ଦଳ ବିରୋଧୀ ବକ୍ତବ୍ୟ ଏବଂ ବିଶୃଙ୍ଖଳା ଆଚରଣ ପଡ଼ିଲା ମହଙ୍ଗା। ପାର୍ଟିରୁ ନିଲମ୍ବନ ନୁହେଁ ଏକା ଥରକେ ବିଜେଡିରୁ ବହିଷ୍କାର ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ଵାଳ। ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ବିଦା ହେଲେ । ତେବେ ସେ ଆଜି ନବୀନଙ୍କ ରାଜ୍ୟସଭା ପ୍ରାର୍ଥୀ ନିଷ୍ପତ୍ତିକୁ ବିରୋଧ କରିଥିଲେ ।ଆଜି ବିଜେଡି ନିଜର ଦୁଇ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ବିଷୋଦଗାର କରିଥିଲେ ପ୍ରଭାତ ବିଶ୍ଵାଳ।
ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ମାନସିକ ଅନଗ୍ରସର ନାବାଳିକା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ଭଳି ଏକ ଲଜ୍ଜାଜନକ ଘଟଣା ଘଟିଥିବା ଜଣାପଡିଛି l ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ 14 ବର୍ଷୀୟ ମାନସିକ ଅନଗ୍ରସର ତଥା ମୁକ ବଧିର ନାବାଳିକାଙ୍କ ଅସ୍ବାଭାବିକ ଭାବେ ପେଟ ବଢ଼ି ବଢ଼ି ଚାଲିଥିବା ବେଳେ ଏହାକୁ ନେଇ ତାଙ୍କ ବାପା ମା’ ସନ୍ଦେହ କରିଥିଲେ lଗତ ବୁଧବାର ଦିନ ସେମାନେ ସମ୍ପୃକ୍ତ […]
ଇରାନ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପୁଜିଥିବା ପରିସ୍ଥିତିରେ ଏବେ ଭାରତୀୟ ଲୋକେ ସିଧାସଳଖ ପ୍ରଭାବିତ ହେବେ। ଇରାନରୁ ଭାରତର ସର୍ୱାଧିକ ଆମଦାନୀ ହେଉଛି ଅଶୋଧିତ ତେଲ। ଭାରତ ଇରାନରୁ ପିସ୍ତା ଏବଂ ଖଜୁର ଭଳି ଶୁଖିଲା ଫଳ, କିଛି ରାସାୟନିକ ପଦାର୍ଥ, ପେଟ୍ରୋକେମିକାଲ ଉତ୍ପାଦ ଏବଂ କାଚପାତ୍ର ମଧ୍ୟ ଆମଦାନୀ କରେ। ପାଖାପାଖି ୯ ନିୟୁତ ଭାରତୀୟ ଉପସାଗରୀୟ ଦେଶ ( ସାଉଦୀ ଆରବ, ୟୁଏଇ ଓ କତାର ଆଦି […]
ରାଜ୍ୟର ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିବା ପାଇଁ ରାଜ୍ୟ ସରକାର ସ୍ଥିର କରିଥିଲେ । ସେଥିମଧ୍ୟରୁ ୨ଟି ପର୍ଯ୍ୟାୟରେ ୪୦୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇସାରି ଥିବା ବେଳେ ଆଜି (ଶନିବାର) ଆଉ ୨୮ଟି ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ଆମ୍ବୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ପ୍ରାୟ ୧୧୧ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବିନିଯୋଗ କରିଛନ୍ତି ।ବର୍ତ୍ତମାନ ରାଜ୍ୟର […]
ପିଲାମାନେ ଖଡ଼ି ଛୁଇଁ ଆରମ୍ଭ କରିବେ ପାଠପଢ଼ା । ପାରମ୍ପରିକ ରୀତିନୀତିରେ ପିଲାଙ୍କର ହେବ ବିଦ୍ୟାଳୟ ପ୍ରବେଶ ଉତ୍ସବ । ପ୍ରସ୍ତୁତି ଅନୁଯାୟୀ, ସ୍କୁଲରେ ପିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବ । ଏଥିସହ ପିଲାଙ୍କୁ ଶିକ୍ଷା କିଟ୍ ବଣ୍ଟନ ହେବ ।ଆସନ୍ତା ଶିକ୍ଷାବର୍ଷ (୨୦୨୬-୨୭) ପାଇଁ ଆସନ୍ତା ଏପ୍ରିଲ୍ ୨ରୁ ୫ ତାରିଖ ମଧ୍ୟରେ ଖଡ଼ିଛୁଆଁ ଉତ୍ସବ ପାଳନ କରାଯିବ ।ଏଥିସହ ୬ ବର୍ଷର ପିଲାଙ୍କର ପ୍ରଥମ ଶ୍ରେଣୀରେ ନାମଲେଖା କରାଯିବ । ଏନେଇ […]
ପୁଣି ଚମକେଇଲେ ନବୀନ । ସବୁ ଚର୍ଚ୍ଚା ଏବଂ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଲେ ବିଜେଡି ସୁପ୍ରିମୋ ।ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ। ସଂତୃପ୍ତ ତୃତୀୟ ଓ ଦତ୍ତେଶ୍ୱର ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।ସୂଚନାଯୋଗ୍ୟ ଯେ, ଓଡ଼ିଶା କୋଟାରୁ ରାଜ୍ୟସଭାରେ ୪ଟି ଆସନ ଖାଲି ହେବାକୁ ଯାଉଛି । ଯେଉଁଥି ଲାଗି ବିଜେଡି, ବିଜେପି ଓ […]
ଇସ୍ରାଏଲ ଇରାନ ଉପରେ ପ୍ରଚଣ୍ଡ ହମ୍ଲା । ଇସ୍ରାଏଲ ଇରାନ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ଆଇଡିଏଫ୍ ଲୋକଙ୍କୁ ଘର ଭିତରେ ରହିବାକୁ ନିବେଦନ କରିଛି । ସେପଟେ ଇସ୍ରାଏଲୀ ଆକ୍ରମଣ ପରେ ସାଇରନ୍ ବାଜିବା ଆରମ୍ଭ ହୋଇଛି । ଏହି ଆକ୍ରମଣ ପରେ ଇସ୍ରାଏଲ ଉପରେ ମଧ୍ୟ ପ୍ରତିଶୋଧ ମୂଳକ ଆକ୍ରମଣର ଆଶଙ୍କା ରହିଛି ।ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଇସ୍ରାଏଲୀ ବାୟୁସେନା ଇରାନରେ […]
ନବୀନ ନିବାସରେ ଡାକ୍ତର ଦତ୍ତେଶ୍ୱର ହୋତା । ଆଜି ପୁଣି ଥରେ ବିଜେଡି ବିଧାୟକମାନଙ୍କୁ ନବୀନ ନିବାସକୁ ଡକାଯାଇଛି । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । ରାଜ୍ୟସଭା ରେସ ଭିତରେ ଡାକ୍ତର ଦତ୍ତେଶ୍ୱର ହୋତା ନବୀନ ନିବାସରେ ପହଞ୍ଚିବା ପରେ ବଢିଲା ଚର୍ଚ୍ଚା । ଲଗାତର ଦ୍ବିତୀୟ ଦିନରେ ନବୀନ ନିବାସରେ ସମସ୍ତ ବିଧାୟକ ଉପସ୍ଥିତ ଅଛନ୍ତି। ବିଧାୟକଙ୍କ ସହ ଆଲୋଚନା ପରେ ଘୋଷଣା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ ବୋଲି […]
୧ ମାର୍ଚ୍ଚ, ୨୦୨୬ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ। ସାଧାରଣ ଏବଂ ପ୍ଲାଟଫର୍ମ ଟିକେଟ ବୁକିଂ ପାଇଁ ନିୟମ ୧ ମାର୍ଚ୍ଚ, ୨୦୨୬ରୁ ପରିବର୍ତ୍ତନ ହେବାକୁ ଯାଉଛି। ପୁରୁଣା ଭାରତୀୟ ରେଳବାଇ UTS ଆପ୍ ୧ ମାର୍ଚ୍ଚରୁ ବନ୍ଦ ହୋଇଯିବ, ଏହାକୁ ନୂତନ RailOne ଆପ୍ ସହିତ ବଦଳାଇ ଦିଆଯିବ। ସାଧାରଣ ଟିକେଟ୍, ପ୍ଲାଟଫର୍ମ ଟିକେଟ୍ ଏବଂ ସ୍ଥାନୀୟ ଯାତ୍ରା ସହିତ ଜଡିତ ସବୁକିଛି ଏହି ନୂତନ ଆପ୍ ରେ ଉପଲବ୍ଧ ହେବ।ଡିଜିଟାଲ୍ ଠକେଇକୁ ରୋକିବା ପାଇଁ […]
ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଜିଠାରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟିକାକରଣ ଅଭିଯାନ । ୧୪ ବର୍ଷ ଯାଏଁ ଝିଅଙ୍କୁ ଦିଆଯିବ ସିଙ୍ଗଲ ଡୋଜ୍। ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ତିନିଟି ଡୋଜ୍ ଦିଆଯିବ । ଟିକାକରଣ ପ୍ରକ୍ରିୟା ସରକାରୀ ଓ ବେସରକାରୀ ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାୟକ୍ରମେ ଚାଲିବ । […]
ବଦଳିବ ଓଡ଼ିଶାର ବିଭିନ୍ନ ସ୍ଥାନର ଇଂରାଜୀ ନାମ । ବ୍ରିଟିଶ୍ ଶାସନ କାଳରୁ ପ୍ରଚଳିତ ଭୁଲ୍ ନାମକରଣର ହେବ ସଂଶୋଧନ। ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର। ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପଠାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ। ଇରାଜୀ ନାମ ପରିବର୍ତ୍ତେ ପ୍ରାମାଣିକ ଓଡିଆ ନାମ ବ୍ୟବହାର କରାଯିବ।ରାଜ୍ୟର ବିଭିନ୍ନ ସ୍ଥାନ ଯଥା ଜିଲ୍ଲା, ଜିଲ୍ଲା ମୁଖ୍ୟାଳୟ, […]
ମୟୂରଭଞ୍ଜ ଖୁଣ୍ଟା ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ।ହଷ୍ଟେଲରେ ସୀମା ଟପିଲେ ବଡ଼ ଶ୍ରେଣୀର ଛାତ୍ର। ତଳ ଶ୍ରେଣୀ ଛାତ୍ରଙ୍କୁ କରିଲେ ରାଗିଙ୍ଗ୍ । ଖେଳ ସମୟରେ ହଷ୍ଟେଲର ୩ ଜଣ ସପ୍ତମ ଶ୍ରେଣୀ ଛାତ୍ର ହଷ୍ଟେଲ ପଛ ପାଖରେ ଖେଳୁଥିବାରୁ ତାଙ୍କ ଉପରେ ନିର୍ଯାତନା ହୋଇଛି।ଖବର ଅନୁଯାୟୀ, ୩ ଜଣ ସପ୍ତମ ଶ୍ରେଣୀ ଅନ୍ତେବାସୀଙ୍କୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ର ହଷ୍ଟେଲ ବାହାରେ ଦୀର୍ଘ ସମୟ ଧରି ଆଣ୍ଠେଇ ଦେଇଥିଲେ। […]
