […]

ଭୂକମ୍ପରେ ବିପର୍ଯ୍ୟସ୍ତ ମିଆଁମାରକୁ ସହାୟତାର ହାତ ବଢାଇଲା ଭାରତ ।

ମ୍ୟାନମାର୍‌ରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ, ଭାରତ ତୁରନ୍ତ ମାନବୀୟ ସହାୟତା ଭାବରେ ୧୫ ଟନ୍‌ରୁ ଅଧିକ ରିଲିଫ ସାମଗ୍ରୀ ପଠାଇଛି। ଭାରତୀୟ ବାୟୁସେନା (IAF)ର C-୧୩ ଓ ଜେ ବିମାନ ହିଣ୍ଡନ ବାୟୁସେନା ଷ୍ଟେଶନରୁ ଉଡ଼ାଣ ଭରି ରିଲିଫ୍‌ ସାମଗ୍ରୀ ଧରି ମ୍ୟାନ୍‌ମାର୍‌ରେ ପହଞ୍ଚିଥିଲା। ପର୍ଯ୍ୟାପ୍ତ ପରିମାଣରେ ତମ୍ବୁ ସାଙ୍ଗକୁ କମ୍ବଳ, ଖାଦ୍ୟ, ଜଳ ବିଶୋଧକ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ଅତ୍ୟାବଶ୍ୟକ ଔଷଧିୟ ସାମଗ୍ରୀ ପଠାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଭୟଙ୍କର ଭୂମିକମ୍ପ: ସାହାଯ୍ୟର ହାତ ବଢ଼ିଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୟଙ୍କର ଭୂମିକମ୍ପ ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଭାରତ ଦୁଇ ଦେଶକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି। ଦୁଇ ଦେଶର ସରକାର ସହ ଯୋଗାଯୋଗରେ ରହିବାକୁ ବୈଦେଶିକ ମନ୍ତ୍ରଣାଳୟକୁ କହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସୂଚନାମୁତାବକ ମିଆଁମାରରେ ଶକ୍ତିଶାଳୀ ଭୂକମ୍ପରେ ବଡ଼ ବଡ଼ କୋଠା ଭୁଶୁଡି ପଡିଛି । ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା […]

ସ୍ତ୍ରୀକୁ ହତ୍ୟା କରି ସୁଟକେସରେ ମୃତଦେହ ଭର୍ତ୍ତି କଲେ ସ୍ୱାମୀ

ବେଙ୍ଗାଲୁରୁରେ ଘଟିଛି ଏକ ଅଭାବନୀୟ ଘଟଣା। ବେଙ୍ଗାଲୁରୁ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ପୁଣେ ପଳାଇ ଯାଇଥିବା ଅଭିଯୋଗ ହୋଇଛି।ଭିଯୁକ୍ତଙ୍କ ରାକେଶଙ୍କ ଘର ମହାରାଷ୍ଟ୍ରରେ ହୋଇଥିବା ବେଳେ, କଲ୍ ଡିଟେଲ୍ ରେକର୍ଡ (ସିଡିଆର୍) ବ୍ୟବହାର କରି ତାଙ୍କୁ ଟ୍ରାକ୍ କରି ପୁଣେ ପୋଲିସ ଅଟକ ରଖିଛି। ରାକେଶ ତାଙ୍କ ସ୍ତ୍ରୀଙ୍କ ପିତାମାତାଙ୍କୁ ଫୋନ୍ କରି ହତ୍ୟା କରିଥିବା ସ୍ୱୀକାର କରିବା […]

ବିଜେପି ଲଞ୍ଚ କଲା ‘ସୌଗାତ-ଏ-ମୋଦୀ’

ମୁସଲମାନଙ୍କ ପର୍ବ ଇଦରେ ଭାରତୀୟ ଜନତା ପାର୍ଟିର ନିଆରା ଅଭିଯାନ। ଗରିବ ଲୋକଙ୍କୁ ବିଜେପି ବାଣ୍ଟିବ ଉପହାର। ବିଜେପିର ସଂଖ୍ୟାଲଘୁ ସୌଗାତ୍-ଇ-ମୋଦି ଅଭିଯାନ ଚଳାଇ ୩୨ ଲକ୍ଷ ଗରିବ ମୁସଲମାନଙ୍କୁ ଗିଫ୍ଟ ଦେବ। ଏହି ଅଭିଯାନ ଦିଲ୍ଲୀ ନିଜାମୁଦ୍ଧିନ୍‌ରୁ ଆରମ୍ଭ ହେବ। ଏହି ଅଭିଯାନ ଅଧୀନରେ ଏକ ପ୍ୟାକେଟ ଦିଆଯିବ। ଯେଉଁଥିରେ ପୋଷାକ ସହିତ ସିନ୍ଦୁର, ଖଜୁରି ଏବଂ ଫଳ ଭଳି ଖାଦ୍ୟ ସାମଗ୍ରୀ ରହିବ। ତେବେ ଏଥିରେ ମହିଳାମାନଙ୍କ ପାଇଁ ସୁଟ୍ ଏବଂ ପୁରୁଷମାନଙ୍କ ପାଇଁ […]

Odisha Darpan Digital