ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇ ମୌନ ପ୍ରତିବାଦ କଲେ ଉଭୟ କଂଗ୍ରେସ ଓ ବିଜେଡି

ବିଧାନସଭାରେ କ୍ଷମା ମାଗିବେ ନୀଳଗିରି ବିଧାୟକ । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିଶ୍ରୁତି ପରେ ଗୃହ କାର୍ଯ୍ୟକୁ ଫେରିଲେ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ । ଗୃହରେ ବିଜେପି ବିଧାୟକ ସନ୍ତୋଷ ଖୁଣ୍ଟିଆଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିରୋଧ । ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ମୌନ ପ୍ରତିବାଦ । ବିଧାୟକଙ୍କ ଅପତ୍ତିଜନକ ମନ୍ତବ୍ୟକୁ ନେଇ ପ୍ରତିବାଦ ।ପରେ ବାଚସ୍ପତି ବିଧାୟକ ସନ୍ତୋଷ ଖଟୁଅ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଗୃହ ବିବରଣୀରୁ […]

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା ଘଟଣା: ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଘଟଣା । ସମ୍ପୃକ୍ତ ଡ୍ରାମା ବିଭାଗର ଅଧ୍ୟାପକ ବହିଷ୍କୃତ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସଙ୍ଗୀତ ମହାବିଦ୍ୟାଳୟ ପ୍ରିନ୍ସିପାଲ । ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ପରେ ଜୋରଦାର ହଙ୍ଗାମା ହୋଇଥିଲା । କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇବା ସହ ରାଜରାସ୍ତା ଘେରିଥିଲେ ଛାତ୍ରଛାତ୍ରୀ ।କଲେଜର ପ୍ରିନ୍ସିପାଲ୍‌ ବିଜୟ ଜେନା ଏହି ଅଭିଯୁକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିବା ସୂଚନା ଦେଇଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲିଖିତ ଅଭିଯୋଗ […]

ଝିଅ ପାଇଁ ଟାୱାର ଉପରକୁ ଚଢ଼ିଗଲେ ଯୁବକ, ଆଉ ତା’ପରେ…

ଟାଉନ ଥାନା ଅନ୍ତର୍ଗତ ଜୁଡିଆ ନିକଟରେ ଗୁରୁବାର ଏକ ହାଇ ପାୱାର ଟାୱାରରେ ଜଣେ ଯୁବକ ଚଢ଼ି ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ଦଶମନ୍ତ ମହାକୁଡ଼ (୨୯) ଏବଂ ସେ ପାଟଣା ଥାନା ଅନ୍ତର୍ଗତ କମାରମୋରା ଗ୍ରାମର ବୋଲି ଜଣାପଡିଛି।ପ୍ରେମିକ ଜଣକ ସାହାରପଡ଼ା ମାଛଗଡ଼ ଅଞ୍ଚଳର ବିଶ୍ୱାସ ମହାକୁଡ ହୋଇଥିବା ବେଳେ ପ୍ରେମିକା ଜଣକ ବାଂଶପାଳ ବ୍ଳକ ଯାତ୍ରା ଅଞ୍ଚଳର l ଆଜି ସକାଳେ ଯୁବକ ବିଶ୍ୱାସ ମହାକୁଡ ଆସି ବିଦ୍ୟୁତ ଖୁଣ୍ଟରେ […]

ସରକାର ଚାହୁଁନାହାନ୍ତି ପୁଟିନଙ୍କୁ ଭେଟନ୍ତୁ ରାହୁଲ: କଂଗ୍ରେସର ବଡ଼ ଅଭିଯୋଗ

ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ। ଏବେ ପୁଟିନଙ୍କ ଗସ୍ତକୁ ନେଇ ରାଜନୀତି ଆରମ୍ଭ ହୋଇସାରିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ସରକାର ଚାହୁଁନାହାନ୍ତି ବିରୋଧୀ ଦଳ ବାହ୍ୟ ପ୍ରତିନିଧିମଣ୍ଡଳ ସହିତ ସାକ୍ଷାତ କରନ୍ତୁ। ଏଭଳି କରି […]

ପ୍ରଚାର ପ୍ରସାର ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୮୩ କୋଟି ୮୪ ଲକ୍ଷ ଟଙ୍କା

ପ୍ରଚାର ପ୍ରସାର ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୮୩ କୋଟି ୮୪ ଲକ୍ଷ ଟଙ୍କା। ବିଧାନସଭାରେ ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ଦେଇ କହିଛନ୍ତି, ୨୦୨୪ ଜୁଲାଇର ଏଯାବତ୍‌ ୮୩ କୋଟି ୮୪ ଲକ୍ଷ ୮୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ବିଜ୍ଞାପନ ପାଇଁ ଖବର କାଗଜରେ ସର୍ବାଧିକ ୬୯ କୋଟି ୭୮ ଲକ୍ଷ, ଟିଭି ଚ୍ୟାନେଲରେ ୯ କୋଟି ୩୫ ଲକ୍ଷ ୬୩ ହଜାର ଟଙ୍କା , ରେଡିଓ ଚ୍ୟାନେଲେର ୨.୧୪ […]

ବରଗଡ ଧନୁଯାତ୍ରା ପାଇଁ ୧ କୋଟି। ୨୦୦ କଳାଙ୍କାରମାନଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ

ବରଗଡ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ନିଷ୍ପତ୍ତି । ୨୦୦ କଳାଙ୍କାରମାନଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅର୍ଥ ରାଶି ମଞ୍ଜୁର କରାଯାଇଛି ।ସୂଚନାଯୋଗ୍ୟ, ଚଳିତ ବର୍ଷ ଡିସେମ୍ବର ୨୪ରୁ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବ। ଏଲଇଡି ପରଦା ମାଧ୍ୟମରେ ଧନୁଯାତ୍ରା ମହୋତ୍ସବର ସିଧାପ୍ରସାରଣ ହେବ।ବରଗଡ ସହରର ପ୍ରମୁଖ ଦ୍ୱାରରେ ଧନୁଯାତ୍ରା ଥିମ୍‌ର […]

ଲଘୁ ଖଣିଜ ଲୁଟ: ୧୨୬ କୋଟି ଜରିମାନା

ରାଜ୍ୟରେ ଗଡୁଛି ୨ ଲକ୍ଷ ୧୯ ହଜାର ୬୭୭ଟି ଇଭି ଗାଡି । ସରକାରୀ ବିଭାଗ ଓ ସଂସ୍ଥାରେ ଏବେ ସୁଦ୍ଧା ୬୮୦ଟି ଇଭି ଗାଡି କିଣା ଯାଇଛି । ୩୪୦ କୋଟିରୁ ଅଧିକ ଟଙ୍କାର ସବ୍‌ସିଡି ଦେଇଛନ୍ତି ସରକାର । ୩୪୦ କୋଟି ୯୫ ଲକ୍ଷ ୭୫ ହଜାର ୪୮୧ ଟଙ୍କାର ସବିସିଡି । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ୧୨ଟି ଇଭି ଚାର୍ଜିଂ ଷ୍ଟେସନ ବସାଇଛନ୍ତି ସରକାର । ଏନେଇ ଗୃହରେ ଉତ୍ତର ରଖିଛନ୍ତି ପରିବହନ […]

ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ କୋଲ୍ଡ ସୁପର୍‌ମୁନ୍‌

ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ କୋଲ୍ଡ ସୁପର୍‌ମୁନ୍‌ । ଏହା ବର୍ଷର ସର୍ବୋଚ୍ଚ ଚନ୍ଦ୍ର ହେବ, ଯାହାକୁ କୋଲ୍ଡ ସୁପର୍ମୁନ୍ କୁହାଯାଉଛି । ଏହା ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ । ଆଜି ସୂର୍ଯ୍ୟାସ୍ତ ପରେ କୋଲ୍ଡ ସୁପର୍‌ମୁନ୍‌ ଦେଖାଯିବ । ଭାରତରେ ରାତି ପ୍ରାୟ ୭ଟାରେ ଆକାଶରେ ବଡ଼ ନାରଙ୍ଗୀ ରଙ୍ଗର ଚନ୍ଦ୍ର ଦୃଶ୍ୟମାନ ହେବ ।ଚନ୍ଦ୍ର ପୃଥିବୀର ସବୁଠୁ ନିକଟତର ହେଲେ, ପୂର୍ଣ୍ଣିମା ଆସେ । ଏହାକୁ […]

ମହାନଦୀ ଜଳ ବିବାଦ ମାମଲାରେ ଆସନ୍ତାକାଲି ବଡ ବୈଠକ ବସିବ- ମନ୍ତ୍ରୀ ମୁକେଶ ମହାଲିଙ୍ଗ

ମହାନଦୀ ଜଳ ବିବାଦ ମାମଲାରେ ଆସନ୍ତାକାଲି ବଡ ବୈଠକ ବସିବ । ଓଡିଶା- ଛତିଶଗଡର ଯୁଗ୍ମ ବୈଷୟିକ କମିଟି ବୈଠକ ଅନୁଷ୍ଠିତ ହେବ । ଗୃହରେ ଏନେଇ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ |ମନ୍ତ୍ରୀ କହିଛନ୍ତି, ମୁଖ୍ୟ ଶାସନ ସଚିବ ସ୍ତରରେ ବି ଦୁଇ ଥର ବୈଠକ ବସିଛି । ନଭେମ୍ବର ୧୦ ତାରିଖରେ ମୁଖ୍ୟ ଶାସନ ସଚିବ ସ୍ତରରେ ବୈଠକ ବସିଥିଲା । ଛତିଶଗଡ଼ ସହ ୬ ଥର ଯୁଗ୍ମ ବୈଷୟିକ […]

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ ଦେଲେ ଯୁବକ

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ ଦେଲେ ଯୁବକ । ବିଧାୟକ ଲକ୍ଷ୍ମଣ ବାଗ ବୁଧବାର ଟ୍ରେନ ଯୋଗେ ବାହାରକୁ ଯିବା ସମୟରେ Link Expressରେ ବେଆଇନ ଭାବେ ଦାଦନ ଯାଉଥିବା ବେଳେ, ଦାଦନ ଶ୍ରମିକକୁ କୁଆଡେ ଯାଉଛ ବୋଲି ପଚାରୁଥିବା ସମୟରେ ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ ଦୌଡ଼ି ଆସି ଦୁର୍ବ୍ୟବହାର ଦେବା ସହ ହତ୍ୟା ଧମକ ଦେଇଥିବା ବିଧାୟକ ଦେଇଥିବା ଏତଲାରେ ଉଲ୍ଲେଖ ଅଛି । ଏନେଇ ଜିଆରପି ପୋଲିସ […]

ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ। ମା’ଙ୍କ ଦେହରେ ନିଆଁ ଲଗାଇଦେଲା

ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ। ସେଥିପାଇଁ ପୁଅକୁ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ମା’କୁ ମାଡ଼ ମାରିବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଭଳି ଅଭାବନୀୟ ଘଟଣା ଘଟିଛି ତିହିଡି଼ ଥାନା ବିଲଣା ପଞ୍ଚାୟତ ଅଧୀନ ଗଳଗଣ୍ଡପୁର ଗ୍ରାମରେ।ସୂଚନା ଅନୁଯାୟୀ, ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତ ଗଳଗଣ୍ଡ […]

ଗୋଟିଏ ଦିନରେ ମଝି ସମୁଦ୍ରରୁ ଦୁଇଟି ବିଶାଳ ସାର୍କଙ୍କ ମୃତଦେହ

ଆଜି ଗୋଟିଏ ଦିନରେ ମଝି ସମୁଦ୍ରରୁ ଦୁଇଟି ବିଶାଳ ସାର୍କଙ୍କ ମୃତଦେହ ମିଳିଛି।ବୁଧବାର ସକାଳେ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗୋପସାଗର ଦୀଘା ମୁହାଣରେ ଲାଗିଥିଲା ଏକ ବିଶାଳକାୟ ସାର୍କ। ଗତକାଲି କିଛି ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଟ୍ରଲର୍‌ ଯୋଗେ ଯାଇଥିବା ବେଳେ ୨ କୁଇଣ୍ଟାଲ ୧୦ କିଲୋ ଓଜନର ଏହି ମୃତ ସାର୍କଟି ଜାଲରେ ପଡ଼ିଥିଲା । ସେହିପରି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମି ନିକଟରେ ମତ୍ସ୍ୟଜୀବୀଙ୍କ […]