କଟକ ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡରେ ଯାଇଛି ୧୦ ଜଣଙ୍କ ଜୀବନ । ଅଗ୍ନିକାଣ୍ଡରେ ଅନେକ ଗୁରୁତର ହୋଇଥିବା ସୂଚନା ରହିଛି । ତେବେ ସେମାନଙ୍କର ଚିକିତ୍ସା ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।କଟକ ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ମୋହନ ମାଝୀଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦି ।ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ଆହତ […]
ଏୟାର ଇଣ୍ଡିଆରେ ଏକ ବଡ଼ ଧରଣର ଜାଲିଆତି ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏୟାରଲାଇନ୍ର ହିଁ କର୍ମଚାରୀ ଫ୍ରି ଟିକେଟ୍ ପିଲିସିର ବ୍ୟାପକ ଦୂରୁପଯୋଗ କରିଥିବା ପର୍ଦ୍ଦାଫାସ୍ ହୋଇଛି । କମ୍ପାନୀର ଶତାଧିକ କର୍ମଚାରୀ ବାହାର ଲୋକଙ୍କୁ ନିଜର ସମ୍ପର୍କୀୟ ସଜାଇ ବର୍ଷକୁ ମିଳୁଥିବା ମାଗଣା ବିମାନ ଟିକେଟ୍କୁ ବିକ୍ରି କରିଦେଇଛନ୍ତି । ଟାଟା ଗ୍ରୁପ୍ ନିୟନ୍ତ୍ରଣରେ ଥିବା ଏୟାର ଇଣ୍ଡିଆ ଏହି ଘଟଣାର ତଦନ୍ତ କରିବା ପରେ ଏବେ […]
ଆଜି ସମଗ୍ର ଦେଶରେ ‘ଜାତୀୟ ଟିକାକରଣ ଦିବସ’ ପାଳନ କରାଯାଉଛି । ପ୍ରତିବର୍ଷ ମାର୍ଚ୍ଚ ୧୬ ତାରିଖରେ ଟିକାକରଣର ଗୁରୁତ୍ୱ ଏବଂ ଜନସ୍ୱାସ୍ଥ୍ୟ ରକ୍ଷାରେ ଏହାର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସଟି ପାଳିତ ହୋଇଥାଏ ।ସମୟ ଥିଲା ଯେତେବେଳେ ପୋଲିଓ ଏବଂ ବସନ୍ତ ଭଳି ଅନେକ ରୋଗ ପ୍ରବଳ ଭାବରେ ବ୍ୟାପିଗଲା ଏବଂ ଟୀକାକରଣ ହେବା ପର୍ଯ୍ୟନ୍ତ ବହୁ ଜୀବନହାନୀ ଘଟିଥିଲା । ଟୀକାକରଣ ଆମକୁ ରୋଗର ବିପଦ ବିନା ଏକ […]
ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ ଗଣତି କରାଯିବ। ବିଧାୟକଙ୍କ ହାତରେ ମନମୋହନ ସାମଲ, ସୁଜିତ କୁମାର, ସଂତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ୱର ହୋତା ଓ ଦିଲ୍ଲୀପ ରାୟଙ୍କ ଭାଗ୍ୟ ।ତେବେ ପ୍ରଥମେ ଭୋଟ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜଣଙ୍କ ପରେ ଜଣେ ଭୋଟ ଦେବାରେ ବ୍ୟସ୍ତ ।ଏହି ଅବସରରେ ଭୋଟ ଦେଇଥିଲେ ସନାତନ […]
କଟକ ବଡ଼ ମେଡିକାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଯାଇଛି ୧୦ ଜୀବନ। ଏ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେମିତି ଅଗ୍ନିକାଣ୍ଡ ଘଟିଲା ? ନିଆଁ ଲାଗିବା ପରେ କେମିତି ଏତେ ସଂଖ୍ୟାରେ ଜୀବନ ଗଲା ତାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ଏ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। […]
ଆଗାମୀ ପାଞ୍ଚ ଦିନ ଯାଏ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ କମ ରହିବ । ୨୨ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।ଆଜି ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ […]
ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ଆଜି ଭୋଟ ହେବ। ଏପ୍ରିଲ ୨ ତାରିଖରେ ରାଜ୍ୟ ସଭାରୁ ସୁଜିତ୍ କୁମାର, ମମତା ମହନ୍ତ, ମୁଜିବୁଲ୍ଲା ଖାନ(ମୁନା) ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ। । ତେବେ ଆଜି ସକାଳ ୯ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଅପହରାହ୍ଣ ୫ଟାରେ ଗଣତି ହେବ। ମୈଦାନରେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର। ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର। […]
SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା କେୟାର ICUରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି ଉପୁଜିଛି। ସୂଚନା ଅନୁଯାୟୀ, ଯେଉଁ ୱାର୍ଡରେ ନିଆଁ ଲାଗିଥିଲା, ସେଠାରେ ସେହି ସମୟରେ ପ୍ରାୟ ୨୨ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ […]
ନୟାଗଡ,(ଓଡ଼ିଶା ଦର୍ପଣ):ନୟାଗଡରୁ ପ୍ରକାଶିତ ହେଉଥିବା କୁସୁମାଞ୍ଜଳୀର ୫ମ ସ୍ଵନକ୍ଷତ୍ର ଉତ୍ସବ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆଜି ନୟାଗଡ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପତ୍ରିକାର ସଭାପତି ଗୋଲକ ବିହାରୀ ନାୟକ ସଭାପତିତ୍ବ କରିଥିଲାବେଳେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ବିଶିଷ୍ଟ ଅତିଥି ଭାବେ ସୁବକ୍ତା ଗୋଦାବରୀ ବସନ୍ତିଆ ଯୋଗଦେଇଥିଲେ […]
ରାୟଗଡ଼ା, ୧୪/୩: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରି ଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାଡମ୍ବରରେ ଆମ ନୃତ୍ୟ ଆମ ସଂସ୍କୃତି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉତ୍କଳ ଆଲୁମିନା ସିଏସଆର ବିଭାଗ ଦ୍ଵାରା ଦୁଇଦିନ ଧରି ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକକଳା ତଥା ସଂସ୍କୃତିକୁ ପ୍ରତିଯୋଗୀମାନେ ମଞ୍ଚସ୍ଥ କରିଥିଲେ। ସ୍ଥାନୀୟ କଳା ସଂସ୍କୃତିକୁ ଉଜ୍ଜୀବିତ ତଥା ଆଦିବାସୀ ଐତିହ୍ୟ, ସଂସ୍କୃତି ଓ ଲୋକକଳାକୁ […]
ଆସନ୍ତା ଅପ୍ରେଲ ପହିଲାରୁ ମହଙ୍ଗା ହୋଇପାରେ ଯାତ୍ରା। ଚଳିତ ବର୍ଷ ଅପ୍ରେଲ ୧ ତାରିଖରୁ ବଢିବାକୁ ଯାଉଛି ଟୋଲ୍ ଦର।ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବାର୍ଷିକ ଟୋଲ୍ ପାସ୍ ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି।୨୦୨୬ ଅପ୍ରେଲ ପହିଲାରୁ ଗାଡି଼ ଚାଳକଙ୍କୁ ଟୋଲ ପାସ୍ ପାଇଁ ୩୦୦୦ ବଦଳରେ ୩୦୭୫ ଟଙ୍କା ଦେବାକୁ ପଡି଼ବ। ବର୍ଦ୍ଧିତ ଟୋଲ ଦର ୨୦୨୬-୨୭ ଆର୍ଥିକ ବର୍ଷର (2026-27 Financial Year) ପ୍ରଥମ ଦିନରୁ (ଅପ୍ରେଲ ୧) କାର୍ଯ୍ୟକାରୀ ହେବାକୁ ଯାଉଛି। […]
ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଭାରତରେ ଗ୍ୟାସ୍ ଅଭାବ ବ୍ୟାପକ ଚିନ୍ତାର କାରଣ ହୋଇଛି। ତଥାପି ପରିସ୍ଥିତି ଦ୍ରୁତ ଗତିରେ ସୁଧୁରୁଛି। ନିବାର ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ, ୨୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବାଣିଜ୍ୟିକ ସିଲିଣ୍ଡର ଯୋଗାଣ ପୁଣି ଆରମ୍ଭ ହୋଇଛି। ଦେଶରେ ଗ୍ୟାସ୍ ଅଭାବ ନାହିଁ ଏବଂ ପର୍ଯ୍ୟାପ୍ତ ପରିମାଣର ସଂରକ୍ଷଣ ରହିଛି। ତଥାପି ଲୋକମାନେ ଏବେ […]
