ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା

ରାଜ୍ୟରେ  କାର୍ଯ୍ୟକାରୀ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ।  ଏହି ଯୋଜନାର ଘୋଷଣା  ପରେ ଏହା ପଥମ ଥର ପାଇଁ  ଗଞ୍ଜାମ ପିଠରୁ ଆରମ୍ଭ ହେବାକୁ ଯାଉଛି । ୧୮ ରୁ ୩୫ ବର୍ଷ ଭିତରେ ଥିବା ବେଳେ ବରର ବୟସସୀମା କନ୍ୟାର ବୟସ ୨୧ ରୁ ୩୫ ବର୍ଷ ହେବା ଦରକାର । ଲାଭାର୍ଥୀଙ୍କୁ ୬୦ ହଜାର ଲେଖାଏଁ ଦିଆଯିବ । ବିବାହର ସବୁ ଖର୍ଚ୍ଚ ସରକାର ବହନ କରିବେ । ସାମୁହିକ […]

ପୁଅ ଥିଲେ ହୋଇଗଲେ ଝିଅ , ସମୀର ନାୟକ ଏବେ ସମୀରା

ଦିନେ ସେ ପୁଅ ଥିଲେ ଏବେ ହୋଇଯାଇଛନ୍ତି ଝିଅ । ସମୀର ନାୟକରୁ ଏବେ ତାଙ୍କ ପରିଚୟ ସମୀରା ମାଡାମ୍।ଗଞ୍ଜାମ ଖଲ୍ଲିକୋଟରୁ ଦେଖନ୍ତୁ ଜଣେ ଟ୍ରାନ୍ସୱିମେନଙ୍କ ସଂଘର୍ଷ ଆଉ ସଫଳତାର ଭିନ୍ନ କାହାଣୀ।ହାତରେ ରଙ୍ଗତୂଳୀ… ମନରେ ନୂଆ ପରିକଳ୍ପନା… ଯୌବନ ଭିତରେ ନୂଆ ସମ୍ଭାବନାର ସ୍ୱପ୍ନ ସବୁକୁ ସାଉଁଟି ସତେଯେମିତି ସଜାଇ ଦେଉଛନ୍ତି ସାତ ରଙ୍ଗରେ… ।ସମୀର ପୁଅ ଟିଏ ହୋଇ ଜନ୍ମ ହୋଇଥିଲେ , କିନ୍ତୁ ପାଠ ପଢା ବୟସରେ ଆସିଥିଲା ମନ ଭିତରେ ଅନେକ […]

୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।ଆସନ୍ତାକାଲି ଯାଜପୁର, ବାଲେଶ୍ୱର ଓ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଯାଜପୁର ନାଭିଗୟାରେ ପିଣ୍ଡଦାନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ […]

ମୁଖ୍ୟମନ୍ତ୍ରୀଙ୍କ ରାୟଗଡ଼ା ଗସ୍ତ

ରାୟଗଡ଼ା ତା ୦୨/୦୨ (ନିପ୍ର) ସରକାରଙ୍କ ଲକ୍ଷ୍ୟ ରହିଛି ରାଜ୍ୟରେ ମହିଳା ମାନେ ସଶକ୍ତ ହେଲେ ରାଜ୍ୟର ବିକାଶ ସୁନିଶ୍ଚିତ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ପ୍ରାଥମିକ ସ୍ତରରେ ସଫଳତାର ପାହାଚ ଆରୋହଣ କରିଥିବା ବେଳେ ଏ ନେଇ ସାରା ରାଜ୍ୟରେ ଚାଲିଛି ସୁଭଦ୍ରା ଶକ୍ତି ମେଳା। ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ଼ା ଗସ୍ତରେ ଯାଇ ଏହାର ଶୁଭ ଉଦଘାଟନ ନିଜ କରକମଳରେ କରିଛନ୍ତି । ଓଡ଼ିଶାର ମହିଳା ଉଦ୍ୟୋଗୀ ଓ […]

ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାରରେ ୩୦ ଲକ୍ଷର ଗହଣା ଚୋରି

ମହାରାଷ୍ଟ୍ରର ବାରାମତୀରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ପ୍ରିୟ ନେତା ‘ଅଜିତ ଦାଦା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିବା ବେଳେ, ଚୋରମାନେ ଏହି ଦୁଃଖଦ ଘଟଣାର ସୁଯୋଗ ନେଇ ଏକ ବଡ଼ ଅପରାଧ ଘଟାଇଥିଲେ।ଅନ୍ତିମ ସଂସ୍କାର ସମୟରେ ସୁନା ଚେନ୍ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଚେନ୍ ଚୋରି ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ପ୍ରାୟ ୧୫ ଜଣଙ୍କଠାରୁ ସୁନା ଚେନ ଚୋରି […]

ଜିଲ୍ଲାପାଳଙ୍କ ବୟାନକୁ ନେଇ ରାଜନୀତି , ବିଜେଡି କହିଲା ହୁଗୁଳି ଗଲାଣି ଶାସନ ବ୍ୟବସ୍ଥା

ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁଙ୍କ ରାଜନୈତିକ ବୟାନକୁ ତେଜିଲା ରାଜନୀତି । ତୀବ୍ର ନିନ୍ଦା କରିଛି ବିଜେଡି । ବିଜେଡି କହିଛି ଏହା ମୁଖ୍ୟ ଶାସନ ସଚିବଙ୍କ ବିଫଳତା । ଏପରି ବିବୃତି ଦେଇ ଜିଲ୍ଲାପାଳ ପ୍ରମାଣିତ କରିଛନ୍ତି ଯେ ଶାସନ ହୁଗୁଳା ହୋଇଗଲାଣି । ସୁବର୍ଣ୍ଣପୁର ଜିଲ୍ଲା, ଯେଉଁଠି ଚାଷୀ ସମସ୍ୟା ଉତ୍କଟ । ସେ ଦିଗରେ ସମାଧାନର ବାହାର ନ କରି ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଏପରି କାର୍ଟୁନ ଦେଉଛନ୍ତି । ଯଦି ସେ […]

ବାଲୁକା ଆନିମେସନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ

ଆଜିଠୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ପୁରୀରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ୱେତଗଙ୍ଗାରେ ଶ୍ରାଦ୍ଧ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାଗତ ପାଇଁ ବିଶ୍ୱ ପ୍ରସିଦ୍ଧ ବାଲୁକା ଆନିମେଟର ମାନସ ସାହୁ ବାଲୁକା କଳା କରିଛନ୍ତି।ଏହି ସ୍ୟାଣ୍ଡ ଆନିମେସନ କୁ ପ୍ରସ୍ତୁତ କରିବାକୁ ମାନସ ଙ୍କୁ ୨ଘଣ୍ଟା ସମୟ ଲାଗିଥିଲା । […]

ପୀତବାସଙ୍କ ହତ୍ୟା: ୧୫ ଅଭିଯୁକ୍ତ କୋର୍ଟରେ ହାଜର

ପୀତବାସ ପଣ୍ଡା ହତ୍ୟା ମାମଲାର ଶୁଣାଣି ଥିବାରୁ ବିକ୍ରମ ପଣ୍ଡା ସମେତ ୧୫ ଅଭିଯୁକ୍ତ ହାଜର ହୋଇଛନ୍ତି। ଅଭିଯୁକ୍ତ ମଦନ ଦଳାଇଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ହାଜର ହୋଇ ନାହାନ୍ତି। କଡା ସୁରକ୍ଷା ଭିତରେ ହାଜର କଲା ବ୍ରହ୍ମପୁର ପୋଲିସ। ଗତ ବର୍ଷ ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ବ୍ରହ୍ମପୁର ବୈକୁଣ୍ଠନଗର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।ଆସନ୍ତା ୬ତାରିଖରେ ହାଜର ହେବେ ସମସ୍ତେ। ଏହି ହତ୍ୟା ମାମଲା ଗତ ୧୯ ତାରିଖରେ SDJM […]

ମୋମୋ ଖାଇବା ପାଇଁ ଘରୁ ୮୬ ଲକ୍ଷର ଗହଣା ଚୋରୀ କଲା ପୁଅ 

ଆଜିକାଲିକା ପିଲାମାନେ ମୋମୋ ପାଗଳ। ମୋମୋ ନାଁ ଶୁଣିଲେ ଖାଇବା ଭୁଲି ଯାଉଛନ୍ତି । ଏବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲା ପରେ ଆପଣି ବି ଆଶ୍ଚର୍ଯ୍ୟ ହୋଇଯିବେ ।କିଛି ମୋମୋ ବିକ୍ରେତାଙ୍କ ବିରୋଧରେ ଜଣେ ପିଲାକୁ ତାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଏବଂ ରୂପା ଅଳଙ୍କାର ଚୋରି କରିବାକୁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ଉତ୍ତର ପ୍ରଦେଶର ରାମପୁର ଫ୍ୟାକ୍ଟ୍ରି ପୋଲିସ ଷ୍ଟେସନ ଅଞ୍ଚଳରେ […]

ବଢିଲା ଭାରତ- ପାକ୍ କ୍ରିକେଟ ବିବାଦ, ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବାକୁ ଶ୍ରୀଲଙ୍କା ଯିବ ଭାରତୀୟ ଦଳ

ବଢିଲା ଭାରତ- ପାକ୍ କ୍ରିକେଟ ବିବାଦ। ଟି-ଟ୍ବେଣ୍ଟି ବିଶ୍ବକପ ଖେଳିବ କିନ୍ତୁ ଭାରତ ବିପକ୍ଷ ମ୍ୟାଚକୁ ନା। ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପରେ ଖେଳିବାକୁ ପିସିବିର ପ୍ରସ୍ତାବକୁ ଅନୁମୋଦନ କରିଛି ପାକିସ୍ତାନ ସରକାର। କିନ୍ତୁ ଫେବୃଆରୀ ୧୫ରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ଏନେଇ ଗଭର୍ଣ୍ଣମେଣ୍ଟ ଅଫ ପାକିସ୍ତାନ ପକ୍ଷରୁ ଏକ୍ସ ହ୍ୟାଣ୍ଡଲରେ ସ୍ପଷ୍ଟ କରାଯାଇଛି।ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପାକିସ୍ତାନର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି। T20 […]

ମିଶନ ଶକ୍ତିର ମହିଳାଙ୍କୁ ସରକାର ଦେବେ ସ୍ମାର୍ଟଫୋନ୍

ନୂଆ ରୂପ ପାଇବ ମିଶନ ଶକ୍ତି । ବଦଳିବ ଡ୍ରେସ କୋଡ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଉତ୍କଳ ଦିବସରୁ ଲାଗୁ ହେବ ନୂଆ ଡ୍ରେସ କୋଡ । ମିଶନ ଶକ୍ତି ମହିଳାଙ୍କୁ ଆଇଡି କାର୍ଡ ସହ ସ୍ମାର୍ଟ ଫୋନ ମିଳିବ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ମିଶନ ଶକ୍ତି ଯୋଜନା ହୋଇଛି । ମିଶନ ଶକ୍ତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମ “ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ […]

ହ୍ୟୁମାନ୍‌ ସାଗର ମୃତ୍ୟୁ: ପୋଲିସ ହାତରେ ଲାଗିଲା ମେଡିକାଲ ରିପୋର୍ଟ

ଫିଟିବ ହ୍ୟୁମାନ୍‌ ସାଗରଙ୍କ ଅକାଳ ମୃତ୍ୟୁ ରହସ୍ୟ । କଟକ ମର୍କତନଗର ଥାନା ପୋଲିସ ହାତରେ ଲାଗିଲା ମେଡିକାଲ ରିପୋର୍ଟ । ଲିଭର୍ ସିରୋସିସ୍ ହେବା ପରଠୁ ବେସରକାରୀ ହସ୍ପିଟାଲ୍ ରେ ହ୍ୟୁମାନ୍ ଚିକିତ୍ସିତ ହେଉଥିଲେ । ଉକ୍ତ ହସ୍ପିଟାଲ୍ଟି ଲିଭର୍ ରୋଗର ସ୍ୱତନ୍ତ୍ର ଚିକିତ୍ସା ପାଇଁ ରହିଥିବାରୁ ହ୍ୟୁମାନ୍ ସେଠାରେ ନିଜର ରେଗୁଲାର ଟ୍ରିଟ୍‌ମେଣ୍ଟ କରାଉଥିଲେ । ଏପରିକି ସେ ଗୁରୁତର ହେବାର କିଛି ଦିନ ପୂର୍ବରୁ ଉକ୍ତ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଯାଇଥିଲେ । […]