ବଢ଼ିଲା ସୁନା ଏବଂ ରୁପା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୮,୮୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୫,୬୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୮୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୫,୬୦୦ ଟଙ୍କାକୁ ପହଞ୍ଚିଛି ।। ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୩,୦୦,୦୦୦ ଟଙ୍କା ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ମଣ୍ଡିରେ ଚାଷୀ ହଇରାଣ ହେବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିବା କ୍ଷେତ୍ରରେ ଚରମ ବିଫଳତା ସମ୍ବନ୍ଧେରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି।ନବୀନ ପଟ୍ଟନାୟକ ନିଜ ଚିଠିରେ ଲେଖିଛନ୍ତି ଯେ, ଧାନ ସଂଗ୍ରହ ସମୟରେ ଆମ ରାଜ୍ୟର ଅନ୍ନଦାତାମାନେ କିପରି ବ୍ୟବସ୍ଥାଗତ ଶୋଷଣ ଓ ତତ୍‌ଜନିତ କଷଣର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ଦୁଃଖର ସହ ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛି। କୃଷି ହେଉଛି ଓଡିଶାର ଜୀବନ […]

ଶତ୍ରୁ ସାଟେଲାଇଟ୍‌ ଉପରେ ନଜର ରଖିବ ଭାରତ

ଭାରତ ଘରୋଇ ମହାକାଶ କ୍ଷେତ୍ରରେ ନିଜର କ୍ଷମତା ବୃଦ୍ଧି କରୁଛି। ଅହମଦାବାଦ ସ୍ଥିତ ଆଜିସ୍ତା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ଏହାର ଏରୋସ୍ପେସ୍ ଭର୍ଟିକାଲ୍ ମାଧ୍ୟମରେ ଏକ ଉପଗ୍ରହରୁ କକ୍ଷପଥରେ ଥିବା ବସ୍ତୁଗୁଡ଼ିକର ଚିତ୍ର ଉତ୍ତୋଳନ କରିବାର ସ୍ୱଦେଶୀ କ୍ଷମତା ପ୍ରଦର୍ଶନ କରିଛି। ଭାରତୀୟ ମହାକାଶ ସ୍ଥିତି ସଚେତନତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ଏହାକୁ କକ୍ଷପଥ ଗୁପ୍ତଚରଗିରି କୁହାଯାଏ।୮୦ କିଲୋଗ୍ରାମ ଭୂପର୍ଯ୍ୟବେକ୍ଷଣ ସାଟେଲାଇଟ୍‌ ଏଏଫ୍‌ଆର୍‌ ବ୍ୟବହାର କରି ଆଜିସ୍ତା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ର […]

ଜଣେ ତିବ୍ବତୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାବାଳକ ଅଟକ

ଜଣେ ତିବ୍ବତୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାବାଳକ ଅଟକ। ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବାପା ମାଆ ଦୁହେଁ ସମ୍ପର୍କୀୟଙ୍କ ଘରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଏକୁଟିଆର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତିରେ ଏକ ମାମଲା ରୁଜୁ କରିବା ସହ ନାବାଳକଙ୍କୁ ଥାନାକୁ […]

‘ଦିଲ୍ଲୀ ହେବ ଖଲିସ୍ତାନୀ’, ସଂସଦ ଭବନକୁ ବୋମାରେ ଉଡ଼ାଇବାକୁ ଧମକ

ସଂସଦକୁ ଉଡ଼ାଇବାକୁ ବୋମା ଧମକ । ଏହାସହିତ ଦିଲ୍ଲୀର ପ୍ରମୁଖ ୯ଟି ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ବୋମା ଧମକ ମିଳିବା ପରେ ସଂସଦ ଏବଂ କୋର୍ଟ ପରସରକୁ ଖାଲି କରାଯାଇଛି । ତେବେ ଖଲିସ୍ତାନ ନାଁରେ ମେଲ୍ରେ ଆସିଛି ଧମକ । ଦିଲ୍ଲୀକୁ ଖଲିସ୍ତାନ କରିବାକୁ ମେଲ୍ ରେ ଉଲ୍ଲେଖ କରାଯାଇଛି । ବୋମା ଧମକ ପରେ ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି । ଦିଲ୍ଲୀ ପୁଲିସ, ଅଗ୍ନିଶମ ଟିମ୍, ବମ୍ […]

ଉକୁଣୀ ନେଲା କୁନି ଝିଅର ଜୀବନ

ପରିବାର ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ ଉକୁଣୀ ପାଇଁ ଜଣେ ୧୨ ବର୍ଷିୟା ନାବାଳିକାର ଜୀବନ ଚାଲିଯାଇଛି । ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ । ସୂଚନା ଅନୁସାରେ ଲକ୍ଷ୍ମୀପ୍ରିୟା ସ୍ଥାନୀୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ । କିଛି ମାସ ତଳେ ତାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା। ଅନେକ ପ୍ରତିକାର କରିବା ସତ୍ତ୍ୱେ ଭଲ ହୋଇନଥିଲା ।ମା’ ସତ୍ୟଭାମା ସାହୁ ଲଣ୍ଡା ହେବାକୁ କହିଥିଲେ । ହେଲେ ଲକ୍ଷ୍ମୀପ୍ରିୟା […]

ଆଫେବୃଆରୀ ୧୮ ରୁ +୨ ପରୀକ୍ଷା,ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ପ୍ରବେଶ ସମୟରେ ଦୁଇସ୍ତରୀୟ ଯାଞ୍ଚ

ଆସନ୍ତା୧୮ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । । ଏହି ପରୀକ୍ଷା ପରିଚାଳନା କିଭଳି ଭାବେ ସ୍ୱଚ୍ଛ ଓ ଶୃଙ୍ଖଳିତ ହେବା ସେଥିଲାଗି ଅଣ୍ଟା ଭିଡ଼ିଛି ପରିଷଦ । ପୁଲିସ ସୁରକ୍ଷାରେ ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ୟାକେଟ୍‌ ପରିବହନ ହେବ । ସକାଳ ସାଢ଼େ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ । ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ପ୍ରବେଶ ସମୟରେ […]

୧୨ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଧର୍ମଘଟ, ସମର୍ଥନ ଘୋଷଣା କଲା କଂଗ୍ରେସ

ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ । ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନର ଧର୍ମଘଟ ଡାକରାକୁ ସମର୍ଥନ କରିବ କଂଗ୍ରେସ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା ୧୨ ତାରିଖରେ ଧର୍ମଘଟ ଓ ବନ୍ଦ ଡାକରା ଦିଆଯାଇଛି। ତେବେ ଉପା ଅମଳରୁ ଚାଲିଆସିଥିବା କଲ୍ୟାଣକାରୀ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନକୁ କେନ୍ଦ୍ର ସରକାର […]

ଆଜିଠୁ ବଢିବ ରାତି ତାପମାତ୍ରା

ଆଜିଠୁ ବଢିବ ରାତି ତାପମାତ୍ରା । ଆସନ୍ତା ୪ ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିପାରେ। ଏହାର ପ୍ରଭାବରେ ଶୀତ କମିଯିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପାରଦ ୧୦ ଡିଗ୍ରୀ ବା ଏହାଠାରୁ ସାମାନ୍ୟ ଅଧିକ ରହିପାରେ। ସେହିଭଳି ୧୨ […]

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ମନରେଗା ବଞ୍ଚାଓ ଧାରଣା

ନୟାଗଡ଼: ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖର୍ଗେ ଜୀଙ୍କ ନିର୍ଦ୍ଦେଶ କ୍ରମେ ଦେଶବ୍ୟାପୀ ମନରେଗା ବଞ୍ଚାଓ ଆନ୍ଦୋଳନ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ଅଧ୍ଯକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମନରେଗା ବଞ୍ଚାଓ, ଟାଟା ପାୱାର ମନମାନୀ ଓ ଚାଷୀ ଶୋଷଣ ପ୍ରତିବାଦରେ, ଧାରଣା ଓ ବିକ୍ଷୋଭ କରାଯାଇ ଜିଲ୍ଲାପାଳ ମଧୁମିତା ରଥଙ୍କୁ ମନରେଗା ଆଇନର ସୁରକ୍ଷା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶଙ୍କ ଅଧ୍ଯକ୍ଷତାରେ […]

ନୟାଗଡ଼ ପୋଲିସ ଦ୍ୱାରା ଆୟୋଜିତ “କଳିକା-୨” କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼: ନୟାଗଡ଼ ପୋଲିସ ଦ୍ୱାରା ଆୟୋଜିତ ଛାତ୍ରଛାତ୍ରୀମାନଙ୍କ ସୃଜନାତ୍ମକ କାର୍ଯ୍ୟକ୍ରମ କଳିକା -୨ ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ମୁନିସିପାଲିଟି ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଷଷ୍ଠ ରୁ +୩ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଭାର ଉନ୍ମେଷ ଓ ବିକାଶ ଆଧାରିତ ଏହି କାର୍ଯ୍ୟକ୍ରମରେ ରଙ୍ଗୋଲି, କୁଇଜ, ସାଧାରଣ ଜ୍ଞାନ, ମୂକାଭିନୟ, ଲୋକ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସାମାଜିକ ସଚେତନତା […]

ବିଜୁ ଜନତା ଦଳ ସାଙ୍ଗଠନିକ ବୈଠକ।୧୧ରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ

ନୟାଗଡ଼: ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନବ ନିର୍ବାଚିତ ବ୍ଲକ ସଭାପତି ଭଞ୍ଜକିଶୋର ମହାପାତ୍ର ଏବଂ ପୌର ପରିଷଦ ବିଜୁ ଜନତା ଦଳ ସଭାପତି ଦାଶରଥି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟରେ ବିଜେପି ସରକାର ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ […]