ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ । କଟକ ସ୍ଥିତ CRRI କ୍ୟାମ୍ପସ ମଧ୍ୟରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ମଧ୍ୟ ଉପସ୍ଥିତ ରହିଥିଲେ । ପୂଜାର୍ଚ୍ଚନା, ହୋମଯଜ୍ଞ ପରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଆଜି ଅକ୍ଷୟ ତୃତୀୟା ଅବସରରେ କଟକର ବିଦ୍ୟାଧରପୁରରେ ଥିବା କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ବା CRRIରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ କରାଯାଇଛି ।ଯୋଗ୍ୟ ଚାଷୀଙ୍କୁ […]
ଜନ ଗଣନା କରିବାକୁ ଯାଇ ନିଖୋଜ ଶିକ୍ଷୟତ୍ରୀ । ତିନି ଦିନ ହେଲାଣି ମିଳୁନି ପତ୍ତା। ଗତ ୧୮ ତାରିଖ ଶନିବାର ଠାରୁ ଜନଗଣନା କରିବାକୁ ଯାଇ ନିଖୋଜ ଅଛନ୍ତି ।ବାରିପଦା ବାଉତିଶୋଳ ଅଞ୍ଚଳରୁ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ ଶନିବାରଠୁ ନିଖୋଜ ଥିବା ନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଜ୍ୟୋତ୍ସ୍ନାରାଣୀଙ୍କ ଘର ପୁରୀ ଜିଲ୍ଲାରେ ହୋଇଥିବା ବେଳେ ସେ ୮ ବର୍ଷ ହେବ ବାରିପଦାରେ କାର୍ଯ୍ୟ କରୁଛନ୍ତି। ପୁଲିସ ତାଙ୍କ ମୋବାଇଲ ଟ୍ରାକିଂ […]
ୱାଶିଙ୍ଗଟନ୍ର ଅତ୍ୟଧିକ ଦାବି, ଅବାସ୍ତବ ଆଶା, ସ୍ଥିତିରେ ନିରନ୍ତର ପରିବର୍ତ୍ତନ, ବାରମ୍ବାର ବିରୋଧାଭାସ ଏବଂ ଇରାନୀୟ ବନ୍ଦରଗୁଡ଼ିକର ଯୁକ୍ତରାଷ୍ଟ୍ର ନୌସେନା ଅବରୋଧ ଯୋଗୁ ତେହେରାନ୍ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ | ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ସାମିଲ ହେବନି ଇରାନ । ପାକିସ୍ତାନ ଇସଲାମାବାଦରେ ଯୁକ୍ତରାଷ୍ଟ୍ର ସହ ଦ୍ୱିତୀୟ ଆଲୋଚନାରେ ଇରାନ୍ ଅଂଶଗ୍ରହଣ କରିବ ନାହିଁ ବୋଲି ଇରାନ ଷ୍ଟେଟ ମିଡ଼ିଆ ରିପୋର୍ଟ କରିଛି ।ରବିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଇରାନ୍ର ପ୍ରଥମ ଉପ-ରାଷ୍ଟ୍ରପତି […]
ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଛି। ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ହେଉଛି ଅଧା ଓଡ଼ିଶା।ଆସନ୍ତା ୨୩ ତାରିଖ ଯାଏଁ ଲାଗି ରହିବ ତାତିର ପ୍ରଭାବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩୮ ରୁ ୪୦ ଡିଗ୍ରୀ ଟପିପାରେ ତାତି। ୨ରୁ ୩ ଡିଗ୍ରୀ ବଢ଼ିପାରେ ଦିନ ତାପମାତ୍ରା । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ […]
ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ବିଧିବଦ୍ଧ ନୀକାନ୍ତି ସହ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ବଡଦାଣ୍ଡରେ ରଥଖଳାରେ ରଥ ନିର୍ମାଣ କାମର ଶୁଭାରମ୍ଭ ହେବ ।ଦେଉଳ ପୁରୋହିତ, ଶ୍ରୀନଅର ରାଜଗୁରୁ, ଶୋସ୍ତ୍ରୀୟ ବ୍ରାହ୍ମଣମାନେ ସ୍ବତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିବେ । ବନଜାଗର ଇଷ୍ଟଦେବ ପ୍ରଭୁ ନୃସିଂହଙ୍କୁ ନୃସିଂହଙ୍କ ମନ୍ତ୍ରରେ ପୂଜାପାଠ ସହ ଯଜ୍ଞ ଆହୁତି ଦିଆଯିବ […]
ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ଜଟଣୀ ବାଇପାସ ନିକଟସ୍ଥ ଏକ ହୋଟେଲରେ ଚାଲିଥିଲା ଦେହ ବେପାର। ପୁଲିସ କୌଣସି ବିଶେଷ ସୂତ୍ରରୁ ଖବର ଚଢ଼ାଉ କରିଥିଲା । ଚଢାଉ ସମୟରେ ଦୁଇ ଯୁବତୀ ସମେତ ୫ ଗ୍ରାହାକଙ୍କୁ ପୁଲିସ ଥାନାକୁ ଉଠାଇ ଆଣିଛି । ଏହାସହ ହୋଟେଲ ମାଲିକ ଓ ରାଣୀ ମହୁମାଛି ମଧ୍ୟ ପୁଲିସ ହାତରେ ଧରାପଡଡ଼ିଛନ୍ତି ।ତେବେ ରାଣୀମହୁମାଛି ଦେହଜୀବୀ ଯୋଗାଡ଼ କରୁଥିବା ବେଳେ ହୋଟେଲ ମାଲିକ ତାଙ୍କୁ ଗ୍ରାହାକ ଯୋଗାଇବାରେ ସାହାର୍ଯ୍ୟ କରୁଥିବା […]
ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ନବମ ଦିନର ରତ୍ନ ଗଣତି । ଭିତର ଭଣ୍ଡାରରେ ଗଣତିର ଆଜି ଥିଲା ତୃତୀୟ ଦିନ । ମଧ୍ୟାହ୍ନ ୧୨.୦୧ ରୁ ଗଣତି ଆରମ୍ଭ ହୋଇ ସନ୍ଧ୍ୟା ୭.୨୫ ରେ ଶେଷ ହୋଇଥିଲା । ୧୯୭୮ ମସିହା ତାଲିକା ଅନୁଯାୟୀ ଆଜି ଯେଉଁ ମେଳକ ହୋଇଥିଲା ତାହା ଆଜି ଗଣତି ସହ ସଂପୂର୍ଣ୍ଣ ସମାନ ହୋଇଛି । ୯ ଦିନ ମଧ୍ୟରେ ସମୁଦାୟ ୫୭ ଘଣ୍ଟା ୮ ମିନିଟ ଗଣତି ମଣତି […]
ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହର୍ମୁଜ ପ୍ରଣାଳୀ ବିବାଦର କେନ୍ଦ୍ର ହୋଇ ରହିଛି। ତେବେ ଇରାନ ହର୍ମୁଜ ପ୍ରଣାଳୀରୁ କଟକଣା ପ୍ରତ୍ୟାହାର କରିଥିବାବେଳେ ଶନିବାର ପୁଣି ଥରେ କଟକଣା ଲାଗୁ କରିଛି। ଆମେରିକା ଯୁଦ୍ଧ ବିରତି ଉଲ୍ଲଂଘନ କରୁଥିବା ଇରାନ ଅଭିଯୋଗ କରିଛି। ଶନିବାର ହର୍ମୁଜ ପ୍ରଣାଳୀ ପାର୍ ହେବାକୁ ଚେଷ୍ଟା କରିବା ସମୟରେ ୨ଟି ଜାହାଜ ଉପରେ ଗୁଳିଚାଳନା ହୋଇଥିବା ଅଭିଯୋଗ ହୋଇଛି।ଇରାନୀ ସଂସଦର ରାଷ୍ଟ୍ରୀୟ ସୁରକ୍ଷା ସମିତିର ପ୍ରମୁଖ ଇବ୍ରାହିମ ଅଜିଜ କହିଛନ୍ତି, […]
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏସଡିପିଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଫତେଗଡ଼ ଥାନାରେ ଏସଡିପିଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହ ଏନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି ।ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଗତବର୍ଷ ଜୁଲାଇ ୩ ତାରିଖରେ ଘଟିଥିବା ଏକ ଗଣ୍ଡଗୋଳ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାରେ ଫତେଗଡ଼ ଜେଏମ୍ଏଫ୍ସି (JMFC) କୋର୍ଟରୁ ଏକ ସମନ୍ ମଧ୍ୟ ଆସିଥିଲା। ଏହି ଘଟଣାର […]
ନୀତିଶ କୁମାର ରାଜ୍ୟସଭା ଯିବା ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସମ୍ରାଟ ଚୌଧୁରୀ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନୀତିଶ ଗାଦି ଛାଡ଼ିବା ପରେ, ତାଙ୍କ ପୁଅ ନିଶାନ୍ତ କୁମାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କିଛି ହେଲା ନାହିଁ । ଏବେ ନିଶାନ୍ତ କୁମାରଙ୍କୁ Z ସିକ୍ୟୁରିଟି ପ୍ରଦାନ କରାଯାଇଛି । ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଥିବା ନେଇ ରାଜ୍ୟର ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି […]
ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟା ୩୦ ମିନିଟରେ ଦେଶକୁ ସମ୍ବୋଧନ କରିବେ । ସୁତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ମହିଳା ସଂରକ୍ଷଣ ବିଲ୍ ଉପରେ କହିବା ଆଶା କରାଯାଉଛି ।ତେବେ ପ୍ରଧାନମନ୍ତ୍ରୀ କେଉଁ ବିଷୟ ଉପରେ ଦେଶକୁ ସମ୍ବୋଧିତ କରିବେ ସେ ବିଷୟରେ ପ୍ରଧାନମନ୍ତ୍ରୀ କୌଣସି ନିର୍ଦ୍ଦିଷ୍ଟ ବିବରଣୀ ପ୍ରଦାନ କରିନାହାଁନ୍ତି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଶନିବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ […]
ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ତହସିଲଦାର । ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ବ୍ୟାସନଗର ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଲେ ଦୁର୍ବୃତ୍ତ ।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ଏଭଳି ଘଟଣା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।ସୂଚନା ମୁତାବକ ବ୍ୟାସନଗର ତହସିଲ ଅଧିନ […]
