ରାଉରକେଲା ବିମାନ ଦୁର୍ଘଟଣା: ଘରକୁ ଫେରିଲେ ପାଇଲଟ୍

ରାଉରକେଲା ବିମାନ ଦୁର୍ଘଟଣା।  ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପାଇଲଟ୍ ନବୀନ କଡଙ୍ଗା ।ରାଉରକେଲା କଂସର ଗ୍ରାମରେ ଗତ ୧୦ ତାରିଖ ଦିନ ହୋଇଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ନିଜର ବୁଦ୍ଧି ବଳରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଲ୍ୟାଣ୍ଡିଂ କରିଥିଲେ ସାହସୀ ପାଇଲଟ ନବୀନ କାଡେଙ୍ଗା । ଦୀର୍ଘ ଦଶ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପାଇଲଟ ।ତେବେ ଗ୍ରାମବାସୀ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ପାଇଲଟ। ପାଇଲଟଙ୍କ ମୁଣ୍ଡ ସହ […]

ଓଡିଶାରେ ଏପ୍ରିଲ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା

ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଗଣନା । ଏପ୍ରିଲ୍‌ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ । ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ। ଆଉ ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା।ଏନେଇ […]

ସାଧାରଣତନ୍ତ୍ର ଦିବସରେ ଜାଣନ୍ତୁ କିଏ କେଉଁଠାରୁ ପତାକା ଉତ୍ତୋଳନ କରିବେ

ଆଉ ମାତ୍ର କିଛି ଦିନ ପରେ ଦେଶ ପାଳନ କରିବ ୭୭ ତମ ସାଧାରଣତନ୍ତ୍ର ଦିବସ । ଏହି ଦିନରେ ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ହେବ ପତାକା ଉତ୍ତୋଳନ ।ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପାଇଁ ପ୍ରକାଶ ପାଇଲା ଅତିଥି ତାଲିକା।କଟକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କୋରାପୁଟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ। ମହାତ୍ମାଗାନ୍ଧି ମାର୍ଗରେ ମହାମହିମ ରାଜ୍ୟପାଳ […]

ବିଦା ହେଲେ ବଡ ବାବୁ : ଅଫିସ ଭିତରେ କରୁଥିଲେ ରାସଲୀଳା

କର୍ଣ୍ଣାଟକ ଡିଜିପି ତଥା ବରିଷ୍ଠ ଆଇପିଏସ ଅଧିକାରୀ ରାମଚନ୍ଦ୍ର ରାଓଙ୍କୁ ସସପେଣ୍ଡ କରାଯାଇଛି । ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରଲ ହେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୋସିଆଲ ମିଡିଆରେ ରାମଚନ୍ଦ୍ର ରାଓଙ୍କ କିଛି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ପୋଲିସ ଅଧିକାରୀ ତାଙ୍କ ଅଫିସରେ ପୋଲିସ ବର୍ଦ୍ଦିରେ ବସିଥିବା ନଜର ଆସୁଛନ୍ତି । ଭିଡିଓରେ ଜଣେ ମହିଳା ପୋଲିସ ଅଧିକାରୀଙ୍କ ସହିତ ଅଛନ୍ତି […]

ଭୁବନେଶ୍ୱର ୧ ନଂ ହାଟରେ ଅଗ୍ନିକାଣ୍ଡ ଘଟଣା,ପ୍ଲାଷ୍ଟିକ ବ୍ୟବହାର ପାଇଁ ଲାଗୁଛି ନିଆଁ: ମେୟର

ଭୁବନେଶ୍ବର ୧ ନମ୍ବର ହାଟରେ ସ୍ଥିତି ଅନୁଧ୍ୟାନ କଲେ ବିଏମସି ମେୟର ଓ କମିଶନର । କିଛି ଦୋକାନୀ ନିୟମ ମାନୁନାହାନ୍ତି ବୋଲି କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ପ୍ଲାଷ୍ଟିକ୍ ଓ ଦହନଶୀଳ ସାମଗ୍ରୀ ଯୋଗୁ ନିଆଁ ଜୋରରେ ଲାଗିଥିଲା । ଦୋକାନୀମାନେ ଏସଓପି ପାଳନ କରୁନଥିବା କହିଲେ ମେୟର । ସୂଚନାଥାଉକି, ଗତକାଲି ୟୁନିଟ -୧ମାର୍କେଟରେ ନିଆଁ ଲାଗି ପ୍ରାୟ ୨୫ରୁ ଅଧିକ ଦୋକାନ ଜଳିଯାଇଛି । ବିଳମ୍ବିତ ରାତି ପାଖାପାଖି ଗୋଟାଏ […]

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ।୫ କିଲୋମିଟର ଭାରାରେ ବୁହାହେଲେ ରୋଗୀ

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ।୫ କିଲୋମିଟର ଭାରରେ ବୁହା ହେଲେ ରୋଗୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ ବଡ଼ ଆଞ୍ଚୁପା ଗାଁରରୁ ଆସିଛି ଏପରି ଘଟଣା ।ଗାଁର ୩୫ ବର୍ଷୀୟ ଯୁବକ ଦେବରାଜ ରଇତ ଗୁରୁତର ରୋଗାକ୍ରାନ୍ତ ହେବା ପରେ ତାଙ୍କୁ ମେଡିକାଲ ନେବାକୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିନି । ଫଳରେ ପାଞ୍ଚ କିଲୋମିଟର ଦୋଳାରେ ବୁହା ହୋଇ ଜଙ୍ଗଲ ରାସ୍ତା ଦେଇ ମାଡ , ପୂର୍ତ୍ତ ବିଭାଗ ରାସ୍ତା […]

ରାଜ୍ୟ ସରକାର ୮୦୦ ଅବସରପ୍ରାପ୍ତ ପୁଲିସଙ୍କୁ ପୁନଃନିଯୁକ୍ତି ଦେବେ

ରାଜ୍ୟ ସରକାର ୮୦୦ ଅବସରପ୍ରାପ୍ତ ପୁଲିସଙ୍କୁ ପୁନଃନିଯୁକ୍ତି ଦେବେ। ଅବସରପ୍ରାପ୍ତ ଏଏସ୍‌ଆଇ/ଏସ୍‌ଆଇ/ଇନ୍ସିପେକ୍ଟରଙ୍କୁ ଏହି ନିଯୁକ୍ତି ମିଳିବ । ସେମାନେ ସ୍ପେସାଲ୍‌ ପୁଲିସ ଅଫିସର୍‌(ଏସ୍‌ପିଓ) ଭାବେ କାର୍ଯ୍ୟ କରିବେ । ସରକାର ଏହି ପ୍ରସ୍ତାବକୁ ମଞ୍ଜୁର କରିଥିବା ନେଇ ଆଜି ଗୃହ ବିଭାଗ ପକ୍ଷରୁ ପୁଲିସ ଡିଜିଙ୍କୁ ଅବଗତ କରାଯାଇଛି । ଏହି ଚିଠିରେ ଦର୍ଶାଯାଇଛି, ଯେଉଁ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ, ସେମାନଙ୍କ ବୟସ ୬୫ ବର୍ଷରୁ କମ୍ ହୋଇଥିବ । ସେମାନଙ୍କ ସିସିଆର୍ ବେଶ୍ […]

ତହସିଲଦାରଙ୍କ ପାଇଁ ଆସିବ ର଼୍ୟାଙ୍କିଙ୍ଗ ବ୍ୟବସ୍ଥା

ଆଗାମୀ ଦିନରେ ଲୋକେ ଯେପରି ରାଜସ୍ବ ସେବା ପାଇବାରେ କୌଣସି ସମସ୍ୟା ନ ଉପୁଜିବ ତାକୁ ନେଇ ରାଜସ୍ବ ବିଭାଗ ପକ୍ଷରୁ ନୂତନ ନିୟମ ଲାଗୁ କରାଯିବ। ଲୋକସେବା ଭବନରେ ସୋମବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଓଡ଼ିଶା ସରକାରୀ ଭୂ-ପରିଚାଳନା ଆଇନରେ କେତେକ ସଂସ୍କାର ଅଣାଯିବାପାଇଁ ବିଭାଗ ପକ୍ଷରୁ କେତେକ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହାକୁ ନେଇ […]

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବେ ନୀତିନ ନବୀନ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ନିତିନ ନବୀନ । ପ୍ରାୟ ମାସେ ଧରି ଦଳର କାର୍ଯ୍ୟକାରୀ ସଭାପତି ରହିବା ପରେ, ଆଜିଠୁ ବିଧିବଦ୍ଧ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ବନିବେ । ନୀତିନ ନବୀନ ୪୫ ବର୍ଷ ବୟସରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିବେ। ପୂର୍ବରୁ, ଅମିତ ଶାହା ୪୯ ବର୍ଷ ବୟସରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ନାମାଙ୍କନ ପାଇଁ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ […]

ଖୁବ ଶୀଘ୍ର ଆସିବ ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ

ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନରେ ବ୍ୟାପକ ସଂଶୋଧନ କରାଯାଇ ଏକ ନୂତନ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’ ଅଣାଯିବ। ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟରେ ସମସ୍ତ ଆଇନକୁ ସିଙ୍ଗଲ window ବ୍ୟବସ୍ଥାରେ ପରିଣତ କରାଯାଉଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ‘ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ […]

ନିତିନ ନବୀନ ନିର୍ଦ୍ୱନ୍ଦ୍ୱରେ ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚିତ

ନୀତିନ ନବୀନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ସେ ଏକମାତ୍ର ପ୍ରାର୍ଥୀ ଥିବା ନେଇ ରିଟର୍ଣ୍ଣିଂ ଅଧିକାରୀ କେ. ଲକ୍ଷ୍ମଣ କହିଛନ୍ତି। ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟରୁ ୩୦ଟି ରାଜ୍ୟ ସଭାପତିଙ୍କ ନିର୍ବାଚନ ସମ୍ପୂର୍ଣ୍ଣ ହେବା ପରେ ଜାତୀୟ ସ୍ତରରେ ନିର୍ବାଚନ ପ୍ରକ୍ରିୟା ସୁଗମ ଭାବରେ ଆଗକୁ ବଢ଼ିବା ପାଇଁ ଏହି ଘୋଷଣା କରାଯାଇଛି । କେ. ଲକ୍ଷ୍ମଣଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, “ନାମାଙ୍କନ ପତ୍ର […]

ପୁରୀକୁ ରଥ ନିର୍ମାଣ ପାଇଁ ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ କାଠ ଗଲା 

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଟାକରା ଫରେଷ୍ଟ ସେକ୍ସନରୁ ପୁରୀ ଅଭିମୁଖେ କାଠ ପଠାଯାଇଛି । ବନବିଭାଗ ଓ ମିଟୁକୁଳି ଭି ଏସ ଏସ କମିଟି ଦ୍ବାରା ପୂଜାର୍ଚନା ସହ ନାମ ସଂକୀର୍ତନ କରାଯାଇ ରଥକାଠ ବୋଝେଇ ଟ୍ରକକୁ ପଠାଯାଇଛି  ।  ୨ଟି ଟ୍ରକରେ ମୋଟ ୪୮ଖଣ୍ଡ ଅସନ ଓ ଧଉରା କାଠ ରହିଛି ।  ଗୋଟିଏ ଟ୍ରକରେ ୨୫ଖଣ୍ଡ କାଠ ଯାଉଥିବାବେଳେ ଅନ୍ୟଟିରେ ୨୩ଖଣ୍ଡ କାଠ ଯାଉଥିବା ଜଣାପଡିଛି ।