କାଲି ଠାରୁ କମ୍ପିବ ବିଧାନସଭା । ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ତା ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଗୃହ ସୁରଖୁରରେ ଚଲାଇବା ପାଇଁ ସବୁ ଦଳର ସହଯୋଗ ଲୋଡିବେ ବାଚସ୍ପତି ।ବିରୋଧୀ-ଶାସକ ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗ ଉଠାଇବେ ତାହା ଆଜି ବିଧାୟକ ଦଳ ବୈଠକରେ ଚୂଡାନ୍ତ ହେବ । ବଜେଟ୍ ଅଧିବେଶନ ଫେବ୍ରୁଆରି ୧୭ ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖ […]
ରାତି ପାହିଲେ ଲିଙ୍ଗରାଜଙ୍କ ଜାଗରଯାତ୍ରା । ୪୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ମହା ଶିବରାତ୍ରିରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ଶୃଙ୍ଖଳିତ ଟ୍ରାଫିକ ପରିଚାଳନା ଲାଗି କଟକଣା ଜାରି କରାଯାଇଛି । ଗାଡି ରଖିବା ଲାଗି ମୋଟ ୧୨ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି ।ରାତି ୧୦ଟାରେ ଉଠିବ ବାବା ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ । ଲକ୍ଷାଧିକ ଲୋକଙ୍କ ସମାଗମକୁ ନଜର ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ […]
ବିହାରର ଔରଙ୍ଗାବାଦ ଜିଲ୍ଲାରେ ୫ ଜଣ ନାବାଳିକା ସାଙ୍ଗ ବିଷର ସ୍ୱାଦ କିପରି ବୋଲି ଚାଖୁଥିଲେ । ଯାହା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି।ଏବେ ଏହି ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଳି ଦେଇଛି। ପୋଲିସ ଝିଅଟିର ବୟାନ ରେକର୍ଡ କରିଛି ଏବଂ ଘଟଣାର ତଦନ୍ତ କରୁଛି । ଘଟଣା ଜାନୁଆରୀ ୨୯ ତାରିଖରେ ଔରଙ୍ଗାବାଦ ଜିଲ୍ଲାର ମୋତି ବିହାରା ଗାଁରେ ଘଟିଥିଲା । ୫ ଜଣ ନାବାଳିକା ଝିଅ ଏକ ବିଲକୁ ଯାଇଥିଲେ, କିନ୍ତୁ […]
କଟକ ଜିଲ୍ଲାପାଳଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ ଘଟଣାରେ ଦେବାଶିଷ ପ୍ରତିକ୍ରିୟା ରଖି କହିଛନ୍ତି, ଏବାବଦରେ ମୁଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲି । ତାଙ୍କ ନିର୍ଦ୍ଦେଶକ୍ରମେ ଡିଓପିଟି ବିଭାଗ ଘଟଣାର ଅନୁଧ୍ୟାନ କରିବ । ପୂର୍ବରୁ ପ୍ରଟୋକଲ ମାନି ମତେ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଛନ୍ତି, ବର୍ତ୍ତମାନ ମୋ ସହ ଏଭଳି କାହିଁକି କଲେ ମୁ ଜାଣିନାହି । ଇମେଲରେ ନିମନ୍ତ୍ରଣ କରିଥିଲେ, ଇମେଲରେ ନିମନ୍ତ୍ରଣ ଯଥେଷ୍ଟ ନୁହେଁ । ରାତି ସାଢେ ୮ଟାରେ ଇମେଲ ଆସିଛି […]
କେନ୍ଦୁଝରରେ ଶିଳାନ୍ୟାସ କଲେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।୧୮୭ କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା ସେଣ୍ଟରର ଶିଳାନ୍ୟାସ ମଧ୍ୟ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ଏକ ବିବିଧ ଶିଳ୍ପ ହବ୍ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଉପସ୍ଥାପନା କରିଛନ୍ତି। କେନ୍ଦୁଝର କେବଳ ଖଣି ଏବଂ ଇସ୍ପାତ ପାଇଁ ଜଣାଯିବ ନାହିଁ। ଆମେ ଏହାକୁ ବହୁବିଧ କ୍ଷେତ୍ର ଶିଳ୍ପ ଅଭିବୃଦ୍ଧିର […]
ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଉଠାଇଲା ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ୨୦୧୪ରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା କଥା କହୁଥିଲେ । ଦୋମୁହାଁ ନୀତି ଚଳିବ ନାହିଁ । ଓଡିଶାକୁ କିଛି ତ ଦିଅନ୍ତୁ । ଇଣ୍ଡଷ୍ଟ୍ରିଆଲ କିମ୍ବା ହାଇସ୍ପିଡ ରେଳ କରିଡର ହେଉ । ବଜେଟରେ ଓଡିଶା ପାଇଁ କିଛି ନାହିଁ । ପ୍ରେସମିଟ୍ କରି ସରକାରଙ୍କ ଉପରେ ବର୍ଷିଲେ ବିଜେଡି ନେତା ସସ୍ମିତ ପାତ୍ର। ବିଜେଡି ନେତା କହିଛନ୍ତି ଯେ, ଆଜି […]
ଚୌଦ୍ୱାର ଜେଲରୁ ଦୁଇ ବିହାରୀ କଏଦୀ ଚମ୍ପଟ ଘଟଣା । ଓଡିଶା ପୋଲିସକୁ ବଡ ସଫଳତା ମିଳିଛି । ବୃନ୍ଦାବନରୁ ଗିରଫ ହୋଇଛି ଜଣେ କଏଦୀ । ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି। ଚମ୍ପଟ ମାରିଥିବା କଏଦୀ ଜଣକ ମଧୁକାନ୍ତ ରାଣା। । ବୃନ୍ଦାବନର ଏକ ମଠରେ ଲୁଚିଥିବା ବେଳେ ଉଠାଇ ଆଣିଛି ପୋଲିସ ।ଅନ୍ୟ ଜଣେ କଏଦୀଙ୍କୁ ଖୋଜିବା ପାଇଁ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି ।ଏନେଇ ଡିଜି ସୂଚନା ଦେଇଛନ୍ତି । […]
ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି। ଆଧାର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆସନ୍ତା ସୋମବାର ଠାରୁ ଅଭିଯୋଗ ଶୁଣାଣି ଆରମ୍ଭ ହେବ। । ଏଥିପାଇଁ ଓକାକ ପୋର୍ଟାଲ www.ocac.inରେ ପଞ୍ଜୀକରଣ ପାଇଁ ପରାମର୍ଶ ଦିଆଯାଇଛି । ଇଚ୍ଛୁକ ବ୍ୟକ୍ତି ସେମାନଙ୍କ ଆଧାର ସମ୍ବନ୍ଧୀତ ଅଭିଯୋଗ ଗୁଡିକୁ ଓକାକ ପୋର୍ଟାଲରେ ପଞ୍ଜୀକୃତ କରାଇ ପଞ୍ଜୀକରଣ ପାର୍ଥୀ ସ୍ୱୀକାର ପତ୍ର ସହିତ ଓକାକ ଟାୱାର ତଳ ମହଲା ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ […]
ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର ରାଜଗାଙ୍ଗପୁର ତଳକିପଡ଼ାର ୫୯ ବର୍ଷୀୟ ରାଜେଶ ଗୁପ୍ତା ନିଜ ପରିବାର ଓ ବନ୍ଧୁଙ୍କ ଗହଣରେ ବିବାହବାର୍ଷିକୀ ପାଳନ ପାଇଁ ଖଣ୍ଡାଧାର ଇକୋ କଟେଜ୍ର ୪ଟି କଟେଜ୍ ବୁକ୍ କରିଥିଲେ। ରାତିରେ ନାଚଗୀତ ମଧ୍ୟରେ ହର୍ଷ ଉଲ୍ଲାସ ସହ ୩୦ତମ ବିବାହ ବାର୍ଷିକୀ […]
ଆଜି ହେଉଛି ଭାଲେଣ୍ଟାଇନ ଡେ’।ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି ପ୍ରେମୀଯୁଗଳ । ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଏ । ବିଶେଷକରି ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ’ ଅତ୍ୟନ୍ତ ସ୍ୱତନ୍ତ୍ର । କିନ୍ତୁ ଏହା ପୂର୍ବରୁ ଭାଲେଣ୍ଟାଇନ୍ସ ସପ୍ତାହ ୭ଫେବୃଆରୀରୁ ଆରମ୍ଭ ହୁଏ ।ଭାଲେଣ୍ଟାଇନ୍ ଡେ’ର କାହାଣୀ ରୋମ୍ର ଜଣେ ସନ୍ଥଙ୍କ ଉପରେ ଆଧାରିତ। ତାଙ୍କର ନାଁ ସେଣ୍ଟ୍ ଭାଲେଣ୍ଟାଇନ୍ ଥିଲା । ଏହାର ଇତିହାସ ସହିତ ଜଡିତ ଅନେକ କାହାଣୀ ଅଛି, […]
ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ରୋଗୀଙ୍କ ସୁବିଧା ପାଇଁ ବହିର୍ବିଭାଗ (ଓପିଡି) ଚିକିତ୍ସା ସେବାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଏବେ ରୋଗୀମାନେ ନିର୍ଦ୍ଧାରିତ ଦିନ ବ୍ୟତୀତ ଅନ୍ୟ କାର୍ଯ୍ୟ ଦିବସରେ ଚିକିତ୍ସା କରୁଥିବା ସମ୍ପୃକ୍ତ ଡାକ୍ତରଙ୍କ ପରାମର୍ଶ ପାଇପାରିବେ ।ଏହି ନୂତନ ନିୟମ ଅନୁସାରେ ଯଦି କୌଣସି ରୋଗୀ ନିର୍ଦ୍ଧାରିତ ଦିନରେ ଡାକ୍ତରଙ୍କୁ ରିପୋର୍ଟ ଦେଖାଇବାରେ ଅସମର୍ଥ ହୁଅନ୍ତି, ତେବେ ସେ ପରବର୍ତ୍ତୀ ଦିନ କିମ୍ୱା ଯେକୌଣସି ସରକାରୀ କାର୍ଯ୍ୟ ଦିବସରେ ସକାଳ ୧୦ଟାରୁ […]
ବନ୍ଧାହେଲେ ମହିଳା ସ୍ବେଚ୍ଛାସେବୀ। ଚାକିରି ଦେବାକୁ କହି ଠକେଇ ମାମଲରେ ଜଣେ ମହିଳାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ମହିଳା ସ୍ବେଚ୍ଛାସେବୀ ପରିଚୟ ଦେଉଥିବା ସୁରେଶ୍ବରୀ ଜେନାଙ୍କୁ ଗିରଫ କରାଯାଇଛି। ଖଣ୍ଡଗିରି ପୋଲିସର ଏକ ଟିମ କେନ୍ଦୁଝରରୁ ଗିରଫ କରିଛି । ଚାକିରି ଦେବାକୁ କହି ଖଣ୍ଡଗିରି ଥାନାରେ ମାମଲା ହୋଇଥିଲା । ଅଭିଯୋଗ ପରେ ହାଇକୋର୍ଟଙ୍କ ନିକଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୁରେଶ୍ୱରୀ । ହାଇକୋର୍ଟଙ୍କ ପକ୍ଷରୁ ଜାମିନ ଅଗ୍ରାହ୍ୟ ପରେ ନିର୍ଦ୍ଦେଶ […]
