ରାଜ୍ୟସଭା ନିର୍ବାଚନକୁ ନେଇ ନବୀନଙ୍କ ବଡ଼ ନିଷ୍ପତ୍ତି । ସବୁ ବିଧାୟକଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜାରି କରିଥିବା ହ୍ବିପକୁ ମାନିବାକୁ ଦେଲେ କଡ଼ା ନିର୍ଦ୍ଦେଶ ।ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନିଜେ ଏହି ନିର୍ବାଚନର ମଙ୍ଗ ଧରିଛନ୍ତି। ତେଣୁ କୌଣସି ଉପାୟରେ ବିଧାୟକଙ୍କୁ ଏକାଠି କରିବାକୁ ସବୁ କଳବଳ ଲଗାଇ ଦେଇଛନ୍ତି। ବିରୋଧୀ ଦଳ ଭୋଟ୍ ଭାଙ୍ଗିବାକୁ […]
ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଆଶ୍ବାସନା । ଦେଶରେ ତୈଳ ଓ ଗ୍ୟାସର ସଂକଟ ନାହିଁ । ଗଲା ୫ଦିନ ଭିତରେ ଦେଶରେ LPG ଉତ୍ପାଦନ ୨୮% ବୃଦ୍ଧି ପାଇଛି । ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୪୦ କୋଟି ଭାରତୀୟଙ୍କ ଉପରେ ବିଶ୍ବାସ ରହିଛି, କୋଭିଡ୍ ସମୟ ପରି ଆମେ ଏହି ସଙ୍କଟକୁ ମଧ୍ୟ ଦୂର କରିବୁ ବୋଲି ଦେଶବାସୀଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।ରାଜନୈତିକ ପ୍ରସଙ୍ଗ ଛାଡ଼ି କିଛି ଲୋକ ଏଲପିଜି […]
ଆକ୍ରମଣ, ପ୍ରତିଆକ୍ରମଣ ଭିତରେ ଇରାନର ସର୍ବୋଚ୍ଚ ନେତାଙ୍କ ଚେତାବନୀ । ଯୁଦ୍ଧରେ ଚାପ ସୃଷ୍ଟି ପାଇଁ ହର୍ମୁଜ୍ ପ୍ରଣାଳୀ ବନ୍ଦ ରଖିବାକୁ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ ଧମକ ଦେଇଛନ୍ତି ।ସର୍ବୋଚ୍ଚ ନେତା ନିର୍ବାଚିତ ହେବା ପରେ ଗୁରୁବାର ମୋଜତାବା ପ୍ରଥମ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଟେଲିଭିଜନ ମାଧ୍ୟମରେ ନିଜ ସମ୍ବୋଧନରେ ଇସ୍ରାଏଲ ଓ ଆମେରିକା ବିରୋଧରେ ଯୁଦ୍ଧକୁ ତୀବ୍ର କରିବାକୁ ଆହ୍ବାନ ଦେଇଛନ୍ତି। ଏପରି କି ଯୁଦ୍ଧରେ ହର୍ମୁଜ ପ୍ରଣାଳୀକୁ ଅସ୍ତ୍ର କରିବାକୁ […]
ମାର୍ଚ୍ଚ ମାସ ଅଧା ନହେଉଣୁ ଓଡ଼ିଶାରେ କଲବଲ କଲାଣି ଖରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ପଶ୍ଚିମ ଓଡ଼ିଶାର ଶିଳ୍ପ ସହର ଝାରସୁଗୁଡ଼ା ଏବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ୨୪ ଘଣ୍ଟା ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ବଢ଼ିପାରେ । ଖରା ତାତି ଭିତରେ ସାମାନ୍ୟ ଆଶ୍ବସ୍ତି ଆଣିପାରେ କାଳବୈଶାଖୀ । ୨୪ ଘଣ୍ଟା ପାଇଁ […]
ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ଯକ୍ଷତାରେ ରାଜ୍ୟରେ ରନ୍ଧନ ଗ୍ୟାସ୍ (ଏଲ୍ ପିଜି) ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ୍ (ଏଲ୍. ପି. ଜି) ଉପଲବ୍ଧ ରହିଛି ଏବଂ ଜନସାଧାରଣଙ୍କୁ ଏଥି ନେଇ ଚିନ୍ତିତ ନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ଏଲ୍. ପି.ଜି ବିତରକ ଓ ରିଟେଲ୍ ଆଉଟ୍ ଲେଟକୁ ବିତରଣ ପ୍ରକିୟା ଓ […]
ଆସନ୍ତା ୨୮ ତାରିଖରେ ବାର ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ । ଓଏସବିସି ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱୀବେଦୀ ସୂଚନା ଦେଇଛନ୍ତି । ରାଜ୍ୟ ଆଇନଜୀବୀ ପରିଷଦ ସହ ଅନୁବନ୍ଧିତ ୧୫୮ ଆସୋସିଏସନରେ ନିର୍ବାଚନ ହେବ । ନିର୍ବାଚନୀ ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ଭିଡିଓଗ୍ରାଫି କରିବାକୁ ପରିଷଦ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସକାଳ ସାଢେ ୭ଟାରୁ ୩ଟା ଯାଏଁ ହେବ ଭୋଟ ଗ୍ରହଣ । ନିର୍ବାଚନରେ ମୋଟ ୩୮ ହଜାର ୮୮୩ ଜଣ ମତ ସାବ୍ୟସ୍ତ କରିବେ । […]
ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ବିବାଦ ବିଶ୍ୱ ତୈଳ ଏବଂ ଗ୍ୟାସ ଯୋଗାଣ ନେଇ ଚିନ୍ତାକୁ ଆହୁରି ଘନୀଭୂତ କରିଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଂସଦରେ ପରିସ୍ଥିତି ସ୍ପଷ୍ଟ କରି କହିଛନ୍ତି ଯେ ଭାରତର ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁରକ୍ଷିତ। ସେ ସ୍ବୀକାର କରିଛନ୍ତି ଯେ ହରମୁଜ ପ୍ରଣାଳୀ ଦେଇ ପ୍ରାୟ ୨୦% ଯାତାୟାତ ପ୍ରଭାବିତ ହୋଇଛି, କିନ୍ତୁ ପରିସ୍ଥିତିର ସମାଧାନ […]
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ। ଇ-ମେଲ ଜରିଆରେ କୋର୍ଟକୁ ଉଡାଇ ଦେବାକୁ ଧମକ ମିଳିଥିଲା। କୋର୍ଟ ପରିସରରେ ସନ୍ଧାନୀ କୁକୁର ଓ ବମ୍ ସ୍କ୍ବାଡ ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି । ଦମକଳ ବାହିନୀ ମଧ୍ୟ କୋର୍ଟ ପରିସରରେ ପହଞ୍ଚିଥିଲେ। କୋର୍ଟ ପରିସରରେ ପୋଲିସ ଟିମ୍ ପହଂଚିଛି। କୋର୍ଟ କର୍ମଚାରୀ, ମାଜିଷ୍ଟ୍ରେଟ ଏବ୍ଂ ଓକିଲଙ୍କ ସହ ଆଲୋଚନା କରୁଛି ପୋଲିସ ।ଏହା ପୂର୍ବରୁ ରାଜ୍ୟର କେତେକ କୋର୍ଟକୁ ଇମେଲରେ ବୋମା ଧମକ ଆସିଥିଲା। ଏପରିକି […]
ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିପକ୍ଷରେ ବିରୋଧିଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ଏହା ଉପରେ ସଂସଦରେ ଦୁଇଦିନ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଥିଲା। ଶେଷରେ ଗତକାଲି ଧ୍ବନୀ ମତରେ ଖାରଜ ହୋଇଛି। ଅନାସ୍ଥା ଖାରଜ ପରେ ଗୁରୁବାର ଓମ୍ ବିର୍ଲା ସଂସଦକୁ ସମ୍ବୋଧିତ କରିଛନ୍ତି। ବିରୋଧୀଙ୍କ ପ୍ରତିଟି ଅଭିଯୋଗରେ ଉତ୍ତର ରଖିଲେ ଓମ ବିର୍ଲା। କହିଲେ ନିୟମ ଉର୍ଦ୍ଧ୍ୱରେ ଗୃହର କୌଣସି ସଦସ୍ୟ ନୁହଁନ୍ତି । ଗୃହ କାର୍ଯ୍ୟକୁ ଠିକ ଭାବେ ପରିଚାଳନା କରିବା ମୋ ଦାୟିତ୍ୱ […]
ଟି-୨୦ ବିଶ୍ୱକପ୍ ବିଜୟ ପରେ ବିବାଦରେ ହାର୍ଦ୍ଦିକ ପାଣ୍ଡ୍ୟା । ଜାତୀୟ ପତାକାକୁ ଅପମାନ ଅଭିଯୋଗରେ ମାମଲା ହୋଇଛି । ବିଜୟ ଉତ୍ସବ ସମୟରେ ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ପୁଣେର ଶିବାଜୀ ନଗର ପୁଲିସ୍ ଷ୍ଟେସନରେ ଏକ ଅଭିଯୋଗ ଦାୟର ହୋଇଛି । ହାର୍ଦ୍ଦିକ ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଗୁଡାଇ ଗର୍ଲଫ୍ରେଣ୍ଡ ସହ ପୋଡିୟମରେ ଶୋଇ ପଡିଥିଲେ । ଏହା ଜାତୀୟ ପତାକାକୁ ଅସମ୍ମାନ । କ୍ରିକେଟରଙ୍କ ବିରୋଧରେ ଏଫଆଇଆର […]
ଚଳିତ ବର୍ଷ ହେବନି ପାୱାରକଟ୍ । ବିଧାନସଭାରେ ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ଜାତୀୟ ବିପର୍ଯ୍ୟୟ ତାଲିକାରେ ହିଟୱେଭକୁ ସାମିଲ୍ ପାଇଁ ସୁପାରିସ୍ ହୋଇଛି । ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ । ୧୦ ପୌରାଞ୍ଚଳ ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ […]
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ୨୦୨୨ କ୍ୟାଡରର ୫ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏହାସହ ପ୍ରଶାସକ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଷ୍ଟାର୍ଟ ଅଫ୍ ଓଡ଼ିଶାର ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି ।ସେହିପରି ବରିଷ୍ଠ ଆଇଏଏସ୍ ସିଦ୍ଧାର୍ଥ ଦାସଙ୍କୁ […]
