ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରଶିପ୍ ପୋର୍ଟାଲକୁ ଆଉଥରେ ଖୋଲା ଗଲା | ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୫–୨୬ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ସ୍କଲାରଶିପ୍ ପୋର୍ଟାଲକୁ ଆଉଥରେ ଖୋଲା ଯାଇଛି। ଅବଶିଷ୍ଟ ଖାଲି ଆସନ ପାଇଁ ନୂଆ ଆବେଦନ କରି ପାରିବେ। ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ୬ ଫେବୃଆରୀରୁ ୨୬ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ଗ୍ରହଣ କରାଯିବ ।ଏହି ସମୟସୀମା ପରେ ଆଉ କୌଣସି […]
ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଆଜି ୫୦ ତମ ଶୁଣାଣି । ଉଭୟ ଓଡ଼ିଶା ଓ ଛତିଶଗଡ଼ ଟ୍ରିବ୍ୟୁନାଲରେ ନିଜର ପକ୍ଷ ଓ ଆପୋସ ବୁଝାମଣାର ଅଗ୍ରଗତି ବିଷୟରେ ଜଣାଇବେ। ପୂର୍ବରୁ ୪୯ଟି ଶୁଣାଣିରେ କୌଣସି ସମାଧାନ ହୋଇପାରିନାହିଁ । ଟ୍ରିବ୍ୟୁନାଲ୍ ଏପର୍ଯ୍ୟନ୍ତ ଜଳ ବଣ୍ଟନ ସମ୍ପର୍କରେ କୌଣସି ଅନ୍ତରୀଣ ବା ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିନାହାନ୍ତି । ଆଶା, ଆକାଂକ୍ଷା ଅନେକ ଅଛି, ହେଲେ ଫଳାଫଳ ଆସିବା ସମ୍ଭାବନା କ୍ଷୀଣ । କେବଳ […]
ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି।ଅଭିଯୋଗ ଅନୁସାରେ ନିଜକୁ ଡାକ୍ତର ଦର୍ଶାଇ ଘରୋଇ ମେଡିକାଲ କଲେଜର ଜଣେ ମହିଳା ମେଡିକାଲ ଅଫିସରଙ୍କ ସହ ଅଭିଯୁକ୍ତର ମେଟ୍ରିମୋନିଆଲ ସାଇଟରେ ସମ୍ପର୍କ ହୋଇଥିଲା । ନିଜକୁ ପୁଣେରେ ଡାକ୍ତର ଥିବା କହି ଅଭିଯୋଗକାରିଣୀ ଙ୍କ ପରିବାର ଲୋକଙ୍କୁ ମଧ୍ୟ ବିଶ୍ୱାସ ଜନ୍ମାଇଥିଲା । ପରେ ନକଲି ଡାକ୍ତର […]
ମହିଳାଙ୍କ ପ୍ରଜନନ ସ୍ଵାଧୀନତାକୁ ଗୁରୁତ୍ୱ ଦେଇ ମାନ୍ୟବର ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଜଣେ ଯୁବତୀଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ମାତୃତ୍ୱ ଗ୍ରହଣ କରିବା ପାଇଁ କୋର୍ଟ ବାଧ୍ୟ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶୀର୍ଷ ଅଦାଲତ। ଏହା ସହିତ ୩୦ ସପ୍ତାହର ଗର୍ଭପାତ ପାଇଁ ଯୁବତୀଙ୍କୁ ଅନୁମତି ମିଳିଛି। ଜଣେ ୧୭ ବର୍ଷୀୟ ଗର୍ଭବତୀ ନାବାଳିକା ମାମଲାର ଶୁଣାଣି ଅବସରରେ ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।ବିଚାରପତି ବିଭି ନାଗାରତ୍ନ ଓ […]
ଜଳବାୟୁ ପରିବର୍ତନ ସାଙ୍ଗକୁ ଦିନକୁ ଦିନ ନୂଆ ରୋଗ ଶୃଷ୍ଟି କରି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ ଫାର୍ମରସ ଫଟିଲାଇଜର କୋ-ଅପରେଟିଭ ଲିମିଟେଡ଼ (ଇ.ଫ୍.କୋ.) ପକ୍ଷରୁ ରଣପୁର ବ୍ଲକର ସାନଗଡ ସ୍ଥିତ ଇଫକୋ ବଜାର ପରିସରରେ ନାନୋ ସାର ଓ ଜଳ ଦ୍ରବଣୀୟ ସାର ସମ୍ୱନ୍ଧିତ ଏକ ବୈଜ୍ଞାନିକ ଫସଲ ଆଲୋଚନା ଚକ୍ର ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ କୃଷି ବିଭାଗର ଜିଲ୍ଲା କୃଷି ଅଧିକାରୀ ପବିତ୍ର ମୋହନ ସାହୁ ଯୋଗଦେଇ […]
ଶେଷରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ସଦସ୍ୟ ସି. ପି. ଆଇ (ମାଓ ବାଦୀ )ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା ) ଆତ୍ମ ସମର୍ପଣ ପରେ ରାୟଗଡ଼ା ଜିଲ୍ଲା ନକ୍ସଲ ମୁକ୍ତ ହୋଇଛି । ବର୍ତ୍ତମାନ ବୌଦ୍ଧ ଜିଲା ମାଓ ମୁକ୍ତ ହୋଇଛି ବୋଲି ସୂଚନା ଦେଇଛନ୍ତି ନୀତି ଶେଖର । ଗତକାଲି ନକ୍ସଲମୁକ୍ତ ଅଞ୍ଚଳ ଘୋଷଣା ହୋଇଥିଲା କୋରାପୁଟ ଜିଲ୍ଲା । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର […]
ବିଭିନ୍ନ କୋର୍ଟକୁ ବୋମା ଧମକକୁ ନେଇ ଏଜି ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରେସ୍ମିଟ୍ । ଆତଙ୍କିତ ଦୁଅନ୍ତୁ ନାହିଁ, କେବଳ ଭୟ ସୃଷ୍ଟି ଏଭଳି ଧମକ ମିଳିଛି । ବିଭିନ୍ନ ସମୟରେ ଆତଙ୍କୀ ଭୟ ସୃଷ୍ଟି ପାଇଁ ଏଭଳି କରନ୍ତି ବୋଲି ସେ କହିଛନ୍ତି । ଧମକ ମିଳିଲା ଏହାର ଅର୍ଥ ନୁହେଁ ଯେ ସରକାର ଏହାକୁ ହାଲୁକାରେ ନେଇଛନ୍ତି, ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି, ଯାଞ୍ଚ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ […]
ଓଲା, ଉବର ଏବଂ ରାପିଡୋ ଭଳି ଆପ-ଭିତ୍ତିକ ଚାଳକମାନେ ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ କରିବେ।ଏହି ପ୍ରତିବାଦକୁ ‘ଅଲ ଇଣ୍ଡିଆ ବ୍ରେକଡାଉନ’ ବୋଲି ନାମ ଦିଆଯାଇଛି ଏବଂ ଡ୍ରାଇଭରମାନେ ସେମାନଙ୍କର ରାଇଡ-ହେଲିଂ ଆପଗୁଡ଼ିକୁ ସାମୂହିକ ଭାବରେ ବନ୍ଦ କରିବେ ବୋଲି ଆଶା କରାଯାଉଛି। ତେଲଙ୍ଗାନା ଗିଗ ଆଣ୍ଡ ପ୍ଲାଟଫର୍ମ ୱାର୍କର୍ସ ୟୁନିଅନ (TGPWU) ଏବଂ ଅନ୍ୟାନ୍ୟ ଜାତୀୟ ଶ୍ରମିକ ସଂଗଠନଗୁଡ଼ିକ ଦ୍ୱାରା ଏହି ଧର୍ମଘଟ ଆୟୋଜିତ ହେଉଛି। ଶନିବାରର ପ୍ରତିବାଦ ଘୋଷଣା କରି, TGPWU ଇନଷ୍ଟାଗ୍ରାମରେ ପୋଷ୍ଟ କରି […]
ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିବାଗର ବଡ ଆକ୍ସନ ପ୍ଲାନ । ଏଣିକି ଘରକୁ ଯାଇ ନିଜ ଉପସ୍ଥିତିରେ ମେଡିସିନ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ମାଗଣା ବଣ୍ଟନ ସତ୍ତ୍ବେ ଲୋକେ ଔଷଧ ସେବନ କରୁ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଫେବୃଆରୀ ୧୦ରୁ ଆରମ୍ଭ ହୋଇ ୧୦ ଦିନ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟୟରେ ବଲାଙ୍ଗୀର, ଗଞ୍ଜାମ, […]
ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ବିଜେଡିର ପ୍ରଶ୍ନ । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେଡି ।ସରକାର କେବଳ ବ୍ଲେମ ଗେମ ଖେଳୁଛନ୍ତି । ନିଜେ ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ଅଛନ୍ତି । ଟ୍ରିପଲ ଇ଼ଜିନ ସରକାରରେ ସମାଧାନ ହୋଇଯିବ ବୋଲି ଆଶା କରାଯାଉଥିଲା । ହେଲେ ତାହା ଏବେ ନିରାଶାରେ ପରିଣତ ହେଲାଣି । ଏପ୍ରିଲ ୧୩ରେ ଟ୍ରିବ୍ୟୁନାଲ ଅବଧି ସରିବାକୁ ଯାଉଛି । ଏହାର ଅବଧି ଆଉ ୯ […]
ସ୍କୁଲ ଯୁନିଫର୍ମ ପହଞ୍ଚିବାରେ ବିଳମ୍ବକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଯେ ଠିକ୍ ସମୟରେ ସ୍କୁଲ ୟୁନିଫର୍ମ କିପରି ପହଞ୍ଚିବ ସେଥିପାଇଁ ପ୍ରୟାସ କରାଯାଇଛି । କିଛି ସ୍ଥାନରେ ଅବ୍ୟବସ୍ଥା ହୋଇଛି, ଆମେ କଠଓର ପଦକ୍ଷେପ ନେବୁ । ଡିଇଓ କିମ୍ବା ଏସଏଚଜିଙ୍କ ଅବହେଳା ପାଇଁ ଯଦି ବଣ୍ଟନ ହୋଇନି ତର୍ଜମା କରିବୁ । ତର୍ଜମା କରି ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନେବୁ । ସୂଚନାମୁତାବକ ସ୍କୁଲ ପିଲାଙ୍କୁ ପୋଷାକ […]
ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ମିଳିଲା ଆଗୁଆ ଜାମିନ। ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଆଗୁଆ ଜାମିନ।। ଅଶ୍ଳୀଳ ନୃତ୍ୟୁ ପ୍ରଦର୍ଶନକୁ ନେଇ ହୋଇଥିଲା ମାମଲା । ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ୨ ଆୟୋଜକଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ଗିରଫ ଭୟରେ୍ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା । ଆଜି ହାଇକୋର୍ଟରେ ଏହି ଆବେଦନର ଶୁଣାଣି […]
