ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ବିଧାନ ଆମ ଜୀବନର ମାନଦଣ୍ଡ । ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି । ମହାପୁରୁଶଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହାସହ ବୀର ସଂଗ୍ରାମୀମାନଙ୍କୁ ମୋର ପ୍ରଣାମ । ଦେଶ ସ୍ବାଧୀନ ପରେ ୨ଟି ଚ୍ୟାଲେଞ୍ଜର […]
ଆଜି ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ । ଏହିଅବସରରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ସମାରୋହ ଅନୁଷ୍ଠିତ । ଜନପଥରେ ଗଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ କରିଲେ ରାଜ୍ୟପାଳ ହରିବାବୁ କମ୍ଭମପତି । ଏହାସହିତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଉପସ୍ଥିତ ରହିଥିଲେ । ସେହିପରି ଅନେକ ବରିଷ୍ଠ ଅଧିକାରୀ ଗଣତନ୍ତ୍ର ଦିବସ ଅବସରରେ ଗାନ୍ଧୀମାର୍ଗରେ ଉପସ୍ଥିତ ରହିଥିଲେ ।
ରାୟଗଡ଼ା: ‘ସମସ୍ତଙ୍କ ପାଇଁ ଶିକ୍ଷା’ର ବାର୍ତ୍ତା ନେଇ ରାୟଗଡ଼ା ଜିଲ୍ଲାରେ KISS ଓ KIIT ପକ୍ଷରୁ ଅଷ୍ଟମ ବାର୍ଷିକ ‘ଏଜୁକେସନ୍ ଫର୍ ଅଲ୍’ (Education for All) ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। କୁଲି ଗ୍ରାମପଞ୍ଚାୟତଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ। ଏହି ମାରାଥନ ରେସ ରେ କୁଲି , ବଡ ଆଲୁବାଡି, ପିପିଲିଗୁଡା, ବାଇଶିଂ ଓ ଦଙ୍ଗଲୋଡ଼ି ପଞ୍ଚାୟତର 3ଶହରୁ ଉର୍ଦ୍ଧ୍ବ ଯୁବପିଢି ଅଂଶ ଗ୍ରହଣ […]
ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ଦେହାନ୍ତ । ୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଆଖି ବୁଜିଲେ ଅଭିଜିତ୍। ତେବେ ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ । ତରଙ୍ଗ ଟିଭିର ‘ମେଲୋଡି ନାଇଟ୍ସ’ ଖୁବ୍ ଲୋକପ୍ରିୟ ହୋଇଥିଲା । ସେ ୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।
ଖଣ୍ଡଗିରି କୁମ୍ଭମେଳାରେ ନିଜ ନିଜ ଅସ୍ଥାୟୀ ମଠରେ ହୋମଯଜ୍ଞ କରିବାକୁ ପ୍ରସ୍ତୁତ ଆରମ୍ଭ କରିଲେଣି ସାଧୁସନ୍ଥ ଗଣ । ପ୍ରାରମ୍ଭିକ ପୂଜାପାଠ ସହ ଅନ୍ୟାନ୍ୟ ବିଧି ଆରମ୍ଭ କରିଛନ୍ତି । ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ସାଧୁସନ୍ଥଙ୍କ ଆଗମନ ଆହୁରି ବୃଦ୍ଧି ପାଇବ । ରାଜ୍ୟ ତଥା ରାଜ୍ୟ ବାହାରୁ ୫୦୦ରୁ ଅଧିକ ସାଧୁସନ୍ଥ ଆସିବେ ବୋଲି ଆକଳନ କରାଯାଇଛି ।ଏହି ଖଣ୍ଡଗିରି ମେଳାରେ ନାଗା ସନ୍ନ୍ୟାସୀଙ୍କଠାରୁ ଆରମ୍ଭ କରି ଦଶନାମୀ, ବୈଷ୍ଣବ […]
ରାଜ୍ୟରେ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ। ଏ ନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଜନଗଣନା ପାଇଁ ଆଗୁଆ ପଞ୍ଚାୟତ ନିର୍ବାଚନ ସମ୍ଭାବନା ରହିଛି। ନିର୍ଦ୍ଧାରିତ ସମୟର ୨ରୁ ୩ ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏଥିପାଇଁ ୬ମାସ ମଧ୍ୟରେ ଅଧୁରା କାମ ଶେଷ କରିବାକୁ ସେ ବିଜେପିର ପଞ୍ଚାୟତ ପ୍ରତିନିଧିଙ୍କୁ ଟାସ୍କ ଦେଇଛନ୍ତି । ପୂର୍ବରୁ ରାଜ୍ଯ ନିର୍ବାଚନ କମିସନ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । […]
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବେ ମହାକାଶ ଜଗତରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି। ଚନ୍ଦ୍ର ଏବଂ ସୂର୍ଯ୍ୟ ମିଶନର ସଫଳତା ପରେ, ISRO ଏହାର ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରକଳ୍ପ, ଭାରତୀୟ ମହାକାଶ ଷ୍ଟେସନ (BAS), ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାପନ କରିବାକୁ ପ୍ରସ୍ତୁତ ହୋଇଛି। ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) BAS ର ପ୍ରଥମ ମଡ୍ୟୁଲ୍, BAS-01 ର ବିକାଶ ଏବଂ ନିର୍ମାଣ ପାଇଁ ଭାରତୀୟ ଘରୋଇ କମ୍ପାନୀଗୁଡ଼ିକୁ […]
ନିଜକୁ ଶ୍ରମ ବିଭାଗର ବଡ଼ ଅଧିକାରୀ କହି ମହିଳାମାନଙ୍କୁ ଟାର୍ଗେଟ କରି ଲୁଟୁଥିଲା ମହିଳା । ଜାଲିଆ ମହିଳାଙ୍କୁ ଭୁବନେଶ୍ୱରରୁ ଉଠାଇ ଆଣିଛି କପ୍ତିପଦା ପୋଲିସ।କେଉଁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳର ବିନୋଦିନୀ ନାୟକ ନିଜକୁ ଶ୍ରମ ବିଭାଗର ଅଧିକାରୀ କହିବା ସହିତ ମହିଳାଙ୍କୁ ଲୋନ କରାଇ ଦେବେ ବୋଲି କହି କପ୍ତିପଦା ଥାନା ପରାସୀବାଡ଼ି ଅଂଚଳରୁ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଯାଇଥିବା ବେଳେ ତାହା ଫେରାଇ ନ ଥିଲେ କି ଋଣ […]
ରବିବାର ପବିତ୍ର ମାଘ ସପ୍ତମୀ ବୁଡ। ଶନିବାର ରାତି ୪ଟା୪୧ରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବା ପାଇଁ ଶନିବାର ଅପରାହ୍ନରୁ ଚନ୍ଦ୍ରଭାଗା ମେଳା ପଡ଼ିଆ ଓ ବେଳାଭୂମିରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ଏହି ଦିନ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କର ବିଶ୍ଵାସ ରହିଛି। ତେବେ ପବିତ୍ର ମାଘ ବୁଡ଼ ପାଇଁ ଦୁଇ ଦିନ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ । […]
ଆମେରିକା ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଛି। ଏହି ସମୟରେ, ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ ଦାବି କରିଛନ୍ତି ଯେ ଭାରତ ରୁଷିଆରୁ ଆମଦାନୀ ହ୍ରାସ କରିଛି, ଯାହା ଫଳରେ ଶୀଘ୍ର ୨୫% ଶୁଳ୍କ ଉଠାଇ ଦିଆଯାଇପାରେ।ୟୁକ୍ରେନ ଯୁଦ୍ଧ ପରେ ଭାରତକୁ ଋଷରୁ ତେଲ କିଣିବାରୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନ ଦ୍ୱାରା ଏହି ଶୁଳ୍କ ଲାଗୁ କରାଯାଇଥିଲା । ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ ସମୟରେ, ସେ […]
ଦିଲ୍ଲୀ ଫରିଦାବାଦରୁ ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଯାହା ପୁରା ସମାଜକୁ ଦୋହଲାଇ ଦେଇଛି । ଜଣେ ବାପା ହୋମ୍ୱାର୍କ ନକରିଥିବାରୁ ନିଷ୍ଠୁର ହୋଇ ଚାରି ବର୍ଷର ଝିଅକୁ ହତ୍ୟା କରିଛନ୍ତି।ପୁଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ପୁଲିସ କହିଛି ଝିଅ ୫୦ ପର୍ଯ୍ୟନ୍ତ ସଂଖ୍ୟା ଲେଖି ନପାରିବାରୁ ପିତା ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ସେକ୍ଟର ୫୮ ପୁଲିସ ଷ୍ଟେସନରେ ଅଭିଯୋଗ ପରେ ଅଭିଯୁକ୍ତ କୃଷ୍ଣ ଜୟସୱାଲ (୩୧)ଙ୍କୁ ଗିରଫ […]
ଯୋଡ଼ାରୁ ବ୍ୟାଙ୍କ ଲୁଟ, ଧାନବାଦରୁ ଗିରଫ । ଯୋଡ଼ା ବଡ଼ବିଲ ବ୍ୟାଙ୍କ ଲୁଟ୍ ମାମଲାରେ ୨ ଡକାୟତ ଗିରଫ ହୋଇଛନ୍ତି । ତେବେ ବ୍ୟାଙ୍କ ଲୁଟ କରି ସୀମା ପାର ହୋଇ ଝାଡ଼ଖଣ୍ଡ ପଳାଇଯାଇଥିଲେ ଦୁର୍ବୃତ୍ତ । ସେମାନଙ୍କୁ ଧରିବା ପାଇଁ କେନ୍ଦୁଝର ଅତିରିକ୍ତ ପୋଲିସ ଅଧିକ୍ଷକ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ଓଡ଼ିଶା ପୋଲିସ ଝାଡ଼ଖଣ୍ଡର ଧନବାଦରେ ପହଞ୍ଚିଥିଲା । ଧନବାଦ ପୋଲିସର ସହାୟତାରେ, ନିରସା ଏବଂ ସିନ୍ଦ୍ରି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା […]
