କଂଗ୍ରେସରୁ ବିଦା ହେଲେ ମହମ୍ମଦ ମୋକିମ୍

ମହାଙ୍ଗା ପଡ଼ିଲା ଦଳୀୟ ନେତୃତ୍ବକୁ ଚ୍ୟାଲେଞ୍ଜ। କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ୍ । ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅଡୁଆରେ ପଡ଼ିଲେ ।ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି । ମହମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ କଂଗ୍ରେସ […]

୧୯୧ତମ ଜୟନ୍ତୀରେ ପଠାଣି ସାମନ୍ତଙ୍କ  ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ନୟାଗଡ଼,(ଓଡ଼ିଶା ଦର୍ପଣ):ବିଶ୍ୱବିଶ୍ରୁତ ନଭବିଜ୍ଞାନୀ  ମହାମହୋପଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଓରଫ ପଠାଣି ସାମନ୍ତଙ୍କ ୧୯୧ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ଏବଂ ପଠାଣି ସାମନ୍ତ ଜନ୍ମଜୟନ୍ତୀ କମିଟି ପକ୍ଷରୁ ଆଜି ପୂର୍ବାହ୍ନରେ ଧୂପ,ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼  ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ,ପଠାଣି ସାମନ୍ତ ଜୟନ୍ତୀ କମିଟି ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ,ଉପ ସଭାପତି […]

ଭୁବନେଶ୍ୱରରେ ବଲିଉଡ ଷ୍ଟାର ଅକ୍ଷୟ କୁମାର

ଓଡ଼ିଶାରେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର । ଶନିବାର ସନ୍ଧ୍ୟାରେ ଅକ୍ଷୟ କୁମାର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦର ବାହାରେ ପ୍ରଶଂସକଙ୍କୁ ହାତ ହଲାଇ ସମ୍ବୋଧିତ କରିବା ସହ ସମସ୍ତଙ୍କୁ ନମସ୍କାର କରିଛନ୍ତି ‘ଖିଲାଡ଼ି’ କୁମାର’ । ପରେ କଟକର cda ରେ ଥିବା ଏକ ଘରୋଇ କାର୍ଯ୍ୟକ୍ରମରେ ମଧ୍ୟ ଯିବାର ପ୍ଲାନ ରହିଛି । ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବଳୟ ଭିତରେ ସ୍ୱତନ୍ତ୍ର […]

ସତ୍ୟବିହାର ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟଣା ; ନ ଥିଲା ବାର୍ ଲାଇସେନ୍ସ

ଗତ ୧୨ ତାରିଖ ଦିନ ଭୁବନେଶ୍ଵରର ସତ୍ୟ ବିହାର ଅଞ୍ଚଳର ପଳାସୁଣିରେ ‘ନୋ ଲିମିଟ୍ ଏୟାର’ ନାମକ ଏକ ରେଷ୍ଟୁରାଣ୍ଟରେ ଭୋର ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ରେଷ୍ଟୁରାଣ୍ଟର କୌଣସି ମଦ ଅନ୍ ସପ୍ (ବାର) ଲାଇସେନ୍ସ ନ ଥିଲା, କିମ୍ବା ଏହା ପାଇଁ ଅବକାରୀ ବିଭାଗକୁ ଆବେଦନ କରିନଥିଲା । ଏକ ମାସ ପୂର୍ବେ ଅବକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଏକ ଦଳ ରେଷ୍ଟୁରାଣ୍ଟ ଏକ ବେଆଇନ ମଦ ବାର୍ ଚଳାଉଥିବା ଅଭିଯୋଗ ଉପରେ […]

ଆନ୍ତର୍ଜାତିକ ମାନବିଧିକାର ରକ୍ଷକ ପକ୍ଷରୁ ୫ମ ବାର୍ଷିକୋତ୍ସବ ପାଳିତ ।

ରାୟଗଡ଼ା ତା ୧୩/୧୨ ରାୟଗଡ଼ ଜିଲ୍ଲା ସଦର ବ୍ଲକ ପିତାମହଲ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ସଭାଗୃହ ଠାରେ ଆଜି ଆନ୍ତର୍ଜାତିକ ମାନବିଧିକାର ରକ୍ଷକ ଶାଖା ରାୟଗଡ଼ ପକ୍ଷରୁ ପଞ୍ଚମ ବାର୍ଷିକୋତ୍ସବ ଶାନ୍ତିଶୃଙ୍ଖଳାର ସହ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ମାନସ ରଞ୍ଜନ ରଥ ଓ ଉପଦେଷ୍ଟା ବରିଷ୍ଟ ଆଇନଜୀବି ଅରୁଣ କୁମାର ଲେଙ୍କାଙ୍କ ନେତୃତ୍ବରେ ଆୟୋଜିତ ସମାରୋହ କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ଲୋକସମ୍ପର୍କ ଅଧିକାରି ପିତାମ୍ବର ବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ […]

ବର୍ଦ୍ଧିତ ଦରମାକୁ ଗରିବଙ୍କୁ ଦାନ କରିବେ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ଦ୍ଧିତ ଦରମାକୁ ଗରିବଙ୍କୁ ଦାନ କରିବେ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନବୀନ ଲେଖିଛନ୍ତି ଯେ ଗରିବ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉ ମୋ ଟଙ୍କା।ମୁଁ ଓଡ଼ିଶାବାସୀଙ୍କ ପ୍ରତି, ମୋ ପ୍ରତି ଏବଂ ମୋ ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କର ପ୍ରେମ ପାଇଁ ଅତ୍ୟନ୍ତ ଋଣୀ। ୨୦୧୫ ମସିହାରେ ଆମ ପରିବାର କଟକରେ ଥିବା ପୈତୃକ ସମ୍ପତ୍ତି […]

ନୟାଗଡ଼, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ !

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ପୁଆଣିଆଁ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିକୋଣୀୟ ପ୍ରେମ ଏବଂ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି |ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଉକ୍ତ ଗାଁର ଆଲୋକ ମହାପାତ୍ର।ଶୋଇଥିବା ବେଳେ ସ୍ଵାମୀର ତଣ୍ଟି ଚିପି ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି ।ସ୍ଥାନୀୟ ଲୋକଙ୍କ ଅନୁସାରେ, ଦମ୍ପତିଙ୍କ ମଧ୍ୟରେ ପ୍ରାୟ ସମୟ କଳହ ହୋଇଥାଏ […]

ଆଜି ମହାନ ଜ୍ୟୋତିର୍ବିଜ୍ଞାନୀ ତଥା ସିଦ୍ଧାନ୍ତ ଦର୍ପଣର ରଚୟିତା ପଠାଣି ସାମନ୍ତଙ୍କ ଜୟନ୍ତୀ

ମହାନ ଜ୍ୟୋତିର୍ବିଜ୍ଞାନୀ ତଥା ସିଦ୍ଧାନ୍ତ ଦର୍ପଣର ରଚୟିତା ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ ଜୟନ୍ତୀ। ୧୮୩୫ ମସିହା ଡିସେମ୍ବର ୧୩ତାରିଖରେ ନୟାଗଡ଼ର ଖଣ୍ଡପଡ଼ା ରାଜବଂଶରେ ପଠାଣି ସାମନ୍ତ ଜନ୍ମଗ୍ରହଣ କରିଥିଲେ । ଖଣ୍ଡପଡ଼ା ନିକଟସ୍ଥ ଖୁଣ୍ଟୁପଡ଼ା ଗ୍ରାମସ୍ଥିତ ମହାଦେବ ଚନ୍ଦ୍ରଶେଖରଙ୍କ ପ୍ରସାଦରୁ ସେ ଜନ୍ମନେଇଥିବା ବିଶ୍ୱାସ କରି ପିତାମାତା ତାଙ୍କର ନାମ ଚନ୍ଦ୍ରଶେଖର ରଖିଥିଲେ । ତାଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ମରିଯାଇଥିବାରୁ ସେମାନେ ତାଙ୍କର ଅପର୍ତ୍ତ୍ୟାଣି ନାମ ପଠାଣି ରଖିଥିଲେ […]

ISI ଟାର୍ଗେଟରେ ଶିବରାଜ ସିଂ ଚୌହାନ, ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ବଢ଼ିଲା ସୁରକ୍ଷା

ବଢ଼ିଲା କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟର ସୂଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟପ୍ରଦେଶ ଡିଜିପିଙ୍କୁ ଏକ ଚିଠି ପଠାଇ କହିଛି ଯେ ଶିବରାଜ ସିଂହ ଚୌହାନ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଟାର୍ଗେଟରେ ଅଛନ୍ତି ।ଭୋପାଳର ୭୪ ବଙ୍ଗଳାରେ ଶିବରାଜଙ୍କ ବି-୮ ବାସଭବନ ଚାରିପାଖରେ ପୋଲିସ ଅତିରିକ୍ତ ବ୍ୟାରିକେଡ ନିର୍ମାଣ କରିଛି। ଦିଲ୍ଲୀରେ ତାଙ୍କ ସରକାରୀ ବାସଭବନରେ ମଧ୍ୟ ସୁରକ୍ଷା ବୃଦ୍ଧି […]

ପାକିସ୍ତାନ ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍କୁଲରେ ପଢ଼ାଯିବ ସଂସ୍କୃତ ଓ ଗୀତା ଜ୍ଞାନ

ଦେଶ ବିଭାଜନ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଶ୍ରେଣୀ ଗୃହରେ ପ୍ରବେଶ କରିଛି ସଂସ୍କୃତ । Lahore University of Management Sciences ପକ୍ଷରୁ ଶାସ୍ତ୍ରୀୟ ଭାଷାରେ ଏକ ଚାରି-କ୍ରେଡିଟ୍ ପାଠ୍ୟକ୍ରମ ଆରମ୍ଭ କରାଯାଇଛି |୩ମାସ ଧରି ଚାଲିବାକୁ ଥିବା ସପ୍ତାହନ୍ତ ୱାର୍କସପରେ ଏହାକୁ ବିକଶିତ କରାଯାଇଛି । ଯାହା ଛାତ୍ର ଓ ବିଦ୍ୱାନ ମାନଙ୍କ ଦ୍ୱାରା ବେଶ୍ ଆଦ୍ରୁତ ହୋଇଛି । କୋର୍ସ ବା ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ମହାଭାରତ ଟେଲିିଭିଜନ ଶୃଙ୍ଖଳାର ପ୍ରସିଦ୍ଧ ଥିମ୍ […]

ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡର କଡା ଆଭିମୁଖ୍ୟ । ସବୁ କେନ୍ଦ୍ରରେ ଲାଗିବ CCTV

ଆସନ୍ତା ଫେବୃଆରୀ 19ରୁ ଆରମ୍ଭ ହେବାକୁ ଥିବା ୨୦୨୬ ମାଟ୍ରିକ ପରୀକ୍ଷାକୁ ଏଥର ଶୁଙ୍ଖଲିତ ଢଙ୍ଗରେ ପରିଚାଳନା କରିବାକୁ କଡା ଆଭିମୁଖ୍ୟ ଗ୍ରହଣ କରିଛି ବୋର୍ଡ । ଆସାଧୁ ଉପାୟ ଅଵଲମ୍ବନ ନକରନ୍ତି ସେଥିପାଇଁ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରିବାକୁ କଡା ନିର୍ଦ୍ଦେଶ ଦେଇଛି ବୋର୍ଡ । ଯେଉଁ କେନ୍ଦ୍ରରେ ସିସିଟିଭି ନଥିବ ସେଠାରେ ବୋର୍ଡ ପକ୍ଷରୁ ସିସିଟିଭି ଲଗାଯିବ । । ଏହି ସମସ୍ତ କ୍ୟାମେରାର ଫିଡ୍ […]

ବିଷାକ୍ତ ଖାଦ୍ୟ ଖାଇ ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ ।

ବିଷାକ୍ତ ଖାଦ୍ୟ ଖାଇ ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ବନ୍ଧୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।  ସକାଳ ୮ଟା ବେଳକୁ ଖାଦ୍ୟରେ ଝିଟିପିଟି ପଡ଼ିଥିବା ନେଇ ଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିଥଲେ ।  ପ୍ରଧାନଶିକ୍ଷକ ତୁରନ୍ତ ମେଡିକାଲକୁ ଫୋନ କରିଥିଲେ ।  ବନ୍ଧୁଗାଁ ସ୍ବାସ୍ଥ୍ୟ […]