ଆଜି ମାଟି ତଳୁ କଢ଼ାଯିବ ରାମୁ ହାତୀର କଙ୍କାଳ

ଆଜି ମାଟି ତଳୁ କଢ଼ାଯିବ ରାମୁ ହାତୀର କଙ୍କାଳ । ଗତ ରବିବାର ଏକ ବିଶେଷଜ୍ଞ ଟିମ୍ ଭରତପୁର ଜଙ୍ଗଲରେ ପହଞ୍ଚି ରାମୁର କବରସ୍ଥଳ ପରିଦର୍ଶନ କରିଥିଲେ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ସବୁଠୁ ବୟସ୍କ ଓ ବଡ଼ ହାତୀ ଥିଲା ରାମୁ । ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ତାର ଆଘାତ ମୃତ୍ୟୁ ଘଟିଥିବା ଥିଲା । ଉଦ୍ଧାରକାରୀମାନେ ସମସ୍ତେ ପିପିଇ କିଟ୍ ପରିଧାନ କରିବା ପାଇଁ ନିଷ୍ପତ୍ତି ହୋଇଛି । କଙ୍କାଳ ଉଦ୍ଧାର […]

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ କରୁଥିଲେ ପ୍ରଧାନଶିକ୍ଷୟିତ୍ରୀ

ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ ଗାଁ ର ଲୋକେ। ବେନିୟମ ଭାବେ କାର ରେ ଥୋଇ ଏହ ଚାଉଳ ନେବା ଉଦ୍ୟମ ପାଇଁ ଆଠଗଡ଼ ବ୍ଲକ ଶିକ୍ଷା ଅଧିକାରୀ କବିରାଜ ଜେନା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀନା ଦେଇଙ୍କୁ ନିଲମ୍ବିତ କରିଛନ୍ତି। ଅଭିଯୋଗ ଅନୁସାରେ, ଶୁକ୍ରବାର ସକାଳେ ଛଅଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରିନା ଦେଇ କାର୍ ଲଗାଇ ଚାଉଳ ନେଉଥିଲେ । ୫ ବସ୍ତା ପ୍ରାୟ ଅଢ଼େଇ କ୍ଵିଣ୍ଟାଲ୍ […]

ଅସହ୍ୟ ହେଲା ପ୍ରେମିକର ନିର୍ଯାତନା, ଓଢଣୀ ଲଗାଇ ଝୁଲିପଡିଲେ ପ୍ରେମିକା

ଦିନକୁ ଦିନ ବଢୁଥିଲା ପ୍ରେମିକର ଯନ୍ତ୍ରଣା। ଅଶ୍ଳୀଳ ମେସେଜ୍, ତା ସାଙ୍ଗକୁ ଧମକ। ଆଉ ସହିହେଲାନି। ଏହି ମେସେଜ୍ ସବୁ ଏତେ ଅଶ୍ଳୀଳ ଯେ ଏହାକୁ ଦେଖାଇବା ମଧ୍ୟ ଅସମ୍ଭବ। ଯୁବକଙ୍କ ନିର୍ଯାତନା ଏତେ ବଢିଗଲା ଯେ ବଞ୍ଚିବା ତୁଚ୍ଛ ହୋଇଗଲା। ଶେଷରେ ପଲଙ୍କ ବାଡାରେ ଓଢଣୀ ଲଗାଇ ପ୍ରେମିକା ଶେଷ କରିଦେଲା ଜୀବନ। ଏଭଳି ଏକ ହୃଦୟବିଦାରକ ଘଟଣା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ବୋଡକ ପଞ୍ଚାୟତର ମୁଆଜିବ ଗାଁରୁ ଆସିଛି। ଏକମାତ୍ର ଝିଅ ଚାଲିଯିବା […]

୭ମ ରାଜ୍ୟ ପୁସ୍ତକ ମହୋତ୍ସବ: ୧୦୦ରୁ ଅଧିକ ବହି କିଣିଲେ ସଂସ୍କୃତି ମନ୍ତ୍ରୀ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଚଳିତ ବର୍ଷ ୫୫୦ଟି ଷ୍ଟଲ ରହିଥିବା ବେଳେ ପୁସ୍ତକ ମହୋତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଭାଗ ନେଇଛନ୍ତି।ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପୁସ୍ତକ ମହୋତ୍ସବ ପରିଦର୍ଶନରେ ଯାଇ ୧୦୦ରୁ ଅଧିକ ବହି କିଣିଛନ୍ତି।ଏଥିସହ ମନ୍ତ୍ରୀ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ରାଜ୍ୟ ଅଭିଲେଖାଗାର, […]

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

କେନ୍ଦ୍ର ସରକାର ମନରେଗା ଯୋଜନାର ନାମ ପରିବର୍ତ୍ତନ କରିବେ। ଶୁକ୍ରବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ସରକାର ମନରେଗାର ନାମ ପରିବର୍ତ୍ତନ କରି ପୂଜ୍ୟ ବାପୁ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା କରିବେ, ଯାହା ଗ୍ରାମୀଣ ଗରିବ ଲୋକଙ୍କ ପାଇଁ ପ୍ରତିବର୍ଷ 125 ଦିନର କାମ ସୁନିଶ୍ଚିତ କରିବ। ଏହି ଯୋଜନା ପାଇଁ ସରକାର ₹1.51 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିବେ।ଏପରିକି ସରକାର ଯୋଜନାରେ ସର୍ବନିମ୍ନ ନିଯୁକ୍ତି ଦିବସକୁ ମଧ୍ୟ ବୃଦ୍ଧି କରିଛନ୍ତି। […]

୨୦୨୭ରେ ଦେଶରେ ହେବ ଜନଗଣନା: ୧୧,୭୧୮ କୋଟି ଟଙ୍କାର ବଜେଟକୁ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ” ୨୦୨୭ ଜନଗଣନା ସମ୍ପର୍କରେ ଏକ ନିଷ୍ପତ୍ତି ନିଆଯାଇଛି । ଏହି ଉଦ୍ଦେଶ୍ୟରେ ୧୧,୭୧୮ କୋଟି ଟଙ୍କାର ବଜେଟ୍ ପାରିତ ହୋଇଛି ।ପ୍ରଥମ ଥର ପାଇଁ ସାରା ଦେଶରେ ଡିଜିଟାଲ ଜନଗଣନା ହେବ। ଏଥିପାଇଁ ୩୦ ଲକ୍ଷ କର୍ମଚାରୀଙ୍କୁ ନିୟୋଜିତ କରାଯିବ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୨୦୨୭ରୁ ସାରା ଦେଶରେ […]

ଆସନ୍ତା ୧୪ ତାରିଖରେ ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ରବିବାର ଓଡିଶା ଆସିବେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ସିଜେଆଇ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି । କଟକ ସହିଦ ଭବନରେ ହେବାକୁ ଥିବା ଆଲୋଚନା ଚକ୍ରରେ ଯୋଗଦେବେ । ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜନ ହେବ ଆଲୋଚନା ଚକ୍ର ।କଟକ ଶହୀଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ମୁଖ୍ୟ ବକ୍ତା, ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ […]

ଭିଜିଲାନ୍ସ ଅଫିସର କହି ଓଏଏସ ଅଫିସରଙ୍କ ଠାରୁ ୪ ଲକ୍ଷ ଟଙ୍କା ଠକେଇ

ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ଜଣେ ଓଏଏସ୍‌ ଅଧିକାରୀଙ୍କଠାରୁ ୪ ଲକ୍ଷ ଟଙ୍କା ଠକି ନେଉଥିବାବେଳେ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଇ ଜଣକ ସୁବର୍ଣ୍ଣପୁରର ଗଣେଶ ନନ୍ଦ ଏବଂ ପ୍ରଦୀପ ପଣ୍ଡା ବୋଲି ଜଣାପଡିଛି। ଗତକାଲି ଓଡ଼ିଶା ଭିଜିଲାନ୍ସ ଓ ରାଉରକେଲା ପୋଲିସର ମିଳିତ ଟିମ ଠକେଇ ଓ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ବୀରମହାରାଜପୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ବଣେଇ […]

ଏମ୍‌ଭି-୨୬ ହିଂସା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି ଏମଭି-୨୬ ହିଂସା ଘଟଣା , ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ । କେଭି ସିଂହଦେଓଙ୍କ ସହିତ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ ଦେଇଛନ୍ତି । ଗତକାଲି ମାଲକାନଗିରି ଗସ୍ତରେ ଯାଇଥିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଦୁଇ ଗୋଷ୍ଠୀ ସହ ଆଲୋଚନା କରିଥିଲେ । ଏବେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ଆରଡିସି […]

ମହିଳାଙ୍କ ସୁରକ୍ଷା ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେଡି ଟିମ୍

ରାଜ୍ୟରେ ବଢୁଛି ନାରୀ ନିର୍ଯାତନା। ବିଜେପି ଶାସନ କ୍ଷମତା ଆସିବା ପରଠାରୁ ପ୍ରତିଦିନ ଘଟିଚାଲିଛି ଅମାନବୀୟ ଘଟଣା। ହେଲେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଆଜି ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଛି ବିଜେଡି ଟିମ। ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର ସମ୍ପର୍କରେ ରାଜ୍ୟପାଳଙ୍କୁ ଦଳ ଅବଗତ କରାଇଛି । ଅନ୍ୟପଟେ ମାଲକାନଗିରିରେ ଦେଖାଦେଇଥିବା ହିଂସାତ୍ମକ ଘଟଣାର ଅନୁଧ୍ୟାନ ପାଇଁ ଯିବ ବିଜେଡି ପ୍ରତିନିଧିଦଳ । ଏହି ପ୍ରତିନିଧି ଦଳରେ ଜିଲ୍ଲା ସଭାପତି ମାନସ ମାଡ଼କାମୀ, ବରିଷ୍ଠ ନେତା […]

ଆସନ୍ତା ୧୮ ଯାଏଁ ରାଜ୍ୟରେ ଶୀତ ଲହରିର ସମ୍ଭାବନା ଅଧିକ

ରାଜ୍ୟରେ ଆଉ ସପ୍ତାହେ ଯାଏଁ ଶୀତରୁ ନାହିଁ ନିସ୍ତାର । ରାଜ୍ୟର ଅନେକ ସ୍ଥାନରେ ତଳ ମୁହାଁ ରହିପାରେ ପାରଦ । ଏନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏଥିପାଇଁ ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି ଜାରି ରହିଥିବା ବେଳେ ଆସନ୍ତା ଦୁଇ ଦିନ ଯାଏଁ ପ୍ରବଳ ଶୀତ ଅନୁଭୂତ ହେବ । ଏହାପରେ ଗୋଟିଏ […]

ଆଜି ସୁପରଷ୍ଟାର ରଜନୀକାନ୍ତଙ୍କର ଜନ୍ମଦିନ

ଆଜି ସୁପରଷ୍ଟାର ରଜନୀକାନ୍ତଙ୍କର ଜନ୍ମଦିନ । ସାରା ବିଶ୍ବରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ତାଙ୍କ କାହାଣୀ ଅନେକ ଲୋକଙ୍କୁ ପ୍ରେରିତ କରିଛି । ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି ଥାଲାଇଭା । ତେବେ ତାଙ୍କ ଜନ୍ମଦିନରେ ଶହଶହ ଫ୍ୟାନ୍ସଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଏକ୍ସରେ ପୋଷ୍ଟ କରି ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି । […]