ଖରାଦିନେ ହେବନି ବିଦ୍ୟୁତ୍ କାଟ:ସୁରେଶ ପୂଜାରୀ

ଚଳିତ ବର୍ଷ ହେବନି ପାୱାରକଟ୍ । ବିଧାନସଭାରେ ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ଜାତୀୟ ବିପର୍ଯ୍ୟୟ ତାଲିକାରେ ହିଟୱେଭକୁ ସାମିଲ୍ ପାଇଁ ସୁପାରିସ୍ ହୋଇଛି । ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ । ୧୦ ପୌରାଞ୍ଚଳ ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ […]

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ୨୦୨୨ କ୍ୟାଡରର ୫ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏହାସହ ପ୍ରଶାସକ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଷ୍ଟାର୍ଟ ଅଫ୍ ଓଡ଼ିଶାର ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି ।ସେହିପରି ବରିଷ୍ଠ ଆଇଏଏସ୍‌ ସିଦ୍ଧାର୍ଥ ଦାସଙ୍କୁ […]

ବିଧାନସଭାରେ ଗ୍ୟାସ୍ ତାତି,ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ବିଧାନସଭାରେ LPG ତାତି । ରାଜ୍ୟରେ ରନ୍ଧନ ଗ୍ୟାସ ଅଭାବ ଅଭିଯୋଗ ଆଣି ଡବଲ ଇଞ୍ଜିନ ସରକାରଙ୍କୁ ଘେରିଲେ ବିରୋଧୀ । ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ୧୧ .୩୦ ମିନିଟ୍ ଏବଂ ପରେ ୧୨ .୧୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏବେ ଗ୍ୟାସ୍‌ ଦର ପ୍ରତିବାଦରେ ବିଧାନସଭା ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି […]

ଆଜି ପୁଣି କମିଲା ସୁନା ଦାମ

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୩,୩୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୯,୭୦୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୨,୨୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୮,୭୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୮୦,୦୦୦ ଟଙ୍କା ହୋଇଛି ।

ତୈଳ ଭଣ୍ଡାର ମୁକ୍ତ କରିବାକୁ ରାଜି ହେଲେ G7 ଦେଶ

ଆଜି ୧୨ ମାର୍ଚ୍ଚ, ୨୦୨୬ ରେ ତେଲ ମୂଲ୍ୟରେ ବୃଦ୍ଧି ଘଟିଛି କାରଣ ପ୍ରମୁଖ ଦେଶଗୁଡ଼ିକ ଇରାନରେ ସଂଘର୍ଷର ପ୍ରଭାବକୁ ସୀମିତ କରିବା ପାଇଁ ଜରୁରୀକାଳୀନ ତୈଳ ଭଣ୍ଡାର ମୁକ୍ତ କରିବାକୁ ରାଜି ହୋଇଛନ୍ତି। ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡିକରୁ ତୈଳ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଆଇଇଏ ଏହାର ମହଜୁଦ୍ ତୈଳ ଭଣ୍ଡାରରୁ ୪୦୦ ନିୟୁତ ବ୍ୟାରେଲ ତୈଳ ପଠାଇବ ବୋଲି ଘୋଷଣା କରିଛି। ଆଇଇଏର ଅନୁବନ୍ଧିତ ୩୨ଟି ରାଷ୍ଟ୍ର ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ୨୦୨୨ରେ […]

ବିଜେଡିର କ୍ରସ ଭୋଟିଂ ହେବାର ସମ୍ଭାବନା ନାହିଁ-ଅଶ୍ଵିନୀ ପାତ୍ର

ବିଜେଡିର କ୍ରସ ଭୋଟିଂ ହେବାର ସମ୍ଭାବନା ନାହିଁ। ଏନେଇ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଅଶ୍ଵିନୀ ପାତ୍ର। ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ନ ଛାଡିବାକୁ ନିର୍ଦେଶ ରହିଛି। ମୌଖିକ ଭାବରେ ଦଳର ମୁଖ୍ୟ ସଚେତକ ଆମକୁ କହିଛନ୍ତି।ଅନ୍ୟପଟେ ଅଶ୍ୱିନୀ ପାତ୍ର ଆହୁରି କହିଛନ୍ତି, ରବି ଜେନାଙ୍କ ଶୂନ୍ୟସ୍ଥାନ ପୂରଣ କରିବେ ଦଳପତି ।ଅନ୍ୟପଟେ ବିଜେଡିକୁ କ୍ରସ ଭୋଟିଂର ଭୟ ଘାରିଛି।ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କରିଥିଲା ବିଜେଡି। ଭୁବନେଶ୍ବର ନ ଛାଡିବାକୁ ବିଜେଡିର […]

ଓଡ଼ିଆଙ୍କୁ ଉଦ୍ଧାର ଲାଗି ପ୍ରୟାସ, ଟୋଲ୍ ଫ୍ରି ନମ୍ବର ଜାରି

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ସେଠାରେ ଅନେକ ଓଡ଼ିଆ ଲୋକ ଅଟକି ରହିଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ ବେଗ ପ୍ରକାଶ କରିଛନ୍ତି। ଗତ ମାର୍ଚ୍ଚ ୨ତାରିଖରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ମଧ୍ୟପ୍ରାଚ୍ୟ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରୀତିଶ […]

ଅମାନିଆ ଗାଡ଼ି ଚାଳକ ସାବଧାନ। ମାର୍ଚ୍ଚ ୨୧ରୁ ହେବ ଆକ୍ସନ

ଅମାନିଆ ଗାଡ଼ି ଚାଳକ ସାବଧାନ। ମାର୍ଚ୍ଚ ୨୧ରୁ ହେବ ଆକ୍ସନ । ସଡ଼କ ନିୟମ ଉଲ୍ଲଙ୍ଘନ ବିରୋଧରେ କଡ଼ାକଡ଼ି ହେବ ଗାଡ଼ି ଯାଞ୍ଚ । ପରିବହନ ବିଭାଗ ଚଳାଇବ ସ୍ବତନ୍ତ୍ର ଅଭିଯାନ । ସାରା ରାଜ୍ୟରେ ଆରଟିଓ ଟିମ୍ କରିବେ ଏନଫୋର୍ସମେଣ୍ଟ । ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଅଧିକ କଡ଼ାକଡ଼ି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ଅଭିଯାନ କରାଯିବ। ନିୟମ […]

ଭାରତ ଉପରେ ଶୁଳ୍କ ମାଡ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ

ଆମେରିକା ଉପରେ ସମ୍ପୂର୍ଣ୍ଣ ଭରସା କରିବା ମୁସ୍କିଲ । ପରିସ୍ଥିତି ଏପରି ହୋଇଛି ଯେ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ନୀତିଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ୧୬ଟି ପ୍ରମୁଖ ବାଣିଜ୍ୟିକ ଅଂଶୀଦାର ଦେଶର ବାଣିଜ୍ୟ ନୀତି ଉପରେ ଏକ ନୂତନ ତଦନ୍ତ ଆରମ୍ଭ କରିଛି ଯାହାକୁ ଆମେରିକା ଅନୁଚିତ ବୋଲି ବିବେଚନା କରୁଛି। ଏହି ପଦକ୍ଷେପ ଭାରତ ସମେତ ଅନେକ ଦେଶ ଉପରେ ଅତିରିକ୍ତ ଶୁଳ୍କ କିମ୍ବା ଅନ୍ୟାନ୍ୟ ଆର୍ଥିକ […]

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା : ଦୁଇ ଦିନରେ ୧୯୦ ଦମ୍ପତିଙ୍କ ବିବାହ କରାଇବେ ରାଜ୍ୟ ସରକାର

ରାଜ୍ୟରେ ଗରିବ ପରିବାରର ଝିଅମାନଙ୍କୁ ବିବାହ ପାଇଁ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଏହି ଯୋଜନା ଦ୍ବାରା ମହିଳାଙ୍କ ବିକାଶ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨ଦିନରେ ୧୯୦ଟି ବିବାହ କରାଇବେ ସରକାର । ଆଜି ଓ ଆସନ୍ତାକାଲି ଦୁଇ ଦିନ ଏହି ବିବାହ ଉତ୍ସବ ଆୟୋଜିତ ହେବ । ଆଜି କଟକରେ ଆୟୋଜିତ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସମୂହ […]

ବିଧାନସଭାରେ ସାଂଘାତିକ ତଥ୍ୟ :ଓଜନ ମାପରେ ଠକୁଛନ୍ତି ସୁନା ଦୋକାନୀ

ରାସନ କାର୍ଡ ଧାରୀଙ୍କୁ ଓଜନ ମାପରେ ଠକୁଛନ୍ତି ଡିଲର । ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ । ୭୫ ରାସନ ଡିଲରଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ସରକାର । ଲାଇସେନ୍ସ ବାତିଲ ସହ ଜଣଙ୍କ ବିରୁଦ୍ଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଦିଆଯାଇଛି । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି । ଏପଟେ ପେଟ୍ରୋଲ ପମ୍ପରୁ ଠକେଇ ନେଇ ୩ ବର୍ଷରେ ସାମ୍ନାକୁ ଆସିଛି ୧୦୯ କେସ । ପେଟ୍ରୋଲ ପମ୍ପରୁ ୧୩ […]

ମହା ଭୟଙ୍କର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା

ମଧ୍ୟପ୍ରାଚ୍ୟରେ ଲଢ଼େଇ ଭୟଙ୍କର ହୋଇଛି। ଯୁଦ୍ଧ ଆଜି ଦ୍ବାଦଶ ଦିନରେ ପହଞ୍ଚିଥିବା ବେଳେ ରଣନୈତିକ ଭାବେ ଗୁରୁତ୍ବପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀରେ ଆଜି ୩ଟି ଜାହାଜ ଉପରେ ଅଜଣା ପ୍ରୋଜେକ୍ଟାଇଲ ଦ୍ବାରା ଆକ୍ରମଣ ହୋଇଛି। ଏଥି ମଧ୍ୟରୁ ଭାରତ ଆସୁଥିବା ଏକ ଥାଇ କା‌ର୍ଗୋ ଜାହାଜ ଉପରେ ଆକ୍ରମଣ ହେବାପରେ ଜାହାଜରେ ନିଆଁ ଲାଗିଯାଇଛି। ଜାହାଜରୁ ୨୦ ଜଣ କ୍ରୁ ସଦସ୍ୟଙ୍କୁ ଓମାନ ନୌସେନା ଉଦ୍ଧାର କରିଥିବାବେଳେ ଆଉ ୩ ଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି। ନିଖୋଜ […]