CMOରୁ ଫାଇଲ୍ ଗାଏବ ଘଟଣାରେ ଗୁରୁତର ଅଭିଯୋଗ ଆଣିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାରେ ନାଇଡୁ କମିଶନଙ୍କ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟର ତଥ୍ୟ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ । ଉଭୟ ରିପୋର୍ଟ ଗୃହ ବିଭାଗରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଯାଇଛି । ତତ୍କାଳୀନ ମୁଖ୍ୟ ସଚିବଙ୍କ ଜରିଆରେ ଯିବାର ପ୍ରମାଣ ରହିଛି । ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆଉ ଫେରି ନାହିଁ । ଯଦି ତତ୍କାଳୀନଙ୍କ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫେରିଥାନ୍ତା ପ୍ରମାଣ ରହିଥାନ୍ତା ।ରାଜ୍ୟ ସରକାରଙ୍କ ହୃଦବୋଧ ହେଲା ଫେରିବା ସମ୍ଭାବନା କମ । ଏହା ଭୁଲ ବଶତଃ ନୁହେଁ, ଉଦ୍ଦେଶ୍ୟମୂଳକ ଭାବେ ଏପଟସେପଟ ହୋଇଛି । ତେଣୁ ଗୃହ ବିଭାଗର ଜଣେ ଅଧିକାରୀ କ୍ୟାପିଟାଲ ଥାନାରେ ଏତଲା କରିଛନ୍ତି । ତଦନ୍ତ ଆରମ୍ଭ ହେଲେ ଫାଇଲ୍ ମିଳିବ ଓ ରାଜ୍ୟ ସରକାର ଏହି ରିପୋର୍ଟ ସାର୍ବଜନୀନ କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
