ଲୁହା ରଡ୍ ଚୋରି ପାଇଁ ଯୁବକଙ୍କୁ ଚେନ୍‌ରେ ବାନ୍ଧି ୪ ମାସ ଧରି ନିର୍ଯାତନା, ଉଦ୍ଧାର କଲା ପୋଲିସ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ପଞ୍ଚାୟତ ପୁରୁଣାଘାଟି ଗାଁରୁ ଏକ ଲୋମହର୍ଷକ ନିର୍ଯାତନା ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ ଲୁହାରଡ୍‌ ଚୋରି କରିଥିଲେ ବୋଲି ଏତେବଡ଼ ସଜା! ହାତଗୋଡ଼ରେ ଚେନ୍‌ ବାନ୍ଧି ଗୋଟିଏ ବନ୍ଦଘରେ ୪ମାସ ନିର୍ଯାତନା। ୪ଦିନରେ ଥରେ ମିଳୁଥିଲା ଖାଇବା। ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି ।ନିର୍ଯାତିତ ଯୁବକ ପୁରୁଣାଘାଟି ଗାଁର ହରିହର ପ୍ରଧାନଙ୍କ ପୁଅ କ୍ଷୀରୋଦ ପ୍ରଧାନ ବୋଲି ଜଣାପଡ଼ିଛି । […]

ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ଡ଼ାକ୍ତରଖାନା ରେ ଭର୍ତ୍ତି

କନ୍ଧ ମାଳ ଜିଲ୍ଲା ଖଜୁରିପଡା ବ୍ଲକ ଚାରୀପଡl ର ପଦ୍ମଶ୍ରୀ ପୂର୍ଣାମାସି ଯାନି ଅସୁସ୍ଥ ହୋଇପଡ଼ିଛନ୍ତି l ତାଙ୍କୁ ପ୍ରଥମେ ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ଗୋଡ଼, ହାତ ଫୁଲିବା ସହ ରକ୍ତହୀନତା ଥୁବା ଜଣାପଡିଛି। ବର୍ତ୍ତମାନ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗରେ ରଖ୍ ଚିକିତ୍ସା କରାଯାଉଛି। ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ, ରବିବାର ସକାଳେ ସେ […]

ରାଜ୍ୟରେ କମୁଛି ମାଓବାଦୀଙ୍କ ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ଅଛନ୍ତି ୧୫ ମାଓବାଦୀ

ରାଜ୍ୟରେ ୧୫ ମାଓବାଦୀ ଥିବା ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । କନ୍ଧମାଳ- କଳାହାଣ୍ଡି- ରାୟଗଡା ସୀମାନ୍ତ ଅଞ୍ଚଳରେ ଅଛନ୍ତି ୧୫ ମାଓବାଦୀ । ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ନାହାନ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୬ ମାର୍ଚ୍ଚ ୧୫ ସୁଦ୍ଧା ୯୬ ମାଓବାଦୀ / ମିଲିସିଆ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲାକୁ ମାଓବାଦୀ ପ୍ରଭାବିତ ଜିଲ୍ଲା ଭାବରେ ବିବେଚିତ କରାଯାଉଛି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡିଶା ହେବ ସମ୍ପୁର୍ଣ୍ଣ ମାଓ […]

ଆଜିଠାରୁ କମର୍ସିଆଲ ସଂସ୍ଥାମାନଙ୍କୁ ୪୦ ପ୍ରତିଶତ ଗ୍ୟାସ ଯୋଗାଣ ଆରମ୍ଭ: ଯୋଗାଣ ମନ୍ତ୍ରୀ

ରାଜ୍ୟରେ ଗ୍ୟାସ୍ ସଙ୍କଟ ନାହିଁ । ପର୍ଯ୍ୟାପ୍ତ ପରିମାଣର ମହଜୁଦ ଅଛି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପରାମର୍ଶ। ରାଜ୍ୟରେ ୧୪ ହଜାର ଘରୋଇ ଗ୍ୟାସ୍‌ ସିଲିଣ୍ଡର ଗଚ୍ଛିତ ରହିଛି। ହୋଟେଲ୍‌ମାନଙ୍କୁ ଗ୍ୟାସ୍‌ ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି। କଳା ବଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ହେଉଛି। ଆଜିଠାରୁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ୍‌ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।। କେନ୍ଦ୍ର ପକ୍ଷରୁ ଆଉ ୧୦ ପ୍ରତିଶତ ପାଇଁ କିଛି ସର୍ତ୍ତ ରହିଛି […]

ଆଜିଠୁ ମହଙ୍ଗା ହେବ ଘରୋଇ ବିମାନ ଯାତ୍ରା ଭଡ଼ା

ଆଜିଠୁ ମହଙ୍ଗା ହୋଇଯିବ ଘରୋଇ ବିମାନ ଯାତ୍ରା। ବିମାନ ଭଡ଼ା ଉପରରୁ ‘କ୍ୟାପିଂ’ ହଟାଇଛନ୍ତି ସରକାର। ଆଜିଠୁ ବିମାନ ଭଡ଼ା ମୂଲ୍ୟ ସ୍ଥିର କରିବେ ବିମାନ କମ୍ପାନୀ। ଗତ ଡିସେମ୍ବର ମାସରେ ଇଣ୍ଡିଗୋ ବିମାନ ସେବାରେ ସୃଷ୍ଟି ହୋଇଥିବା ସଙ୍କଟ ଯୋଗୁଁ ଯାତ୍ରୀଙ୍କୁ ଶୋଷଣରୁ ରକ୍ଷା ପାଇଁ ସରକାର ସର୍ବାଧିକ ଭଡ଼ା ୧୮ ହଜାର ସୀମିତ ରଖିଥିଲେ। ବର୍ତ୍ତମାନ ପଶ୍ଚିମ ଏସୀୟ ସଂଘର୍ଷ, ଇନ୍ଧନ ମୂଲ୍ୟ ବୃଦ୍ଧି ଓ ବିମାନ କମ୍ପାନୀଗୁଡ଼ିକର ଆର୍ଥିକ ଚାପକୁ ଦୃଷ୍ଟିରେ ରଖି […]

ଥାନା ଛାତ ଉପରେ ହାଇଡ୍ରାମା, ପୋଲିସ ଆଖି ଆଗରେ ହାତ କାଟିଲେ ଯୁବକ

କଟକ ମଙ୍ଗଳାବାଗ ଥାନା ପରିସରରେ ଯୁବକଙ୍କ ଅତ୍ମହତ୍ୟା ଉଦ୍ୟମ । ଥାନା ଛାତ ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ଅଗ୍ନିଶମ ବାହିନୀ ଦ୍ଵାରା ଯୁବକଙ୍କୁ ଉଦ୍ଧାର କରାଯାଇ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ତେବେ ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ, ସେ କେମିତି ଏବଂ କେଉଁ ପରିସ୍ଥିତିରେ ଥାନା ଛାତ ଉପରକୁ ଚଢ଼ିଲେ, ତାହା ଜଣାପଡିନାହିଁ। ପୋଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି।

ରାଜ୍ୟରେ କଲବଲ କରିବ କାଳବୈଶାଖୀ, ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ କଲବଲ କରିବ କାଳବୈଶାଖୀ । ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି । ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି ଏବଂ କେନ୍ଦୁଝର ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି।କାଳବୈଶାଖୀ ପ୍ରଭାବରେ […]

୨୦୨୩ ପରଠୁ ବନ୍ଦ ଥିବା ଖଣି ନିଲାମ ପୁଣି ହେବ

ନିଲାମ ହେବ ଓଡ଼ିଶାର ୩୪ଟି ଖଣି । ଲୁହାପଥର, ବକ୍ସାଇଟ୍‌, ଲୁହାପଥର ଓ ମାଙ୍ଗାନିଜ, ଚୂନପଥର, ମାଙ୍ଗାନିଜ, ତମ୍ବା, ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ଖଣି ଓ ସୁନା ଖଣି ଆଦିକୁ ନିଲାମ କରାଯିବ ।ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ୨୦୧୫ ଅନୁସାରେ ୫୦ ବର୍ଷିଆ ଲିଜ୍ ଅବଧି ସହ ଏହି ଖଣିଗୁଡ଼ିକୁ ନିଲାମ କରାଯିବ । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ନିଲାମ ହେବାକୁ ଥିବା […]

ଦେବଦୂତ ସାଜିଲେ RPF କନେଷ୍ଟବଳ, ଯାତ୍ରୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ

ଯାତ୍ରୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ମାନବିକାତର ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଆରପିଏଫ୍ କନଷ୍ଟେବଲ । ଦେବଦୂତ ସାଜିଛନ୍ତି ଏହି ଆର୍ପିଏଫ୍ ଅଧିକାରୀ ଜଣଙ୍କ । ସେ ହେଉଛନ୍ତି କନଷ୍ଟେବଲ ଅଙ୍କୁର ଚୌଧୁରୀ ।ଆଜି ଭୋରୁ ଜଣେ ଯାତ୍ରୀ ନାଗାବଳୀ ଏକ୍ସପ୍ରେସରେ ଚଢ଼ିବା ବେଳେ ଅଚାନକ ଖସିପଡିଥିଲେ। ସେଠାରେ କାର୍ଯ୍ୟରତ କନେଷ୍ଟବଳ ଅଙ୍କୁର ଚୌଧୁରୀ ତୁରନ୍ତ ତାଙ୍କୁ ଧରିନେଇଥିଲେ । ଫଳରେ ଟ୍ରାକରେ ପଡିବାରୁ ବଂଚିଯାଇଥିଲେ ଯାତ୍ରୀ । ଏମିତି ଜୀବନ ବଞ୍ଚାଇବା କାମ କରିବାରେ କନଷ୍ଟେବଲ […]

ବିଜେଡିକୁ ଭାଙ୍ଗିବା ପାଇଁ ପ୍ରଭାତ ବିଶ୍ୱାଳଙ୍କୁ ଟେଣ୍ଡର ଦେଇଛି ବିଜେପି: ଲେଖାଶ୍ରୀ

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜୁ ଜନତା ଦଳର ନୀତି ଓ ନୈତିକତାକୁ ନେଇ ଟିପ୍ପଣୀ ଦେବା ଜଣେ ପାଗଳର ବାଚଳାମୀ । ରାଜ୍ୟସଭା ନିର୍ବାଚନରେ ପୁଅ ସୌଭିକ ବିଶ୍ୱାଳଙ୍କୁ ଘୋଡ଼ା ବେପାରରେ ସାମିଲ କରାଇ କୋଟି କୋଟି ଟଙ୍କା ହାତେଇ ବିଜେଡି ସୁପି୍ରମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହିତ ଯେଉଁ ବିଶ୍ୱାସ ଘାତକତା କରିଛନ୍ତି, ତାଙ୍କୁ କଟକବାସୀ କେବେ କ୍ଷମା ଦେବେ ନାହିଁ ବୋଲି କହି ବର୍ଷିଛି ବିଜୁ ଜନତା ଦଳ ।ବିଜେଡିକୁ ଅସ୍ଥିର କରିବା […]

ହୋଟେଲ ଓ ଢାବା ପାଇଁ ବଡ଼ ଆଶ୍ୱସ୍ତି, ୨୩ ତାରିଖରୁ ମିଳିବ ଅଧିକ ୨୦% ଗ୍ୟାସ୍

କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ ୨୦ ପ୍ରତିଶତ ଆବଣ୍ଟନକୁ ଅନୁମତି ଦିଆଯାଇଛି। ଯାହା ମୋଟ୍‌ ଆବଣ୍ଟନକୁ ୫୦ ପ୍ରତିଶତକୁ ନେଇଯିବ।ଏହି ବର୍ଦ୍ଧିତ ୨୦% ଗ୍ୟାସ୍ ମୁଖ୍ୟତଃ ପ୍ରାଥମିକତା ଭିତ୍ତିରେ ଦିଆଯିବ। ରେଷ୍ଟୁରାଣ୍ଟ, ଢାବା, ହୋଟେଲ,ଶିଳ୍ପ ସଂସ୍ଥାର କ୍ୟାଣ୍ଟିନ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଏବଂ ଦୁଗ୍ଧ ଶିଳ୍ପ,ରାଜ୍ୟ ସରକାର ବା ସ୍ଥାନୀୟ ପ୍ରଶାସନ ଦ୍ୱାରା ଚାଲୁଥିବା ସ୍ୱଳ୍ପମୂଲ୍ୟ […]

ମହିଳା ଏବ˚ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବଙ୍କ ରାୟଗଡ଼ ଗସ୍ତ ଓ ସମୀକ୍ଷା

lରାୟଗଡ଼:- ତା. ୨୧/୦୩-ଆଜି ମହିଳା ଏବ˚ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଡଃ ମୃଣାଳିନୀ ଦର୍ସ୍ବାଲ, ରାୟଗଡ଼ ଜିଲ୍ଲା ପରିଦର୍ଶନରେ ଆସିଥିଲେ। ପ୍ରଥମେ ସେ ସୁପୋଷିତ ଓଡିଶା ମିଶନ ଜିଲ୍ଲାସ୍ତରୀୟ କର୍ମଶାଳା କୁ ଉଦଘାଟନ କରିଥିଲେ। ମହିଳା ଏବ˚ ଶିଶୁ ବିକାଶ ତରଫରୁ ନୂଆକରି ଆରମ୍ଭ ହୋଇଥିବା ମହିଳା ମାନଙ୍କ ସୁରକ୍ଷା ସମୃଦ୍ଧି ଏବ˚ ଅର୍ଥନୈତିକ ପ୍ରଗତି ପାଇଁ ରାଜ୍ୟ ମହିଳା ହବ ଏବ˚ ଜିଲ୍ଲା ମହିଳା ହବ ଗଠନ ହୋଇଥିବା ସ˚ପର୍କରେ ସମ୍ୟକ […]