ଭିସା ପାଇଁ ଆଉ କୋଲକାତା କି ଦିଲ୍ଲୀ ଦୌଡ଼ିବେନି ଓଡ଼ିଶାବାସୀ

ଭିସା ପାଇଁ ଆଉ କୋଲକାତା, ଦିଲ୍ଲୀ କି ହାଇଦ୍ରାବାଦ ଦୌଡ଼ିବେନି ଓଡ଼ିଶାବାସୀ। ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଭୁବନେଶ୍ଵରରେ ହେବ ଗ୍ଲୋବାଲ୍ ଭିସା ଆପ୍ଲିକେସନ ସେଣ୍ଟର। ବରମୁଣ୍ଡା ବସ୍ ଟର୍ମିନାଲ୍ ବିଲ୍ଡିଂରେ ଏହି ସେଣ୍ଟର କାର୍ଯ୍ୟକ୍ଷମ ହେବ। ଏଥିପାଇଁ ରାଜ୍ୟ ସରକାର ୩ ହଜାର ବର୍ଗଫୁଟର ଜାଗା ଯୋଗାଇ ଦେବେ।ଭୁବନେଶ୍ୱରରେ ଏକ ଭିସା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ବହୁ ଦିନରୁ ଦାବୀ ରହିଆସୁଥିଲା। ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି […]

ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ ବୃଦ୍ଧି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡକୁ ବୃଦ୍ଧି କରିଛନ୍ତି । ଆୟୁର୍ବେଦ ଓ ହୋମିଓପାଥିକ୍ ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ଉଭୟ ପାଠ୍ୟକ୍ରମରେ ପିଜି କରୁଥିବା ୧୨୦ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ନୂତନ ଷ୍ଟାଇପେଣ୍ଡ ୨୦୨୬ ଜାନୁଆରୀ ପହିଲାରୁ ଲାଗୁହେବ। ଏହି ନିଷ୍ପତ୍ତି ଅନୁଯାୟୀ ପିଜି […]

ଧର୍ମଶାଳା ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା : ‘ରାଜନୀତିକରଣ କରିବା ଆବଶ୍ୟକ ନାହିଁ

ଧର୍ମଶାଳା ଗଣ୍ଡଗୋଳକୁ ନେଇ ଜୋର ଧରିଛି ରାଜନୀତି । କାଲି ରାତିରୁ ଧାରଣାରେ ବସିଛନ୍ତି ଉଭୟ ନେତାଙ୍କ ସମର୍ଥକ । ଭୁବନେଶ୍ୱରରେ ବିଜେଡି ଓ ଯାଜପୁରରେ ବିଜେପି ଧାରଣା ଦେଇ ବସିଛି। ଏନେଇ ଜେନାପୁର ଥାନା ଘେରିଛନ୍ତି ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ । ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସ ଆଗରେ ବିଜେଡି ନେତା ଧାରଣାରେ ବସିଛନ୍ତି ।ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଉଭୟ ପକ୍ଷ ଧାରଣାରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ଅଭିଯୁକ୍ତ ମାନେ ଗିରଫ ହୋଇନାହନ୍ତି ସେପର୍ଯ୍ୟନ୍ତ […]

ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିଲା ମା 

ଜୟପୁର ଇରିଗେସନ କଲୋନିସ୍ଥିତ ଏକ ବସ୍ତିରେ ଜଣେ ମାନସିକ ବିକାରଗ୍ରସ୍ତ ମାଆ ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଝିଅର ଜୀବନ ବଞ୍ଚିଛି । ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିଛି । ତେବେ ବଳି ଉଦ୍ୟମ ପଛରେ କାରଣ ଅଷ୍ପଷ୍ଟ ରହିଛି ।ବିଧବା ଅମ୍ବିକା ଖୋସଲା ଦୁଇ ପୁଅ ଏବଂ ଦୁଇ ଝିଅଙ୍କ ସହ ସ୍ଥାନୀୟ ଜଳସେଚନ କଲୋନିରେ ରହୁଛନ୍ତି। ତେବେ କିଛି ଦିନ ହେଲା ଅମ୍ବିକାଙ୍କ […]

ଦାଶ ବେନହୁର ପାଇଲେ ରାୟଗଡ଼ ସାହିତ୍ୟ ସମ୍ମାନ ୨୦୨୫ସାହିତ୍ୟ ଅକ୍ଷରରେ ନୁହେଁ ହୃଦୟରେ ବନ୍ଧା

ରାୟଗଡ଼,ସାହିତ୍ୟ ସଂସ୍କୃତିର ଉଚ୍ଚତର ଅଙ୍ଗ। ସ୍ଥାପତ୍ୟ ହଜିଯିବ ଓ ନଷ୍ଟ ହୋଇଯିବ। କିନ୍ତୁ ସାହିତ୍ୟ ହଜିବନି। ସବୁ ଅସ୍ଥିର କିନ୍ତୁ ଅକ୍ଷର କୀର୍ତ୍ତି ଚିରସ୍ଥାୟୀ। ସେଥିପାଇଁ ସାହିତ୍ୟ ଅକ୍ଷରରେ ନୁହେଁ ହୃଦୟରେ ବନ୍ଧା ବୋଲି ରାୟଗଡ଼ ସାହିତ୍ୟ ମହୋତ୍ସବ ୨୦୨୫ ଅବସରରେ ମତ ପ୍ରକାଶ ପାଇଛି। ସ୍ଥାନୀୟ ୟୁଜିଏମ ଆଇଟି ସମ୍ମିଳନୀ ପ୍ରକୋଷ୍ଠରେ ସଭାପତି ଡ଼ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାୟଗଡ଼ ସାହିତ୍ୟ ମହୋତ୍ସବ ଅବସରରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର […]

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ ତେନ୍ଦୁଲକର

କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଇଥାଏ। ଫୁଟବଲ୍ ଜଗତରେ ଫୁଟବଲ୍ ସମ୍ରାଟ ଲିଓନେଲ୍ ମେସିଙ୍କ ଲୋକପ୍ରିୟତା ଅତୁଳନୀୟ। ଉଭୟ ଖେଳାଳିଙ୍କର ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ଲିଓନେଲ ମେସି ୱାଙ୍ଖେଡେ ଷ୍ଟାଡିୟମରେ ପୂର୍ବତନ ଭାରତୀୟ ଫୁଟବଲ୍ ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି । ଏହା ପରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଏବଂ ତା’ପରେ “ମାଷ୍ଟର ବ୍ଲାଷ୍ଟର” ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି […]

ଭାରତରେ ଯୁବକଙ୍କ ଅଚାନକ୍ ମୃତ୍ୟୁର କାରଣ ନୁହେଁ କୋଭିଡ୍ ଟୀକା!ଗବେଷଣାରୁ ମିଳିଲା ଆଶ୍ଵସ୍ତିକର ଖବର

ଭାରତରେ ଯୁବପିଢିଙ୍କ ମଧ୍ୟରେ ଅଚାନକ ହେଉଥିବା ମୃତ୍ୟୁକୁ ନେଇ ଅନେକ ସମୟରେ ଚିନ୍ତା ପ୍ରକାଶ ପାଉଥିବାବେଳେ ଏହା ପଛରେ କୋଭିଡ୍ ଟୀକା ଥିବା କେତେକ ସ୍ଥାନରେ ବିତର୍କ ହୋଇଛି । କିନ୍ତୁ ଏମ୍ସ-ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ଏହାକୁ ଖାରଜ କରାଯାଇଛି । AIIMS ଦିଲ୍ଲୀର ପ୍ରଫେସର ଡକ୍ଟର ସୁଧୀର ଆରୋରାଙ୍କ ଅନୁଯାୟୀ;ଭାରତରେ ଯୁବକ ମାନଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ଉପରେ ବହୁତ କମ୍ ଗବେଷଣା କରାଯାଇଛି, ଯେତେବେଳେ କିଛି ଅଧ୍ୟୟନ ପାଶ୍ଚାତ୍ୟ ଦେଶ ଗୁଡ଼ିକରେ […]

ପୁଣି ଡ୍ରେସରେ ମହାପ୍ରଭୁଙ୍କ ପ୍ରତିଛବି

ପୁଣି ଡ୍ରେସରେ ମହାପ୍ରଭୁଙ୍କ ପ୍ରତିଛବି । ରାମକ୍ରିଷ୍ଣ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଆଇଡିରୁ ଏଭଳି କିଛି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ବ୍ୟବସାୟିକ ଉଦ୍ଦେଶ୍ୟ ରଖି ମହାପ୍ରଭୁଙ୍କ ପ୍ରତିଛବି ଥିବା ଡ୍ରେସର ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବାରୁ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଡ୍ରେସ୍, ଶାଢୀ, ଧୋତିରେ ମହାପ୍ରଭୁଙ୍କ ପ୍ରତିଛବି ବ୍ୟବହାର କରାଯାଉଛି । ରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ନିକଟରେ ଜଣେ ଭକ୍ତ […]

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଆକ୍ରମଣକୁ ନବୀନଙ୍କ ନିନ୍ଦା

ଯାଜପୁର ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗା ରୁଜା ଓ ସମର୍ଥକଙ୍କ ଉପରେ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ। ଦିନ ଦ୍ୱିପହରରେ ଘରେ ପଶି ଆକ୍ରମଣ ହେଉଛି । ତଥାପି ପୋଲିସ ପ୍ରଶାସନ ତଥା ସରକାର ସମସ୍ତେ ନିରବଦ୍ରଷ୍ଟା ସାଜିଛି। ଏବେ ଯାଏଁ କାହା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏପରି […]

ଆହୁରି ଦୁଇ ସପ୍ତାହ କଲବଲ କରିବ ଜାଡ଼

ରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ । ଗୋଟିଏ ଦୁଇଟି ସହରର ତାପମାତ୍ରା ଏପାଖ ସେପାଖ ହୋଇପାରେ ।‌ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟକୁ କୁହୁଡ଼ି ଆଚ୍ଛାଦିତ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପ୍ରଫେସର ପଶୁପାଳକ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ଶୀତ ପ୍ରଭାବରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ସମ୍ଭବତଃ […]

କଂଗ୍ରେସରୁ ବିଦା ହେଲେ ମହମ୍ମଦ ମୋକିମ୍

ମହାଙ୍ଗା ପଡ଼ିଲା ଦଳୀୟ ନେତୃତ୍ବକୁ ଚ୍ୟାଲେଞ୍ଜ। କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ୍ । ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅଡୁଆରେ ପଡ଼ିଲେ ।ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି । ମହମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ କଂଗ୍ରେସ […]

୧୯୧ତମ ଜୟନ୍ତୀରେ ପଠାଣି ସାମନ୍ତଙ୍କ  ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ନୟାଗଡ଼,(ଓଡ଼ିଶା ଦର୍ପଣ):ବିଶ୍ୱବିଶ୍ରୁତ ନଭବିଜ୍ଞାନୀ  ମହାମହୋପଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଓରଫ ପଠାଣି ସାମନ୍ତଙ୍କ ୧୯୧ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ଏବଂ ପଠାଣି ସାମନ୍ତ ଜନ୍ମଜୟନ୍ତୀ କମିଟି ପକ୍ଷରୁ ଆଜି ପୂର୍ବାହ୍ନରେ ଧୂପ,ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼  ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ,ପଠାଣି ସାମନ୍ତ ଜୟନ୍ତୀ କମିଟି ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ,ଉପ ସଭାପତି […]