ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା। ଭଡ଼ା ଘରେ ଓଢ଼ଣୀରେ ଝୁଲି ପଡିଲେ ଯୁବତୀ। ମାନସିକ ଚାପ ଯୋଗୁଁ, ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଖାରବେଳନଗର ଥାନା ପୋଲିସ ପହଂଚି ମୃତଦେହକୁ ଜବତ କରିବା ସହ ତଦନ୍ତ କରୁଛି।ମୃତକଙ୍କ ଘର ନୟାଗଡ ଜିଲ୍ଲା ସିଧାମୁଳାରେ । ଏକ ମେଡିସିନ୍ ଷ୍ଟୋରରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ । ଯୁବତୀଙ୍କ ରୁମମେଟ ଘରକୁ ଯାଇଥିଲେ । ଆସିବା ପରେ ହଷ୍ଟେଲ ଭିତରେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ ସହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ତଦନ୍ତ କରୁଛି ପୋଲିସ ।
