ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ 

କମିବ ଇଏମଆଇ, କମ ସୁଧରେ ଆପଣ ପାଇବେ ଋଣ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହାର ମୁଦ୍ରାନୀତି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି, ରେପୋ ରେଟକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ୨୫ ବେସିସ୍ ପଏଣ୍ଟ ହ୍ରାସ ପରେ ୫.୨୫ ପ୍ରତିଶତ ହୋଇଛି ରେପୋ ରେଟ୍ । ସାଧାରଣ ଲୋକଙ୍କ ପାଇଁ ଏହା ବଡ଼ ଆଶ୍ବସ୍ତି । ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଲୋନ୍ ଏବଂ EMI ଉପରେ ପଡିବ […]

SI ସ୍କାମ ମାମଲାରେ ଦିଘା ମଡ୍ୟୁଲର ମୁଖ୍ୟ ବିରଞ୍ଚି ଗିରଫ !

ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଆଜି ମାଷ୍ଟରମାଇଣ୍ଡକୁ ଗିରଫ କରିଛି ସିବିଆଇ । ଦୀଘା ମଡେଲର ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକକୁ ସିବିଆଇ ଉଠାଇ ଆଣିଛି । ଏସଆଇ ସ୍କାମ୍‌ରେ ସିବିଆଇର ଗ୍ରାଉଣ୍ଡରେ ପହଞ୍ଚି ସିବିଆଇ ଟିମର ତନାଘନା । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ପହଞ୍ଚି ଖୋଳତାଡ଼ କରିଥିଲା ୨ ଜଣିଆ ସିବିଆଇ ଟିମ୍ । ଭଞ୍ଜନଗର ଥାନାରେ ପହଞ୍ଚି ମାମଲାରେ ଅଭିଯୁକ୍ତ ରହିଥିବା କିଛି ଆଶାୟୀଙ୍କୁ ଡାକି ପଚରାଉଚରା କରିଥିବା ସୂଚନା ମିଳିଛି […]

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଗୀତା ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି

୨ ଦିନିକିଆ ଭାରତ ଗସ୍ତରେ ଅଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ଗତକାଲି (ଗୁରୁବାର) ଦିଲ୍ଲୀର ପାଲମ ବିମାନବନ୍ଦରରେ ରୁଷ୍ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଥିଲେ । ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ନୈଶ୍ୟ ଭୋଜନ କରିଥିଲେ ପୁଟିନ । ଏହି ଅବସରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସହ ଗୀତା ଉପହାର ଦେଇଛନ୍ତି । ସୋସିଆଲ ମିଡିଆରେ ସୂଚନା ଦେଇ ମୋଦି ଲେଖିଛନ୍ତି, ରାଷ୍ଟ୍ରପତି ପୁଟିନଙ୍କୁ ରୁଷିଆ ଭାଷାରେ ଗୀତାର ଏକ […]

ରାଜ୍ୟରେ ପାରଦ ଖସୁଛି । ଫଳରେ ଶୀତର ପ୍ରକୋପ ବଢିବ

ରାଜ୍ୟରେ ବଢ଼ିବ ଶୀତ ପ୍ରକୋପ । ରାତି ତାପମାତ୍ରା ୨ଦିନ ଭିତରେ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ବର୍ତ୍ତମାନ ପାଗ ମୁଖ୍ୟତଃ ଶୁଖିଲା ରହିବ । କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁରରେ ଘନ କୁହୁଡ଼ି ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସତର୍କ କରାଇଛି ।ଶୁକ୍ରବାର ରାତିରେ କଟକ ଓ ଭୁବନେଶ୍ୱର ତାପମାତ୍ରା ଆହୁରି ୧-୨ ଡିଗ୍ରୀ ପାଖାପାଖି କମିପାରେ । ୬ ତାରିଖବେଳକୁ ଭୁବନେଶ୍ୱର ଓ କଟକରେ ସର୍ବନିମ୍ନ ତାପମାତ୍ରା ୧୩ […]

ଡିସେମ୍ବର ୬ରୁ ରାଜ୍ୟ ପୁସ୍ତକ ମହୋତ୍ସବ; ନିର୍ମାଣ ହେବ ୫୫୦ଟି ଷ୍ଟଲ

ଡିସେମ୍ବର ୬ ତାରିଖରୁ ଭୁବନେଶ୍ୱର ସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ । ଏହା ଆସନ୍ତା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଆୟୋଜନ କରାଯିବ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୬ରେ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଉଦ୍‌ଘାଟନୀ ସମାରୋହରେ ‘ଦ ସେଭେନ୍ ମୁନ୍ସ […]

ବାରବାଟୀ ମ୍ୟାଚ ଟିକେଟ୍ ପାଇଁ ଅସମ୍ଭାଳ ଭିଡ଼

 ବାରବାଟୀ ମ୍ୟାଚ ଟିକେଟ୍ ପାଇଁ ଅସମ୍ଭାଳ ଭିଡ଼ ।  ଆଜିଠାରୁ ଅଫ ଲାଇନରେ କାଉଣ୍ଟରରେ ୧୦ ହଜାର ଟିକେଟ୍ ବିକ୍ରୀ ହେବ।ଟିକେଟ୍ ବିକ୍ରି ଆରମ୍ଭ ହେବା ପୂର୍ବରୁ ହିଁ ଷ୍ଟାଡିୟମ ବାହାରେ ଅସମ୍ଭାଳ ଭିଡ଼ ଜମିଛି। ଶତାଧିକ କ୍ରିକେଟ୍ ପ୍ରେମୀ ରାଜ୍ୟ ତଥା ବାହାରୁ ଆସି ଗତକାଲି ରାତିରୁ ହିଁ କାଉଣ୍ଟର ଆଗରେ ଲମ୍ବା ଧାଡ଼ି ଲଗାଇ ରହିଛନ୍ତି। ଅନେକ ପ୍ରଶଂସକ ରାତିସାରା ଉଜାଗର ରହି ଟିକେଟ୍ ପାଇଁ ଅପେକ୍ଷା କରିଛନ୍ତି।ଆଜି ସକାଳ ୬ଟାରେ ବ୍ୟାରିକେଡ୍ ଭିତରେ […]

ପୁରୁଣା ଆପାର୍ଟମେଣ୍ଟ ବିକ୍ରି ପ୍ରକ୍ରିୟା ସହଜ କଲେ ରାଜ୍ୟ ସରକାର

ଏଣିକି କିଣା ବିକା ହୋଇପାରିବ ପୁରୁଣା ଆପାର୍ଟମେଣ୍ଟ । ଏନେଇ ବଡ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସୂଚନା ଦେଇ କହିଛନ୍ତି ଯେ ୨୦୧୬ ପୂର୍ବରୁ ନର୍ମିତ ଆପାର୍ଟମେଣ୍ଟଗୁଡିକ କିଣା ବିକା ହୋଇପାରିବ । ‘ରେରା’ ଆଇନରେ ସଂଶୋଧନ କରି ନୂଆ ବିଜ୍ଞପ୍ତି ପ୍ରକାଶ କଲେ ସରକାର ।ଅକ୍ଟୋବର ୫, ୨୦୧୬ ପୂର୍ବରୁ ବିକ୍ରି ହୋଇଥିବା ଆପାର୍ଟମେଣ୍ଟଗୁଡ଼ିକର ପୁନଃ-ବିକ୍ରି ପାଇଁ ଏବେ ଆଉ ଅକୁପାନ୍ସି ସାର୍ଟିଫିକେଟ୍‌ ଏବଂ RERA ପଞ୍ଜୀକରଣ ସାର୍ଟିଫିକେଟ୍‌ […]

ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କୁ ଭବ୍ୟ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭାରତରେ ପହଞ୍ଚିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନୂଆଦିଲ୍ଲୀର ପାଲାମ ବିମାନବନ୍ଦରରେ ପୁଟିନ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ବାଗତ କରିଥିଲେ। ପୁଟିନଙ୍କୁ ସ୍ୱାଗତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିମାନ ବନ୍ଦରରେ ପହଞ୍ଚିଥିଲେ । ପୁଟିନ ଓହ୍ଲାଇବା ମାତ୍ରେ ତାଙ୍କ ପାଇଁ ରେଡ୍ କାର୍ପେଟ୍ ବିଛା ଯାଇଥିଲା । ମୋଦି ଖୁସି ହୋଇ ପୁଟିନଙ୍କୁ ଆଲିଂଘନ କରିବା ସହିତ ତାଙ୍କୁ ସ୍ୱାଗତ କରିଥିଲେ ଓ ଉପସ୍ଥିତି ସମସ୍ତ ଅଧିକାରୀଙ୍କ ସହିତ […]

ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ପ୍ରସ୍ତାବ! ଏବେ ଓଡ଼ିଶା ସରକାରଙ୍କ ବିଚାରାଧୀନ ରହିଛି

ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ପେନସନ୍‌ ବ୍ୟବସ୍ଥା ଲାଗୁ କରିବା ପ୍ରସ୍ତାବ ଓଡ଼ିଶା ସରକାରଙ୍କ ବିଚାରାଧୀନ ରହିଛି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ପାଇଁ ସରକାରଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଅନୁରୋଧ ଆସିଛି। ଏହି ପ୍ରସ୍ତାବ ସରକାରଙ୍କ ନିକଟରେ ବିଚାରାଧୀନ ଅଛି। ସେହିପରି ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍, […]

ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇ ମୌନ ପ୍ରତିବାଦ କଲେ ଉଭୟ କଂଗ୍ରେସ ଓ ବିଜେଡି

ବିଧାନସଭାରେ କ୍ଷମା ମାଗିବେ ନୀଳଗିରି ବିଧାୟକ । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିଶ୍ରୁତି ପରେ ଗୃହ କାର୍ଯ୍ୟକୁ ଫେରିଲେ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ । ଗୃହରେ ବିଜେପି ବିଧାୟକ ସନ୍ତୋଷ ଖୁଣ୍ଟିଆଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିରୋଧ । ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ମୌନ ପ୍ରତିବାଦ । ବିଧାୟକଙ୍କ ଅପତ୍ତିଜନକ ମନ୍ତବ୍ୟକୁ ନେଇ ପ୍ରତିବାଦ ।ପରେ ବାଚସ୍ପତି ବିଧାୟକ ସନ୍ତୋଷ ଖଟୁଅ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଗୃହ ବିବରଣୀରୁ […]

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା ଘଟଣା: ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଘଟଣା । ସମ୍ପୃକ୍ତ ଡ୍ରାମା ବିଭାଗର ଅଧ୍ୟାପକ ବହିଷ୍କୃତ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସଙ୍ଗୀତ ମହାବିଦ୍ୟାଳୟ ପ୍ରିନ୍ସିପାଲ । ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ପରେ ଜୋରଦାର ହଙ୍ଗାମା ହୋଇଥିଲା । କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇବା ସହ ରାଜରାସ୍ତା ଘେରିଥିଲେ ଛାତ୍ରଛାତ୍ରୀ ।କଲେଜର ପ୍ରିନ୍ସିପାଲ୍‌ ବିଜୟ ଜେନା ଏହି ଅଭିଯୁକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିବା ସୂଚନା ଦେଇଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲିଖିତ ଅଭିଯୋଗ […]

ଝିଅ ପାଇଁ ଟାୱାର ଉପରକୁ ଚଢ଼ିଗଲେ ଯୁବକ, ଆଉ ତା’ପରେ…

ଟାଉନ ଥାନା ଅନ୍ତର୍ଗତ ଜୁଡିଆ ନିକଟରେ ଗୁରୁବାର ଏକ ହାଇ ପାୱାର ଟାୱାରରେ ଜଣେ ଯୁବକ ଚଢ଼ି ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ଦଶମନ୍ତ ମହାକୁଡ଼ (୨୯) ଏବଂ ସେ ପାଟଣା ଥାନା ଅନ୍ତର୍ଗତ କମାରମୋରା ଗ୍ରାମର ବୋଲି ଜଣାପଡିଛି।ପ୍ରେମିକ ଜଣକ ସାହାରପଡ଼ା ମାଛଗଡ଼ ଅଞ୍ଚଳର ବିଶ୍ୱାସ ମହାକୁଡ ହୋଇଥିବା ବେଳେ ପ୍ରେମିକା ଜଣକ ବାଂଶପାଳ ବ୍ଳକ ଯାତ୍ରା ଅଞ୍ଚଳର l ଆଜି ସକାଳେ ଯୁବକ ବିଶ୍ୱାସ ମହାକୁଡ ଆସି ବିଦ୍ୟୁତ ଖୁଣ୍ଟରେ […]