ଆସିଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାର୍ଗଦର୍ଶିକା । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ, ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ବିବାହରେ ସହଯୋଗ ଏବଂ ପରିବାରର ଆର୍ଥିକ ବୋଝ କମାଇବା ପାଇଁ ମିଳିବ ୫୧ ହଜାର ଟଙ୍କାର ଆର୍ଥିକ ସହୟତା । ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ୨୦୨୫-୨୬ ରୁ ୨୦୨୯-୩୦ ବର୍ଷ ପର୍ଯ୍ୟନ୍ତ ଯୋଜନା ଚାଲୁ ରହିବ। ଏହି ଟଙ୍କା କନ୍ୟାଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା। ବିବାହ କାର୍ଯ୍ୟ […]
ଓଡ଼ିଶାର ସୁପ୍ରତିଷ୍ଠିତ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର କେ ଲକ୍ଷ୍ମୀ ବାଈଙ୍କର ୧୦୦ତମ ଜନ୍ମଦିନ ଅବସରରେ ଶୁକ୍ରବାର ଦିନ ତାଙ୍କ ଭାବନଗର ବାସଭବନରେ ସେଲିବ୍ରେସନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଶୁଭେଚ୍ଛା ଜଣାଇ ତାଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ରାଷ୍ଟ୍ରପତି ଲକ୍ଷ୍ମୀ ବାଈଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାନ୍ତିପୂର୍ଣ୍ଣ ଜୀବନର କାମନା କରିଥିଲେ।ପ୍ରସିଦ୍ଧ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର କେ. ଲକ୍ଷ୍ମୀ ବାଈ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ […]
ରତନ ଟାଟାଙ୍କ ସାବତ ମା’ ଏବଂ ନୋଏଲ ଟାଟାଙ୍କ ମାଆ ସିମୋନ ଡୁନୋୟର ଟାଟାଙ୍କ ପରଲୋକ ହୋଇଛି। ସେ ୯୫ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସିମୋନ ଟାଟା ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୂରା ନାଁ ସିମୋନ ନାଭାଲ ଡୁନୋୟର ଥିଲା। ୧୯୫୩ ମସିହାରେ ସେ ଭାରତ ଗସ୍ତରେ ଆସିଥିଲେ ଏବଂ ୧୯୫୫ ମସିହାରେ ଜେଆରଡି ଟାଟାଙ୍କ ସାବତ ଭାଇ ନାଭାଲ ଏଚ୍. […]
ବାରବାଟୀ ଟି-ଟ୍ବେଣ୍ଟି ଲାଗି ଆଜିଠୁ ଆରମ୍ଭ ହୋଇଛି ଅଫଲାଇନରେ ଟିକେଟ୍ ବିକ୍ରି । ଟିକେଟ୍ ଖଣ୍ଡେ ପାଇବାକୁ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଘଣ୍ଟା ଘଣ୍ଟା ଲାଇନ୍ରେ ରହି ଟିକେଟ୍ ନେଇଛନ୍ତି ଦର୍ଶକ । ତେବେ ବାରବାଟିରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବମ ସ୍କ୍ବାଡ ସହ ସୁରକ୍ଷା ବଳୟକୁ ଯାଞ୍ଚ କରିବେ ସ୍ପେଶାଲ ଟାକ୍ଟିକାଲ ୟୁନିଟ । କଟକରେ ୭୪ ପ୍ଲାଟୁନ ଫୋର୍ସ […]
ସିକ୍କିମର ବରଫାଚ୍ଛନ କାଞ୍ଚନଜଙ୍ଘରେ ମାଉଣ୍ଟେନିକ୍ ତାଲିମ ନେଇ ଫେରିଛନ୍ତି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବ୍ରହ୍ମପୁର ସହରର ତିନି ଜଣ ବିଦ୍ୟାର୍ଥୀ ।ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ ଅଂଶଗ୍ରହଣ କରୁଥିବା ବିଦ୍ୟାର୍ଥୀଙ୍କ ମାନଙ୍କୁ ନେଇ କିଛି ବର୍ଷ ବ୍ୟବଧାନରେ ଆଡଭେନଚର କାର୍ଯ୍ୟକ୍ରମ ହୋଇଥାଏ । ଚୟନ ହେଉଥିବା କ୍ୟାଡେଟ୍ ମାନଙ୍କୁ ନେଇ ପର୍ବତାରୋହଣ, ବରଫ ରାସ୍ତା ଅତିକ୍ରମ କିପରି କରିବେ ତାହାକୁ ନେଇ ଏକ ବେସିକ୍ ମାଉଣ୍ଟେନିକ୍ ତାଲିମ କୋର୍ସ କରାଯାଇଥାଏ । ଚଳିତବର୍ଷ ଏହି କୋର୍ସ […]
ରୁଷ୍ର ରାଷ୍ଟ୍ରପତି ଦୁଇ ଦିବସୀୟ ଭାରତ ଗସ୍ତରେ ଅଛନ୍ତି। ଆଜି ଯାତ୍ରାର ଦ୍ୱିତୀୟ ଦିନ। ତାଙ୍କର ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଛି। ଏହାପରେ ହାଇଦ୍ରାବାଦ ହାଉସ୍ରେ ପ୍ରଧାନମନ୍ତ୍ରୀ ମୋଦି ଓ ରୁଷୀୟ ରାଷ୍ଟ୍ରପତି ଦ୍ୱିପାକ୍ଷୀୟ ଆଲୋଚନା କରିଛନ୍ତି।ଏହି ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ସମ୍ପର୍କରେ ତଥ୍ୟ ଆଦାନପ୍ରଦାନ କରାଯାଇଛି। ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ୭ଟି ବୁଝାମଣା ସମ୍ପର୍କରେ ସହମତି ହୋଇଛି। ବିଶେଷ କରି ପ୍ରବାସୀ, ସ୍ବାସ୍ଥ୍ୟ, ମେଡିକାଲ ଶିକ୍ଷା, ଖାଦ୍ୟ […]
ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଖୁବଶୀଘ୍ର ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପାଠ୍ୟକ୍ରମ ବା ସିଲାବସ୍ ପରିବର୍ତ୍ତନ ହେବାକୁ ଯାଉଛି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନର ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ପାଠ୍ୟପୁସ୍ତକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି […]
ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍ଏମ୍ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ ଏକା ପ୍ରଶ୍ନ କରିଥିଲେ। ଆଜି ୨ଟା ବେଳେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଦିନ ୧୧ଟା ବେଳେ ବଜାରରେ ପ୍ରଶ୍ନ ପତ୍ର ବିକ୍ରି ହେଉଥିବା ନେଇ ବିଧାୟକ ପ୍ରଶ୍ନ କରିଥିଲେ।ଆଜି ଅଗଜିଲାରୀ ନର୍ସ ମିଡ୍ ୱାଇଫେରି ବିଷୟରେ ହୋଇଥାନ୍ତା ପରୀକ୍ଷା । ହେଲେ ପରୀକ୍ଷା ହଲରେ ପହଞ୍ଚିବା ପରେ ଉପଜିଲ୍ଲାପାଳ ପରୀକ୍ଷା […]
ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ହୋଇଛନ୍ତି। ଜଣେ ଲୋକଙ୍କଠାରୁ ଗୌରାଙ୍ଗ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।ସୂଚନାନୁଯାୟୀ, ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ଜଣେ ବ୍ୟକ୍ତି ତାଙ୍କ ଜମିରୁ ଶୁଖିଲା ନୀଳଗିରି ଗଛ କାଟିବା ଏବଂ ପରିବହନ ପାଇଁ ଅନୁମତି ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ […]
ପୂର୍ବରୁ ଏସଆଇ ପରୀକ୍ଷା ପ୍ରଶ୍ନ ପତ୍ର ଲିକ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଜି ଏଏନଏମ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିବା ଖବର ସାମ୍ନାକୁ ଆସିଛି । ଆଜି ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଥିବାବେଳେ ଏହାର ୩ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଛି। ଅପରାହ୍ନ ୨ଟାରେ ପରୀକ୍ଷା ଥିବା ବେଳେ ପୂର୍ବାହ୍ନ ୧୧ଟାରେ ପ୍ରଶ୍ନପତ୍ର ଲିକ୍ ହୋଇଛି। ଆଜି ମିଡ୍ ଓ୍ବାଇଫେରି ପରୀକ୍ଷା ଥିଲା। ଅନ୍ୟପଟେ ବିଧାନସଭାରେ ଉଠିଲା ଏଏନଏମ ପ୍ରଶ୍ନପତ୍ର […]
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିଲେ ନୂଆ ଅତିଥି । । ଏହି ଅଦଳବଦଳ ପ୍ରକିୟା ନନ୍ଦନକାନନ ଓ ଗୁଜରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନ ମଧ୍ୟରେ ହୋଇଛି। ଆସିଥିବା ନୂଆ ଅତିଥିମାନେ ହେଲେ ୩ ପୁରୁଷ ଓ ୨ ମାଈକୁ ମିଶାଇ ୫ ପାଣି ଓଧ,୨ ପୁରୁଷ ଭାରତୀୟ ଧୂସର ଗଧିଆ, ୫ ପୁରୁଷ ଓ ୫ ମାଈକୁ ମିଶାଇ ୧୦ […]
ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ୧୯ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ ପରୀକ୍ଷା । ୧୯ ତାରିଖ ସକାଳ ୯ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ । ଫେବୃୟାରୀ ୧୯ ତାରିଖରେ ମାତୃ ଭାଷା ପରୀକ୍ଷା ହେବ ।୨୦ ତାରିଖରେ ସଂସ୍କୃତ ବ୍ୟାକରଣ ଓ ଦର୍ଶନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୨୧ ତାରିଖରେ ଇଂରାଜୀ ଓ ୨୩ରେ ସଂସ୍କୃତ ଭାଷା ପରୀକ୍ଷା ହେବ । ୨୪ […]
