ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୧୮ ତାରିଖ ଦିନ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାରେ ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ ଭିଡ଼ ଜମାଇଥିବା ବେଳେ ଚଳିତବର୍ଷ ଭିତରକନିକାକୁ ୧ ଲକ୍ଷ ୫୨ ହଜାର ୭୬୨କୁ ବୃଦ୍ଧି ପାଇଛି।ଚଳିତବର୍ଷ ଭିତରକନିକାରେ ଗ୍ରେଟ ବିଟର୍ଣ୍ଣ ଜାତୀୟ ପକ୍ଷୀଙ୍କୁ ପ୍ରଥମଥର ପାଇଁ ଦେଖିବାକୁ ମିଲିଛି। ଗହୀରମଥା ଅଚଂଳରେ ଏହି ପକ୍ଷୀଙ୍କୁ ଦେଖିବାକୁ […]
ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି ହୋଇଛି। ମଙ୍ଗଳବାର ୧୯ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିଲା । ସେଥିରୁ ୮ଟି ସହରରେ ପାରଦ ୩୧ ଡିଗ୍ରୀ ଅତିକ୍ରମ କରିଥିଲା ।ଝାରସୁଗୁଡ଼ାରେ ପାରଦ ସର୍ବାଧିକ ୩୨.୫ ଡିଗ୍ରୀ ସେଲସିୟସ୍, ସମ୍ବଲପୁର ୩୧.୭, ଭୁବନେଶ୍ୱର ୩୧.୬, ଭଦ୍ରକ ୩୧.୫, ସୁନ୍ଦରଗଡ଼ ୩୧.୪, ଅନୁଗୁଳ ୩୧.୧, ଟିଟିଲାଗଡ଼ […]
ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ବଡସିଂହାର ନୀତିରେ ପଦ୍ମବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ଶ୍ରୀଜୀଉଙ୍କ ବିଭିନ୍ନ ଚିତାକର୍ଷକ ବେଶ ମଧ୍ୟରୁ ପଦ୍ମବେଶ ଅନନ୍ୟ । ପରମ୍ପରା ମୁତାବକ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ୱା ଶନିବାର ପଡିଥାଏ । ସେହିଦିନ ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଥାଏ । ବଡ଼ଛତା ମଠ ପକ୍ଷରୁ ପ୍ରତିବର୍ଷ ବେଶ ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯାଇଥାଏ। ସୋଲ, […]
ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA ଏହା ଘୋଷଣା କରି କହିଛି, ତାଙ୍କର ଅବସର ଡିସେମ୍ବର ୨୭, ୨୦୨୫ରେ, ଗତ ଖ୍ରୀଷ୍ଟମାସ ପରେ ଲାଗୁ ହୋଇଥିଲା। ମହାକାଶ ଷ୍ଟେସନରେ ତାଙ୍କ ନେତୃତ୍ୱରେ ଗବେଷଣା ବେଶ୍ ଉଚ୍ଚକୋଟୀର। ତାଙ୍କର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିମ୍ନ ପୃଥିବୀ କକ୍ଷପଥକୁ ବାଣିଜ୍ୟିକ ମିଶନ ପାଇଁ ପଥ ପ୍ରଶସ୍ତ କରିଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ […]
ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ମହିଳା ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଆମ ବସ୍’ ସେବା ସମୀକ୍ଷା ବୈଠକରେ ଏହି ଯୋଜନା ଉପରେ ମୋହର ବାଜିଛି। ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ମନୋନୀତ କରାଯାଇଛି। ଆସନ୍ତା ଜାନୁଆରୀ ୩୧ ତାରିଖରେ ଏହି ମହିଳା ଚାଳକମାନେ ଉନ୍ନତମାନର ତାଲିମ ପାଇଁ ପୁନେ […]
ରାଜ୍ୟରେ ଧିରେ ଧିରେ କମୁଛି ଶୀତ । ରାତିରେ ତାପମାତ୍ରା କମୁଥିବା ବେଳେ ଦିନରେ ତାପମାତ୍ରା ବୃଦ୍ଧି ପାଉଛି । ତେବେ ଭୋର ସମୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଦିନସାରା ପବନ ଦେଉଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ପାରଦ ଏବେ ଉପରମୁହାଁ ହୋଇଛି । ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ କମିଛି । ସେହିପରି ଆଗାମୀ ୫ ଦିନ ଅର୍ଥାତ ୨୪ ତାରିଖ ଯାଏଁ ରାଜ୍ୟର କିଛି […]
ମହାପ୍ରଭୁଙ୍କ AI ଭିଡିଓ ଭାଇରାଲ୍ ଘଟଣାରେ ପୁରୀ ସାଇବର ଥାନାରେ ମାମଲା ରୁଜୁ ହୋଇଛି। ପୁରୀ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ, ଭିଡିଓ ଭାଇରାଲ ହୋଇଥିବା ଓ୍ବେବସାଇଟକୁ ତଥ୍ୟ ମାଗିଛି ପୁରୀ ପୋଲିସ। କେଉଁ ଉଦ୍ଦେଶ୍ୟରେ ଏହି ଭିଡିଓ ପୋଷ୍ଟ କରାଯାଇଛି ତା’ର ତଦନ୍ତ ହେବ। ସୂଚନାଥାଉକି, ସୋମବାର vishvrajcreation ନାମକ ଏକ ଇନଷ୍ଟାଗ୍ରାମ ଆଇଡିରୁ ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବାର ଅବାଞ୍ଛିତ ଶୈଳୀକୁ ନେଇ ପ୍ରସ୍ତୁତ ଭିଡିଓ ପୋଷ୍ଟ ହୋଇଥିଲା। ବଡଦାଣ୍ଡରେ ଶ୍ରୀଜିଉଙ୍କ […]
ଜାନୁଆରୀ ୧୮ରେ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ଶେଷ ହୋଇଥିବା ବାର୍ଷିକ ପକ୍ଷୀ ଗଣନାରେ ପ୍ରବାସୀ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ୧୨୮ ପ୍ରଜାତିର ମୋଟ ୪.୨୧ ଲକ୍ଷ ପକ୍ଷୀଙ୍କ ଆଗମନ ରେକର୍ଡ କରିଛି।ଗତବର୍ଷ ଠାରୁ ଚଳିତ ଥର ହୀରକୁଦକୁ ଆସିଛନ୍ତି ପ୍ରାୟ ୪୪ ହଜାର ଅଧିକ ପକ୍ଷୀ।ସବୁଠାରୁ ଅଧିକ ଦେଖାଯାଉଥିବା ପକ୍ଷୀମାନଙ୍କ ମଧ୍ୟରେ ଲୋକପ୍ରିୟ ଜଳପକ୍ଷୀ ଏବଂ ୱାଡର ଯେପରିକି ଟଫ୍ଟେଡ୍ ଡକ୍ସ, ହ୍ୱିସିଲିଂ ଡକ୍ସ, ଗ୍ରେବସ୍, ବାର୍-ହେଡେଡ୍ ଗିଜ୍, ବ୍ରାହ୍ମଣୀ ଡକ୍ସ, ଗାଡୱାଲ୍ସ, […]
ଇନ୍ଦୋରର ବହୁ ଚର୍ଚ୍ଚିତ “କୋଟିପତି ଭିକାରୀ” ମଙ୍ଗିଲାଲ ମାମଲାରେ ନୂଆ ମୋଡ଼ । ପ୍ରଶାସନ ଦ୍ୱାରା ଭିକାରୀ ଭାବେ ଉଦ୍ଧାର କରାଯାଇଥିବା କୁଷ୍ଠ ରୋଗୀ ମଙ୍ଗିଲାଲଙ୍କ ପରିବାର ଏବେ ସାମ୍ନାକୁ ଆସି ସରକାରଙ୍କ ଦାବିକୁ ମିଥ୍ୟା ବୋଲି କହିଛନ୍ତି । ସୂଚନାମୁତାବକ ଗତ ଶନିବାର ବିଳମ୍ବିତ ରାତିରେ ଯେତେବେଳେ ଉଦ୍ଧାରକାରୀ ଟିମ୍ ସରାଫା ଅଞ୍ଚଳରେ ନିୟମିତ ଭିକ ମାଗୁଥିବା ଜଣେ କୁଷ୍ଠ ରୋଗୀ ଭାବେ ମଙ୍ଗିଲାଲଙ୍କୁ ଉଠାଇଲେ, ତାଙ୍କ ସମ୍ପତ୍ତି ବିଷୟରେ ଜାଣି ଚକିତ ହୋଇଗଲେ । […]
ଜେଲ ଭିତରକୁ ଫିଙ୍ଗିଲେ ଡିଟେକ୍ଟ ହେବ ଜିନିଷ । ନିଶା ଦ୍ରବ୍ୟ କିମ୍ବା କୌଣସି ସନ୍ଦେହ ଜିନିକ ପଦାର୍ଥ ଫିଙ୍ଗିଲେ ହେବ ଡିକ୍ଟେକ୍ଟ ।ଜେଲ୍ରେ କଏଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଲାଗିବ AI କ୍ୟାମେରା । ଏନେଇ ସୂଚନା ଦେଇଛନ୍ତି ଜେଲ୍ ଡିଆଇଜି ବୀରେନ୍ ସାହୁ । ଜେଲ୍ ଡିଆଇଜି କହିଛନ୍ତି, “ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲ୍ରେ ଏଆଇ କ୍ୟାମେରା ଲଗାଯିବ । ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲା କାରାଗାରରେ ଏଆଇ କ୍ୟାମେରା ଲାଗିଛି । […]
ଜମିର ସଠିକ ପରିଚାଳନା ଏବଂ ଆଗାମୀ ଶହେ ବର୍ଷ ପାଇଁ ସରକାରୀ ଜମି ସୁରକ୍ଷିତ ରଖିବାକୁ ନୂଆ ଆଇନ ଆଣିବେ ସରକାର।ସରକାରୀ ଜମିର ହୋଇପାରିବନି ଦୁରୁପଯୋଗ । ଲିଜ ନେଇ ଜମିର ଦୁରୁପଯୋଗ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଉକ୍ତ ଜମିକୁ ରାଜସ୍ବ ବିଭାଗ ଫେରାଇ ଆଣିବ । ଜମିର ସଠିକ ପରିଚାଳନା ଏବଂ ଆଗାମୀ ୧୦୦ ବର୍ଷକୁ ଆଖି ଆଗରେ ରଖି ସରକାରୀ ଜମିକୁ ସୁରକ୍ଷା ଦେବାକୁ ଦୁଇଟି ଆଇନରେ ସଂଶୋଧନ ହେବ । ଏହା […]
୨୭ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା । ୭ଟି ପେଣ୍ଡାଲରେ ଜଲୱା ଦେଖାଇବେ ୧୫ ପାର୍ଟି।ତେବେ ଯାତ୍ରା ହେବା ପୂର୍ବରୁ କମିଟିମାନଙ୍କ ଉପରେ ବିଏମସିର ଲଗାମ। NOC ଦେବା ପୂର୍ବରୁ ବିଏମସିର ଯାତ୍ରା ଏସଓପି। ଅଶ୍ଳୀଳତାକୁ କରାଯିବନି ଆଦୌ ବରଦାସ୍ତ। ପାର୍କିଂ, ସଫେଇ ଓ ବ୍ୟାରିକେଡକୁ ଗୁରୁତ୍ଵ। ଅଶ୍ଳୀଳ ପ୍ରଦର୍ଶନ କଲେ ଏନଓସି କ୍ୟାନସଲ୍। ଯାତ୍ରା ପରିବେଷଣ ଉପରେ ନଜର ରଖିବ ବିଏମ୍ସି ର ସ୍ଵତନ୍ତ୍ର ସ୍କ୍ଵାଡ୍। ଗଣମାଧ୍ୟମ ରିପୋର୍ଟ ଆଧାରରେ ବି ହୋଇପାରେ ଆକ୍ସନ।ବିଏମସି […]
