ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ଓୟୋ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା ଏବେ ଫେରାର୍ ଥିବା ସୂଚନା ମିଳିଛି।ପରିବାର ଲୋକଙ୍କ ଅଭିଯୋଗ ମତେ ଯୁବକଙ୍କର ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା ।ମୃତ ଯୁବକ ପୁରୁଣା ଭୁବନେଶ୍ୱର ଅଞ୍ଚଳର। ସେ ଉକ୍ତ ଯୁବତୀଙ୍କ ସହ ଦୀର୍ଘ ୬ […]
ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। କମିଶନଙ୍କ ଅନୁଯାୟୀ, ଏହି ପଦକ୍ଷେପ ଚଳିତ ବର୍ଷ ଏପ୍ରିଲରୁ ସାରା ଦେଶରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ଏହା ଉଲ୍ଲେଖନୀୟ ଯେ ଏହି ପ୍ରକ୍ରିୟା ନିର୍ବାଚନ କମିଶନଙ୍କ ଦ୍ୱାରା ବିହାର ସମେତ ୧୩ଟି ରାଜ୍ୟରେ ପୂର୍ବରୁ କାର୍ଯ୍ୟକାରୀ ହୋଇସାରିଛି।ଅବଶିଷ୍ଟ ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ […]
ଏଣିକି ତୃତୀୟ ଲିଙ୍ଗ ବା କିନ୍ନର ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା (ଓସିଏସ୍ଇ) ଦେଇପାରିବେ । ଏ ସଂକ୍ରାନ୍ତରେ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି ତୃତୀୟ ଲିଙ୍ଗ ମାନ୍ୟତା ପାଇବା ପରେ ପ୍ରାର୍ଥୀଙ୍କ ନାମରେ କୌଣସି ପରିବର୍ତ୍ତନ ହୋଇଥାଏ, ତେବେ ସେ ସମ୍ପର୍କିତ ଡକ୍ୟୁମେଣ୍ଟ ମଧ୍ୟ ଦାଖଲ କରିବା ଅନିର୍ବାର୍ଯ୍ୟ। ଏହି ନିଷ୍ପତ୍ତି ପଛରେ ଓଡ଼ିଶା ମାନବାଧିକାର କମିଶନ OHRCଙ୍କ ନିର୍ଦ୍ଦେଶ ରହିଛି। ଆସନ୍ତା ୨୦ ତାରିଖ ପଞ୍ଜୀକରଣ ଅବଧି […]
ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ । ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ସେକ୍ସନର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।ଜବତ ହୋଇଛି ବିଡା ବିଡା ଟଙ୍କା ଓ ପୁଳା ପୁଳା ସୁନା । ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ ଓ ଜମିବାଡ଼ି ସମ୍ପର୍କିତ କାଗଜପତ୍ରର ମଧ୍ୟ ଯାଞ୍ଚ ଚାଲିଛି । ତିନୋଟି ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ । ଭବାନୀପାଟଣାରେ ତିନି […]
ଆଜି ଆସିବ ଓଡ଼ିଶା ବଜେଟ୍ ୨୦୨୬ । ଆୟ ବ୍ୟୟର ହିସାବ ପେଡ଼ି ଖୋଲିବେ ମୁଖ୍ୟମନ୍ତ୍ରୀ । କେଉଁଠୁ ଆସିବ ଅର୍ଥ, କେମିତି ଖର୍ଚ୍ଚ ହେବ ।ମିଳିଥିବା ସୂଚନା କହୁଛି ବଜେଟ୍ ବ୍ୟୟ ବରାଦ ପାଖାପାଖି ୯ ପ୍ରତିଶତ ବଢ଼ିପାରେ । ବଜେଟ୍ ଆକାର ୩ ଲକ୍ଷ ୧୫ ହଜାର କୋଟି ଛୁଇଁବ । (୬୦%ରୁ ଅଧିକ) ବିକାଶମୂଳକ କାର୍ଯ୍ୟକ୍ରମରେ ବିନିଯୋଗ ହେବ । କାର୍ଯ୍ୟକ୍ରମ ଖର୍ଚ୍ଚ ୧୧ ପ୍ରତିଶତ ବଢ଼ିପାରେ । ଅଭିବୃଦ୍ଧିର ଇଂଜିନ୍ କୁହାଯାଉଥିବା […]
ଧାନ କିଣା ବିଭ୍ରାଟକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚେତାବନୀ ଦେଇଛନ୍ତି । ୨୪ ବର୍ଷ ସରକାରର ଇକୋ ସିଷ୍ଟମ ଆକ୍ଟିଭ ଅଛି କହିଲେ । ଯେଉଁମାନେ ବିଭ୍ରାଟ କରୁଛନ୍ତି ସୁଧୁରିଯିବାକୁ ଚେତାବନୀ ଦେଉଛି । ଏହାମୋର ପରାମର୍ଶ ନହେଲେ ଚେତାବନୀ ଭାବିପାର । ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିବୃତି ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନ୍ୟପଟେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ […]
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ ବଦଳିବାର ଆଶଙ୍କା ରହିଛି। ମତ୍ସ୍ୟଜୀବୀ ସମୁଦ୍ରକୁ ଯିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ରାଜଧାନୀ ଭୁବନେଶ୍ଵରର ସର୍ବୋଚ୍ଚ ଦିନ ତାପମାତ୍ରା ୩୩.୮ ଡିଗ୍ରୀ ରହିଥିବା ବେଳେ ବାରିପଦା ଓ ସମ୍ବଲପୁରରେ ପାରଦ ୩୩.୪ ଡିଗ୍ରୀ, ତାଳଚେର ଓ ଭବାନୀପାଟଣାରେ ୩୩ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୩.୮ ଡିଗ୍ରୀ, ଢେଙ୍କାନାଳରେ ୩୩.୯ […]
ରାଜଧାନୀରେ ନିୟମ ଭାଙ୍ଗୁଛନ୍ତି ବାର ଓ ପବ୍ । ମ୍ୟୁଜିକ ଆଳରେ ଚଲାଉଛନ୍ତି ଡ୍ୟାନସ ବାର। ସାମ୍ନାକୁ ଆସିଛି ବାର ଭିତରେ ନାଚ ଗୀତର ଆସର ସହ ଅସ୍ମିତା କ୍ଷୁର୍ଣ୍ଣ ହେଲା ଭଳି ଦୃଶ୍ୟ । ଯାହାକୁ ନେଇ ଅଭିଯୋଗ ପରେ ଯାଂଚ ଆରମ୍ଭ କରିଛି ଅବକାରୀ ଟିମ୍ ।ରାତି ବଢିବା ସାଙ୍ଗକୁ ବଢୁଛି ଡିଜେର ଶବ୍ଦ। ରଙ୍ଗୀନ ଆଲୋକର ମାୟାଜାଲ ଭିତରେ ନାଚୁଛନ୍ତି ଯୁବତୀ ଆଉ ତାଙ୍କ ଉପରେ ଟଙ୍କା ବର୍ଷା କରୁଛନ୍ତି ନିଶାସକ୍ତ ଗ୍ରାହକ।ଷ୍ଟେଜ୍ […]
ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶାବଳୀ । ଏବେ କ୍ୟାମ୍ପସରେ ପରିଚୟ ପତ୍ର ବାଧ୍ୟତାମୂଳକ। ନିୟମ ଉଲ୍ଲଂଘନ କଲେ ହେବ ପୋଲିସ କାର୍ଯ୍ୟାନୁଷ୍ଠାନ। ନୂତନ ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟର ସୁରକ୍ଷା କର୍ମୀମାନେ ଯେକୌଣସି ସମୟରେ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ର ଯାଞ୍ଚ କରିପାରିବେ। ଯଦି କୌଣସି ବ୍ୟକ୍ତି ପରିଚୟ ପତ୍ର ଦେଖାଇବାରେ ବିଫଳ ହୁଅନ୍ତି ବା କ୍ୟାମ୍ପସରେ ରହିବାର ସଠିକ୍ କାରଣ ଦର୍ଶାଇ ନପାରନ୍ତି, ତେବେ ତାଙ୍କୁ ‘ଅନଧିକାର ପ୍ରବେଶକାରୀ’ ଭାବେ ଗଣ୍ୟ କରାଯାଇ ତୁରନ୍ତ ପୋଲିସ ଜିମା […]
ଲାଞ୍ଚ ନେବା ବେଳେ ବାଲେଶ୍ୱର ଜିଲ୍ଲା ସୋର ତହସିଲଦାର ଦୈତାରୀ ମଲ୍ଲିକଙ୍କୁ ମାଡ଼ି ବସିଲା ଭିଜିଲାନ୍ସ lଜଣେ ଟ୍ରକ୍ ମାଲିକଙ୍କ ଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଏହି ଚଢ଼ାଉ କରାଯାଇଥିଲାତହସିଲଦାର ମଲ୍ଲିକ ଗତ ୧୧ ଫେବୃଆରୀରୁ ପଥର ବୋଝେଇ ୫ଟି ଟ୍ରକକୁ ଅଟକ ରଖିଥିଲେ। ଏହି ଟ୍ରକ୍ଗୁଡ଼ିକୁ ଖଣି ବିଭାଗକୁ ହସ୍ତାନ୍ତର ନ କରିବା ଏବଂ ମୋଟା ଅଙ୍କର ଜୋରିମାନାରୁ ବଞ୍ଚାଇବା ପାଇଁ ସେ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। […]
ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାର ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଆହ୍ୱାନ କରିଛନ୍ତି।ଆଉ ୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସୂଚନା ଅନୁସାରେ ନୂତନ ଜିଲ୍ଲା ପାଇଁ ଦାବି ହେଉଥିବା ସ୍ଥାନ ଗୁଡ଼ିକ […]
ମୟୂରଭଞ୍ଜ ଜିଲ୍ଲାର ୩ଟି ସ୍ଥାନରେ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ତମ୍ବାର ସନ୍ଧାନ କରିଥିବା ବେଳେ ଗୋଟିଏ ସ୍ଥାନରେ ସୁନା ଓ ନିକେଲ୍ ରହିଛି । ମୟୂରଭଞ୍ଜର କୋଳିଅଣା ବ୍ଲକର ମଦନାସାହି-କାଞ୍ଜିଆ ଅଞ୍ଚଳରେ ରହିଛି ସୁନା ସହ ତମ୍ବା ।ଏନେଇ ବିଧାନସଭାରେ ବାଙ୍ଗିରିପୋଷି ବିଧାୟିକା କୁମାରୀ ସଞ୍ଜଳି ମୁର୍ମୁ ଅଣତାରକା ପ୍ରଶ୍ନ କରିଥିବା ବେଳେ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ପ୍ରଥମ ପର୍ଯ୍ୟାୟରେ ୨୦୨୫-୨୬ ବର୍ଷରେ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ […]
