ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ମନରେଗା ବଞ୍ଚାଓ ଧାରଣା

ନୟାଗଡ଼: ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖର୍ଗେ ଜୀଙ୍କ ନିର୍ଦ୍ଦେଶ କ୍ରମେ ଦେଶବ୍ୟାପୀ ମନରେଗା ବଞ୍ଚାଓ ଆନ୍ଦୋଳନ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ଅଧ୍ଯକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମନରେଗା ବଞ୍ଚାଓ, ଟାଟା ପାୱାର ମନମାନୀ ଓ ଚାଷୀ ଶୋଷଣ ପ୍ରତିବାଦରେ, ଧାରଣା ଓ ବିକ୍ଷୋଭ କରାଯାଇ ଜିଲ୍ଲାପାଳ ମଧୁମିତା ରଥଙ୍କୁ ମନରେଗା ଆଇନର ସୁରକ୍ଷା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶଙ୍କ ଅଧ୍ଯକ୍ଷତାରେ […]

ନୟାଗଡ଼ ପୋଲିସ ଦ୍ୱାରା ଆୟୋଜିତ “କଳିକା-୨” କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼: ନୟାଗଡ଼ ପୋଲିସ ଦ୍ୱାରା ଆୟୋଜିତ ଛାତ୍ରଛାତ୍ରୀମାନଙ୍କ ସୃଜନାତ୍ମକ କାର୍ଯ୍ୟକ୍ରମ କଳିକା -୨ ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ମୁନିସିପାଲିଟି ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଷଷ୍ଠ ରୁ +୩ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଭାର ଉନ୍ମେଷ ଓ ବିକାଶ ଆଧାରିତ ଏହି କାର୍ଯ୍ୟକ୍ରମରେ ରଙ୍ଗୋଲି, କୁଇଜ, ସାଧାରଣ ଜ୍ଞାନ, ମୂକାଭିନୟ, ଲୋକ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସାମାଜିକ ସଚେତନତା […]

ବିଜୁ ଜନତା ଦଳ ସାଙ୍ଗଠନିକ ବୈଠକ।୧୧ରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ

ନୟାଗଡ଼: ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନବ ନିର୍ବାଚିତ ବ୍ଲକ ସଭାପତି ଭଞ୍ଜକିଶୋର ମହାପାତ୍ର ଏବଂ ପୌର ପରିଷଦ ବିଜୁ ଜନତା ଦଳ ସଭାପତି ଦାଶରଥି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟରେ ବିଜେପି ସରକାର ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ […]

ଉତ୍କଳ ଆଲୁମିନା ପକ୍ଷରୁ ସାରଥୀ ଉତ୍ସବ ଅନୁଷ୍ଠିତ।

ରାୟଗଡ଼ା, ୭/୨: ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସାରଥୀ ଉତ୍ସବ ଆୟୋଜିତ ହୋଇଯାଇଛି। ଭାରିଯାନ ଚଳକଙ୍କୁ ସମ୍ବର୍ଦ୍ଧିତ ତଥା ସେମାନଙ୍କୁ ସଡ଼କ ପରିବହନ ନିୟମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ଅବସରରେ ରାୟଗଡ଼ା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ବିନୟ କୁମାର ପଲ୍ ଯୋଗଦେଇଥିବା ବେଳେ ଦୋରାଗୁଡ଼ା ଏସ୍ଆଇ ସ୍ୱରୂପ ପ୍ରଧାନଙ୍କ ସମେତ ଉତ୍କଳ […]

ବଢୁଛି ପାରଦ କମୁଛି ଶୀତ । ଆସନ୍ତା 2 ଦିନ ମଧ୍ୟରେ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି

ରାଜ୍ୟରେ ବଢୁଛି ପାରଦ କମୁଛି ଶୀତ । ରାଜ୍ୟର 16ଟି ସ୍ଥାନରେ 32 ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପରି ଶୀତର ପ୍ରାଦୁର୍ଭାବ କମ୍ ପଡ଼ିବା ସହିତ ରାଜ୍ୟରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଗାମୀ 7 ଦିନ ପର୍ଯ୍ୟନ୍ତ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ଯୋଗୁଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ବର୍ଷା ହେବାର କୌଣସି ସମ୍ଭାବନା […]

ବିବାହିତା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବନ୍ଧା ହେଲେ କନେଷ୍ଟବଳ

ବିବାହିତା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ । ଆଉ ପ୍ରତିଶ୍ରୁତି ଦେଇଥିବା ବ୍ୟକ୍ତି ହେଉଛନ୍ତି ଜଣେ ପୋଲିସ କର୍ମଚାରୀ । ସେ ବି ବିବାହିତ ଓ ଦୁଇଟି ଛୁଆର ବାପା । କିନ୍ତୁ ପୁରୁଷ ବନ୍ଧୁ ଜଣଙ୍କ ବି ବିବାହିତ ବୋଲି ମହିଳା ଜଣଙ୍କ ଜାଣିବା ପରେ ପ୍ରେମ ସମ୍ପର୍କରେ ଆସିଥିଲା ଫାଟ । ପୁରୁଷ ବନ୍ଧୁଙ୍କ ଠାରୁ ଦୂରେଇ ଯାଇଥିଲେ ମହିଳା । ଯାହାକୁ ନେଇ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ […]

ମାଲେସିଆରେ ଖୁବ୍‌ଶୀଘ୍ର ଲଞ୍ଚ ହେବ ୟୁପିଆଇ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲେସିଆ ଗସ୍ତ କରିଛନ୍ତି। ତାଙ୍କର ଗସ୍ତ ଦୁଇ ଦିନ ଧରି ଚାଲିବ। ଏହି ଗସ୍ତ ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ଭାରତ ଏବେ ପ୍ରତିରକ୍ଷା, ସୁରକ୍ଷା, ଅର୍ଥନୀତି ଏବଂ ନବସୃଜନ ଭଳି ପ୍ରମୁଖ କ୍ଷେତ୍ରରେ ମାଲେସିଆ ସହିତ ସହଯୋଗକୁ ଆହୁରି ମଜବୁତ କରିବାକୁ ଚାହୁଁଛି। ପ୍ରସ୍ଥାନ ପୂର୍ବରୁ ଜାରି ଏକ ବିବୃତ୍ତିରେ, ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ଭାରତ ଏବଂ ମାଲେସିଆ ଏକ ଐତିହାସିକ ସମ୍ପର୍କ […]

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି : ଔଷଧ, ହୀରା ଏବଂ ଅନେକ କୃଷି ଉତ୍ପାଦ ଉପରେ ଶୂନ୍ୟ ପ୍ରତିଶତ ଶୁଳ୍କ

ଶନିବାର (ଫେବୃଆରୀ ୭) ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ପରେ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏହାକୁ ଉଭୟ ଦେଶର ସ୍ବାର୍ଥ ପାଇଁ ଏକ ପ୍ରମୁଖ ଚୁକ୍ତି ବୋଲି ବର୍ଣ୍ଣନା କରିଛନ୍ତି। ଗୋୟଲ କହିଛନ୍ତି ଯେ ଏହି ଡିଲ୍ ପ୍ରତିପକ୍ଷ ଠାରୁ ଭାରତ ଅଧିକ ଲାଭବାନ ହେବ। ଆମେରିକା ସହ ହୋଇଥିବା ଟ୍ରେଡ୍ ଡିଲ୍ ଭାରତର କୃଷି ଓ ଏମଏସଏମି କ୍ଷେତ୍ରକୁ ସୁରକ୍ଷା ଦିଆଯାଇଛି। ଅପରପକ୍ଷରେ ଭାରତୀୟ […]

ମହାନଦୀ ପ୍ରସଙ୍ଗ: ବିଜେପି ସରକାରଙ୍କୁ ନବୀନଙ୍କ ଟାର୍ଗେଟ

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେପି ସରକାରଙ୍କ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।ନବୀନ କହିଛନ୍ତି ଯେ ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଇଏ କ’ଣ ଆନ୍ତରିକତା? ଟ୍ରିବ୍ୟୁନାଲରେ ମହାନଦୀ ବିବାଦ ନେଇ ଆଜି ହୋଇଥିବା ଶୁଣାଣିକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଜେନେରାଲ୍ ଆସିଲେ ନାହିଁ। ମହାନଦୀର ସୁରକ୍ଷାଠାରୁ ଏମିତି କ’ଣ ଗୁରୁତ୍ୱପୂର୍ଣ୍ଣ କାମ ରହିଲା, ଯେଉଁଥିପାଇଁ ଟ୍ରିବ୍ୟୁନାଲର ଶୁଣାଣିରେ ଓଡ଼ିଶାର ପକ୍ଷ ରଖିବାକୁ ସେ […]

ଆଉ ନିର୍ବାଚନ ଲଢିବିନି: ବିଭୂତି ଜେନା

ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ ନିଷ୍ପତ୍ତି । ଆଉ ନିର୍ବାଚନ ଲଢିବିନାହିଁ କହିଲେ ମନ୍ତ୍ରୀ । ଯୁବବର୍ଗଙ୍କ ପାଇଁ ବାଟ ଛାଡ଼ିବେ ବୋଲି କହିଛନ୍ତି। ଆସନ୍ତା ବର୍ଷ ମୋତେ ୬୦ ବର୍ଷ ହେବ । ୪୫ ବର୍ଷୀୟ ଯୁବକ ରାଷ୍ଟ୍ରୀୟ ଅଧ୍ୟକ୍ଷ, ଯୁବକମାନେ ଆଗକୁ ଆସିବା ଦରକାର । କିନ୍ତୁ ସେ ଦଳ ନଛାଡିବା ନେଇ ମଧ୍ୟ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି । ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ […]

ମାର୍ଚ୍ଚ ୧୪ରେ ମହାନଦୀ ଜଳ ବିବାଦ ଶୁଣାଣି

ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ଭିଜିଟ୍ ହେବ । ଟ୍ରିବ୍ୟୁନାଲ ସ୍ପଟ୍ ଭିଜିଟ୍ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ । ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ ଅବଧି ଶେଷ ହେବାକୁ ଯାଉଛି । ଓଡିଶା ଏବଂ ଛତିଶଗଡର ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି । ୨୦୨୭ ମାର୍ଚ୍ଚ୨୭ ପର୍ଯ୍ୟନ୍ତ […]

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନଭେନସନରେ ଏହା ଅନୁଷ୍ଠିତ ହେବ ।ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପ ଵିସିପିପିଇଆର ଅଧୀନରେ ଅନେକ ଗୁଡିଏ ପ୍ରସ୍ତାବିତ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଏସବୁ ଅଂଚଳର ପର୍ଯ୍ୟଟନ ଭିତ୍ତିକ ସାଂସ୍କୃତିକ ଓ ଐତିହ୍ୟ ଅର୍ଥନୀତିକୁ ପ୍ରୋତ୍ସାହନ କରିବ। ଏହି ପ୍ରକଳ୍ପ ଦ୍ଵାରା ଓଡିଶା ପୂର୍ବ ଭାରତର ଏକ ପ୍ରମୁଖ ବନ୍ଦର ଭିତ୍ତିକ ଶିଳ୍ପ ଓ […]