ପାକ୍ସର ହେବ ଡିଜିଟାଇଜେସନ୍‌। ଇ-ଗଭର୍ଣ୍ଣାନ୍ସ ଦ୍ୱାରା ପରିଚାଳିତ ହେବ

ଆଉ ରହିବନି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହଜିବାର ଚିନ୍ତା। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକରେ କମିବ କାଗଜପତ୍ରରେ କାରବାର। କମିବ ଦୁର୍ନୀତି, ଆସିବ ସ୍ୱଚ୍ଛତା। କାରଣ ରାଜ୍ୟର ସମସ୍ତ ପାକ୍ସଗୁଡ଼ିକ ହେବ ଡିଜିଟାଇଜେସନ୍‌।ଇ-ତଦନ୍ତ ଓ ଇ-ଅଡିଟ୍‌ କରାଯିବ। ଚାଷୀ ଓ ଉପଭୋକ୍ତାମାନଙ୍କର ସମବାୟ ସମିତି ସମ୍ପର୍କରେ କିଛି ଅଭିଯୋଗ ଥିଲେ ତାହା ସେମାନେ ଅନଲାଇନ୍‌ରେ ଦାଖଲ କରିବେ। ତାହା ଅନଲାଇନ୍‌ରେ ସମାଧାନ ହେବ। ସମସ୍ତ ପାକ୍ସଗୁଡ଼ିକର ପଞ୍ଜୀକରଣ ବି ଅନଲାଇନ୍‌ରେ ହେବ। ସମବାୟ ନିବନ୍ଧକ ଏହାର ତଦାରଖ […]

ପୁଣି ମହାପ୍ରସାଦକୁ ଅପମାନ: ଡାଇନିଂ ଟେବୁଲରେ ବସି ମହାପ୍ରଭୁଙ୍କ ମହାପ୍ରସାଦ ସେବନର ଭିଡିଓ ଭାଇରାଲ

ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ବସି ମହାପ୍ରଭୁଙ୍କ ମହାପ୍ରସାଦ ସେବନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପୁରୀର ଏକ ହୋଟେଲରେ ବଙ୍ଗୀୟ ଯାତ୍ରୀ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ କରୁଥିବା ଘଟଣା ଜଗନ୍ନାଥ ପ୍ରେମୀଙ୍କୁ ଘୋର ଆଘାତ ଦେଇଛି।ଭକ୍ତି ଭାବର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯେପରି ଅକ୍ଲେଶରେ ମୁକ୍ତି ଦେଇଥାଏ, ସେହିପରି ମହାପ୍ରସାଦକୁ ଭକ୍ତିଭାବର ସହ ଦର୍ଶନ ଓ ସେବନ ମୁକ୍ତି ଦେଇଥାଏ ବୋଲି ପୌରାଣିକ ବର୍ଣ୍ଣନା ରହିଛି […]

ଚଳିତବର୍ଷ ରାଜ୍ୟର ୩୦୮୨ଟି ସେଣ୍ଟରରେ ମାଟ୍ରିକ ପରୀକ୍ଷା

ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମେଟ୍ରିକ୍ ପରୀକ୍ଷା ।ଚଳିତବର୍ଷ ରାଜ୍ୟର ୩୦୮୨ଟି ସେଣ୍ଟରରେ ମାଟ୍ରିକ ପରୀକ୍ଷା ହେବ। ଏ ନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି।ଏଥର ପରୀକ୍ଷା ଦେବା ପାଇଁ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି ଟିଭିର ବ୍ୟବସ୍ଥା କରାଯାଇଛି। ପରୀକ୍ଷା କିପରି ଚାଲିଛି, ବୋର୍ଡର କମାଣ୍ଡ କଣ୍ଟ୍ରୋଲ ରୁମ୍‌ରୁ ଦେଖିହେବ। […]

ବଢ଼ିଲା ସୁନା ଏବଂ ରୁପା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୮,୮୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୫,୬୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୮୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୫,୬୦୦ ଟଙ୍କାକୁ ପହଞ୍ଚିଛି ।। ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୩,୦୦,୦୦୦ ଟଙ୍କା ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ମଣ୍ଡିରେ ଚାଷୀ ହଇରାଣ ହେବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିବା କ୍ଷେତ୍ରରେ ଚରମ ବିଫଳତା ସମ୍ବନ୍ଧେରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି।ନବୀନ ପଟ୍ଟନାୟକ ନିଜ ଚିଠିରେ ଲେଖିଛନ୍ତି ଯେ, ଧାନ ସଂଗ୍ରହ ସମୟରେ ଆମ ରାଜ୍ୟର ଅନ୍ନଦାତାମାନେ କିପରି ବ୍ୟବସ୍ଥାଗତ ଶୋଷଣ ଓ ତତ୍‌ଜନିତ କଷଣର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ଦୁଃଖର ସହ ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛି। କୃଷି ହେଉଛି ଓଡିଶାର ଜୀବନ […]

ଶତ୍ରୁ ସାଟେଲାଇଟ୍‌ ଉପରେ ନଜର ରଖିବ ଭାରତ

ଭାରତ ଘରୋଇ ମହାକାଶ କ୍ଷେତ୍ରରେ ନିଜର କ୍ଷମତା ବୃଦ୍ଧି କରୁଛି। ଅହମଦାବାଦ ସ୍ଥିତ ଆଜିସ୍ତା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ଏହାର ଏରୋସ୍ପେସ୍ ଭର୍ଟିକାଲ୍ ମାଧ୍ୟମରେ ଏକ ଉପଗ୍ରହରୁ କକ୍ଷପଥରେ ଥିବା ବସ୍ତୁଗୁଡ଼ିକର ଚିତ୍ର ଉତ୍ତୋଳନ କରିବାର ସ୍ୱଦେଶୀ କ୍ଷମତା ପ୍ରଦର୍ଶନ କରିଛି। ଭାରତୀୟ ମହାକାଶ ସ୍ଥିତି ସଚେତନତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ଏହାକୁ କକ୍ଷପଥ ଗୁପ୍ତଚରଗିରି କୁହାଯାଏ।୮୦ କିଲୋଗ୍ରାମ ଭୂପର୍ଯ୍ୟବେକ୍ଷଣ ସାଟେଲାଇଟ୍‌ ଏଏଫ୍‌ଆର୍‌ ବ୍ୟବହାର କରି ଆଜିସ୍ତା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ର […]

ଜଣେ ତିବ୍ବତୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାବାଳକ ଅଟକ

ଜଣେ ତିବ୍ବତୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାବାଳକ ଅଟକ। ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବାପା ମାଆ ଦୁହେଁ ସମ୍ପର୍କୀୟଙ୍କ ଘରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଏକୁଟିଆର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତିରେ ଏକ ମାମଲା ରୁଜୁ କରିବା ସହ ନାବାଳକଙ୍କୁ ଥାନାକୁ […]

‘ଦିଲ୍ଲୀ ହେବ ଖଲିସ୍ତାନୀ’, ସଂସଦ ଭବନକୁ ବୋମାରେ ଉଡ଼ାଇବାକୁ ଧମକ

ସଂସଦକୁ ଉଡ଼ାଇବାକୁ ବୋମା ଧମକ । ଏହାସହିତ ଦିଲ୍ଲୀର ପ୍ରମୁଖ ୯ଟି ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ବୋମା ଧମକ ମିଳିବା ପରେ ସଂସଦ ଏବଂ କୋର୍ଟ ପରସରକୁ ଖାଲି କରାଯାଇଛି । ତେବେ ଖଲିସ୍ତାନ ନାଁରେ ମେଲ୍ରେ ଆସିଛି ଧମକ । ଦିଲ୍ଲୀକୁ ଖଲିସ୍ତାନ କରିବାକୁ ମେଲ୍ ରେ ଉଲ୍ଲେଖ କରାଯାଇଛି । ବୋମା ଧମକ ପରେ ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି । ଦିଲ୍ଲୀ ପୁଲିସ, ଅଗ୍ନିଶମ ଟିମ୍, ବମ୍ […]

ଉକୁଣୀ ନେଲା କୁନି ଝିଅର ଜୀବନ

ପରିବାର ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ ଉକୁଣୀ ପାଇଁ ଜଣେ ୧୨ ବର୍ଷିୟା ନାବାଳିକାର ଜୀବନ ଚାଲିଯାଇଛି । ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ । ସୂଚନା ଅନୁସାରେ ଲକ୍ଷ୍ମୀପ୍ରିୟା ସ୍ଥାନୀୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ । କିଛି ମାସ ତଳେ ତାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା। ଅନେକ ପ୍ରତିକାର କରିବା ସତ୍ତ୍ୱେ ଭଲ ହୋଇନଥିଲା ।ମା’ ସତ୍ୟଭାମା ସାହୁ ଲଣ୍ଡା ହେବାକୁ କହିଥିଲେ । ହେଲେ ଲକ୍ଷ୍ମୀପ୍ରିୟା […]

ଆଫେବୃଆରୀ ୧୮ ରୁ +୨ ପରୀକ୍ଷା,ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ପ୍ରବେଶ ସମୟରେ ଦୁଇସ୍ତରୀୟ ଯାଞ୍ଚ

ଆସନ୍ତା୧୮ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । । ଏହି ପରୀକ୍ଷା ପରିଚାଳନା କିଭଳି ଭାବେ ସ୍ୱଚ୍ଛ ଓ ଶୃଙ୍ଖଳିତ ହେବା ସେଥିଲାଗି ଅଣ୍ଟା ଭିଡ଼ିଛି ପରିଷଦ । ପୁଲିସ ସୁରକ୍ଷାରେ ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ୟାକେଟ୍‌ ପରିବହନ ହେବ । ସକାଳ ସାଢ଼େ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ । ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ପ୍ରବେଶ ସମୟରେ […]

୧୨ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଧର୍ମଘଟ, ସମର୍ଥନ ଘୋଷଣା କଲା କଂଗ୍ରେସ

ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ । ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନର ଧର୍ମଘଟ ଡାକରାକୁ ସମର୍ଥନ କରିବ କଂଗ୍ରେସ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା ୧୨ ତାରିଖରେ ଧର୍ମଘଟ ଓ ବନ୍ଦ ଡାକରା ଦିଆଯାଇଛି। ତେବେ ଉପା ଅମଳରୁ ଚାଲିଆସିଥିବା କଲ୍ୟାଣକାରୀ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନକୁ କେନ୍ଦ୍ର ସରକାର […]

ଆଜିଠୁ ବଢିବ ରାତି ତାପମାତ୍ରା

ଆଜିଠୁ ବଢିବ ରାତି ତାପମାତ୍ରା । ଆସନ୍ତା ୪ ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିପାରେ। ଏହାର ପ୍ରଭାବରେ ଶୀତ କମିଯିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପାରଦ ୧୦ ଡିଗ୍ରୀ ବା ଏହାଠାରୁ ସାମାନ୍ୟ ଅଧିକ ରହିପାରେ। ସେହିଭଳି ୧୨ […]