ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍‌ ଆଗତ

ଲୋକସଭାରେ ତିନି ନୂଆ ବିଲ୍ ଆଗତ କରାଯାଇଛି। ସୋମବାର ଆଗତ କରାଯାଇଥିବା ବିଲ୍‌ଗୁଡିକ ହେଲା ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ (ଭିବିଏସ୍‌ଏ) ବିଲ୍ ୨୦୨୫, ସସ୍‌ଷ୍ଟେନେବୁଲ ହାର୍ନେସିଙ୍ଗ୍‌ ଆଣ୍ଡ ଆଡଭାନ୍ସମେଣ୍ଟ ଅଫ୍ ନ୍ୟୁକ୍ଲିୟର ଏନର୍ଜି ଫର ଟ୍ରାନ୍ସଫର୍ମିଙ୍ଗ ଇଣ୍ଡିଆ (ଶାନ୍ତି) ବିଲ୍ ୨୦୨୫ ଓ ରିପେଲିଙ୍ଗ ଆଣ୍ଡ ଆମେଣ୍ଡିଂ ବିଲ୍ ୨୦୨୫। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ ବିଲ୍ ୨୦୨୫କୁ ଆଗତ କରିଥିଲେ। କେନ୍ଦ୍ର ସରକାର ଦେଶର ଉଚ୍ଚ ଶିକ୍ଷାରେ […]

ଓଡ଼ିଶା ପୋଲିସର ନୂଆ ୱେବସାଇଟ୍‌ ଲଞ୍ଚ

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡ଼ିଶା ପୋଲିସର ଲୋକସେବା ଓ ପାରଦର୍ଶିତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏକ ନୂଆ ୱେବସାଇଟ୍‌କୁ ଲୋକାର୍ପଣ କରିଛନ୍ତି।ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟକୁ ଡିଜିପି ଉନ୍ମୋଚନ କରିଥିଲେ । ଆଗାମୀ ଦିନରେ ସାଧାରଣ ବ୍ୟକ୍ତି ବିଶେଷଙ୍କ ନିମନ୍ତେ ଏହି ୱେବ ସାଇଟଟି ବହୁ ଉପଯୋଗୀ […]

ଆଜି ପବିତ୍ର ଧନୁ ସଂକ୍ରାନ୍ତି,ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ନୀତି

ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ ନୀତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ଦୀର୍ଘ ଏକ ମାସ ଧରି ଅର୍ଥାତ ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ । ସ୍ୱତନ୍ତ୍ର ନୀତି ଅନୁସାରେ ଆଜିଠାରୁ ପ୍ରତ୍ୟେହ ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ଭିତର ଶୋଧ, ମଙ୍ଗଳ ଆଳତୀ ଓ ରୋଷ ହୋମ, ମଇଲମ ଓ […]

ରାଜଧାନୀରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ

ରାଜଧାନୀରେ ଧଉଳି ନିକଟ ଦୟା ନଦୀ ପଠାରେ ଗଣଦୁଷ୍କର୍ମ ଅଭିଯୋଗ । ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିବା ଜଣେ ନାବାଳିକାଙ୍କୁ ପାଞ୍ଚ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଧଉଳି ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ସୂଚନାମୁତାବକ ଜଣେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁ ବୁଲିବାକୁ ଯାଇଥିଲେ । ଦୁର୍ବୁତ୍ତମାନେ ଉଭୟଙ୍କୁ ଏକାକୀ ସୁଯୋଗ ଦେଖି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ । ନାବାଳିକା ବେହୋସ୍ ହେବା […]

ବଢ଼ିଲା କୃଷି ବିଦ୍ୟାନିଧି ଯୋଜନାରେ ଆବେଦନ ଅବଧି

କୃଷି ବିଦ୍ୟାନିଧି ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଛାତ୍ରବୃତ୍ତି ଯୋଜନା ଅଟେ। ଓଡ଼ିଶା ସରକାରଙ୍କ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ସିଏମ୍-କିସାନ୍ ଯୋଜନା ଅଧୀନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ସନ୍ତାନସନ୍ତତିଙ୍କ ଉଚ୍ଚଶିକ୍ଷା ସ୍ୱପ୍ନକୁ ସୁଗମ କରିବା ପାଇଁ କୃଷି ବିଦ୍ୟାନିଧି ଯୋଜନାରେ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି ଏବଂ ଏହା ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ବରଦାନ ସାଜିଛି। ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରେ କୃଷି ବିଦ୍ୟାନିଧି ଯୋଜନାର ଅନଲାଇନ୍ ଆବେଦନ ସମୟସୀମା ଅକ୍ଟୋବର ୧୫ […]

ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ରାୟଗଡ଼ ଜିଲ୍ଲା ଗସ୍ତ ଓ ବିଭିନ୍ନ ବିଭାଗ ଉପରେ ସମୀକ୍ଷା

ରାୟଗଡ଼ :-ତା. ୧୫/୧୨- ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଦିନିକିଆ ରାୟଗଡ଼ ଜିଲ୍ଲାଗସ୍ତ ଆସି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଯାଉଥିବା ରେଳ ଯାତ୍ରୀଙ୍କୁ ପତାକା ଦେଖାଇ ଶୁଭେଚ୍ଛା ଜଣାଇଥିଲେ l ଏହାପରେ ମା ମାଝୀ ଘାରିଆଣି ମନ୍ଦିରକୁ ଯାଇ ମାନଙ୍କୁ ଦର୍ଶନ କରିବା ସହିତ ମନ୍ଦିର ପରିଚାଳନା କମିଟି ଅସହିତ ଆଲୋଚନା କରିଥିଲେ l ଏହାସହିତ ସ୍ଥାନୀୟ ପ୍ରଦକ୍ଷିଣ ଗୃହରେ ମହିଳା ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି, ପର୍ଯ୍ୟଟନ,ଗ୍ରାମ୍ୟ […]

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ଓଡ଼ିଆ ପୁଅ ସୁମିତ ଦୀର୍ଘ ୪୮ ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ ଚାଲି ଚାଲି ସୃଷ୍ଟି କରିଛନ୍ତି ଏକ ବିରଳ ବିଶ୍ଵ ରେକର୍ଡ। ସେ ଏହି ସମୟ ମଧ୍ୟରେ ୨୦୧ କିଲୋମିଟର ପଥ ଚାଲିଛନ୍ତି। ତାହା ପୁଣି ଟ୍ରେଡ ମିଲ୍‌ରେ।ସୁମିତଙ୍କ ଘର ସୁନ୍ଦରଗଡ଼ ଜିଲାର ରାଉରକେଲାରେ। ସେ ଏକ ଟ୍ରେଡ୍‌ ମିଲ୍‌ରେ ୪୮ ଘଣ୍ଟା ଧରି ଚାଲିଥିଲେ। ଏହି ଦୃଶ୍ୟ ଦେଖିବାକୁ ପରିବାରବର୍ଗଙ୍କ ସମେତ ଜନସାଧାରଣ ବି ଉପସ୍ଥିତ ଥି​‌ଲେ। ସ୍ଥାନୀୟ ସିଭିକ ସେଣ୍ଟରଠାରେ ଏହି କାର୍ଯ୍ୟକ୍ରମର […]

ଘୁଞ୍ଚିଲା +2 ପରୀକ୍ଷା ଫର୍ମ ପୂରଣ ତାରିଖ,ବିନା ଆଡମିଟ କାର୍ଡରେ ଛାତ୍ରଛାତ୍ରୀ ଦେବେ ଇଣ୍ଟରନାଲ ପରୀକ୍ଷା

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଛାତ୍ରଛାତ୍ରୀଙ୍କୁ ଶେଷ ସୁଯୋଗ ଦେଇଛି । ଯେଉଁମାନେ କିଛି କାରଣ ବଶତଃ ଯୁକ୍ତ ଦୁଇ (+2) ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରି ନାହାନ୍ତି, ସେମାନେ ଆସନ୍ତା ଡିସେମ୍ବର 18 ତାରିଖ ସୁଦ୍ଧା ଫର୍ମ ପୂରଣ କରିପାରିବେ । ଡିସେମ୍ବର 19 ତାରିଖରେ ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡ ମିଳିବ । ବିନା ଆଡମିଟ କାର୍ଡରେ ମଧ୍ୟ ପିଲା ଇଣ୍ଟରନାଲ ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ଡକ୍ଟର […]

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହୋଇଛନ୍ତି । ଲୋକ ଭବନରେ ଆୟୋଜିତ ଆନୁଷ୍ଠାନିକ ନିଯୁକ୍ତି ଉତ୍ସବରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଲେଫ୍ଟନାଣ୍ଟ ହର୍ଷିତ ଦେଓଙ୍କୁ ଏହି ସମ୍ମାନଜନକ ପଦବୀ ପ୍ରଦାନ କରିଛନ୍ତି। ଆଇଏନଏସ୍ ଆଦିତ୍ୟରେ ଡବ୍ଲୁକେଓ (ଓ୍ବାଚ୍ କିପିଂ ଅଫିସର) ଭାବେ କାର୍ଯ୍ୟ କରିଥିବା ଲେଫ୍ଟନାଣ୍ଟ ଦେଓ ଏହି ନୂଆ ଦାୟିତ୍ୱରେ ଯୋଗ ଦେଇଛନ୍ତି। ୨୦୨୨ ମେ ମାସରେ ଆଇଏନଏସ୍ ଦିଲ୍ଲୀରେ ସବ୍-ଲେଫ୍ଟନାଣ୍ଟ […]

ଫେବ୍ରୁଆରୀ ୧୭ରେ ଦେଖାଯିବ ସୂର୍ଯ୍ୟପରାଗ

ପୃଥିବୀରେ ବହୁତ କମ୍ ଲୋକ ଫେବୃଆରୀ ୨୦୨୬ରେ ହେବାକୁ ଥିବା ଅନନ୍ୟ ସୂର୍ଯ୍ୟପରାଗ କୁ ଦେଖିପାରିବେ। ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେବେ ସୂର୍ଯ୍ୟପରାଗ ସୂର୍ଯ୍ୟକୁ ପ୍ରାୟ ୯୬ ପ୍ରତିଶତ ଗ୍ରାସ କରିବାକୁ ଥିବା ବେଳେ ଅବଶିଷ୍ଟ ଅଂଶ ଏକ ରିଙ୍ଗ ବା ମୁଦି ସଦୃଶ ଦୃଶ୍ୟମାନ ହେବ । ମାତ୍ର ୨ମିନିଟ ୨୦ ସେକେଣ୍ଡ ପାଇଁ ଏହି ବିରଳ ଦୃଶ୍ୟ ଦୃଶ୍ୟମାନ ହେବ । ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କ ସାମ୍ନାକୁ ଆସିବ, […]

ନୟାଗଡ଼ : ନାବାଳିକାକୁ ହତ୍ୟା ପରେ ଯୁବକ ପିଇଦେଲା ବିଷ

ନାବାଳିକାକୁ ଜବରଦସ୍ତ ବିଷ ପିଆଇ ମାରିବା ପରେ ନିଜେ ବିଷ ପିଇଲା ଅଭିଯୁକ୍ତ ଯୁବକ । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ମଗରବନ୍ଧରେ ଏହି ଘଟଣା ଘଟିଛି । ମଗରବନ୍ଧ ଗାଁର ଗୋଲେଖ ନାୟକଙ୍କ ପୁଅ ପୂର୍ଣ୍ଣ ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲା । ଏନେଇ ନାବାଳିକାର ପରିବାର ଲୋକେ ପୂର୍ଣ୍ଣର ବାପାମାଆଙ୍କୁ ଜଣାଇଥିଲେ ମଧ୍ଯ ପରିବାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏପରିକି ନାବାଳିକା ଜଣକ ସ୍କୁଲ୍ ଏବଂ ଟ୍ୟୁସନ୍ ଯିବା ସମୟରେ […]

ଧାନ ବଳିଲେ ଖୋଲା ବଜାରରେ ବିକ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଧାନ ଉଠା ପ୍ରସଙ୍ଗରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଯେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ଏବେ ଯାଏଁ ୬ଟି ଜିଲ୍ଲାର ରିପୋର୍ଟ ଆସିଛି । ଏଯାବତ ୧,୨.୪୩୯ ମେଟ୍ରିକ୍ ଟନ୍ ଧାନ କିଣା ସରିଛି । ଟୋକନ୍ ସମସ୍ୟା ଦୂର କରିବାକୁ ସରକାର ଚେଷ୍ଟା କରୁଛନ୍ତି । ସମସ୍ତଙ୍କ ଧାନ କିଣା ଯିବ କେହି ଅସୁବିଧାରେ ପଡିବେନି । ସରକାର ଚାଷୀଙ୍କଠାରୁ ନିର୍ଦ୍ଧାରିତ ଧନ ଉଠାଇବେ । […]