୧୭ ମାର୍ଚ୍ଚରେ ସାସନି ଗେଟ୍ ଅଞ୍ଚଳର ବିହାରୀ ନଗରର ବାସିନ୍ଦା ଆକାଶ କୁମାରଙ୍କ ପତ୍ନୀ ନୀରୁଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା ଏବଂ ତାଙ୍କୁ ଜିଲ୍ଲା ମହିଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଏକ ଟିମ୍ ସିଜରିଆନ୍ ଡେଲିଭରି କରିଥିଲେ, କିନ୍ତୁ ଶିଶୁମାନଙ୍କ ଜନ୍ମ ହେବା ମାତ୍ରେ, ଅସ୍ତ୍ରୋପଚାର ଥିଏଟରରେ ଥିବା ସମସ୍ତେ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲେ ।ଦୁଇଟି ନବଜାତ ଯମଜ, କିନ୍ତୁ ସାଧାରଣ ଯମଜ ନୁହେଁ । ଦୁଇଟି ଶିଶୁ ଯୋଡ଼ି ହୋଇଯାଇଥିଲେ […]
ମେ’ ୨୯ରେ ଅନୁଷ୍ଠିତ ହେବ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)। ଏ ନେଇ ସୋମବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍ www.bseodisha.nic.in ରେ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।ଅନଲାଇନ୍ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶାବଳୀ, ପ୍ରାର୍ଥୀଙ୍କ ପ୍ରଯୁଜ୍ୟତା, ଯୋଗ୍ୟତା ଏବଂ ଯୋଗ୍ୟତା ମାନଦଣ୍ଡ, ପାଠ୍ୟକ୍ରମ ଏବଂ ନିରନ୍ତର ପ୍ରମାଣପତ୍ର ପାଇଁ ଫର୍ମାଟ୍ ସମ୍ବଳିତ ନିର୍ଦ୍ଦେଶାବଳୀ (www.bseodisha.ac.in) ୱେବସାଇଟ୍ ରେ ଉପଲବ୍ଧ । ଆଶାୟୀ ଏଠାରୁ […]
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଶ୍ରମିକଙ୍କ ଖରାରେ କାମ କରିବା ଉପରେ ଲାଗିଲା କଟକଣା। ଅଂଶୁଘାତକୁ ଦୃଷ୍ଟିରେ ରଖି ଏହି କଟକଣା ଏପ୍ରିଲ ୧ରୁ ଜୁନ ୧୫ ପର୍ଯ୍ୟନ୍ତ ଲାଗୁ ହେବ। ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ଦିନ ଅପରାହ୍ନ ୩ଟା ଯାଏ କାମରେ ନଲଗାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।।ଏତଦ୍ୱାରା ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କର ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ […]
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ବୟାନ। ଇରାନ ବିରୋଧରେ ଆକ୍ରମଣକୁ ସ୍ଥଗିତ ରଖିଲା ଆମେରିକା। ୱାଶିଂଟନ ଏବଂ ତେହେରାନ ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ନେଇ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି। ଇରାନର ଶକ୍ତି କେନ୍ଦ୍ର ଏବଂ ଏନର୍ଜି ଭିର୍ତ୍ତିଭୂମି ଉପରେ ଯେକୌଣସି ଯୋଜନାବଦ୍ଧ ଆକ୍ରମଣକୁ ପାଞ୍ଚ ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଆମେରିକା ସହ କୌଣସି […]
ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର କରିବା ପାଇଁ ଜଣେ କୋଇଲା ଖଣି ଆବଣ୍ଟନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଶ୍ରୀ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଦେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା କରିଥିଲା ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଏହି ରାଜ୍ୟସଭା ନିର୍ବାଚନରେ ହୋଇଥିବା ଘୋଡ଼ା ବେପାର ଯୋଗୁଁ ଓଡିଶା ନିନ୍ଦିତ ଓ ଲଜ୍ଜିତ ହେବା ସହିତ ବିଜୁ ଜନତା ଦଳ ବିରୋଧରେ ହୋଇଥିବା ଚକ୍ରାନ୍ତ ମଧ୍ୟ ଲୋକଲୋଚନକୁ ଆସିଛି […]
ସେକ୍ସ ରାକେଟ୍ ରୋକିବାକୁ ସ୍କାନରରେ OYO ରୁମ୍। ୨୦୨୪ ଜୁଲାଇ ଠାରୁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ଅଧୀନରେ ଅବୈଧ ସେକ୍ସ ରାକେଟ୍ ସମ୍ୱନ୍ଧିତ କାର୍ଯ୍ୟକଳାପ ରୋକିବା ପାଇଁ OYO ହୋଟେଲଗୁଡ଼ିକରେ ନିୟମିତ ପାଟ୍ରୋଲିଂ ଓ ଚଢାଉ କରାଯାଉଛି। ଅକ୍ଟୋବର ଓ ନଭେମ୍ବର ୨୦୨୫ ଠାରୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ, ବସ୍ତି, ଭଡ଼ାଘର ଓ ହୋଟେଲଗୁଡ଼ିକରେ ଚଢ଼ାଉ କରାଯାଇଛି। ସେକ୍ସ ରାକେଟ୍ ଚଳାଇଥିବା ମାଲିକ, ସଂପୃକ୍ତ ଦଲାଲ ଓ ଏଥିରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ […]
ବ୍ରହ୍ମପୁର ବନଖଣ୍ଡ ଅଧିନସ୍ଥ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅନ୍ତର୍ଗତ ସୁନାଖଳା ପାହାଡ ଉପରେ ବାଘ ଥିବା ନେଇ ଗତକାଲିଠାରୁ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଏହି ଭିଡିଓକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।ସୁନାଖଳା ଗ୍ରାମର ସମାଜସେବୀ ଦେବେନ୍ଦ୍ର କୁମାର ରଣାଙ୍କ କହିବା ଅନୁସାରେ, ଗତ କିଛି ଦିନ ଧରି ସୀମାନ୍ତ ଅଞ୍ଚଳରେ କଲରାପତରିଆ ବାଘ ଦେଖାଯାଇଥିବା ନେଇ କିଛି ଗ୍ରାମବାସୀ ଦାବି କରିଥିଲେ। ଗତକାଲି ପୁଣି […]
ଗୁଟଖା ଓ ତମାଖୁ ସେବନ କର୍କଟ ସୃଷ୍ଟି କରି ଦ୍ରୁତ ଗତିରେ ଜୀବନ ନଷ୍ଟ କରୁଛି । ଏଥିରେ ଥିବା ବିଷାକ୍ତ ନିକୋଟିନ ଓ ରାସାୟନିକ ପଦାର୍ଥ ମୁଖ, ଗଳା ଓ ଫୁସଫୁସ କର୍କଟର ମୁଖ୍ୟ କାରଣ । ଓଡ଼ିଶାରେ ଏହାର କୁପ୍ରଭାବ ଯୁବପୀଢ଼ିଙ୍କୁ ଅଧିକ ଗ୍ରାସ କରୁଥିବାରୁ ଏହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଦ୍ଭା ହୋଇଛି ।ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି। ୧୦ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର ପରିସ୍ଥିତି ଚିନ୍ତାଜନକ। ଯୁଦ୍ଧକୁ ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି, ଯାହା ଭାରତ ପାଇଁ ଅଭୂତପୂର୍ବ ଚ୍ୟାଲେଞ୍ଜ ସୃଷ୍ଟି କରିଛି।” ସେ ଏହା ମଧ୍ୟ କହିଛନ୍ତି ଯେ ହର୍ମୁଜ ପ୍ରଣାଳୀରେ ଅବରୋଧ ଅସହ୍ୟ।ପ୍ରଧାନମନ୍ତ୍ରୀ, ସଙ୍କଟ ସମୟରେ ଫାଇଦା ଉଠାଉଥିବା ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି ‘ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ […]
ମାର୍ଚ୍ଚ ୨୫ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତିର ଶୁଭାରମ୍ଭ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାର୍ଚ୍ଚ ୨୫ ଦିନ ୧୨ ଟା ୯ ରୁ ୧ ଟା ୪୫ ମଧ୍ୟରେ ରହିଛି ଶୁଭ ମୁହୁର୍ତ୍ତ। ତେବେ ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଯେଭଳି ସୂଚାରୁରୂପେ ସମ୍ପୂର୍ଣ୍ଣ ହେବ ସେନେଇ ଆଜି ପୁରୀ ଗସ୍ତରେ ଆସି ଏକ ସମୀକ୍ଷା ବୈଠକ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଇନ […]
ସର୍ବଦଳୀୟ ବୈଠକ ବିଫଳ । ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ଉପବାଚସ୍ପତି । SCB ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ ସଦସ୍ୟ ।ଆଜି ଦିନରେ ତିନିଥର ଗୃହକୁ ମୁଲତବୀ କରାଗଲାଣି । ଗୃହକୁ ଚଳାଇ ଦେଉନାହାନ୍ତି ବିରୋଧୀ । ଗୃହ ଆରମ୍ଭରୁ ହିଁ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା । ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ହୋହଲ୍ଲା, ହଙ୍ଗାମା କରିଥିଲେ […]
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ପଞ୍ଚାୟତ ପୁରୁଣାଘାଟି ଗାଁରୁ ଏକ ଲୋମହର୍ଷକ ନିର୍ଯାତନା ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ ଲୁହାରଡ୍ ଚୋରି କରିଥିଲେ ବୋଲି ଏତେବଡ଼ ସଜା! ହାତଗୋଡ଼ରେ ଚେନ୍ ବାନ୍ଧି ଗୋଟିଏ ବନ୍ଦଘରେ ୪ମାସ ନିର୍ଯାତନା। ୪ଦିନରେ ଥରେ ମିଳୁଥିଲା ଖାଇବା। ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି ।ନିର୍ଯାତିତ ଯୁବକ ପୁରୁଣାଘାଟି ଗାଁର ହରିହର ପ୍ରଧାନଙ୍କ ପୁଅ କ୍ଷୀରୋଦ ପ୍ରଧାନ ବୋଲି ଜଣାପଡ଼ିଛି । […]
